BN

ଦାମ୍ଭିକ ମନ

 ଦାମ୍ଭିକ ମନ

ଆଜିର ଚିନ୍ତା

ଯାତ୍ରା ୧୧:୧-୧୦


ସୁଯୋଗ ଥାଉ ଥାଉ ଆମେ ମନ ପରିବର୍ତ୍ତନ କରିବା କି? 


ଜଗତର ସନ୍ତାନମାନେ ଦୁଃଖ ପାଇଲେ ସେମାନଙ୍କ ପିତାମାତା ଦୁଃଖରେ ଭାଙ୍ଗି ପଡନ୍ତି ଏବଂ ସେମାନଙ୍କୁ ରକ୍ଷା କରିବାକୁ ଲାଗିପଡ଼ନ୍ତି । ଯଦି ଜଗତର ପିତାମାତା ବ୍ୟସ୍ତ ହୋଇ ପଡନ୍ତି, ତେବେ ଆମ ସ୍ୱର୍ଗୀୟ ପିତା ଆମ ପାଇଁ କେତେ ଅଧିକ ଚିନ୍ତା କରୁ ନ ଥିବେ । ଆଜିର ଶାସ୍ତ୍ରାଂଶରେ ଦେଖୁ, ଇସ୍ରାଏଲୀୟମାନେ ଉଦ୍ଧାର ପାଇଁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରିବାରୁ ଈଶ୍ଵର ମୋଶା ଓ ହାରୋଣଙ୍କୁ ଉଦ୍ଧାର ପାଇଁ ପ୍ରେରଣ କଲେ । 


ଦୁଷ୍ଟମାନଙ୍କ ପାଇଁ ସୁଯୋଗ : 

ନଅଟି ମହାମାରୀ ଘଟିବା ପରେ ମଧ୍ୟ ଫାରୋଙ୍କ ହୃଦୟ କଠିନ ହୋଇଥିଲା, ତେବେ ପ୍ରଶ୍ନ ଉଠେ ମୋଶାଙ୍କ ଦ୍ଵାରା ଏତେ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିଲେ ମଧ୍ୟ କାହିଁକି ଫାରୋ ଏତେ ଦାମ୍ଭିକ ହୋଇଥିଲେ ? କାରଣ ସେ ନିଜକୁ ସର୍ବୋଚ୍ଚ ସ୍ଥାନରେ ରଖିଥିଲେ । ଏଇ କ୍ଷମତା ତାଙ୍କୁ ଈଶ୍ୱରଙ୍କ ପ୍ରତି ଅନ୍ଧ କରିଦେଇଥିଲା । ଈଶ୍ୱରଙ୍କ କ୍ଷମତାକୁ ବୁଝିବାକୁ ୧୦ମ ମହାମାରୀ ଯାହା ସବୁଠାରୁ କଷ୍ଟଦାୟକ ତାହା ଘଟିବାକୁ ଯାଉଥିଲା । ସର୍ବୋଚ୍ଚ ଆସନରେ ବସିଥିବା ଫାରୋଙ୍କଠାରୁ ଆରମ୍ଭ କରି ତାଙ୍କ ଦାସର ପ୍ରଥମ ସନ୍ତାନ, ପଶୁମାନଙ୍କର ମଧ୍ୟ ପ୍ରଥମଜାତ ସନ୍ତାନର ମୃତ୍ୟୁ ହେବ । ଦେଶରେ କ୍ରନ୍ଦନର ରୋଳ ଉଠିବ ଯଦ୍ଵାରା ଫାରୋ ଈଶ୍ୱରଙ୍କ ଲୋକମାନଙ୍କୁ ତଡି ଦେବେ । ସେଦିନ ଫାରୋ ଓ ମିସ୍ରୀୟମାନଙ୍କ ପାଇଁ ସୁଯୋଗ ଥିଲା, ଯେପରି ପ୍ରତ୍ୟକେ ଈଶ୍ୱରଙ୍କ ପ୍ରତି ଫେରିବେ । ଯିହିଜିକଲ ୩୩:୧୧ ରେ ଲେଖାଯାଏ, ଦୁଷ୍ଟର ମୃତ୍ୟୁରେ ଈଶ୍ୱରଙ୍କ ଆନନ୍ଦ ନାହିଁ ।


ପ୍ରେମିକ ପିତା ଈଶ୍ଵର : 

ଈଶ୍ଵର ତାଙ୍କ ମନୋନୀତ ଗୋଷ୍ଠୀଙ୍କୁ ଏତେ ପ୍ରେମ କରନ୍ତି ଯେ ୭ ପଦରେ ଲେଖାଯାଏ, କୁକୁର ମଧ୍ୟ ସେମାନଙ୍କର କ୍ଷତି କରିବେ ନାହିଁ । ଏହା ତାଙ୍କର ମନୋନୀତ ଦାସ ଅବ୍ରାହମ୍, ଇସହାକ ଓ ଯାକୁବଙ୍କ ନିକଟରେ ପ୍ରତିଜ୍ଞା ଥିଲା । ଆଜି ମଧ୍ୟ ଆମ ପ୍ରତି ତାଙ୍କ ପ୍ରେମ ଅତୁଳନୀୟ । ମାତ୍ର ସେ ଆମର ନମ୍ର  ହୃଦୟ ଆଶା କରନ୍ତି, ଯେପରି ସେ ଆମ ଜୀବନରେ ମଧ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟ କରିପାରିବେ । ଆମର ଦାମ୍ଭିକ ମନୋବୃତ୍ତି ତ୍ୟାଗ କରି ତାଙ୍କ ପ୍ରତି ଫେରୁ ଏହା ସେ ଚାହାଁନ୍ତି । ଆସନ୍ତୁ ସୁଯୋଗର ସଦ୍ ବ୍ୟବହାର କରି ଈଶ୍ୱରଙ୍କ ସହଭାଗିତାରେ ରହିବା । 


ଶେଷ ରାତ୍ର

 ଶେଷ ରାତ୍ର

ଆଜିର ଚିନ୍ତା


ଯାତ୍ରା ୧୨:୨୧-୪୨


ଆଜି ମୋର ସନ୍ତାନମାନେ ଉଦ୍ଧାରପ୍ରାପ୍ତ ହୋଇଛନ୍ତି କି ?


ଆଜିର ଭୟଙ୍କର ପରିସ୍ଥିତିରେ ଲୋକମାନଙ୍କୁ ସତର୍କ କରାଯାଉଛି "ଘରେ ରୁହ ସୁରକ୍ଷିତ ରୁହ" ଏଇ ଅଂଶରେ ମଧ୍ୟ ଦେଖୁ ମୋଶା ଇସ୍ରାଏଲୀୟମାନଙ୍କୁ ସତର୍କ କରି କହୁଥିଲେ ପ୍ରଭାତ ଯାଏ ଗୃହ ଦ୍ଵାରରୁ ବାହାରକୁ ନ ଯିବାକୁ, କାରଣ ଘର ବାହାରେ ମୃତ୍ୟୁ ଅଛି । 


ଉଦ୍ଧାରର ଦିନ : ଇସ୍ରାଏଲୀୟମାନଙ୍କୁ ମୋଶାଙ୍କ ଆଜ୍ଞା ଥିଲା ନିସ୍ତାର ପର୍ବର ବିଧିସବୁ ନିଜ ସନ୍ତାନମାନଙ୍କୁ ଜଣାଇବା ପାଇଁ, କାରଣ ଏହା ଇସ୍ରାଏଲୀୟମାନଙ୍କ ଉଦ୍ଧାରର ଦିନ, ପୁରୁଷାନୁକ୍ରମେ ପ୍ରତ୍ୟେକେ ସଦାପ୍ରଭୁଙ୍କ କାର୍ଯ୍ୟ ବିଷୟରେ ଶୁଣନ୍ତୁ ଏବଂ ତାଙ୍କ ଆଜ୍ଞା ପାଳନ କରନ୍ତୁ । ଆଜି ଆମେ ଆମ ପିଲାମାନଙ୍କୁ ଈଶ୍ୱରଙ୍କ ଜ୍ଞାନରେ ଶିକ୍ଷିତ କରୁ, ତାହା ସେ ଆଶା କରନ୍ତି । ସମଗ୍ର ମିସ୍ରୀୟ ଦେଶରେ ମୃତ୍ୟୁ ଓ କ୍ରନ୍ଦନର ରୋଳ । ଇସ୍ରାଏଲୀୟମାନଙ୍କୁ ଛାଡ଼ିବା ବ୍ୟତୀତ ଫାରୋଙ୍କ ନିକଟରେ ଆଉ କୌଣସି ଉପାୟ ନ ଥିଲା । ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଫାରୋ ଏବଂ ସମଗ୍ର ଦେଶସ୍ଥ ଲୋକମାନେ ଇସ୍ରାଏଲୀୟମାନଙ୍କୁ ସବୁ ଦେଇ ଶୀଘ୍ର ଦେଶରୁ ବାହାରିବା ପାଇଁ ଅନୁରୋଧ କରୁଛନ୍ତି । ଯେଉଁ ଫାରୋ ଯାତ୍ରା ୧୦:୧୧ ରେ ମୋଶାଙ୍କୁ କହୁଛନ୍ତି "ଆମ୍ଭ ମୁଖ ଆଉ ଦେଖିବ ନାହିଁ" ସେ ଏଠାରେ କହୁଛନ୍ତି "ଯିବା ଆଗରୁ ଆମ୍ଭକୁ ଆଶୀର୍ବାଦ କର" । ଅନେକ ସମୟରେ ଈଶ୍ଵରଙ୍କ କାର୍ଯ୍ୟ ଆମେ ଉପଯୁକ୍ତ ସମୟରେ ବୁଝି ନ ପାରି ପରେ ବୁଝିଥାଉ ।


ଆନନ୍ଦର ଦିନ : ଶେଷରେ ଇସ୍ରାଏଲୀୟମାନେ ଦେଶରୁ ବାହାରିଲେ, ସେମାନଙ୍କ ପାଖେ ଭୋଜନ ପ୍ରସ୍ତୁତିର ସମୟ ନ ଥିଲା । ୪୩୦ ବର୍ଷର ବନ୍ଧନରୁ ମୁକ୍ତି ପାଇଲେ । କେବଳ ପୁରୁଷଙ୍କ ସଂଖ୍ୟା ଛଅ ଲକ୍ଷ ଥିଲା । ଏହି ରାତ୍ରି ଥିଲା ସଦାପ୍ରଭୁଙ୍କର । ବିଭିନ୍ନ ମହାମାରୀ ଦ୍ଵାରା ଈଶ୍ଵର ଫାରୋ ଓ ମିସ୍ରୀୟମାନଙ୍କୁ ଜଣାଇଲେ ତାଙ୍କର ଲୋକମାନେ ଏହି ଦେଶରେ ବନ୍ଧନଗ୍ରସ୍ତ ହୋଇ ରହିବେ ନାହିଁ । ସେ ସେମାନଙ୍କ ପାଇଁ ମୁକ୍ତିର ପଥ ପ୍ରସ୍ତୁତ କଲେ । ଠିକ୍ ସେହିପରି ନୂତନ ନିୟମରେ ଈଶ୍ୱରଙ୍କ ଏକମାତ୍ର ପୁତ୍ର ଖ୍ରୀଷ୍ଟ ଯୀଶୁଙ୍କ କ୍ରୃଶାର୍ପିତ ରକ୍ତ ଦ୍ଵାରା ପାପର ବନ୍ଧନରେ ଥିବା ଅନେକଙ୍କର ମୁକ୍ତି ସାଧିତ ହେଉଛି । ଆମେ ସେହି ରକ୍ତରେ ବିଶ୍ବାସ କରି ଉଦ୍ଧାରପ୍ରାପ୍ତ ହେବା କି ?

ଧୈର୍ଯ୍ୟଶୀଳ ପରମେଶ୍ୱର

 ଧୈର୍ଯ୍ୟଶୀଳ ପରମେଶ୍ୱର

ଆଜିର ଚିନ୍ତା


ଯାତ୍ରା ୯:୨୭-୧୦:୬


ପରମେଶ୍ୱରଙ୍କ ଧୈର୍ଯ୍ୟକୁ ଆମେ କଳନା କରିଛୁ କି ?


ପରମେଶ୍ୱରଙ୍କ ଦୟା, ସହନଶୀଳତାକୁ ହେୟଜ୍ଞାନ କଲେ ତା'ର ପରିଣାମ ଭୟଙ୍କର ହୋଇଥାଏ । ଏହା ଜାଣି ମଧ୍ୟ ଫାରୋ ନିଜକୁ ନମ୍ର କରି ନ ଥିଲେ । 


ଅନୁତାପବିହୀନ ପାପ ସ୍ଵୀକାର :

 ମନୁଷ୍ୟ ଅନୁତାପ କରି ପାପସ୍ଵୀକାର କଲେ ପରିବର୍ତ୍ତିତ ହୋଇଥାଏ । କିନ୍ତୁ ଫାରୋ ଏହି‌‌ ଶାସ୍ତ୍ରାଂଶରେ ଯେଉଁ ସ୍ୱୀକାରୋକ୍ତି କରିଛନ୍ତି ତାହା ପ୍ରକୃତ ଅନୁତାପ ନ ଥିଲା, ତାହା କେବଳ ଛଳନା ଥିଲା । କେବଳ ସ୍ୱାର୍ଥପର ଭାବରେ ନିଜର ସୁରକ୍ଷା ଓ ଦଣ୍ଡର ନିବୃତ୍ତି ନିମନ୍ତେ ତାହା କହିଥିଲେ । ମୋଶା ଏହା ଜାଣି ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ହସ୍ତବିସ୍ତାର କରି ପ୍ରାର୍ଥନା କଲେ । ତହିଁରେ ମେଘ ଗର୍ଜ୍ଜନ ଓ ଶିଳାବୃଷ୍ଟି ନିବୃତ୍ତ ହେଲା । 


ଭୟଶୂନ୍ୟ ଜୀବନ : 

ଫାରୋଙ୍କର ଭୟଶୂନ୍ୟ ଜୀବନ ସକାଶେ ମିସ୍ରୀୟବାସୀ ପ୍ରତିଫଳ ପାଉଥିଲେ । ସେମାନେ ଦଣ୍ଡ ପ୍ରତି ଅତିଙ୍କିତ ହୋଇ ଇସ୍ରାଏଲୀୟମାନଙ୍କୁ ମୁକ୍ତି ଦେବା ନିମନ୍ତେ ନିବେଦନ କଲେ । ମୋଶାଙ୍କ ପ୍ରାର୍ଥନା ଦ୍ଵାରା ସମସ୍ତ ବିପଦ ଦୂର ହେବା ଦେଖି ଫାରୋ ମନକୁ ଭାରୀ କଲେ । ଯଦିଓ ସଦାପ୍ରଭୁ ଫାରୋଙ୍କ ହୃଦୟକୁ କଠିନ କରୁଥିଲେ କିନ୍ତୁ ବାରମ୍ବାର ତାଙ୍କ ପ୍ରତି ସଦୟ ହୋଇ ତାଙ୍କୁ ପରୀକ୍ଷା କରୁଥିଲେ  ଏବଂ ନିଜର ଶକ୍ତି ଓ ପରାକ୍ରମର ପରିଚୟ ପ୍ରକାଶ କରୁଥିଲେ ।


ଈଶ୍ଵରଙ୍କ କର୍ମ ଓ ପରିଚୟ : 

ଏହି ଶାସ୍ତ୍ରାଂଶରେ ପରମେଶ୍ୱର ନିଜ ଜ୍ଞାନ, ଗରିମା, ପରାକ୍ରମ, ପରାକାଷ୍ଠା ସଙ୍ଗେ ସଙ୍ଗେ ମିସ୍ରୀୟ ଲୋକମାନଙ୍କୁ ଦଣ୍ଡ ଦ୍ଵାରା ଆଘାତ ଦେଇ ଏହା ପ୍ରମାଣିତ କରନ୍ତି ଯେ, ସେ ସର୍ବଶକ୍ତିମାନ ପରମେଶ୍ୱର । ପରମେଶ୍ୱରଙ୍କର ମହତ୍ ଓ ଆଶ୍ଚର୍ଯ୍ୟକର୍ମ ଭବିଷ୍ୟତ ବଂଶଧରମାନଙ୍କୁ ଜଣାଇବା ପାଇଁ ବାକ୍ୟ ପ୍ରକାଶ କରେ । 


ଫାରୋଙ୍କ ପରି ଆମ୍ଭେମାନେ ମଧ୍ୟ ଯଦି ଈଶ୍ୱରଙ୍କ ଅନୁଯୋଗକୁ ହେୟଜ୍ଞାନ କରୁ ତେବେ ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ଗୁରୁତର ଦଣ୍ଡ ରହିଛି । ତେଣୁ ସମୟ ଥାଉ ଥାଉ ନିଜକୁ ପ୍ରଭୁଙ୍କ ଚରଣରେ ସମର୍ପଣ କରି ତାହାଙ୍କ ଦୟା ଓ ଅନୁଗ୍ରହକୁ ନିଜ ଜୀବନରେ ଗ୍ରହଣ କରିବା । 

ଭୟଙ୍କର ହସ୍ତ

 ଭୟଙ୍କର ହସ୍ତ

ଆଜିର ଚିନ୍ତା


ଯାତ୍ରା ୯: ୧-୨୬


ଜୀବିତ ଈଶ୍ଵରଙ୍କ ହସ୍ତରେ ପଡ଼ିବା ଅତି ଭୟଙ୍କର ବିଷୟ । 


ଇସ୍ରାଏଲୀୟମାନଙ୍କ ଉଦ୍ଧାରର ମୂଳ ରହସ୍ୟ ଥିଲା ଈଶ୍ୱରଙ୍କ ପ୍ରେମ । ସେ ତାଙ୍କ ଲୋକମାନଙ୍କ କ୍ଲେଶ, ଯନ୍ତ୍ରଣା ଓ ରୋଦନ ପ୍ରତି ସଦା ସଚେତନ । ସେ ସେମାନଙ୍କ ଉଦ୍ଧାର ନିମନ୍ତେ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ରକ୍ଷା କରିବା ପାଇଁ ସେ ଯତ୍ନବାନ ଥିଲେ । 


ପଶୁପଲରେ ଆଘାତ : 

ସଦାପ୍ରଭୁ ଯେଉଁ ସମୟ ନିରୂପଣ କରିଥିଲେ ସେହି ସମୟରେ ମହାମାରୀ ମିସ୍ରୀୟ ଲୋକମାନଙ୍କର ପଶୁପଲକୁ ଆଘାତ କଲା । ସମସ୍ତ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଲା, ମାତ୍ର ଫାରୋ ଜାଣିଲେ ଯେ ଇସ୍ରାଏଲୀୟ ମାନଙ୍କର କୌଣସି ପଶୁ ମରି ନାହାନ୍ତି । 


ଶରୀରରେ ଆଘାତ : 

ମୋଶା ଈଶ୍ୱରଙ୍କ ଆଜ୍ଞାନୁସାରେ ମୁଷ୍ଟିପୂର୍ଣ୍ଣ ଭାଟିର ଭସ୍ମ ନେଇ ଫାରୋଙ୍କ ସାକ୍ଷାତରେ ଆକାଶ ଆଡ଼କୁ ବିଞ୍ଚି ଦେଲେ ସେତେବେଳେ ଷଷ୍ଠଦଣ୍ଡ ରୂପେ ଦାହଯୁକ୍ତ ବଥ ମିସ୍ରୀୟ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ହେଲା । ପରମେଶ୍ୱରଙ୍କ ଦଣ୍ଡ ଯେ ନିର୍ଦ୍ଧିଷ୍ଟଭାବେ ମିସ୍ରୀୟମାନଙ୍କ ପ୍ରତି ଘଟୁଛି ଏବଂ ଇସ୍ରାଏଲୀୟମାନେ ଯେ ସୁରକ୍ଷା ପାଉଛନ୍ତି ଏହା ସେମାନେ ସ୍ପଷ୍ଟରୂପେ ଦେଖିଲେ ଓ ଅନୁଭବ କଲେ । 


ପରାକ୍ରମୀ ପରମେଶ୍ୱର : 

ସଦାପ୍ରଭୁ ନିଜର ସାର୍ବଭୌମତ୍ୱକୁ ପ୍ରକାଶ କରି କହନ୍ତି "ତହିଁରେ ସମୁଦାୟ ପୃଥିବୀରେ ଆମ୍ଭ ତୁଲ୍ୟ କେହି ନାହିଁ ଏହା ତୁମ୍ଭେମାନେ ଜ୍ଞାତ ହେବ" । ପୁନର୍ବାର ସେ କହନ୍ତି "ମାତ୍ର ତୁମ୍ଭକୁ ଆମ୍ଭର ପରାକ୍ରମ ଦେଖାଇବାକୁ ଓ ସମୁଦାୟ ପୃଥିବୀରେ ଯେପରି ଆମ୍ଭର ନାମ କୀର୍ତ୍ତନ ହେବ ଏଥିପାଇଁ ଆମ୍ଭେ ତୁମ୍ଭଙ୍କୁ ସ୍ଥାପନ କରି ରଖିଅଛୁ" ।


ଅଜ୍ଞାର ବାଧ୍ୟତା : 

୨୦-୨୧ ପଦରେ ଆମେ ଈଶ୍ୱରଙ୍କ ବାକ୍ୟକୁ ମାନିବା ଓ ନ ମାନିବାର ପ୍ରଭେଦ ଦେଖିବାକୁ ପାଉଛୁ । ଫାରୋଙ୍କ ଦାସମାନଙ୍କ ମଧ୍ୟରେ ଯେଉଁ ବ୍ୟକ୍ତି ସଦାପ୍ରଭୁଙ୍କ ବାକ୍ୟରେ ଭୀତ ହେଲା ଓ ତା'ର ପଶୁସମ୍ପଦ ରକ୍ଷା ପାଇଲା । 


ଈଶ୍ଵରଙ୍କ ଅନୁଯୋଗକୁ ଆମେ ଆମ ଜୀବନରେ ଉଦ୍ଧାର ନିମନ୍ତେ ଉଦ୍ଦିଷ୍ଟ ବୋଲି ବିଚାର କରୁଛୁ କି ? ଯେଉଁମାନେ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ କରନ୍ତି ବା ପାଳନ କରନ୍ତି, ସେମାନେ ଓ ସେମାନଙ୍କ ପରିବାର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି । 



ଅନନ୍ୟ ପରମେଶ୍ୱର

 ଅନନ୍ୟ ପରମେଶ୍ୱର

ଆଜିର ଚିନ୍ତା


ଯାତ୍ରା ୮:୧୬-୩୨


ଈଶ୍ଵରଙ୍କ ପ୍ରେମ, କାର୍ଯ୍ୟ ଓ ଗୁଣ କାହା ସହିତ ତୁଳନୀୟ ନୁହେଁ । 


ଈଶ୍ୱର ତାଙ୍କ ଲୋକମାନଙ୍କୁ ତାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଛାଡ଼ି ଦେବାକୁ ବାରମ୍ବାର ଫାରୋଙ୍କୁ କହିଲେ ମଧ୍ୟ ସେଥିରେ ସେ ସମ୍ମତ ହୋଇନାହାନ୍ତି । 


ଅବଧ୍ୟତାର ଦଣ୍ଡ :

 ଫାରୋଙ୍କ ହୃଦୟରେ ଯଦିଓ ସଦାପ୍ରଭୁ କଠିନତା ଦେଇଥିଲେ ତଥାପି ଫାରୋ ଈଶ୍ୱରଙ୍କ ଦଣ୍ଡ ପରେ ଦଣ୍ଡ ପ୍ରେରଣକୁ ଅତି ହାଲୁକା ଭାବରେ ଗ୍ରହଣ କରିଥିଲେ । ଉକୁଣିଆ ପୋକ ମିସରୀୟମାନଙ୍କ ଦୁଃଖର କାରଣ ହେଲା । ମିସରୀୟ ମନ୍ତ୍ରଜ୍ଞମାନେ ଜଳକୁ ରକ୍ତ କଲେ, ବେଙ୍ଗ ମଧ୍ୟ କଲେ ମାତ୍ର ଉକୁଣିଆ ପୋକ କରିପାରିଲେ ନାହିଁ । ସେତେବେଳେ ସେମାନେ ବୁଝିଲେ ଏହା କେବଳ ସେମାନଙ୍କ ପ୍ରତି ଈଶ୍ୱରଙ୍କ ଦଣ୍ଡ ଅଟେ ।


ଅପରିବର୍ତ୍ତନୀୟ ମନ : 

ଈଶ୍ଵର ସର୍ବେସର୍ବା, ସର୍ବଶକ୍ତିମାନ, ସର୍ବ ବିଷୟ ତାଙ୍କର ନିୟନ୍ତ୍ରଣାଧୀନ, ତାଙ୍କ ତୁଲ୍ୟ କେହି ନାହିଁ । ଏହାର ଚାକ୍ଷୁସ ପ୍ରମାଣ ପାଇଲେ ମଧ୍ୟ, ମନ୍ତ୍ରଜ୍ଞମାନେ ଈଶ୍ୱରଙ୍କ ଶକ୍ତିକୁ ସ୍ଵୀକାର କଲେ ମଧ୍ୟ ଫାରୋ ଆପଣା ହୃଦୟକୁ ଆହୁରି କଠିନ କଲେ । ଏହାପରେ ସଦାପ୍ରଭୁ ଦଂଶକାଦିର ବୃହତ୍ ଝାଙ୍କ ପଠାଇଲେ । ତାହା ଦେଶର ବହୁତ କ୍ଷତି ଘଟାଇଲା । ଦଣ୍ଡ ପ୍ରବଳରୁ ପ୍ରବଳତର ହେବାକୁ ଲାଗିଲା । ଫାରୋ ତାହା ଅନୁଭବ କଲେ ମଧ୍ୟ ମନକୁ ପରିବର୍ତ୍ତନ କଲେ ନାହିଁ ।


ଅବିଶ୍ବାସର ମନ : 

ଆମର ପରମେଶ୍ୱର ସତ୍ୟ ଓ ଜୀବତ, ତାଙ୍କର କର୍ମ ସକଳ ଆଶ୍ଚର୍ଯ୍ୟ ଓ ଅବର୍ଣ୍ଣନୀୟ, ସେ ଅସାଧ୍ୟ ସାଧନକାରୀ ପରମେଶ୍ୱର । ସେଦିନ ମିସରୀୟ ମନ୍ତ୍ରଜ୍ଞମାନେ ଏହା ବିଶ୍ଵାସ କଲେ କିନ୍ତୁ ଫାରୋଙ୍କ ବିଶ୍ଵାସ ଜନ୍ମିଲା ନାହିଁ ।


ଆଜି ମଧ୍ୟ ଈଶ୍ଵରଙ୍କର ଏହିପରି ଅନେକ ଆଶ୍ଚର୍ଯ୍ୟକର୍ମ ଓ ଘଟଣା ଦେଖିଲେ ମଧ୍ୟ ଅନେକଙ୍କ ହୃଦୟ ଆଜି କଠିନ ହୋଇ ରହିଛି । କଷ୍ଟ, ଦଣ୍ଡ ଆସିଲେ ମଧ୍ୟ ଆମେ ମନ ପରିବର୍ତ୍ତନ କରୁ ନାହୁ । ଆଜିର ଏ ମହାମାରୀ ସମୟରେ ପ୍ରଭୁ ପ୍ରତ୍ୟେକଙ୍କୁ ମନ ପରିବର୍ତ୍ତନର ଜୀବନ ପ୍ରଦାନ କରନ୍ତୁ । 

ଶକ୍ତଗ୍ରୀବ ଫାରୋ

 ଶକ୍ତଗ୍ରୀବ ଫାରୋ

ଆଜିର ଚିନ୍ତା


ଯାତ୍ରା ୭:୧୪-୮:୧୫


ଜଟିଳ ପରିସ୍ଥିତିରେ ମୁ ଈଶ୍ୱରଙ୍କ ଚାଳନା ବୁଝିବାକୁ ଚେଷ୍ଟା କରିଛି କି ?


ଅନେକ ସମୟରେ ଈଶ୍ୱରଙ୍କ ପ୍ରତିଜ୍ଞା ସାଙ୍ଗେ ସାଙ୍ଗେ ସଫଳ ହୋଇ ନ ଥାଏ । ସେଥିପାଇଁ ନିରାଶ ନ ହୋଇ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ, କାରଣ ଈଶ୍ୱରଙ୍କ ସମୟ ଆମ ସମୟଠାରୁ  ଭିନ୍ନ । 


ଈଶ୍ଵରଙ୍କ ବାର୍ତ୍ତା : ସଦାପ୍ରଭୁ ମୋଶାଙ୍କୁ କହିଲେ ତୁମ୍ଭେ ଫାରୋଙ୍କୁ ନୀଳ ନଦୀ କୂଳରେ ସାକ୍ଷାତ କରି କୁହ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଏ ପର୍ଯ୍ୟନ୍ତ ମନୋଯୋଗ କରି ନାହ, ତେଣୁ ଆମ୍ଭେ ଯଷ୍ଟି ନଦୀର ଜଳ ଉପରେ ପକାଇ ତାକୁ ରକ୍ତମୟ କରିବା, ତେବେ ତୁମ୍ଭେ ସଦାପ୍ରଭୁଙ୍କୁ ଜାଣିବ । 


ଈଶ୍ଵରଙ୍କ ନିର୍ଦ୍ଦେଶ ପାଳନ : ହାରୋଣ ଆପଣା ଯଷ୍ଟି ଘେନି ମିସରର ସମସ୍ତ ଜଳାଶୟ ଉପରେ ହସ୍ତ ବିସ୍ତାର କରନ୍ତେ ସମୁଦାୟ ଜଳ ରକ୍ତ ହେଲା । ଏହା ଦେଖି ଫାରୋ ମନ୍ତ୍ରଜ୍ଞମାନଙ୍କ ଦ୍ଵାରା ଜଳକୁ ରକ୍ତ କଲେ ସତ କିନ୍ତୁ ମିସର ପ୍ରତି ଏହି ପ୍ରଥମ କ୍ଳେଶ ସେମାନଙ୍କୁ ଭୟଭୀତ କଲା ଏବଂ ସେମାନଙ୍କ ଧର୍ମୀୟ ବିଶ୍ଵାସ ପ୍ରତି ଏକ ଧକ୍କା ଥିଲା ।


ଈଶ୍ଵରଙ୍କ ନିର୍ଦ୍ଦେଶ ଉଲଙ୍ଘନ : ପ୍ରଥମ କ୍ଳେଶ ଶେଷ ହେବାକୁ ୭ ଦିନ ଲାଗିଲା । ତା' ପରେ ଦ୍ଵିତୀୟ ଦଣ୍ଡ ସଦାପ୍ରଭୁ ପ୍ରେରଣ କରି ଦେଶକୁ ବେଙ୍ଗରେ ପରିପୂର୍ଣ୍ଣ କଲେ । ସମଗ୍ର ମିସର ବେଙ୍ଗମୟ ହେଲା । ମନ୍ତ୍ରଜ୍ଞମାନେ ସମସ୍ୟା ବୃଦ୍ଧି କଲେ ସିନା ଲାଘବ କରିପାରିଲେ ନାହିଁ । ଫାରୋ ବିଶ୍ଵାସ କରୁଥିଲେ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ନିର୍ଦ୍ଦେଶରେ ଆଶ୍ଚର୍ଯ୍ୟକର୍ମ କରୁଛନ୍ତି ଓ କରିବେ, ତେଣୁ ସେ ସେମାନଙ୍କୁ ଅନୁରୋଧ କଲେ ବେଙ୍ଗଦୂରୀକରଣ ନିମନ୍ତେ ପ୍ରାର୍ଥନା କର, ତେବେ ଆମ୍ଭେ ତୁମ୍ଭ ଲୋକମାନଙ୍କୁ ବଳିଦାନ କରିବା ନିମନ୍ତେ ଛାଡ଼ିବା । ମୋଶାଙ୍କର ବିଶ୍ଵାସଯୁକ୍ତ ପ୍ରାର୍ଥନା ପ୍ରଭୁ ଶୁଣିଲେ । ବିପଦମୁକ୍ତ ହେବାରୁ ଫାରୋଙ୍କର ହୃଦୟ ପୁଣି କଠିନ ହେଲା ଓ ସେମାନଙ୍କ ବାକ୍ୟରେ ମନଯୋଗ ନ କରି ଈଶ୍ୱରଙ୍କ ନିର୍ଦ୍ଦେଶକୁ ଉଲଂଙ୍ଗନ କଲେ ।


ବିଶ୍ୱାସୀମାନଙ୍କର ବିଶ୍ଵାସଯୁକ୍ତ ସରଳ ପ୍ରାର୍ଥନା ଆଜି ଅନେକ କଠିନମନାଙ୍କ ଜୀବନରେ ଆଶ୍ଚର୍ଯ୍ୟକର୍ମ ସାଧିତହେଉଛି, କିନ୍ତୁ ଫାରୋଙ୍କ ପରି ସେମାନଙ୍କ ହୃଦୟ ପରିବର୍ତ୍ତନ ହେଉ ନାହିଁ । 

ଈଶ୍ଵରଙ୍କ ମନୋନୀତ

 ଈଶ୍ଵରଙ୍କ ମନୋନୀତ

ଆଜିର ଚିନ୍ତା

ଯାତ୍ରା ୬:୨୮-୭:୧୩

ଈଶ୍ୱର ତାଙ୍କ ବ୍ୟବହାର ନିମନ୍ତେ ମୋତେ ମନୋନୀତ କରିଛନ୍ତି କି ?


ସଦାପ୍ରଭୁ ତାଙ୍କର ବ୍ୟବହାର ଯୋଗ୍ୟ ପାତ୍ରଙ୍କୁ ବିଭିନ୍ନ ପ୍ରକାର ଦାନ ଦେଇ ତାଙ୍କ ଗୌରବ ନିମନ୍ତେ ବ୍ୟବହାର କରିଥାନ୍ତି । ସଦାପ୍ରଭୁ ମୋଶା ଏବଂ ହାରଣଙ୍କୁ ତାଙ୍କର ବକ୍ତବ୍ୟ କଥା ଫାରୋଙ୍କ ନିକଟରେ ପ୍ରକାଶ କରିବା ପାଇଁ ନିଯୁକ୍ତ କରିଥିଲେ । 


ଈଶ୍ଵରଙ୍କ ନିର୍ଦ୍ଦେଶ : ଈଶ୍ଵର ମୋଶାଙ୍କୁ ଫାରୋଙ୍କ ନିକଟରେ ଈଶ୍ୱରଙ୍କ ମୁଖପାତ୍ର ହୋଇ କାର୍ଯ୍ୟ କରିବାକୁ ନିଯୁକ୍ତ କଲେ, ଯେପରି ଈଶ୍ୱରଙ୍କ ମୁଖର କଥା ଇସ୍ରାଏଲୀୟମାନଙ୍କ ନିକଟରେ ପ୍ରକାଶିତ ହେବ । ମୋଶା ଓ ହାରୋଣ ଈଶ୍ଵରଙ୍କ ନାମରେ କଥା କହିଲେ । ଈଶ୍ୱର ଯାହା ଆଜ୍ଞା ଓ ନିର୍ଦ୍ଦେଶ ଦେଲେ, ତାହା ସବୁ ମୋଶା ହାରୋଣଙ୍କୁ କହିଲେ, ଯେପରି ସେ ତାହା ଫାରୋଙ୍କୁ କହିବେ ।


ଈଶ୍ଵରଙ୍କ ଆଶ୍ଚର୍ଯ୍ୟ ଶକ୍ତି : ଈଶ୍ଵର ତାଙ୍କ ସେବକମାନଙ୍କୁ ଆଶ୍ଚର୍ଯ୍ୟକର୍ମ କରିବାରେ ଶକ୍ତି ପ୍ରଦାନ କରିଥାନ୍ତି । ଫାରୋ ଏହି ସ୍ଥାନରେ ଚିହ୍ନ ଦେଖିବାକୁ ଇଚ୍ଛା କଲେ । ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ହାରୋଣ ଯଷ୍ଟିକୁ ଦାସମାନଙ୍କ ସମ୍ମୁଖରେ ତଳେ ପକାଇଲେ, ତହିଁରେ ତାହା ସର୍ପ ହେଲା । ମିସରୀୟ ମନ୍ତ୍ରଜ୍ଞ ଓ ପଣ୍ଡିତମାନେ ମଧ୍ୟ ଆପଣା ଆପଣା ଯଷ୍ଟି ସବୁକୁ ସର୍ପ କଲେ । ମାତ୍ର ହାରୋଣଙ୍କ ଯଷ୍ଟି ଦ୍ଵାରା ସେମାନଙ୍କର ଯଷ୍ଟି ସବୁ ଗ୍ରାସିତ ହେଲେ । ଏଥିରୁ ପ୍ରମାଣିତ ହେଲା ଯେ, ସଦାପ୍ରଭୁଙ୍କ ଶକ୍ତି ସବୁଠାରୁ ଉର୍ଦ୍ଧ୍ବରେ । ତାଙ୍କ ଶକ୍ତି ଆଗରେ ସବୁକିଛି ହାରମାନେ । 


ଈଶ୍ୱର ଯାହାକୁ ଆହ୍ବାନ କରନ୍ତି, ସେମାନଙ୍କୁ ଆଶ୍ଚର୍ଯ୍ୟରୂପେ ବ୍ୟବହାର କରିଥାନ୍ତି । ଯେପରି ଯିରିମିୟ କହିଲେ "କାରଣ ମୁଁ

ତ ବାଳକ" ଯିଶାଇୟ କହିଲେ "ମୁଁ ଅଶୁଚି ଓଷ୍ଟାଧର ବିଶିଷ୍ଟ ମନୁଷ୍ୟ", ମୋଶା କହିଲେ "ମୁଁ ବାକ୍ୟ ପତି ନୁହେଁ"  ଯାତ୍ରା (୪:୧୦) । ଶମିରୋଣୀୟା ସ୍ତ୍ରୀ ମସୀହଙ୍କୁ ଚିହ୍ନି ଯେଉଁ ସାକ୍ଷ୍ୟ ଦେଲେ ତଦ୍ୱାରା ସେହି ନଗରର ଅନେକ ଲୋକ ଯୀଶୁଙ୍କୁ ବିଶ୍ଵାସ କଲେ । ପ୍ରଭୁ ଯୀଶୁ ଯଦି ଆମକୁ ଆହ୍ଵାନ ଦେଇ ମନୋନୀତ କରିଛନ୍ତି, ତେବେ ଆମର ବାକ୍ୟ ଓ ସାକ୍ଷ୍ୟ ଦ୍ଵାରା ସେ ଗୌରବାନ୍ଵିତ ହେବେ । 

ପ୍ରତିଜ୍ଞାରକ୍ଷାକାରୀ ଈଶ୍ଵର

 ପ୍ରତିଜ୍ଞାରକ୍ଷାକାରୀ ଈଶ୍ଵର

ଆଜିର ଚିନ୍ତା

ଯାତ୍ରା ୫:୨୨-୬:୧୩

ପରମେଶ୍ୱରଙ୍କ ପ୍ରତିଜ୍ଞାକୁ ମୁଁ ପ୍ରତିକୂଳ ପରିସ୍ଥିତିରେ କିପରି ବିଶ୍ଵାସ କରୁଛି ? 


ମୋଶା ସଦାପ୍ରଭୁଙ୍କ ଦ୍ଵାରା ଆହ୍ୱାନପ୍ରାପ୍ତ ହୋଇ ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ । କିନ୍ତୁ ଏହି ସ୍ଥାନରେ ସେ ନିଜକୁ ଦୋଷାରୋପ କରି କହୁଛନ୍ତି, ମୋ' ଆସିବା ଦ୍ଵାରା ଲୋକମାନେ ଅମଙ୍ଗଳ ଭୋଗ କରୁଛନ୍ତି । କିନ୍ତୁ ସେ ଭୁଲି ଯାଉଛନ୍ତି ଯେ ସଦାପ୍ରଭୁ ନିରୂପିତ ସମୟରେ ତାଙ୍କର ପ୍ରତିଜ୍ଞାକୁ ସଫଳ କରିଥାନ୍ତି । ତେଣୁ ସଦାପ୍ରଭୁ ମୋଶାଙ୍କୁ ଆହ୍ୱାନର ନୂତନ ଉତ୍ସାହ ପ୍ରଦାନ କରି ଆପଣାର ନିୟମ ପୁନଃସ୍ମରଣ କରାଇଛନ୍ତି । 


ଯିହୋବାଙ୍କ ପ୍ରତିଜ୍ଞା : ମୋଶା ଓ ଇସ୍ରାଏଲ ସନ୍ତାନମାନେ ବହୁତ୍ ଆର୍ଶୀବାଦର ଅଧିକାରୀ, କାରଣ ସେମାନେ ଯିହୋବାଃ ପରମେଶ୍ୱରଙ୍କ ପରିଚୟ ପାଇଛନ୍ତି । ପୂର୍ବେ ସେମାନେ ଅବ୍ରାହମ, ଇସହାକ ଓ ଯାକୁବର ସର୍ବଶକ୍ତିମାନ ପରମେଶ୍ୱର ବୋଲି ଜାଣିଥିଲେ । ମାତ୍ର ପରମେଶ୍ୱର ଏହି ସ୍ଥାନରେ ଚାରୋଟି ପ୍ରତିଜ୍ଞା ଦେଇଛନ୍ତି ।


୧. ଆମ୍ଭେ ତୁମ୍ଭମାନଙ୍କୁ ମିସ୍ରୀୟମାନଙ୍କ ଭାର ବହନରୁ ନିସ୍ତାର କରିବା । 

୨.ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବା । 

୩. ବିସ୍ତ୍ରୀର୍ଣ୍ଣବାହୁ ଓ ମହାଦଣ୍ଡ ଦ୍ଵାରା ଉଦ୍ଧାର କରିବା ।

୪. ଆମ୍ଭେ ତୁମ୍ଭମାନଙ୍କୁ ପ୍ରତିଜ୍ଞାତ ଦେଶକୁ ନେଇଯିବା । 


ପ୍ରତିଜ୍ଞାର ପ୍ରତିକାର : ଇସ୍ରାଏଲ ସନ୍ତାନମାନେ ଭାରବହନ ଓ ଦାସତ୍ୱର ପୀଡ଼ା ସକଶୁ ଏତେଦୂର ଭାଙ୍ଗି ପଡ଼ିଥିଲେ ଯେ, ସେମାନେ ମୋଶାଙ୍କର ବାକ୍ୟରେ ମନଯୋଗ କରୁ ନାହାନ୍ତି । ଈଶ୍ଵରଙ୍କ ପ୍ରତିଜ୍ଞାରେ ବିଶ୍ଵାସ କରିପାରୁନାହାନ୍ତି । ଅଧର୍ଯ୍ୟ ଓ କ୍ରୋଧ ସେମାନଙ୍କ ଆସ୍ଥାକୁ ଭାଙ୍ଗି ଦେଇଛି । ମୋଶା ମଧ୍ୟ ବିବେଚନା କରୁଛନ୍ତି ଯେ ଯଦିଓ ତାଙ୍କର ଶରୀର ଓ ମନ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ସୁନ୍ନତ ଓ ଉତ୍ସର୍ଗୀକୃତ କିନ୍ତୁ ସେ ଅସୁନ୍ନତ ଓଷ୍ଠାଧାରୀ ମନୁଷ୍ୟ ତେଣୁ ଇସ୍ରାଏଲୀୟମାନେ ତାଙ୍କର କଥାକୁ ଗ୍ରହଣ କରୁ ନାହାନ୍ତି । ତେବେ ଫାରୋ କିପରି ତାଙ୍କ କଥା ଶୁଣିବେ ଏ ବିଷୟରେ ମନରେ ଦ୍ଵନ୍ଦ ସୃଷ୍ଟି ହେଉଛି । ସଦାପ୍ରଭୁ ମୋଶାଙ୍କ ପ୍ରଶ୍ନର ଉତ୍ତରରେ ଆହୁରି ପ୍ରତିଜ୍ଞା ପ୍ରଦାନ କଲେ । 


ଆମର ଏହି ବିଶ୍ଵାସ ରହିବା ଦରକାର ଯେ, ଆମର ପରମେଶ୍ୱର ବିଶ୍ଵସ୍ତ ପରମେଶ୍ୱର, ତାଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଅଛି । ତେଣୁ ଆମେ ଆମର ଆସ୍ଥା ହରାଇବା ନାହିଁ । 

ଦୃଷ୍ଟିପାତ

 ଦୃଷ୍ଟିପାତ

ଆଜିର ଚିନ୍ତା


ଯାତ୍ରା ୫:୧-୨୧


ସମସ୍ୟା ସମୟରେ ଆମେ କାହା ପ୍ରତି ଦୃଷ୍ଟିପାତ କରୁ ?


ଜଗତ ସମସ୍ୟାରେ ପରିପୂର୍ଣ୍ଣ । ପରମେଶ୍ବରଙ୍କଠାରେ ସମସ୍ୟା ବୋଲି ଶବ୍ଦ ନାହିଁ । ବିପକ୍ଷ ଶୟତାନ ସମସ୍ୟା ସୃଷ୍ଟି କରେ । 

ଅଜ୍ଞାନତା : ଜଗତ ଅଧିପତି ଆଜି ଜ୍ଞାନଚକ୍ଷୁକୁ ଅନ୍ଧ କରି ଦେଇଛି । ଯଦ୍ୱାରା ଆଜି ଅନେକେ ପରମେଶ୍ୱରଙ୍କୁ ଜାଣି ପାରୁ ନାହାଁନ୍ତି । ପ୍ରଥମଥର ନିମନ୍ତେ "ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର" ବୋଲି ଏ ସ୍ଥାନରେ ସମ୍ବୋଧନ କରାଯାଇଛି । ସେହି ପରମେଶ୍ୱରଙ୍କ ନିମନ୍ତେ ବଳିଦାନର ଆବଶ୍ୟକତାକୁ ଅମାନ୍ୟ କରିବାର କୁପରିଣାମ ସଂପର୍କରେ ଫାରୋଙ୍କୁ ମୋଶା କହିଲେ । 


ଅବଜ୍ଞା : ଜ୍ଞାନବାନ୍ କଥା ଶୁଣେ କିନ୍ତୁ ମୂର୍ଖ ଜ୍ଞାନ ଓ ଉପଦେଶ ତୁଚ୍ଛ କରେ । ଫାରୋ ଈଶ୍ୱରଙ୍କ ବାକ୍ୟ ପ୍ରତି ହେୟଜ୍ଞାନ କରି (୬-୧୪) ଲୋକମାନଙ୍କୁ ପାଳ ନ ଦେବା ପାଇଁ ଆଦେଶ  ଦେଇ ସେମାନଙ୍କ ଦୁର୍ଦ୍ଦଶା, ଦୁଃଶ୍ଚିନ୍ତା ଓ ସମସ୍ୟାକୁ ଆହୁରି ଜଟିଳ କରିଦେଲେ । କୁଟା ସଂଗ୍ରହ ନିମନ୍ତେ ଏଣେତେଣେ ଛିନ୍ନଭିନ୍ନ ହୋଇ ଦୈନିକ ନିରୁପିତ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଲା । 


ଅନୁଗ୍ରହ : ୧୫ ପଦରେ ଲେଖାଯାଏ, ଫରୋଙ୍କ ନିକଟରେ କ୍ରନ୍ଦନ କିଛି ଫଳପ୍ରଦ ହେଲା ନାହିଁ । କାରଣ ଫାରୋଙ୍କ ହୃଦୟ କଠିନ ଥିଲା । କିନ୍ତୁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କଲେ ତାଙ୍କର ହୃଦୟ ଦୟାରେ ଭାରିଯାଏ, ସେ ଅନୁଗ୍ରହର ହସ୍ତ ପ୍ରସାରି ଦିଅନ୍ତି । ବାସ୍ତବରେ ମଣିଷ ଉପରେ ନିର୍ଭର କରିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ ।


ଜଗତରେ ଈଶ୍ୱରଙ୍କ ଲୋକମାନେ ସବୁବେଳେ ଦୁଃଖକଷ୍ଟ ସମସ୍ୟା ମଧ୍ୟ ଦେଇ ଯାଇଥାନ୍ତି, କିନ୍ତୁ ପ୍ରେରିତ ପାଉଲ କହନ୍ତି "ଯେତେବେଳେ ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁ, ହତବୁଦ୍ଧି ହେଉଅଛୁ ତଥାପି ନିରାଶ ନୋହୁ, ତାଡନାପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁ, ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁ (୨କର ୪:୮-୯) ।

ଐଶ୍ଵରୀକ ଶୃଙ୍ଖଳା

ଐଶ୍ଵରୀକ ଶୃଙ୍ଖଳା

ଆଜିର ଚିନ୍ତା

ଯାତ୍ରା ୪:୧୮-୩୧

ମୋ' ପରିବାର ମଧ୍ୟରେ ଐଶ୍ଵରୀକ ଶୃଙ୍ଖଳାକୁ ମୁଁ କେତେ ଗୁରୁତ୍ୱ ଦେଉଛି ? 


ମୋଶା ଯେଉଁ ଭଳି ଭାବରେ ପରମେଶ୍ୱରଙ୍କ କଥାକୁ ଏଡାଇ ଥିଲେ, ଏପରି ମନେ ହେଉଥଲା ଯେପରି ସେ ସେହି କାର୍ଯ୍ଯକୁ କରିବାକୁ ଆଦୌ ଇଚ୍ଛା ପ୍ରକାଶ କରୁ ନାହାନ୍ତି, ମାତ୍ର ପରମେଶ୍ୱର ତାଙ୍କୁ ଛାଡ଼ିଲେ ନାହିଁ । ସେଦିନ ଯଦି ମୋଶା ରାଜି ହୋଇ ନ ଥାନ୍ତେ ତେବେ ସେ ପରମେଶ୍ୱରଙ୍କ ମହାନ ଯୋଜନାରେ ଅଂଶ ହେବାର ସୁଯୋଗ ହାତଛଡ଼ା କରିଥାନ୍ତେ । ପରମେଶ୍ୱର ହୁଏତ ସେ ସୁଯୋଗ ଆଉ କାହାକୁ ଦେଇଥାନ୍ତେ, କିନ୍ତୁ ମୋଶା ଶେଷରେ ସେହି କାର୍ଯ୍ୟ କରିବାକୁ ପ୍ରତିଜ୍ଞାବଦ୍ଧ ହେଲେ । 


ବୟସ୍କଙ୍କୁ ସମ୍ମାନ : ମୋଶା ମିସରକୁ ଯିବା ପୂର୍ବରୁ ଶ୍ଵଶୁର ଯିଥ୍ରୋଙ୍କର ଅନୁମତି ମାଗୁଛନ୍ତି, ଆଉ ଯିଥ୍ରୋ ତାଙ୍କୁ ଅନୁମତି ପ୍ରଦାନ ମଧ୍ୟ କରୁଛନ୍ତି (୧୮ପଦ) । କ'ଣ ହୋଇଥାନ୍ତା ଯଦି ଯିଥ୍ରୋ ତାଙ୍କୁ ଅନୁମତି ଦେଇ ନ ଥାନ୍ତେ, ତେବେ ମୋଶା କ'ଣ ଯାଇ ନ ଥାନ୍ତେ ? ମୋଶା ନିଶ୍ଚୟ ଯାଇଥାନ୍ତେ । ଯଦି ଯିଥ୍ରୋ ମନା କରିଥାନ୍ତେ, ତେବେ ମୋଶା ପରମେଶ୍ୱରଙ୍କ ଆଜ୍ଞାକୁ ମନୁଷ୍ୟର ଆଜ୍ଞାଠାରୁ ବଡ଼ ମାନି ଯାତ୍ରା ଆରମ୍ଭ କରିଥାନ୍ତେ । ଯେହେତୁ ଯିଥ୍ରୋ ଗୃହରକର୍ତ୍ତା ଥିଲେ ତେଣୁ ଗୃହର କର୍ତ୍ତାଙ୍କର ନିଷ୍ପତ୍ତିକୁ ମୋଶା ଗୁରୁତ୍ବ ଦେଲେ କାରଣ, ସେ ସମୟରେ ପ୍ରାଚୀନମାନଙ୍କୁ ଓ ଗୃହରେ ଯେଉଁମାନେ ବଡ଼, ସେମାନଙ୍କୁ ଓ ସେମାନଙ୍କର ନିଷ୍ପତ୍ତିକୁ ସମ୍ମାନ ଦିଆଯାଉଥିଲା । ଆଜି ଆମ ସମାଜରେ ବୟସ୍କ ବୟସ୍କାମାନଙ୍କୁ ଆମେ କ'ଣ ସେପରି ସମ୍ମାନ ଦେଇପାରୁଛୁ ? 


ଈଶ୍ଵରଙ୍କ ନିୟମ : ମୋଶାଙ୍କ ଯାତ୍ରା ଆରମ୍ଭରେ ହଠାତ୍ ଏକ ସମସ୍ୟା ସୃଷ୍ଟି ହୁଏ, ଯେଉଁ ଘଟଣା ବିଷୟରେ ବାଇବଲରେ ବେଶି କିଛି ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇ ନାହିଁ । ପଥ ମଧ୍ୟରେ ଯେଉଁ ସ୍ଥାନରେ ସେମାନେ ରାତ୍ରିଯାପନ କରନ୍ତି ସେଠାରେ ପରମେଶ୍ୱର ମୋଶାଙ୍କୁ ବଧ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ସିପ୍ପରା ତତକ୍ଷଣାତ୍ ଆପଣା ପୁତ୍ରକୁ ସୁନ୍ନତ କରି ପରମେଶ୍ୱରଙ୍କ ସମ୍ମୁଖରେ ରଖନ୍ତି,ଯାହା ଫଳରେ ମୋଶାଙ୍କ ଜୀବନ ରକ୍ଷା ପାଏ (୨୪-୨୬) । ଏହି ବିଷୟ ମନରେ ଅନେକ ପ୍ରଶ୍ନ ସୃଷ୍ଟିକରେ । କିନ୍ତୁ ଏଥିରୁ ଏକ ବିଶେଷ ଶିକ୍ଷା ମିଳେ ଯେ, ପରମେଶ୍ୱର ଅବ୍ରାହମଙ୍କ ସହିତ ଯେଉଁ ସୁନ୍ନତ ବିଧି ସ୍ଥିର କରିଥିଲେ (ଆଦି ୧୭:୧୨), ମୋଶା ସେହି ନିୟମକୁ ଅବଜ୍ଞା କରିଥିଲେ । ଆଉ ମୋଶା, ଯାହାଙ୍କୁ ଈଶ୍ୱର ମନୋନୀତ କରିଥିଲେ ଇସ୍ରାଏଲର ମହାନ ଗୋଷ୍ଠୀର ଦାୟିତ୍ବ ନେବା ପାଇଁ, ସେ ନିଜକୁ ଏବଂ ନିଜ ପରିବାରକୁ ଐଶ୍ଵରୀକ ଶୃଙ୍ଖଳା ମଧ୍ୟରେ ଆବଦ୍ଧ କରିବା ଆବଶ୍ୟକ ଥିଲା । ଏଣୁ ଆସନ୍ତୁ, ନେତୃତ୍ୱ ନେବା ପୂର୍ବରୁ, ନିଜକୁ ଏବଂ ନିଜ ପରିବାରକୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରୁ । ନଚେତ୍ ଈଶ୍ୱରଙ୍କ ଆଶୀର୍ବାଦ ବଦଳରେ ଆମେ କ୍ରୋଧର ପାତ୍ର ହୋଇଯିବୁ । 


ବିଶ୍ବାସର ମାନଦଣ୍ଡ

 ବିଶ୍ବାସର ମାନଦଣ୍ଡ

ଆଜିର ଚିନ୍ତା


ଯାତ୍ରା ୪:୧-୧୭


ପ୍ରଭୁ ଯୀଶୁଙ୍କ ଆହ୍ବାନକୁ ଆମେ ଉପେକ୍ଷା କରିବା ଠିକ୍ କି? 


ମୋଶା ଈଶ୍ୱରଙ୍କ ପରିଚୟ ପାଇଲେ ମଧ୍ୟ ଏତେ ବଡ଼ ଦାୟିତ୍ଵ ନେବାକୁ ସେ ପ୍ରସ୍ତୁତ ନ ଥିଲେ । ସେ ଭୟ କରୁଥିଲେ ଯେ କାଳେ ତାଙ୍କ କଥା କେହି ଶୁଣିବେନି ବା ବିଶ୍ଵାସ କରିବେନି, ତେଣୁ ସେ ବାରମ୍ବାର ପଛଘୁଞ୍ଚା ଦେଉଥିଲେ, କିନ୍ତୁ ସଦାପ୍ରଭୁ ତାଙ୍କୁ ଛାଡ଼ିଲେ ନାହିଁ । 


ବିଶ୍ଵାସର ଚିହ୍ନ : ଯେତେବେଳେ ମୋଶା ସଦାପ୍ରଭୁଙ୍କୁ କହିଲେ ଯେ ତାଙ୍କ କଥାରେ କେହି ବିଶ୍ଵାସ ଆଉ ମନୋଯୋଗ କରିବେ ନାହିଁ, ସେତେବେଳେ ସଦାପ୍ରଭୁ ତାଙ୍କୁ ତିନୋଟି ଚିହ୍ନ, 

୧. ଯଷ୍ଟି ସର୍ପ ହେବା (୩ପଦ), 

୨.ହସ୍ତ ବକ୍ଷ ସ୍ଥଳରେ ଦେଲେ ତାହା ହିମବର୍ଣ୍ଣ ତୁଲ୍ୟ କୁଷ୍ଟ ହେବା (୬ପଦ), 

୩. ନଦୀ ଜଳ ଶୁଷ୍କ ଭୂମିରେ ରକ୍ତ ହେବା (୯ପଦ) । 

ଇସ୍ରାଏଲୀୟମାନଙ୍କୁ ବିଶ୍ଵାସ ଦେବାରେ ଏହି ଚିହ୍ନଗୁଡ଼ିକ ଯଥେଷ୍ଟ ଥିଲା । ପରମେଶ୍ୱର ମୋଶାଙ୍କ ପାଇଁ ସବୁ ବିଷୟ ସଜାଡି ଦେଲେ । ଯେ ନିଜକୁ ଦୁର୍ବଳ ବୋଲି ଭାବୁଥିଲେ, ସେ ଏବେ ପରମେଶ୍ୱରଙ୍କ ଠାରୁ ଅଲୌକିକ ଶକ୍ତି ପ୍ରାପ୍ତ ହୋଇ ସାରିଥିଲେ । ଆମେ ମଧ୍ୟ ଅନେକ ସମୟରେ ପରମେଶ୍ୱରଙ୍କ ଶକ୍ତିକୁ ସନ୍ଦେହ କରି ଚିହ୍ନ ଅନ୍ଵେଷଣ କରୁ । କିନ୍ତୁ ଏବ୍ରୀ ୧୧:୧ ରେ ଲେଖାଯାଏ "ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳ ଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ" । 


ଅଯୋଗ୍ୟତାର ବାହାନା : ମୋଶା ଜଡ଼ଜିହ୍ୱା ଓ ବାକ୍ୟରେ ଧୀରେ ଥିଲେ, ଏହା ସେ ପରମେଶ୍ୱରଙ୍କୁ ଜଣାଇବା ପରେ ପରମେଶ୍ଵର ଯେ ତାଙ୍କ ମୁଖର ସହବର୍ତ୍ତୀ ହେବେ ତାହା ତାଙ୍କୁ ପ୍ରତିଜ୍ଞା କଲେ । କିନ୍ତୁ ପରମେଶ୍ୱର ସବୁ ପ୍ରଶ୍ନର ଉତ୍ତର ଆଉ ସମାଧାନ ଦେଇ ସାରିଥିଲେ ମଧ୍ୟ ମୋଶା ଆଉ ଗୋଟିଏ ବାହାନା କରି କହିଲେ ଯେ, "ମୋତେ ନ ପଠାଇ ଅନ୍ୟ କାହାକୁ ପଠାଅ" । ଏହାଦ୍ବାରା ମୋଶାଙ୍କ ଉପରେ ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ବଳିତ ହୋଇଥିଲା । ସତରେ ମନୁଷ୍ୟର ଅଭିଯୋଗ ଆଉ ବାହାନାର କେବେ ଶେଷ ହୁଏ ନାହିଁ । ପରମେଶ୍ୱର ଯେତେ ଆଶୀର୍ବାଦ କରିଲେ ମଧ୍ୟ ମନୁଷ୍ୟ ସନ୍ତୁଷ୍ଟ ହୋଇପାରେ ନାହିଁ । ପରମେଶ୍ୱର ଯେତେ ଆଶୀର୍ବାଦ କରିଲେ ମଧ୍ୟ ମନୁଷ୍ୟ ସନ୍ତୁଷ୍ଟ ହୋଇପାରେ ନାହିଁ । ପରମେଶ୍ୱର ସେଦିନ ମୋଶାଙ୍କୁ ଦଣ୍ଡ ଦେଲେ ନାହିଁ ସତ କିନ୍ତୁ ସେ ତାଙ୍କ ବ୍ୟବହାର ଦ୍ଵାରା ଅସନ୍ତୁଷ୍ଟ ହୋଇଥିଲେ । ମନେରଖୁ, ଈଶ୍ଵର ତାହାଙ୍କ ସେବାକାର୍ଯ୍ୟ ନିମନ୍ତେ ଜ୍ଞାନୀ ଅବା ଧନୀମାନଙ୍କୁ ମନୋନୀତ ନ କରି, ମୂର୍ଖ ଓ ଦୁର୍ବଳ ବ୍ୟକ୍ତିମାନଙ୍କୁ ମନୋନୀତ କରିଛନ୍ତି । ତେଣୁ ପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ନିଜକୁ ସଂପୂର୍ଣ୍ଣ ରୂପେ ତାହାଙ୍କଠାରେ ନିର୍ଭର କରୁ । 

What is the hypostatic union ?

 तात्विक संघ क्या है? यीशु एक ही समय में परमेश्वर और मनुष्य दोनों कैसे हो सकते हैं?

तात्विक संघ शब्द का उपयोग यह वर्णन करने के लिए किया जाता है कि कैसे परमेश्वर पुत्र, यीशु मसीह ने मानव स्वभाव को ग्रहण किया, फिर भी एक ही समय में पूरी तरह से प्रभु बने रहे। यीशु हमेशा से परमेश्वर था (यूहन्ना 8:58, 10:30), लेकिन देहधारण पर यीशु एक इंसान बन गया (यूहन्ना 1:14)। ईश्वरीय प्रकृति में मानव स्वभाव का जोड़ यीशु, ईश्वर-पुत्र है। यह तात्विक संघ है, यीशु मसीह, एक व्यक्ति, पूर्ण परमेश्वर और पूर्ण मनुष्य।


यीशु के दो स्वभाव, मानवीय और दिव्य, अविभाज्य हैं। यीशु हमेशा के लिए परमेश्वर-मनुष्य, पूर्ण परमेश्वर और पूर्ण मानव, एक व्यक्ति में दो अलग-अलग स्वभाव होंगे। यीशु की मानवता और दिव्यता मिश्रित नहीं हैं, लेकिन अलग पहचान की हानि के बिना एकजुट हैं। यीशु ने कभी-कभी मानवता की सीमाओं के साथ कार्य किया (यूहन्ना 4:6, 19:28) और दूसरी बार अपने ईश्‍वरत्व की शक्ति में (यूहन्ना 11:43; मत्ती 14:18-21)। दोनों में, यीशु के कार्य उसके एक व्यक्तित्व के थे। यीशु के दो स्वभाव थे, लेकिन केवल एक ही व्यक्तित्व था।


तात्विक संघ का सिद्धांत यह समझाने का एक प्रयास है कि कैसे यीशु एक ही समय में परमेश्वर और मनुष्य दोनों हो सकते हैं। आखिरकार, एक सिद्धांत के माध्यम से हम पूरी तरह से समझने में असमर्थ हैं। हमारे लिए यह पूरी तरह से समझना असंभव है कि परमेश्वर कैसे कार्य करता है। हमें, सीमित दिमाग वाले मनुष्यों के रूप में, एक अनंत परमेश्वर को पूरी तरह से समझने की उम्मीद नहीं करनी चाहिए। यीशु परमेश्वर का पुत्र है कि वह पवित्र आत्मा के द्वारा आश्वस्त था (लूका 1:35)। परन्तु इसका अर्थ यह नहीं है कि यीशु का अस्तित्व ही नहीं था (यूहन्ना 8:58, 10:30)। जब यीशु गर्भ में आए, तो वह परमेश्वर होने के अतिरिक्त एक मनुष्य बन गया (यूहन्ना 1:1, 14)।


यीशु परमेश्वर और मनुष्य दोनों हैं। यीशु हमेशा से परमेश्वर रहे हैं, लेकिन वे तब तक इंसान नहीं बने जब तक कि वे मरियम के द्वारा गर्भ में नहीं आते। यीशु हमारे संघर्षों (इब्रानियों 2:17) में हमारे साथ अपनी पहचान बनाने के लिए एक मनुष्य बन गया (इब्रानियों 2:17) और, इससे भी महत्वपूर्ण, ताकि वह हमारे पापों के दंड को चुकाने के लिए क्रूस पर मर सके (फिलिप्पियों 2:5-11)। संक्षेप में, तात्विक संघ सिखाता है कि यीशु पूरी तरह से मानव और पूरी तरह से दिव्य दोनों हैं, कि प्रकृति का कोई मिश्रण या विलयन नहीं है, और वह हमेशा के लिए एक संयुक्त व्यक्ति है। 


Source : Gotquestion.org


ପରମେଶ୍ବରଙ୍କ ପରିଚୟ

 ପରମେଶ୍ବରଙ୍କ ପରିଚୟ

ଆଜିର ଚିନ୍ତା

ଯାତ୍ରା ୩:୧୩-୨୨

ମୋ' ଜୀବନରେ ମହାନ ପରମେଶ୍ୱରଙ୍କ ପ୍ରକୃତ ପରିଚୟ ପାଇଛି କି ? 


ମିସରୀୟମାନଙ୍କ ସହିତ ରହିବା ଦ୍ଵାରା ମୋଶା ପରମେଶ୍ୱରଙ୍କ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲେ । ତେଣୁ ପରମେଶ୍ୱରଙ୍କୁ ଜାଣିବାର କୌତୁହଳ ଆଉ ତାଙ୍କ ପରିଚୟ ଅନ୍ୟମାନଙ୍କୁ ଦେବାର ଜିଜ୍ଞାସା ତାଙ୍କ ମନରେ ଜାତ ହେବା ଯୋଗୁ ସେ ପରମେଶ୍ୱରଙ୍କୁ ତାଙ୍କ ପରିଚୟ ମାଗିଥିଲେ, ଯାହାର ଉତ୍ତରରେ ପରମେଶ୍ୱର ତାଙ୍କୁ ନିଜର ପରିଚୟ ଦେଇଥିଲେ । 


ସ୍ୱୟମ୍ଭୁ ପରମେଶ୍ୱର : ପରମେଶ୍ୱର ମୋଶାଙ୍କୁ କହିଲେ ଯେ "ଆମ୍ଭେ ଯେ ଅଛୁ ସେ ଅଛୁ, ଆମ୍ଭେ ସ୍ଵୟମ୍ଭୁ" । ପରମେଶ୍ୱରଙ୍କୁ କୌଣସି ନାମ ଦିଆଯାଇ ପାରିବ ନାହିଁ ବା କୌଣସି ସୀମା ମଧ୍ୟରେ ସୀମିତ ରଖାଯାଇ ପାରିବ ନାହିଁ । ସେ ଅନନ୍ତ, ଅନନ୍ୟ, ଅସୀମ ଓ ଯାହାଙ୍କୁ କେହି ସୃଷ୍ଟି କରି ନାହିଁ, ସେ ହିଁ ସୃଷ୍ଟିକର୍ତ୍ତା । 


ଅପରିବର୍ତ୍ତନୀୟ ପରମେଶ୍ୱର : ପରମେଶ୍ୱର ଯେ ମୋଶାଙ୍କୁ ଦର୍ଶନ ଦେଇଅଛନ୍ତି ଆଉ ଇସ୍ରାଏଲୀୟମାନଙ୍କୁ  ତାଙ୍କ ପରିଚୟ ଦେବାକୁ ପରମେଶ୍ୱର ତାଙ୍କୁ କହିଲେ ଯେ, ସେ ଅବ୍ରାହାମ, ଇସହାକ ଓ ଯାକୁବର ପରମେଶ୍ୱର ଅଟନ୍ତି (୧୫,୧୬ ପଦ) । ସେ ପୁରୁଷାନୁକ୍ରମେ ଥାଆନ୍ତି ଆଉ ସେ କାଲି ଥିଲେ, ସେ ଆଜି ଅଛନ୍ତି ଆଉ ସେ ମଧ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ରହିବେ । ତାଙ୍କର କୌଣସି ପରିବର୍ତ୍ତନ ନାହିଁ । 


ତତ୍ତ୍ଵାନୁସନ୍ଧାନକାରୀ ପରମେଶ୍ୱର : ୧୬ ପଦରେ ପରମେଶ୍ୱର ମୋଶାଙ୍କୁ ଜଣାନ୍ତି ଯେ, ସେ ତତ୍ତ୍ଵାନୁସନ୍ଧାନକାରୀ ଅଟନ୍ତି। କାରଣ ସେ ଇସ୍ରାଏଲୀୟମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କର କଷ୍ଟ ଆଉ କ୍ରନ୍ଦନ ସେ ଦେଖିଛନ୍ତି । ତେଣୁ ସେ ସେମାନଙ୍କ ନିମନ୍ତେ ଚିନ୍ତା କରି ସେମାନଙ୍କୁ ମିସରରୁ ଉଦ୍ଧାର କରିବାକୁ ଏବଂ ସେମାନଙ୍କୁ ଏକ ଉତ୍ତମ ଆଉ ସେମାନଙ୍କ ନିଜସ୍ଵ ଦେଶରେ ସ୍ଥାପନ କରିବାକୁ ଯୋଜନା କରିଛନ୍ତି । 


ଆଜି ଆମ୍ଭେମାନେ ଧନ୍ୟ ଯେ, ଆମେ ଏହିଭଳି ପରମେଶ୍ୱରଙ୍କର ସେବା ଆଉ ଉପାସନା କରିବାର ସୁଯୋଗ ପାଇଛୁ, ଯାହାଙ୍କର ମହାନତା ଆମ୍ଭମାନଙ୍କର ବୁଝିବା ବା କଳ୍ପନା କରିବା ଶକ୍ତିଠାରୁ ବାହାରେ । କିନ୍ତୁ ଏତେ ମହାନ୍ ପରମେଶ୍ୱର ହୋଇ ମଧ୍ୟ ସେ ଆମ ଭଳି ମନୁଷ୍ୟଙ୍କ ପାଇଁ ମନାଯୋଗୀ ହୋଇ ଆମ ପାପ ପାଇଁ ଆପଣା ଏକମାତ୍ର ପୁତ୍ରଙ୍କୁ ବଳି ଦେଇ ଆମକୁ ପରିତ୍ରାଣ ଦେଲେ । ଆଜି ମନୁଷ୍ୟ ହିସାବରେ ଆମେ ତାଙ୍କୁ କିପରି ସମ୍ମାନ ଦେଉଛୁଁ ? 

ସାର୍ବଭୌମ ଈଶ୍ୱର

 ସାର୍ବଭୌମ ଈଶ୍ୱର

ଆଜିର ଚିନ୍ତା

ଯାତ୍ରା ୩:୧-୧୨


ମୁଁ କ'ଣ ପରମେଶ୍ୱରଙ୍କ ସାର୍ବଭୌମତ୍ୱକୁ ସ୍ଵୀକାର କରେ?


ମିଦୀୟନ ଦେଶରେ ମୋଶା ମେଷପାଳକ ଭାବରେ ଏକ ମହତ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିଲେ । ପରମେଶ୍ୱର ତାଙ୍କୁ ଇସ୍ରାଏଲର ମେଷପାଳକ ରୂପେ ପ୍ରାନ୍ତରରେ ବ୍ୟବହାର କରିବାକୁ ଯାଉଥିଲେ । କିନ୍ତୁ ମୋଶା ସେ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲେ, ତେଣୁ ପରମେଶ୍ୱର ଯେ ତାଙ୍କୁ ପ୍ରତି ମୁହୂର୍ତ୍ତରେ ନୀରିକ୍ଷଣ କରୁଛନ୍ତି ଆଉ ଏକ ମହାନ ଯୋଜନାକୁ ସଫଳ କରିବାକୁ ଯାଉଛନ୍ତି, ତାହା ସେ ମୋଶାଙ୍କୁ ଜଣାଇବାକୁ ଯାଉଥିଲେ ।



ଏକ ପବିତ୍ର ସ୍ଥାନ : ଜ୍ୱଳନ୍ତ ବୁଦା ପରମେଶ୍ୱରଙ୍କର ଏକ ଅସାଧାରଣ ଓ ଅସ୍ବାଭାବିକ ଆଶ୍ଚର୍ଯ୍ୟ କାର୍ଯ୍ୟ ଥିଲା । ଏହି ଅନୁଭୂତିରୁ ମୋଶା ପ୍ରଥମ ଥର ପାଇଁ ଜାଣିଲେ ଯେ ସଦାପ୍ରଭୁଙ୍କଠାରେ କୌଣସି ବିଷୟ ଅସମ୍ଭବ ନୁହେଁ ଏବଂ ସେ ଯେପରି ପବିତ୍ର, ମୋଶାଙ୍କୁ ମଧ୍ୟ ସେପରି ପବିତ୍ର ରହିବାକୁ ହେବ, କାରଣ ପରମେଶ୍ୱରଙ୍କ ଉପସ୍ଥିତି ଯେଉଁ ସ୍ଥାନରେ ଥାଏ ତାହା ପବିତ୍ର ପ୍ରକୃତରେ ପରମେଶ୍ୱର ଯେଉଁମାନଙ୍କୁ ନିଜ କାର୍ଯ୍ୟ ନିମନ୍ତେ ବାଛିଥାନ୍ତି ଓ ସେମାନଙ୍କ ଠାରୁ ସେ ପବିତ୍ରତା ଓ ତାଙ୍କ ନିକଟରେ ସଂପୂର୍ଣ୍ଣ ଭରସା ଅପେକ୍ଷା କରନ୍ତି ୧ ପିତର ୧:୧୫ ରେ ଲେଖାାଯାଏ, "ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ" ।



ଏକ ମହତ ଆହ୍ୱାନ: ଇସ୍ରାଏଲୀୟମାନେ ମିସରରେ ଦାସ୍ୟକର୍ମ ହେତୁରୁ ହାହାକାର ଓ କ୍ରନ୍ଦନ କଲେ । ସେତେବେଳେ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ  ଯୋଜନା ପ୍ରସ୍ତୁତ କଲେ । ତେଣୁ ହୋରେବ ପର୍ବତରେ ପରମେଶ୍ୱର ମୋଶାଙ୍କୁ ଦର୍ଶନ ଦେଇ ତାହାଙ୍କ ଲୋକମାନଙ୍କୁ ମିସରରୁ ଉଦ୍ଧାର କରି ଏକ ଉତ୍ତମ ଦେଶକୁ କଢାଇ ନେବା ପାଇଁ ଆଦେଶ ଦେଲେ ।  ଯଦିଓ ମୋଶା ନିଜର ଦୁର୍ବଳତା ଓ ଅକ୍ଷମତା ପ୍ରକାଶ କରିଥିଲେ, କିନ୍ତୁ ପ୍ରଭୁ ଯେ ତାଙ୍କର ସହବତ୍ତୀ ତାହା ସେ ମୋଶାଙ୍କ ନିକଟରେ ପ୍ରକାଶ କରିଥିଲେ । ଆମେ ଜାଗତିକ ଭାବେ ଦୁର୍ବଳ ଓ ଅକ୍ଷମ ହେଲେ ମଧ୍ୟ ପରମେଶ୍ୱର ଆମକୁ ତାଙ୍କର ମହତ ଉଦ୍ଦେଶ୍ୟ ସଫଳ ନିମନ୍ତେ ବ୍ୟବହାର କରିପାରନ୍ତି । ପ୍ରତିଦିନ ଈଶ୍ୱରଙ୍କ ବାକ୍ୟ ପଠନ କରିବା ସମୟରେ ହୁଏତ କୌଣସି ଏକ କଷ୍ଟକର କାମ କରିବା ପାଇଁ ପ୍ରଭୁ ଆମ ଜୀବନରୁ ଆଶା କରୁଛନ୍ତି, ମାତ୍ର ଆମେ ପ୍ରଭୁଙ୍କ ନିକଟରେ ବିଭିନ୍ନ ବାହାନା ରଖୁଛୁ ଅବା ତାହାଙ୍କ ଆହ୍ୱାନର ବାଧ୍ୟ ହେବା ପାଇଁ ଶକ୍ତି ମାଗୁଛୁ ?

Five reasons for Adam's Faulty Communication

 आदम के दोषपूर्ण  संवाद के पाँच कारण 


हव्वा से आदम का संचार उसी तरह भटक गया। उनका संदेश पांच बुनियादी कारणों से टूट गया:


  • उन्होंने उस संदेश में कुछ विवरणों को नजरअंदाज कर दिया, जिनसे उन्हें संवाद करना था।
  • उसने हव्वा की आवाज को परमेश्वर की आवाज से ज्यादा प्रभावित करने दिया।
  • वह अपने संचार के लिए खुद को जवाबदेह ठहराने में विफल रहा।
  • वह भूल गया कि परमेश्वर ने अनाज्ञाकारिता के परिणामों के बारे में क्या कहा था।
  • उन्होंने अपने दोषपूर्ण संचार के परिणामों की जिम्मेदारी नहीं ली।

Source : Maxwell Leadership Bible.

ସାଲିସ ନ କର

 ସାଲିସ ନ କର

ଆଜିର ଚିନ୍ତା


ଯାତ୍ରା ୨:୧୧-୨୫


ନିଜର ସ୍ବାର୍ଥ ପାଇଁ ମୁଁ ସତ୍ୟର ବିରୁଦ୍ଧରେ ଯାଇଛି କି ? 


ମୋଶା ଯଦି ଫାରୋଙ୍କ ଗୃହରେ ଥାନ୍ତେ, ତେବେ ଉପଯୁକ୍ତ ସମୟରେ ସେ ନିଜେ ମଧ୍ୟ ଫାରୋ ହୋଇ ପାରି ଥାନ୍ତେ, ଆଉ ତା' ପରେ ସେ ଇସ୍ରାଏଲୀୟ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବନ୍ଦ କରିପାରିଥାନ୍ତେ । କାରଣ ଅତୀତରେ ମଧ୍ୟ ସେ ଯୋଷେଫଙ୍କୁ ସେଭଳି ବ୍ୟବହାର କରିଛନ୍ତି, ମାତ୍ର ଈଶ୍ୱରଙ୍କ ଯୋଜନା ଭିନ୍ନ ଥିଲା । 


ଦୂର୍ବଳର ସପକ୍ଷ : ମୋଶା ବୁଝି ସାରିଥିଲେ କେଉଁମାନେ ନିରୀହ ଆଉ କେଉଁମାନେ ଅତ୍ୟାଚାରୀ । କେଉଁମାନଙ୍କର ସପକ୍ଷରେ ଛିଡ଼ା ହେବେ । ଯାହାର ପରିଣାମ ସ୍ଵରୂପେ  ଫାରୋ ତାଙ୍କୁ ବଧ କରିବାକୁ ଅନୁମତି ଦେଲେ । ମୋଶା ମିସରୀୟ ପ୍ରତିଷ୍ଠା ଓ ଅଧିପତ୍ୟ ପ୍ରତି ଲାଳାୟିତ ନ ଥିଲେ, ସେଥିପାଇଁ ସେ ମିସରୀୟମାନଙ୍କ ଅନ୍ୟାୟ ବିରୁଦ୍ଧରେ ଠିଆ ହୋଇଥିଲେ । ଆମେ ମଧ୍ୟ ଅନେକ ସମୟରେ କୌଣସି ଲାଭ ଆଶାରେ ବା ନିଜର ସ୍ବାର୍ଥ ପୁୁରଣ ପାଇଁ ଭୁଲ୍ ବିଷୟଗୁଡ଼ିକୁ ଦେଖି ମଧ୍ୟ ତା'ର ପ୍ରତିବାଦ ନ କରି ନୀରବ ରହୁ । ଆଜି ଜଗତରେ ସବୁ କ୍ଷେତ୍ରରେ ଅନ୍ୟାୟ ଓ ଅତ୍ୟାଚାର, କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ସନ୍ତାନ ସେମାନେ କେବେ ହେଲେ ଅନ୍ୟାୟ ସହିତ ସାଲିସ କରିପାରିବେ ନାହିଁ । ହୁଏତ ଆମେ କାହାରି ବିଚାର କରିପାରିବା ନାହିଁ ମାତ୍ର ସତ୍ୟ ସପକ୍ଷରେ ଠିଆ ହେବା ଖ୍ରୀଷ୍ଟ ବିଶ୍ୱାସୀର ଗୋଟିଏ ଗୁଣ ହେବା ଆବଶ୍ୟକ । 


ପ୍ରବାସୀର ଜୀବନ : ମୋଶା ହୁଏତ କେବେ ହେଲେ ଭାବି ନ ଥିବେ ଯେ ଦିନେ ତାଙ୍କୁ ଏଭଳି କିଛି କର୍ମ କରିବାକୁ ପଡ଼ିବ, ଯାହା ଦ୍ଵାରା ସେ ଫାରୋଙ୍କର ଶତ୍ରୁ ପାଲଟି ଯିବେ । ମୋଶାଙ୍କର ଉଦଯୋଗ ଗୋଟିଏ ଭୟଙ୍କର କାର୍ଯ୍ୟକୁ କଢ଼ାଇ ନେଲା । ସେ ଜଣେ ମିସ୍ରିୟର ମୃତ୍ୟୁର କାରଣ ହେଲେ, ସତ୍ୟ ସପକ୍ଷରେ ଠିଆ ହେବା ପାଇଁ ପ୍ରଭୁଙ୍କଠାରୁ ଜ୍ଞାନ ମାଗିବା ଆବଶ୍ୟକ । ନିଜ ଲୋକମାନଙ୍କ ପାଇଁ ସେ ଫାରୋଙ୍କ ପରିବାର ଚ୍ୟୁତ ହେବା ସହିତ ରାଜମହଲର ସୁଖ ଓ ସମୃଦ୍ଧିକୁ ଛାଡ଼ି ଏକ ପ୍ରବାସୀ ଭାବେ ମିଦୀୟନ ଦେଶରେ ବାସ କରିବାକୁ ଲାଗିଲେ । ପ୍ରକୃତରେ ଯେଉଁମାନେ ଈଶ୍ୱରଙ୍କ ଦ୍ଵାରା ମନୋନୀତ ଆଉ ପୃଥକୀକୃତ, ସେମାନଙ୍କ ଜୀବନରେ ଅନେକ ତ୍ୟାଗ ଆଉ ସଂଘର୍ଷ ଥାଏ, କାରଣ ସେସବୁ ଦ୍ଵାରା ହିଁ ଈଶ୍ଵର ସେମାନଙ୍କୁ ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଯାଉଥିବା ପରିସ୍ଥିତି ନିମନ୍ତେ ପ୍ରସ୍ତୁତ କରନ୍ତି । ତେଣୁ ଦୁଖର ଜୀବନ ମଧ୍ୟରେ ଆମେ ପ୍ରଭୁଙ୍କ ଇଛା ବୁଝିବା ପାଇଁ ଚେଷ୍ଟା କରୁ । 


ସୁରକ୍ଷାଦାତା ଈଶ୍ଵର

 ସୁରକ୍ଷାଦାତା ଈଶ୍ଵର

ଆଜିର ଚିନ୍ତା

ଯାତ୍ରା ୨:୧-୧୦


ଈଶ୍ଵରଙ୍କ ଯୋଜନାକୁ ସଫଳ କରିବା ଦିଗରେ ମୋର ଭୂମିକା କ'ଣ ?


ଇସ୍ରାଏଲର ଉଦ୍ଧାର ନିମନ୍ତେ, ପରମେଶ୍ୱର ମୋଶାଙ୍କୁ ବାଛିଲେ, କିନ୍ତୁ ଯାହାଙ୍କ ଦ୍ଵାରା ଇସ୍ରାଏଲର ଉଦ୍ଧାର ହେବାକୁ ଯାଉଥିଲା ସେହି ମୋଶାଙ୍କ ଶିଶୁ ଅବସ୍ଥା ଅତି ବିପଦପୂର୍ଣ୍ଣ ଥିଲା । କେତୋଟି ବିଶେଷ କାରଣରୁ ମୋଶାଙ୍କ ଜୀବନ ରକ୍ଷା ପାଇଥିଲେ ।  


ପରମେଶ୍ଵରଙ୍କ ସାହାଯ୍ୟ : ଯେତେବେଳେ ଫାରୋ ଇସ୍ରାଏଲର ସମସ୍ତ ନବଜାତ ପୁତ୍ର ସନ୍ତାନ ମାନଙ୍କୁ ମାରିଦେବା ପାଇଁ ଆଜ୍ଞା ଦେଲେ (ଆଦି ୧:୨୨) । ସେହି ସମୟରେ ମୋଶାଙ୍କର ଜନ୍ମ ହୋଇଥିଲା । ସେ ଅତି ସୁନ୍ଦର ଥିବାରୁ ତାଙ୍କ ମାତା ତାଙ୍କୁ ଲୁଚାଇ ରଖିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଲୁଚାଇ ନ ପାରି ମୋଶାଙ୍କୁ ଜୀବିତ ରଖିବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ । ମୋଶାଙ୍କୁ ଗୋଟିଏ ନଳନିର୍ମିତ ପେଡ଼ି ମଧ୍ୟରେ ନଦୀ ତୀରସ୍ଥ ନଳବନରେ ରଖିଲେ, ଆଉ ସମସ୍ତ ବିଷୟ ପ୍ରଭୁଙ୍କ ଉପରେ ଛାଡ଼ିଦେଲେ । ଯେତେବେଳେ ଫାରୋଙ୍କ କନ୍ୟା ମୋଶାଙ୍କୁ ପାଇଲେ, ସେତେବେଳେ ମୋଶାଙ୍କ ଭଉଣୀ ଶିଶୁଟିର ଯତ୍ନ ନେବା ପାଇଁ ଜଣେ ଏବ୍ରୀୟା ଧାତ୍ରୀକି ଡାକିକି ଆଣିଲେ, ଯେ ପ୍ରକୃତରେ ମୋଶାଙ୍କ ମାତା ଥିଲେ । ସେଦିନ ସେମାନଙ୍କ ଉପସ୍ଥିତ ବୃଦ୍ଧି ଏବଂ ପରମେଶ୍ଵରଙ୍କ ସାହାଯ୍ୟ ଦ୍ଵାରା ମୋଶାଙ୍କୁ ଗୋଟିଏ ନୂତନ ଜୀବନ ମିଳିଥିଲା । ଆମ ଜୀବନରେ ମଧ୍ୟ ଅନେକ ସମୟରେ ବଡ଼ ବଡ଼ ସମସ୍ୟା ସବୁ ଆସିଥାଏ । ତାହାର ସମ୍ମୁଖୀନ ହୋଇ ଉପଯୁକ୍ତ ପଦକ୍ଷେପ ଯେପରି ଆମେ ନେଇପାରିବା, ସେଥିପାଇଁ ପ୍ରଭୁଙ୍କଠାରୁ ଜ୍ଞାନ ଓ ବୁଦ୍ଧି ଭିକ୍ଷା କରୁ ପୁଣି ପ୍ରଭୁଙ୍କ ସାହାଯ୍ୟ ପ୍ରାର୍ଥନା କରୁ । 


ପରମେଶ୍ଵରଙ୍କ ଯୋଜନା : ପରମେଶ୍ୱର ଫାରୋଙ୍କର କନ୍ୟାଙ୍କ ହୃଦୟରେ ଶିଶୁ ମୋଶାଙ୍କ ପ୍ରତି ଦୟାର ଅନ୍ତକରଣ ଦେଲେ । ସେ ମୋଶାଙ୍କୁ ଏବ୍ରୀୟ ଜାଣି ମଧ୍ୟ ନିଜ ପୁତ୍ର ସ୍ୱରୂପେ ଗ୍ରହଣ କରିଲେ । ପରମେଶ୍ବର ତାଙ୍କୁ ଫାରୋଙ୍କ ଗୃହରେ ସୁରକ୍ଷିତ ରଖିଲେ କାରଣ ଫାରୋଙ୍କ ଗୃହ ଛଡ଼ା ମୋଶାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୁଏତ ଅନ୍ୟତ୍ର ନ ଥିଲା । ସେହି ବାଳକ ଦିନେ ଫାରୋଙ୍କ ଗୃହରେ ରହି ବୃଦ୍ଧି ପାଇବ ଓ ପରବର୍ତ୍ତୀ ସମୟରେ ଇସ୍ରାଏଲ ଜାତି ପ୍ରତି ଉଦ୍ଧାର କାର୍ଯ୍ୟ ସାଧନ କରିବ, ତାହାର କଳ୍ପନା ମଧ୍ୟ କେହି କରି ନ ଥିବେ । ତେଣୁ ପ୍ରଭୁଙ୍କର ଆଶ୍ଚର୍ଯ୍ୟ ଯୋଜନାକୁ ବୁଝିବା ମନୁଷ୍ୟ ପକ୍ଷରେ କଷ୍ଟକର । ଯେଉଁମାନେ ଈଶ୍ୱରଙ୍କୁ ଭୟ କରନ୍ତି, ଈଶ୍ଵର ସେମାନଙ୍କୁ ଉଦ୍ଧାର କରିବାକୁ ବହୁପୂର୍ବରୁ ଯୋଜନାଗୁଡିକ ପ୍ରସ୍ତୁତ କରନ୍ତି । ଏଣୁ ଆସନ୍ତୁ ଈଶ୍ୱରଙ୍କ ସାର୍ବଭୌମତ୍ୱକୁ ସ୍ଵୀକାର କରି ତାହାଙ୍କ ନିକଟରେ ଆପଣା ଗତି ସମର୍ପଣ କରୁ । 

ଗୌରବର କାର୍ଯ୍ୟ

 ଗୌରବର କାର୍ଯ୍ୟ

ଆଜିର ଚିନ୍ତା

ଲୁକ ୯:୩୭-୫୦


ଯୀଶୁ କ'ଣ ମୋ' ଜୀବନ ଦ୍ଵାରା ଗୌରବାନ୍ୱିତ ହୁଅନ୍ତି ? 


ଈଶ୍ୱରଙ୍କ ଇଚ୍ଛା ଓ ଯୋଜନାକୁ ବୁଝିବା ମନୁଷ୍ୟ ପକ୍ଷରେ କଷ୍ଟକର । ସବୁବେଳେ ଈଶ୍ୱର ଆମ୍ଭମାନଙ୍କୁ ତାଙ୍କ ବାକ୍ୟ ଦ୍ଵାରା ସଚେତନ କରୁଛନ୍ତି । 


ଶକ୍ତିର କାର୍ଯ୍ୟ : ଶିଷ୍ୟମାନେ ଯେଉଁ କାର୍ଯ୍ଯ କରିବାକୁ ଅସମର୍ଥ ହେଲେ, ଯୀଶୁ ନିଜେ ତାହା ସାଧନ କରିଥିଲେ । ସେ ଭୂତଗ୍ରସ୍ତ ବାଳକର ପିତାଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ପୁତ୍ରକୁ ସୁସ୍ଥ କରିବା ଦ୍ୱାରା ନିଜେ ମହାଶକ୍ତିର ପରିଚୟ ଦେଇଥିଲେ । ଯୀଶୁ ଏଠାରେ ଶିଷ୍ୟମାନଙ୍କୁ ସ୍ମରଣ କରାଇ ଦେଇଥିଲେ ଯେ, ଉପବାସ ଓ ପ୍ରାର୍ଥନା ବିନା କୌଣସି ଶକ୍ତିର କାର୍ଯ୍ୟ କରାଯାଇ ପାରେ ନାହିଁ, ଏହି ଶିକ୍ଷା ଆମ୍ଭମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଜଗତରେ ବିଜୟୀ ଜୀବନ କାଟିବାକୁ ହେଲେ, ଉପବାସ ଓ ପ୍ରାର୍ଥନା ଆମ ଜୀବନର ମୂଳ ମନ୍ତ୍ର ହେବା ପ୍ରୟୋଜନ ।


ଆତ୍ମିକ ଜ୍ଞାନ : ସୁସ୍ଥତା ପାଇଁ ବିଶ୍ଵାସର ଆବଶ୍ୟକତାକୁ ଯୀଶୁ ସବୁବେଳେ ଗୁରୁତ୍ବ ଦେଉଥିଲେ । ଯୀଶୁଙ୍କ ସାହାଯ୍ୟରେ ପିଲାଟି ସୁସ୍ଥତା ଲାଭ କରିଥିଲା, ମାତ୍ର ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟକୁ ଈଶ୍ୱରଙ୍କ ଉପସ୍ଥିତିର ଚିହ୍ନ ବୋଲି ନୁହେଁ କିନ୍ତୁ ବିସ୍ମୟର କାର୍ଯ୍ୟ ରୂପେ ଦେଖିଲେ, ଯୀଶୁ ତାଙ୍କ ଆଗମନର ଉଦ୍ଦେଶ୍ୟ, ମୃତ୍ୟୁ ତଥା ପୁନରୁତ୍ଥାନ ବିଷୟ ଶିଷ୍ୟମାନଙ୍କୁ କହିଲେ, ସେମାନେ ତାହା ବୁଝିପାରୁ ନ ଥିଲେ ଏବଂ ତାଙ୍କୁ ପରିବାର ମଧ୍ୟ ଭୟ କରୁଥିଲେ । ଆମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ବାକ୍ୟ ବୁଝିବାରେ ଅସମର୍ଥ ହେଲେ, ପ୍ରାର୍ଥନାରେ ପ୍ରଭୁଙ୍କୁ ଜ୍ଞାନ ମାଗିବା । ବାକ୍ୟକୁ ବୁଝିବାକୁ ଓ ଆତ୍ମିକ ଜ୍ଞାନରେ ବୃଦ୍ଧି ଲାଭ କରିବାକୁ ଈଶ୍ୱରଙ୍କ ଅନୁଗ୍ରହ ଓ ଦୟା ଭିକ୍ଷା କରିବା । 


ସବୁଠାରୁ ଶ୍ରେଷ୍ଠ : ଫଳ ଭାରରେ ବୃକ୍ଷ ନଇଁ ଗଲା ପରି ବିଶ୍ୱାସୀ ନମ୍ରଶୀଳ ହେବା ଆବଶ୍ୟକ । ଯଦିଓ ୪୪ ପଦରେ ନିଜର ଦୁଃଖଭୋଗ ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ସୂଚନା ଦେଇଥିଲେ କିନ୍ତୁ ତାହା ସେମାନେ ବୁଝିବାକୁ ଅସମର୍ଥ ଥିଲେ।  କାରଣ କିଏ ଶ୍ରେଷ୍ଠ ଏହି ବିଷୟରେ ସେମାନଙ୍କ ମଧ୍ୟରେ ବାଦାନୁବାଦ ଥିଲା, କିନ୍ତୁ ଯୀଶୁ ସେଦିନ ଶିଷ୍ୟମାନଙ୍କୁ ଗୋଟିଏ ସାନ ପିଲାର ଦୃଷ୍ଟାନ୍ତ ମାଧ୍ୟମରେ ବୁଝାଇ ଦେଇଥିଲେ, ଯେ ନିଜକୁ ସାନପିଲା ପରି ନମ୍ର କରେ, ସେ ଈଶ୍ୱରଙ୍କ ଦୃଷ୍ଟିରେ ଶ୍ରେଷ୍ଠ । ଛୋଟ ପିଲାପରି ସରଳ ଓ ନମ୍ର ହେଲେ ପ୍ରଭୁ ଆମକୁ ସେହି ଶ୍ରେଷ୍ଠ ସ୍ଥାନ ଦେବେ । 

ଗୌରବମୟ ସମୟ

 ଗୌରବମୟ ସମୟ

ଆଜିର ଚିନ୍ତା


ଲୁକ ୯:୨୮-୩୬


ଯୀଶୁଙ୍କ ମହିମାର କାର୍ଯ୍ୟ ମୁଁ ମୋ' ଜୀବନରେ ଅନୁଭବ କରିଛି କି ? 


ଯୀଶୁଙ୍କୁ ରୂପାନ୍ତରିତ ଘଟଣାଟି ତାଙ୍କର ଆଗାମୀ ମହିମାର ସୂଚନା ଦିଏ । ଯୀଶୁ ଏକାନ୍ତରେ ପ୍ରାର୍ଥନା କରିବାକୁ ପର୍ବତ ଉପରକୁ ଯାଉଥିଲେ । ଯେଉଁଠାରେ ସେ ପରମେଶ୍ଵରଙ୍କ ଉପସ୍ଥିତି ଅନୁଭବ କରୁଥିଲେ ଏବଂ କାର୍ଯ୍ୟ କରିବା ପାଇଁ ଶକ୍ତିପ୍ରାପ୍ତ ହେଉଥିଲେ । 


ଆଶ୍ଚର୍ଯ୍ୟ ଅନୁଭୁତି : ଯୀଶୁ ପର୍ବତ ଉପରେ ଶିଷ୍ୟମାନଙ୍କ ସହିତ ପ୍ରାର୍ଥନା କରୁଥିବା ସମୟରେ ତାଙ୍କ ବସ୍ତ୍ର ଉଜ୍ଜ୍ୱଳ ଓ ରୂପ ପରିବର୍ତ୍ତିତ ହେଲା। ସେଠାରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ସେମାନେ ମୋଶା, ଏଲୀୟ ଓ ଯୀଶୁଙ୍କୁ ଦେଖିଲେ । ସେମାନେ ଯୀଶୁଙ୍କୁ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରୁଥଲେ । ଶିଷ୍ୟମାନେ ସେଠାରେ ସାଧୂମାନଙ୍କର ଏକ ଐଶ୍ୱରୀୟ ପରିବେଶ ଅନୁଭବ କଲେ । ଏହି ପରିବେଶରେ ସେମାନେ ଅତିଶୟ ଆପ୍ୟାୟିତ ହେଲେ । ଯୀଶୁଙ୍କର ଗୌରବ ତାଙ୍କର ମୃତ୍ୟୁ ଦ୍ଵାରା ଜଗତ ସମ୍ମୁଖରେ ସୁପ୍ରମାଣିତ ହେଲା । ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ମଧ୍ୟକୁ ଆଣିବା ନିମନ୍ତେ ଯୀଶୁ କ୍ରୃଶ ଉପରେ ଗୌରବାନ୍ଵିତ ହେଲେ । ସେଦିନ ଯୀଶୁଙ୍କ ବିଷୟରେ ଏହି ଆକାଶବାଣୀ ହେଲା "ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶ୍ରବଣ କର" ।


ବାକ୍ୟର ଜ୍ଞାନ : ମୋଶା ବ୍ୟବସ୍ଥାର ପ୍ରତୀକ, ଏଲୀୟ ଭବିଷ୍ୟତବକ୍ତାମାନଙ୍କ ପ୍ରତୀକ । ବ୍ୟବସ୍ଥା ଓ ଭବିଷ୍ୟତବକ୍ତା ଯୀଶୁଙ୍କଠାରେ ସଫଳ ହେଲା । ମୋଶା ଓ ଏଲୀୟଙ୍କ କଥୋପକଥନ ଯୀଶୁଙ୍କ ମୃତ୍ୟୁ ଦ୍ଵାରା ସପ୍ରମାଣିତ ହେଲା । ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୃତ୍ୟୁବରଣ ପ୍ରକୃତ ଗୌରବ ଅଟେ । ଏହି ଦୁଃଖ ଭୋଗର ଆଭାସ ଯୀଶୁ ଶିଷ୍ୟମାନଙ୍କୁ ଦେଇଥିଲେ । ଯୀଶୁ ଜଗତକୁ କାହିଁକି ଆସିଛନ୍ତି, କ୍ରୃଶରେ ହତ ହେବାକୁ ଯାଉଛନ୍ତି ଓ ମୃତ୍ୟୁର ନାହୁଡ ଭାଙ୍ଗି ମୃତ୍ୟୁଞ୍ଜୟୀ ହେବେ ଏହି ନିଗୁଡ ବିଷୟ ସବୁ ସେଦିନ ଶିଷ୍ୟମାନଙ୍କୁ ଜଣାଇଥିଲେ । 


ଯୀଶୁ ନିତ୍ୟଜୀବି ଓ ସର୍ବତ୍ର ବିଦ୍ୟମାନ । ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ସ୍ଥାପିତ ନୂତନ ନିୟମ ମାନବଜାତିଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇଛି । 



ଶୟତାନର ନାମଗୁଡିକ

 

ଅଭିଯୋଗକାରୀ/ ଅପବାଦକଈଶ୍ବରଙ୍କ ସମ୍ମୁଖରେ ବିଶ୍ବାସୀମାନଙ୍କୁ ବିରୋଧ କରେ |ପ୍ରକାଶିତ ବାକ୍ୟ ୧୨:୧୦
ପ୍ରତିଦ୍ଵନ୍ଦୀ ଈଶ୍ବରଙ୍କ ବିରୁଦ୍ଧରେ ୧ ପିତର ୫:୮
ପୁରାତନ ନାଗ ଏଦନ ଉଦ୍ୟାନରେ ପ୍ରତାରଣାକାରୀ ପ୍ରକାଶିତ ବାକ୍ୟ ୧୨:୯; ୨୦:୨
ବାଆଲ୍ଜିବୂଲ୍ ଭୂତପତି ମାଥିଉ ୧୨:୨୪
ବିଲିୟାର ମୂଲ୍ୟହୀନ ୨ କରିନ୍ଥୀୟ ୬:୧୫
ଶୟତାନଅପବାଦକମାଥିଉ ୪:୧
ପ୍ରକାଣ୍ଡ ସର୍ପ ବିନାଶକାରୀ |ପ୍ରକାଶିତ ବାକ୍ୟ ୧୨:୩, ୭,୯
ଶତ୍ରୁବିରୋଧୀ |ମାଥିଉ ୧୩:୨୮
ମନ୍ଦଅନ୍ତର୍ନିହିତ ଭାବରେ ମନ୍ଦ |ଯୋହନ ୧୭:୧୫
ଜଗତ୍ପତିଜ୍ଞାନ ଚକ୍ଷୁ କୁ ଅନ୍ଧ କରିଅଛି ୨ କରିନ୍ଥୀୟ ୪:୪
ମିଥ୍ୟାବାଦୀସତ୍ୟକୁ ବିକୃତ କରେ |ଯୋହନ ୮:୪୪
ହତ୍ୟାକାରୀଲୋକଙ୍କୁ ଅନନ୍ତ ମୃତ୍ୟୁକୁ ନେଇଯାଏ |ଯୋହନ ୮:୪୪
ଭୂତପତି ପତିତ ଦୂତମାନଙ୍କର ନେତା ମାର୍କ ୩:୨୨
ଆକାଶ ମଣ୍ଡଳର ଅଧିପତି ଅନାଜ୍ଞାବହ ସନ୍ତାନମାନଙ୍କୁ ନିୟନ୍ତ୍ରଣ କରେ ଏଫିସୀୟ ୨:୧-୨
ଗର୍ଜନ କରୁଥିବା ସିଂହଯିଏ ଗ୍ରାସ କରେ ୧ ପିତର ୫:୮
ଏହି ଜଗତର ଅଧିପତି ବିଶ୍ୱର ବ୍ୟବସ୍ଥାକୁ ଶାସନ କରେ ଯୋହନ ୧୨:୩୧
ଶୟତାନ ପ୍ରତିଦ୍ଵନ୍ଦୀ୧ ତୀମଥି ୫:୧୫
ପରୀକ୍ଷକ ଲୋକଙ୍କୁ ପାପ କରିବାକୁ ଅନୁରୋଧ କରେ |୧ ଥେସଲନୀକୀୟ ୩:୫