BN

Is It Better to Be Single???(Odia)

 ମୋର ଏପର୍ଯ୍ୟନ୍ତ କେହି ବୟଫ୍ରେଣ୍ଡ କି ଗର୍ଲଫ୍ରେଣ୍ଡ ନାହାନ୍ତି, ଏବଂ ମୋର ସାଙ୍ଗମାନେ ଏସବୁ ବିଷୟକୁ ନେଇ ମୋତେ ଥଟ୍ଟା କରନ୍ତି । 

ତେବେ ଆପଣଙ୍କ ବିଚାର କଣ ?


  ହୋରମୋନ (Harmones), ମିଡିଆ (Media), ସାଙ୍ଗମାନଙ୍କ ଚାପ (Peer Pressure), ଏକାକୀ ଜୀବନ (Loneliness), ଏବଂ କୌତୁହଳ (Curiosity) ଜୀବନ ଆମକୁ ଡେଟିଂ(Dating) କରିବାକୁ ବା ମନ୍ଦ ସମ୍ପର୍କ ରଖିବାକୁ ଉତ୍ସାହିତ କରେ ।  ଲୋକମାନେ ଏପରି ଅନୁଭବ କରନ୍ତି ଯେ ଯଦି ଆମର ପ୍ରେମିକ ବା ପ୍ରେମିକା (BF/ GF) ନାହିଁ, ତେବେ  ଆମେମାନେ କିଛି ନୋହୁଁ । ଏଠାରେ ଗୁରୁତ୍ୱପୂର୍ଣ୍ଣ ଉପଦେଶ ହେଉଛି : ଏକୁଟିଆ (Single) ରୁହ ଏବଂ ତୁମେ ବିବାହ ସାଥୀ ଖୋଜିବା ବିଷୟରେ ଚିନ୍ତା କରିବା ପର୍ଯ୍ୟନ୍ତ ଏକୁଟିଆ ଜୀବନକୁ ଉପଭୋଗ କର | ପ୍ରେମ ଚମତ୍କାର (Wonderful) କିନ୍ତୁ ଯଦି ଆମେ ଏହା ପାଇଁ ପ୍ରସ୍ତୁତ ନୁହଁ, ତେବେ ଏକୁଟିଆ (Single) ରହିବା  ଭଲ |

ଏକୁଟିଆ (Single) ରହିବା କାହିଁକି ଭଲ ??


  • ଏକୁଟିଆ ଜୀବନ (Singleness) ଆମେ ପ୍ରକୃତରେ କିଏ ଏବଂ ଆମେ କାହିଁକି ଜୀବିତ ଅଛୁ  ତାହା ଆବିଷ୍କାର କରିବା ନିମନ୍ତେ ଆମକୁ ସ୍ଥାନ ଓ ସୁଯୋଗ ଦିଏ: ଆମେ ଅନ୍ୟ ଜଣଙ୍କ ପାଖରେ  ସିଦ୍ଧତା କିମ୍ବା ଆମର ଭାଗ୍ୟ ପାଇବା ନାହିଁ | 


  • ଏକୁଟିଆ ଜୀବନ(Singleness) ଆମର ବନ୍ଧୁତା (Friendship),ସଉକ (Hobbies) , ବିଦ୍ୟାଳୟ ଶିକ୍ଷା (Education), କ୍ରୀଡା (Sports) ଏବଂ ବିଶ୍ଵାସ (Faith) ର ବିକାଶ ପାଇଁ ଅନୁମତି ଦିଏ (୧ କରିନ୍ଥୀୟ ୭:୩୨-୩୫ ଦେଖନ୍ତୁ) | ଅନ୍ୟ ସହିତ ରହିବା ନିମନ୍ତେ ବହୁତ ପରିମାଣର ଶକ୍ତି ଦରକାର |


  • ଏକୁଟିଆ ଜୀବନ(Singleness) ଆମ ଜୀବନ ସାଥୀ (ସ୍ଵାମୀ ବା ସ୍ତ୍ରୀ) ପାଇଁ, ନିଜକୁ ଓ ନିଜର ହୃଦୟକୁ ଗୋଟିଏ ଉପହାର ଭାବରେ ସଞ୍ଚୟ କରି ରଖିବାକୁ ଅନୁମତି ଦିଏ | ଅଧିକାଂଶ ରୋମାଣ୍ଟିକ୍ ଯୁବକ ଓ ଯୁବତୀମାନଙ୍କ ସମ୍ପର୍କ ହୃଦୟ ବିଦାରକ ସହିତ ଶେଷ ହୁଏ | ଆମେ ଅସୁରକ୍ଷିତ ଏବଂ ଅବିଶ୍ୱାସ ପରିବେଶରେ ରହିଅଛୁ, ଯାହା ଆମ ଜୀବନକୁ ଜଟିଳ କରିଥାଏ, ଯାହାଫଳରେ ଏକ ସୁସ୍ଥ ସମ୍ପର୍କକୁ ପ୍ରବେଶ କରିବା କଷ୍ଟକର ହୋଇଥାଏ |


  • ଏକୁଟିଆ ଜୀବନ (Singleness)  ଡେଟିଂ(Dating)  ବା ଆସୁଥିବା ଯୌବନକାଳର ପ୍ରଲୋଭନରୁ ଆମକୁ ରକ୍ଷା ପାଇବା ପାଇଁ ସାହାଯ୍ୟ କରେ । ଏହାର ଅର୍ଥ ହେଉଛି ଏକୁଟିଆ ଜୀବନ (ଅବିବାହିତ) ଆମକୁ ଅବିବାହିତ ଯୌନ ସମ୍ପର୍କର ପ୍ରକୃତ ଅବନତିରୁ ରକ୍ଷା କରିପାରିବ - ଯେପରିକି ହୃଦୟର ଯନ୍ତ୍ରଣା (Heartache) , ଅବାଞ୍ଛିତ ଗର୍ଭଧାରଣ (Unwanted Pregnancy) , ଯୌନ ସଂକ୍ରମଣ ରୋଗ (Sexual Transmitted Infections)  ଏବଂ ଏଚ୍.ଆଇ.ଭି.(HIV)  ।



>>> ପସନ୍ଦ ହେଉଛି ଆପଣଙ୍କର <<<
>>> The Choice is Yours <<< 


Note: Here we mean to say that Singleness is Better Before marriage. Singleness means life without girlfriend or boyfriend. We are not mentioning against marriage rather Dating (BF/GF)



Source: Reach 4 Life

No comments:

Post a Comment

Kindly give your suggestions or appreciation!!!