BN

ଖ୍ରୀଷ୍ଟିୟାନମାନେ ରାକ୍ଷୀ ବନ୍ଧନ ପାଳନ କରିବା ଉଚିତ ନା ନାହିଁ?

  ଖ୍ରୀଷ୍ଟିୟାନମାନେ ରାକ୍ଷୀ ବନ୍ଧନ ପାଳନ କରିବା ଉଚିତ ନା ନାହିଁ?

Should a Christian celebrate Raksha Bandhan?


ଉତ୍ତର : - ନାହିଁ 
କାହିଁକି ??? 


ଏହା ଜାଣିବା ପୂର୍ବରୁ ଆମେ ଆଉ ଗୋଟିଏ ବିଷୟ ପ୍ରତି ଧ୍ୟାନ ଦେବା ।

ରାକ୍ଷୀ ବନ୍ଧନ ଏକ ପ୍ରଥା ନୁହେଁ, କିନ୍ତୁ ଏକ ପର୍ବ !!! 

ସାଧାରଣତଃ ପର୍ବ କାହିଁକି ପାଳନ କରାଯାଏ ବା କାହିଁକି ଆମେମାନେ ପାଳନ କରିଥାଉ ??

ମୋ ଚିନ୍ତାଧାରାନୁସାରେ ପର୍ବ ଗୋଟିଏ ବିଷୟକୁ ସ୍ମରଣ କରି, ତାହା ଯେଉଁଠାରୁ ଆରମ୍ଭ ହୋଇଛି, ତାହାକୁ ବା ତାଙ୍କୁ ନିଜର ସମ୍ମାନ ବା କୃତଜ୍ଞତା ଦେଖାଇବା ପାଇ କରାଯାଏ । ଗୋଟିଏ ଜନ୍ମଦିନ ପାଳନ ଉଦାହରଣ ସହିତ ବୁଝିବା । 

ଜନ୍ମ ଦିନ କାହିଁକି ଆମେ ପାଳନ କରୁ ?

  • ଜଗତରେ ଈଶ୍ଵର ଆମ୍ଭମାନଙ୍କୁ ପଠାଇଅଛନ୍ତି ବୋଲି ନିଜର କୃତଜ୍ଞତା ପ୍ରକାଶ କରିବା ନିମନ୍ତେ 

  • ନିଜର ଖୁସି ବା କୃତଜ୍ଞତା ଅନ୍ୟମାନଙ୍କ ସହ ବାଣ୍ଟିବା ନିମନ୍ତେ 

  • ନିଜ ଜୀବନରେ ଆଉ ଗୋଟିଏ ନୂଆ ବର୍ଷ ଯୋଗ ହେଲା ବୋଲି ଖୁସିରେ ପିତା ମାତାଙ୍କୁ ବା ଈଶ୍ଵରଙ୍କୁ ଧନ୍ୟବାଦ ଦେବା ନିମନ୍ତେ । ଇତ୍ୟାଦି ............ 

 

ତେବେ ଏଠି ଆମେ ଦେଖିଲୁ ଯେ ଆମେ ପ୍ରାୟତଃ ଗୋଟିଏ ବିଷୟର ଆରମ୍ଭକୁ ସ୍ମରଣ କରି, ଯାହା ଦ୍ଵାରା ଆରମ୍ଭ ହୋଇଛି ତାହାଙ୍କୁ କୃତଜ୍ଞତା ଜଣାଇବା ପାଇ କୌଣସି ପର୍ବ ପାଳନ କରିଥାଉ । ବାଇବେଲରେ ଈଶ୍ଵର ଇସ୍ରାଏଲ ଲୋକଙ୍କୁ  ନିସ୍ତାର ପର୍ବ ପାଳନ କରିବାକୁ କହିଥିଲେ । ଯେତେବେଳେ ସେ ସେମାନଙ୍କୁ ମିସର ଦେଶରୁ ଉଦ୍ଧାର କରି ଆଣିଲେ ।  

ଆଉ ସେହି ଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ, ପୁଣି ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ; ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ପର୍ବ ପାଳନ କରିବଯାତ୍ରାପୁସ୍ତକ ୧୨:୧୧-୧୪

ଏଥିରୁ ମଧ୍ୟ ଆମେ ନିଶ୍ଚିତ ହେଉଛୁ ଯେ ପର୍ବ କୌଣସି ବିଷୟକୁ ସ୍ମରଣ କରି ନିଜର କୃତଜ୍ଞତାର ଖୁସିକୁ ଅନ୍ୟ ମାନଙ୍କ ସହ ବାଣ୍ଟିବା ନିମନ୍ତେ ପାଳନ କରିଥାଉ । 


ତେବେ ଆସନ୍ତୁ ଆମେ ଦେଖିବା ଯେ ଖ୍ରୀଷ୍ଟିୟାନମାନେ କାହିଁକି ରାକ୍ଷୀ ବନ୍ଧନ ପାଳନ କରିବା ଉଚିତ ନୁହେଁ?


  • ରାକ୍ଷୀ ବନ୍ଧନ ମହାଭାରତରୁ ଆରମ୍ଭ ହୋଇଛି । 


ମହାଭାରତ ସମୟରେ ବିଶ୍ୱାସ କରାଯାଏ ଯେ ରାଜା ଶିଶୁପାଲାଲଙ୍କ ବିରୁଦ୍ଧରେ ସୁଦର୍ଶନ ଚକ୍ର ବ୍ୟବହାର କରୁଥିବା ସମୟରେ ଦ୍ରୋପଦୀ କୃଷ୍ଣଙ୍କ ହାତରେ ଏକ ରାଖୀ ବାନ୍ଧିଥିଲେ। କୃଷ୍ଣଙ୍କ ହାତ ରକ୍ତସ୍ରାବ ହେଉଥିବାବେଳେ ଦ୍ରୋପଦୀ ତାଙ୍କ ଶାଢୀରୁ ଏକ ଖଣ୍ଡ ଚିରି ତାଙ୍କ ହାତରେ ବାନ୍ଧିଥିଲେ। ଏହି ଅଙ୍ଗଭଙ୍ଗୀ ଦ୍ୱାରା କୃଷ୍ଣ ଏତେ ସ୍ପର୍ଶ କରିଥିଲେ ଯେ ଏହାର ପ୍ରତିବଦଳରେ ସେ ପ୍ରତିଜ୍ଞା କରିଥିଲେ ଯେ ତାଙ୍କୁ ସୁରକ୍ଷା ଏବଂ ସମ୍ମାନ ଦେବା ପାଇଁ ସେ ସର୍ବଦା ଉପସ୍ଥିତ ରହିବେ। 

ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋର ବଙ୍ଗଳା ବିଭାଜନ (୧୯୦୫) ସମୟରେ ଏକ ରାକ୍ଷୀ ବାନ୍ଧବ ପର୍ବ ଆରମ୍ଭ କରିଥିଲେ, ଯେଉଁଥିରେ ସେ ହିନ୍ଦୁ ଏବଂ ମୁସଲମାନ ମହିଳାମାନଙ୍କୁ ଅନ୍ୟ ସମ୍ପ୍ରଦାୟର ପୁରୁଷଙ୍କ ଉପରେ ରାଖୀ ବାନ୍ଧିବା ଏବଂ ସେମାନଙ୍କୁ ସେମାନଙ୍କର ଭାଇ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ଅଭ୍ୟାସ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ବ୍ରିଟିଶ ପ୍ରୟାସକୁ ପ୍ରତିହତ କରିବା ପାଇଁ ପରିକଳ୍ପନା କରାଯାଇଥିଲା। 


  • ଯଦି ଆମ୍ଭେମାନେ ପାଳନ କରୁ ତେବେ ଅନ୍ୟ ଦେବତାଙ୍କୁ ବା ଯାହାଠାରୁ ଆରମ୍ଭ ହୋଇଛି ତାହାଙ୍କୁ ସମ୍ମାନ ବା ଉପାସନା କରୁ । ଯାହାକି ଦଶଆଜ୍ଞାର ପ୍ରଥମ ଆଜ୍ଞାର ଅବମାନନା ଅଟେ। 


ଆପଣ ଜାଣନ୍ତି କି ଯେ କାହିଁକି ମୋଶା ଦଶାଆଜ୍ଞାର ପ୍ରସ୍ତର ଫଳକକୁ ଫୋପାଡି ଦେଇଥିଲେ ??

"ଏଥିରେ ସେ ଛାଉଣିର ନିକଟବର୍ତ୍ତୀ ହେବା ମାତ୍ରେ ସେହି ବାଛୁରି ଓ ନୃତ୍ୟ ଦେଖିଲେ; ତହିଁରେ ମୋଶାଙ୍କର କ୍ରୋଧ ପ୍ରଜ୍ଵଳିତ ହେଲା; ଏଣୁ ସେ ଆପଣା ହସ୍ତରୁ ସେହି ଦୁଇ ପ୍ରସ୍ତର ପଟା ଫୋପାଡ଼ି ଦେଇ ପର୍ବତ ତଳେ ତାହା ଭାଙ୍ଗିଲେ।" ଯାତ୍ରା ୩୨:୧୯

କୁହାଯାଏ ଯେ ଇସ୍ରାଏଲ ସନ୍ତାନଗଣ ବାଛୁରୀର ପ୍ରତିମା ବା ମୂର୍ତ୍ତି ବନେଇ ନୃତ୍ୟ କରୁଥିଲେ, ଯାହାକି ଦଶାଆଜ୍ଞାର ପ୍ରଥମ ଆଜ୍ଞାର ଅବମାନନା ଥିଲା । ସରଳ ଭାବରେ ଯଦି କହୁ, ଇସ୍ରାଏଲ ଲୋକମାନେ ପ୍ରଥମ ଆଜ୍ଞାକୁ ଅବମାନନା କରୁଥିଲେ, ଯାହାଫଳରେ ମୋଶା କ୍ରୋଦ୍ଧ ହୋଇ ପ୍ରସ୍ତର ପଟା ଫୋଫାଡି ଦେଲେ। ଯଦି ଆମ୍ଭେମାନେ ରାକ୍ଷୀ ବନ୍ଧନ ପାଳନ କରୁ, ତେବେ ଏହା ଏକ ପ୍ରତିମା ପୂଜା ସାଦୃଶ୍ୟ ହୁଏ । ଏବଂ ଆମେ ଦଶାଆଜ୍ଞାର ପ୍ରଥମ ଆଜ୍ଞାକୁ ଅବମାନନା କରୁ।  

ଠିକ ସେହିପରି ପାଉଲଙ୍କ ପ୍ରତି କରନ୍ଥିୟ ମଣ୍ଡଳୀର ଗୋଟିଏ ପ୍ରଶ୍ନଥିଲା ଯାହିକି ଉପରେ ଦିଆଯାଇଥିବା ପ୍ରଶ୍ନ ସହ ସମାନ୍ତର ଅଟେ । ତାଙ୍କର ପ୍ରଶ୍ନ ଏହାଥିଲା ଯେ, ଖ୍ରୀଷ୍ଟିୟାନମାନେ ଦେବ ପ୍ରସାଦ ଖାଇବା ଉଚିତ ନା ନାହିଁ ? ଆଉ ପାଉଲ ଏହି ପ୍ରଶ୍ନର ଉତ୍ତର ବହୁତ ସ୍ପଷ୍ଟ ଭାବରେ ୧ମ କରିନ୍ଥୀୟ ୮ ପର୍ବ ରେ ଦେଇଅଛନ୍ତି । ମୁଁ ଆପଣାଙ୍କୁ ଅନୁରୋଧ ଏହି ଅଧ୍ୟାୟଟି ପଢି ବୁଝିବା ନିମନ୍ତେ ।

  • ଯଦି ଏହା ଆମେ ପାଳନ କରୁ ତେବେ ଦୁର୍ବଳ ବିଶ୍ବାସୀମାନଙ୍କ ଝୁଣ୍ଟିବାର କାରଣ ହେଉ । 

  • କିନ୍ତୁ ସାବଧାନ, କାଳେ ତୁମ୍ଭମାନଙ୍କର ଏହି ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ହୁଏ। ୧ କରି ୮:୯ 

  • କାରଣ ଜ୍ଞାନୀ ଯେ ତୁମ୍ଭେ, ତୁମ୍ଭକୁ ଯଦି କେହି ଦେବାଳୟରେ ଭୋଜନରେ ବସିବାର ଦେଖେ, ତେବେ ସେ ଦୁର୍ବଳ ହୋଇଥିଲେ ତାʼର ବିବେକ କଅଣ ଦେବପ୍ରସାଦ ଭୋଜନ କରିବାକୁ ସାହସିକ ହେବ ନାହିଁ? ୧ କରି ୮:୧୦

  • ଏଣୁ ଯେଉଁ ଦୁର୍ବଳ ଭ୍ରାତା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ସେ ତୁମ୍ଭ ଜ୍ଞାନ ଦ୍ଵାରା ନଷ୍ଟ ହେଉଅଛି।  ୧ କରି ୮:୧୧

  • ଏହିପ୍ରକାରେ ଭାଇମାନଙ୍କ ବିରୁଦ୍ଧରେ ପାପ କରି ଓ ସେମାନଙ୍କ ଦୁର୍ବଳ ବିବେକକୁ ଆଘାତ କରି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଅଛ।  ୧ କରି ୮:୧୨

ଅତଏବ ଆମ୍ଭେମାନେ ଯୀଶୁଙ୍କ ଶିଷ୍ୟଭାବରେ ରାକ୍ଷୀ ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମାକୁ ପାଳନ କରିବା ଉଚିତ ନୁହେଁ । 


ଅତଏବ, ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ଵରଙ୍କ ଗୌରବ ନିମନ୍ତେ ସବୁ କର। 

୧ କରି ୧୦:୩୧


4 comments:

Kindly give your suggestions or appreciation!!!