BN

ଗୌରବମୟ ସମୟ

 ଗୌରବମୟ ସମୟ

ଆଜିର ଚିନ୍ତା


ଲୁକ ୯:୨୮-୩୬


ଯୀଶୁଙ୍କ ମହିମାର କାର୍ଯ୍ୟ ମୁଁ ମୋ' ଜୀବନରେ ଅନୁଭବ କରିଛି କି ? 


ଯୀଶୁଙ୍କୁ ରୂପାନ୍ତରିତ ଘଟଣାଟି ତାଙ୍କର ଆଗାମୀ ମହିମାର ସୂଚନା ଦିଏ । ଯୀଶୁ ଏକାନ୍ତରେ ପ୍ରାର୍ଥନା କରିବାକୁ ପର୍ବତ ଉପରକୁ ଯାଉଥିଲେ । ଯେଉଁଠାରେ ସେ ପରମେଶ୍ଵରଙ୍କ ଉପସ୍ଥିତି ଅନୁଭବ କରୁଥିଲେ ଏବଂ କାର୍ଯ୍ୟ କରିବା ପାଇଁ ଶକ୍ତିପ୍ରାପ୍ତ ହେଉଥିଲେ । 


ଆଶ୍ଚର୍ଯ୍ୟ ଅନୁଭୁତି : ଯୀଶୁ ପର୍ବତ ଉପରେ ଶିଷ୍ୟମାନଙ୍କ ସହିତ ପ୍ରାର୍ଥନା କରୁଥିବା ସମୟରେ ତାଙ୍କ ବସ୍ତ୍ର ଉଜ୍ଜ୍ୱଳ ଓ ରୂପ ପରିବର୍ତ୍ତିତ ହେଲା। ସେଠାରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ସେମାନେ ମୋଶା, ଏଲୀୟ ଓ ଯୀଶୁଙ୍କୁ ଦେଖିଲେ । ସେମାନେ ଯୀଶୁଙ୍କୁ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରୁଥଲେ । ଶିଷ୍ୟମାନେ ସେଠାରେ ସାଧୂମାନଙ୍କର ଏକ ଐଶ୍ୱରୀୟ ପରିବେଶ ଅନୁଭବ କଲେ । ଏହି ପରିବେଶରେ ସେମାନେ ଅତିଶୟ ଆପ୍ୟାୟିତ ହେଲେ । ଯୀଶୁଙ୍କର ଗୌରବ ତାଙ୍କର ମୃତ୍ୟୁ ଦ୍ଵାରା ଜଗତ ସମ୍ମୁଖରେ ସୁପ୍ରମାଣିତ ହେଲା । ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ମଧ୍ୟକୁ ଆଣିବା ନିମନ୍ତେ ଯୀଶୁ କ୍ରୃଶ ଉପରେ ଗୌରବାନ୍ଵିତ ହେଲେ । ସେଦିନ ଯୀଶୁଙ୍କ ବିଷୟରେ ଏହି ଆକାଶବାଣୀ ହେଲା "ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶ୍ରବଣ କର" ।


ବାକ୍ୟର ଜ୍ଞାନ : ମୋଶା ବ୍ୟବସ୍ଥାର ପ୍ରତୀକ, ଏଲୀୟ ଭବିଷ୍ୟତବକ୍ତାମାନଙ୍କ ପ୍ରତୀକ । ବ୍ୟବସ୍ଥା ଓ ଭବିଷ୍ୟତବକ୍ତା ଯୀଶୁଙ୍କଠାରେ ସଫଳ ହେଲା । ମୋଶା ଓ ଏଲୀୟଙ୍କ କଥୋପକଥନ ଯୀଶୁଙ୍କ ମୃତ୍ୟୁ ଦ୍ଵାରା ସପ୍ରମାଣିତ ହେଲା । ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୃତ୍ୟୁବରଣ ପ୍ରକୃତ ଗୌରବ ଅଟେ । ଏହି ଦୁଃଖ ଭୋଗର ଆଭାସ ଯୀଶୁ ଶିଷ୍ୟମାନଙ୍କୁ ଦେଇଥିଲେ । ଯୀଶୁ ଜଗତକୁ କାହିଁକି ଆସିଛନ୍ତି, କ୍ରୃଶରେ ହତ ହେବାକୁ ଯାଉଛନ୍ତି ଓ ମୃତ୍ୟୁର ନାହୁଡ ଭାଙ୍ଗି ମୃତ୍ୟୁଞ୍ଜୟୀ ହେବେ ଏହି ନିଗୁଡ ବିଷୟ ସବୁ ସେଦିନ ଶିଷ୍ୟମାନଙ୍କୁ ଜଣାଇଥିଲେ । 


ଯୀଶୁ ନିତ୍ୟଜୀବି ଓ ସର୍ବତ୍ର ବିଦ୍ୟମାନ । ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ସ୍ଥାପିତ ନୂତନ ନିୟମ ମାନବଜାତିଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇଛି । 



No comments:

Post a Comment

Kindly give your suggestions or appreciation!!!