BN

ବିଶ୍ବାସର ମାନଦଣ୍ଡ

 ବିଶ୍ବାସର ମାନଦଣ୍ଡ

ଆଜିର ଚିନ୍ତା


ଯାତ୍ରା ୪:୧-୧୭


ପ୍ରଭୁ ଯୀଶୁଙ୍କ ଆହ୍ବାନକୁ ଆମେ ଉପେକ୍ଷା କରିବା ଠିକ୍ କି? 


ମୋଶା ଈଶ୍ୱରଙ୍କ ପରିଚୟ ପାଇଲେ ମଧ୍ୟ ଏତେ ବଡ଼ ଦାୟିତ୍ଵ ନେବାକୁ ସେ ପ୍ରସ୍ତୁତ ନ ଥିଲେ । ସେ ଭୟ କରୁଥିଲେ ଯେ କାଳେ ତାଙ୍କ କଥା କେହି ଶୁଣିବେନି ବା ବିଶ୍ଵାସ କରିବେନି, ତେଣୁ ସେ ବାରମ୍ବାର ପଛଘୁଞ୍ଚା ଦେଉଥିଲେ, କିନ୍ତୁ ସଦାପ୍ରଭୁ ତାଙ୍କୁ ଛାଡ଼ିଲେ ନାହିଁ । 


ବିଶ୍ଵାସର ଚିହ୍ନ : ଯେତେବେଳେ ମୋଶା ସଦାପ୍ରଭୁଙ୍କୁ କହିଲେ ଯେ ତାଙ୍କ କଥାରେ କେହି ବିଶ୍ଵାସ ଆଉ ମନୋଯୋଗ କରିବେ ନାହିଁ, ସେତେବେଳେ ସଦାପ୍ରଭୁ ତାଙ୍କୁ ତିନୋଟି ଚିହ୍ନ, 

୧. ଯଷ୍ଟି ସର୍ପ ହେବା (୩ପଦ), 

୨.ହସ୍ତ ବକ୍ଷ ସ୍ଥଳରେ ଦେଲେ ତାହା ହିମବର୍ଣ୍ଣ ତୁଲ୍ୟ କୁଷ୍ଟ ହେବା (୬ପଦ), 

୩. ନଦୀ ଜଳ ଶୁଷ୍କ ଭୂମିରେ ରକ୍ତ ହେବା (୯ପଦ) । 

ଇସ୍ରାଏଲୀୟମାନଙ୍କୁ ବିଶ୍ଵାସ ଦେବାରେ ଏହି ଚିହ୍ନଗୁଡ଼ିକ ଯଥେଷ୍ଟ ଥିଲା । ପରମେଶ୍ୱର ମୋଶାଙ୍କ ପାଇଁ ସବୁ ବିଷୟ ସଜାଡି ଦେଲେ । ଯେ ନିଜକୁ ଦୁର୍ବଳ ବୋଲି ଭାବୁଥିଲେ, ସେ ଏବେ ପରମେଶ୍ୱରଙ୍କ ଠାରୁ ଅଲୌକିକ ଶକ୍ତି ପ୍ରାପ୍ତ ହୋଇ ସାରିଥିଲେ । ଆମେ ମଧ୍ୟ ଅନେକ ସମୟରେ ପରମେଶ୍ୱରଙ୍କ ଶକ୍ତିକୁ ସନ୍ଦେହ କରି ଚିହ୍ନ ଅନ୍ଵେଷଣ କରୁ । କିନ୍ତୁ ଏବ୍ରୀ ୧୧:୧ ରେ ଲେଖାଯାଏ "ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳ ଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ" । 


ଅଯୋଗ୍ୟତାର ବାହାନା : ମୋଶା ଜଡ଼ଜିହ୍ୱା ଓ ବାକ୍ୟରେ ଧୀରେ ଥିଲେ, ଏହା ସେ ପରମେଶ୍ୱରଙ୍କୁ ଜଣାଇବା ପରେ ପରମେଶ୍ଵର ଯେ ତାଙ୍କ ମୁଖର ସହବର୍ତ୍ତୀ ହେବେ ତାହା ତାଙ୍କୁ ପ୍ରତିଜ୍ଞା କଲେ । କିନ୍ତୁ ପରମେଶ୍ୱର ସବୁ ପ୍ରଶ୍ନର ଉତ୍ତର ଆଉ ସମାଧାନ ଦେଇ ସାରିଥିଲେ ମଧ୍ୟ ମୋଶା ଆଉ ଗୋଟିଏ ବାହାନା କରି କହିଲେ ଯେ, "ମୋତେ ନ ପଠାଇ ଅନ୍ୟ କାହାକୁ ପଠାଅ" । ଏହାଦ୍ବାରା ମୋଶାଙ୍କ ଉପରେ ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ବଳିତ ହୋଇଥିଲା । ସତରେ ମନୁଷ୍ୟର ଅଭିଯୋଗ ଆଉ ବାହାନାର କେବେ ଶେଷ ହୁଏ ନାହିଁ । ପରମେଶ୍ୱର ଯେତେ ଆଶୀର୍ବାଦ କରିଲେ ମଧ୍ୟ ମନୁଷ୍ୟ ସନ୍ତୁଷ୍ଟ ହୋଇପାରେ ନାହିଁ । ପରମେଶ୍ୱର ଯେତେ ଆଶୀର୍ବାଦ କରିଲେ ମଧ୍ୟ ମନୁଷ୍ୟ ସନ୍ତୁଷ୍ଟ ହୋଇପାରେ ନାହିଁ । ପରମେଶ୍ୱର ସେଦିନ ମୋଶାଙ୍କୁ ଦଣ୍ଡ ଦେଲେ ନାହିଁ ସତ କିନ୍ତୁ ସେ ତାଙ୍କ ବ୍ୟବହାର ଦ୍ଵାରା ଅସନ୍ତୁଷ୍ଟ ହୋଇଥିଲେ । ମନେରଖୁ, ଈଶ୍ଵର ତାହାଙ୍କ ସେବାକାର୍ଯ୍ୟ ନିମନ୍ତେ ଜ୍ଞାନୀ ଅବା ଧନୀମାନଙ୍କୁ ମନୋନୀତ ନ କରି, ମୂର୍ଖ ଓ ଦୁର୍ବଳ ବ୍ୟକ୍ତିମାନଙ୍କୁ ମନୋନୀତ କରିଛନ୍ତି । ତେଣୁ ପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ନିଜକୁ ସଂପୂର୍ଣ୍ଣ ରୂପେ ତାହାଙ୍କଠାରେ ନିର୍ଭର କରୁ । 

No comments:

Post a Comment

Kindly give your suggestions or appreciation!!!