ପୁନରୁତ୍ଥାନର ଗୁରୁତ୍ୱ
ଆଜିର ଚିନ୍ତା
ଲୁକ ୨୪:୧-୧୨
ମୁଁ ଅନ୍ୟମାନଙ୍କୁ ଯୀଶୁଙ୍କର ପୁନରୁତ୍ଥାନ ସମ୍ବନ୍ଧରେ କି ପ୍ରମାଣ ଦେବି ?
ଯୀଶୁଙ୍କର ପୁନରୁତ୍ଥାନ ଖ୍ରୀଷ୍ଟୀୟ ବିଶ୍ଵାସର ସର୍ବଶ୍ରେଷ୍ଟ ଓ ସର୍ବାଧିକ ଗୁରୁତ୍ୱପୁର୍ଣ୍ଣ ଘଟଣା ଘଟେ । ଏହା ଈଶ୍ଵରଙ୍କର ଉଦ୍ଧାର ଯୋଜନାର ମୁଖ୍ୟ ଘଟଣା ଅଟେ । ..ରୋମିୟ...୧୦:୯-୧୦ ଅନୁସାରେ, ଯୀଶୁ ଯେ ପ୍ରଭୁ ଅଟନ୍ତି, ଏହା ଆମକୁ ମୁଖରେ ସ୍ଵୀକାର କରିବାକୁ ହେବା ଓ ଈଶ୍ଵର ଯେ ଯେ ତାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ଏହାକୁ ହୃଦୟରେ ବିଶ୍ଵାସ କରିବାକୁ ହେବ । ଆମ ହୃଦୟରେ ବିଶ୍ଵାସ ଜାତ କରାଇବା ପାଇଁ ଲୁକ ପୁନରୁତ୍ଥାନର ତିନୋଟି ପ୍ରମାଣ ଦେଇଛନ୍ତି ।
ଶୁନ୍ୟ ସମାଧି :
ଯୀଶୁଙ୍କର ସମାଧି ଦେଖି ବାହୁଡ଼ି ଯାଇଥିବା କେତେ ଜଣ ସ୍ତ୍ରୀ (ପ୍ରାୟ ୫ ଜଣ) ଦୁଇ ଦିନ ପରେ ତାଙ୍କ ଶରୀରରେ ସୁଗନ୍ଧି ତୈଳ ଢାଳିବା ପାଇଁ ଫେରି ଆସିଥିଲେ । କିନ୍ତୁ ସମାଧି ଶୁନ୍ୟ ଥିଲା ଓ ସେଠାରେ ଯୀଶୁଙ୍କର ଶରୀର ନ ଥିଲା । ଶୁନ୍ୟ ସମାଧିକୁ ଦେଖିବାରେ ସେମାନେ ପ୍ରଥମ ଚାକ୍ଷୁଷ ସାକ୍ଷୀ ଥିଲେ । ପରେ, ସ୍ତ୍ରୀମାନଙ୍କର କଥାରେ ଅବିଶ୍ବାସ କରିଥିଲେ ସୁଦ୍ଧା, ପିତର ନିଜେ ଆସି ଯୀଶୁଙ୍କର ଶୁନ୍ୟ ସମାଧି ଦେଖି ଚମକ୍ରୁତ ହୋଇଥିଲେ । ସେହିପରି ସମାଧିକୁ ଜଗିଥିବା ପ୍ରହରୀମାନେ ଓ ଧର୍ମନେତାମାନେ ମଧ୍ୟ ସେହି ଶୁନ୍ୟ ସମାଧି ଦେଖୁଥିଲେ, ନଚେତ୍ ମିଥ୍ୟା ଖବର ପ୍ରଚାର କରିବା ପାଇଁ ସେମାନେ ପ୍ରହରୀମାନଙ୍କୁ ଟଙ୍କା ଦେଇ ନ ଥା' ନ୍ତେ (ମାଥିଉ ୨୮:୧୨) ।
ଦୂତମାନଙ୍କ ବାର୍ତ୍ତା :
ସେହି ସ୍ତ୍ରୀମାନଙ୍କୁ ଦୂତମାନେ ଦେଖା ଦେଇ ତିନୋଟି ବାର୍ତ୍ତା କହିଥିଲେ …..
୧. ତୁମ୍ଭେମାନେ ମୃତମାନଙ୍କ ମଧ୍ୟରେ କାହିଁକି ଜୀବିତଙ୍କର ଅନ୍ଵେଷଣ କରୁଅଛ ?
୨. ସେ ଏଠାରେ ନାହାନ୍ତି, ମାତ୍ର ଉଠିଅଛନ୍ତି;
୩. ଯୀଶୁ ଯେ ନିଜ ମୃତ୍ୟୁ ଓ ପୁନରୁତ୍ଥାନ ବିଷୟରେ ପୂର୍ବରୁ ଜଣାଇଥିଲେ, ଏହା ସେମାନେ ସେମାନଙ୍କୁ ସ୍ମରଣ କରାଇ ଦେଇଥିଲେ ଓ ସେହି ସ୍ତ୍ରୀମାନେ ବିଶ୍ଵାସ କରିଥିଲେ ।
ଦୂତମାନଙ୍କର ବାର୍ତ୍ତା ଯୀଶୁଙ୍କର ପୁନରୁତ୍ଥାନର ଅନ୍ୟ ଏକ ପ୍ରମାଣ ଅଟେ ।
ସ୍ତ୍ରୀମାନଙ୍କର ସାକ୍ଷ୍ୟ :
ସେହି ସ୍ତ୍ରୀମାନେ ଫେରି ଆସି ଏହି ଘଟଣା ବିଷୟରେ ୧୧ ଜଣ ଶିଷ୍ୟଙ୍କୁ ଜଣାଇଥିଲେ । ସେମାନଙ୍କର ସାକ୍ଷ୍ୟ ଥିଲା - ସମାଧି ଶୂନ୍ୟ ଥିଲା, ସେଠାରେ ଯୀଶୁଙ୍କ ଶରୀର ନ ଥିଲା ଓ ସେ ଉଠିଅଛନ୍ତି ବୋଲି ଦୂତ ମାନେ କହିଥିଲେ । ସେହି ସ୍ତ୍ରୀମାନେ ନିର୍ଭରଯୋଗ୍ୟ ଥିଲେ ଓ ପରେ ପିତର ମଧ୍ୟ ସେମାନଙ୍କ କଥାର ସତ୍ୟତାକୁ ପରୀକ୍ଷା କରି ଦେଖିଥିଲେ (୧୨) ।