BN

नादाब और अबीहू

कुछ भाई, जैसे कैन और हाबिल या याकूब और एसाव, एक दूसरे को संकट में डालते हैं। उसी प्रकार, नबाद और अबीहू एक साथ मुसीबत में पड़ गए।

हालांकि हमें उनके प्रारंभिक वर्षों के बारे में बहुत कम जानकारी है, बाइबल हमें उस वातावरण के बारे में भरपूर जानकारी देती है जिसमें वे पले-बढ़े। वे मिस्र में जन्मे, निर्गमन के समय परमेश्वर के शक्तिशाली कार्यों के चश्मदीद गवाह थे। उन्होंने अपने पिता हारून, अपने चाचा, मूसा और अपनी चाची मरियम को कई बार काम करते देखा। उन्हें परमेश्वर की पवित्रता का प्रत्यक्ष ज्ञान था जैसा कि कुछ लोगों को कभी नहीं मिला था, और कम से कम कुछ समय के लिए, उन्होंने पूरे हृदय से परमेश्वर का अनुसरण किया (लैव्यव्यवस्था 8:36)। लेकिन एक महत्वपूर्ण क्षण में उन्होंने उदासीनता के साथ परमेश्वर के स्पष्ट निर्देशों को पालन करना चुना। उनके पाप के परिणाम उग्र, तत्काल, और सभी के लिए चौंकाने वाले थे। 

जब हम परमेश्वर के न्याय और पवित्रता को हल्के में लेते हैं, तो हम इन भाइयों के समान गलती करने के खतरे में होते हैं। हमें यह महसूस करते हुए परमेश्वर के निकट आना चाहिए कि परमेश्वर का उचित भय है। यह ध्यान में रखने की बात है कि व्यक्तिगत रूप से परमेश्वर को जानने का अवसर हमेशा अयोग्य लोगों के लिए उनके अनुग्रहपूर्ण निमंत्रण पर आधारित है, न कि उपहार के रूप में लेने के लिए। क्या परमेश्वर के बारे में आपके विचारों में उनकी महान पवित्रता की विनम्र पहचान शामिल है?


  • ताकत और उपलब्धियां : 

    • हारून के सबसे बड़े बेटे

    • अपने पिता के बाद महायाजक बनने के लिए प्राथमिक उम्मीदवार 

    • तम्बू के मूल अभिषेक में शामिल थे 

    • "सब कुछ जो प्रभु ने आज्ञा दी थी" उसका पालन करने के विषय में प्रशंसा की  (लैव्यव्यवस्था 8:36)


  • कमजोरी और गलती: 

    • परमेश्वर की सीधी आज्ञाओं के साथ बिना विचार के व्यवहार किये 


  • जीवन से सबक : 

    • पाप के घातक परिणाम 


  • महत्वपूर्ण आयाम : 

    • कहाँ: सिनाई प्रायद्वीप

    • व्यवसाय: प्रशिक्षण में महायाजक 

    • रिश्तेदार: पिता: हारून। चाचा और चाची: मूसा और मरियम, भाई: एलीआजर और ईतामार।


  • मुख्य पद : तब नादाब और अबीहू नामक हारून के दो पुत्रोंने अपना अपना धूपदान लिया, और उन में आग भरी, और उस में धूप डालकर उस ऊपक्की आग की जिसकी आज्ञा यहोवा ने नहीं दी यी यहोवा के सम्मुख आरती दी। तब यहोवा के सम्मुख से आग निकलकर उन दोनों को भस्म कर दिया, और वे यहोवा के साम्हने मर गए।” (लैव्यव्यवस्था 10:1,2)


नाबाद और अबीहू की कहानी लैव्यव्यवस्था 8 - 10 में बताई गई है। उनका उल्लेख निर्गमन 24:1, 9, 28:1; गिनती 3:2-4; 26:60, 61.


 

ମନଯୋଗୀ ଈଶ୍ଵର

 ମନଯୋଗୀ ଈଶ୍ଵର

ଆଜିର ଚିନ୍ତା

ଲୁକ ୯:୧-୧୭


କରୁଣାମୟ ଖ୍ରୀଷ୍ଟ ଆମର ସମସ୍ତ ଆବଶ୍ୟକତା ଜାଣନ୍ତି । 


ପରମେଶ୍ଵର ଏକ ବିଶେଷ ଉଦ୍ଦେଶ୍ୟ ନେଇ ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁସୃଷ୍ଟି କଲେ । ଆମର ଶାରୀରିକ ଓ ଆତ୍ମିକ ଅଭାବକୁ ଯୋଗାଇବାରେ ଓ ପୂରଣ କରିବାରେ ତାଙ୍କର ସାମର୍ଥ୍ୟ ଓ ପରାକ୍ରମ ଯେ ଯଥେଷ୍ଟ ଏହି ଅଂଶରେ ତାହା ବର୍ଣ୍ଣନା କରାଯାଇଛି । 


ଆଦର୍ଶ ନେତୃତ୍ୱ : ଯୀଶୁ ସମାଜର ବିଭିନ୍ନ ସ୍ତରର ଲୋକମାନଙ୍କୁ ତାଙ୍କର ଶିଷ୍ୟ ରୂପେ ଆହ୍ୱାନ କଲେ । ସେମାନେ ମଧ୍ୟ ବାଧ୍ୟବାଧକତା ହେତୁ ନୁହେଁ ମାତ୍ର ଆହ୍ୱାନର ଗୁରୁତ୍ୱ ବୁଝି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ସମାଜର ଉଚ୍ଚ ନୀଚ୍ଚ ପ୍ରଭେଦକୁ ଭାଙ୍ଗି ଯୀଶୁ ଶିଷ୍ୟମାନଙ୍କୁ ସମାନ ଅଧିକାର ଦେଲେ ପୁଣି ଦଳର ନେତା ଭାବେ ବ୍ୟକ୍ତିଗତ ରୂପେ ସେ ପ୍ରତ୍ୟେକର ପରିଚୟ ଜାଣିଥିଲେ । ସେ ଶିଷ୍ୟମାନଙ୍କୁ ଉପଯୁକ୍ତ ତାଲିମ ଦ୍ଵାରା ପ୍ରଚାରକାର୍ଯ୍ୟ ନିମନ୍ତେ ଶିକ୍ଷିତ କରିଥିଲେ । ସର୍ବ ଶେଷରେ ରୋଗସୁସ୍ଥ କରିବା, ଭୂତ ଛଡ଼ାଇବା ଇତ୍ୟାଦି ସବୁ ଉପରେ ସେହି ସ୍ୱର୍ଗୀୟ ଶକ୍ତି ଓ କ୍ଷମତା ହସ୍ତାନ୍ତର କରିଥିଲେ । 


ଆଦର୍ଶ କାର୍ଯ୍ଯ : ଯୀଶୁ ତାଙ୍କ ଶିଷ୍ୟ ଓ ଅନୁସରଣ କରୁଥିବା ଜନତାଙ୍କ ଆବଶ୍ୟକତା ପ୍ରତି ସଚେତନ ଥିଲେ । ଯୀଶୁ ସେମାନଙ୍କୁ ଆତ୍ମିକ ଖାଦ୍ୟ ବଣ୍ଟନ କରିବା ପରେ ସେମାନଙ୍କ ଶାରିରୀକ ଖାଦ୍ୟର ବ୍ୟବସ୍ଥା ପାଇଁ ଚିନ୍ତା କଲେ ଏବଂ ଶିଷ୍ୟମାନଙ୍କୁ କହିଲେ "ତୁମ୍ଭେମାନେ ଏମାନଙ୍କୁ ଭୋଜନ କରାଅ" । ଏହି ସମାଗମ ମଧ୍ୟରେ ଶିଷ୍ୟମାନେ ଜଣେ ବାଳକ ପାଖରୁ ପାଞ୍ଚଗୋଟି ରୋଟି ଏବଂ ଦୁଇଟି ଭଜାମାଛ ପାଇଲେ । ସେହି ଅଳ୍ପ ଖାଦ୍ୟକୁ ଯୀଶୁ ହସ୍ତରେ ନେ଼ଇ ଉର୍ଦ୍ଧ୍ବ ଦୃଷ୍ଟି କରି ପ୍ରାର୍ଥନା କରି ଆଶୀର୍ବାଦ ମାଗିଲେ ଏବଂ ଖାଦ୍ୟକୁ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଆଦେଶ ଦେଲେ । ଲୋକମାନେ ଖାଇ ପରିତୃପ୍ତ ହେଲେ ପୁଣି ସେଥିର ବାର ଟୋକାଇ ଅବଶିଷ୍ଟ ରହିଗଲା, ଏହି ଅସମ୍ଭବ କାର୍ଯ୍ୟ ପାଇଁ ସେଦିନ ଶିଷ୍ୟମାନେ ପ୍ରଭୁ ଯୀଶୁଙ୍କ ଆଜ୍ଞାର ବାଧ୍ୟ ହୋଇଥିବାରୁ ପୁଣି ପିଲାଟିର ତ୍ୟାଗର ଜୀବନ ଦ୍ଵାରା ସେମାନେ ଅଲୌକିକ କାର୍ଯ୍ୟ ଦେଖିପାରିଥିଲେ । 


ଆଜିର ଶାସ୍ତ୍ରାଂଶରେ ବର୍ଣିତ ଯୀଶୁଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟ ପ୍ରମାଣ କରେ  ଯେ ଯୀଶୁ ହିଁ ଜୀବନର ରୋଟି । ସେ ଆମର ଶାରିରୀକ ଏବଂ ଆତ୍ମିକ ସମସ୍ତ ଆବଶ୍ୟକତା ପୂରଣ କରିପାରନ୍ତି, ଯେତେବେଳେ ଆମ ଜୀବନରେ ଥିବା ଅଳ୍ପ ବିଷୟକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରୁ, ସେ ତାହା ନେଇ ଅଲୌକିକ ଭାବରେ ତାଙ୍କ ରାଜ୍ୟର ଗୌରବ ନିମନ୍ତେ ବ୍ୟବହାର କରିବେ ଏବଂ ଆମେ ଜୀବନରେ ପରିତୃପ୍ତତା ଲାଭ କରିବା । 

ବିଶ୍ବାସର ଫଳ

 ବିଶ୍ବାସର ଫଳ

ଆଜିର ଚିନ୍ତା

ଲୁକ ୮:୪୦:୫୬


ଆଜି ମୋର ବିଶ୍ଵାସ ଦୃଢ଼ ଅବା ଦୁର୍ବଳ ? 


ଆଜିର‌ ଶାସ୍ତ୍ରାଂଶରେ ଦୁଇଟି ବିଷୟ ଦେଖିବାକୁ ମିଳେ, ଯାଈରସଙ୍କ ଧୈର୍ଯ୍ୟପୂର୍ଣ୍ଣ ବିଶ୍ଵାସ ଏବଂ ପ୍ରଦର ରୋଗଗ୍ରସ୍ତା ସ୍ତ୍ରୀର ଦୃଢ଼ ଅଟଳ ବିଶ୍ଵାସ । ଉଭୟେ ଯୀଶୁଙ୍କ ଶକ୍ତି ଓ ପରାକ୍ରମ ଉପରେ ବିଶ୍ଵାସ ସ୍ଥାପନ କରିଥିଲେ। ଯଦ୍ଵାରା ସେମାନେ ଯୀଶୁଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । 


ଜଣେ ବ୍ୟାକୁଳ ପିତା : ଯାଈରସ ସମାଜ ଗୃହର ଅଧ୍ୟକ୍ଷ ଥିଲେ । ତାଙ୍କର ଏକମାତ୍ର କନ୍ୟା ମୃତପ୍ରାୟ ପୀଡ଼ିତ ଥିଲା । ସେ ଜାଣିଥିଲେ ଯୀଶୁ ହାତ ରଖିଲେ ତାଙ୍କ ଝିଅ ଭଲ ହୋଇଯିବ, ପୁଣି ସେ ନମ୍ର ଭାବରେ ଯୀଶୁଙ୍କ ଚରଣ ତଳେ ପଡି ତାଙ୍କ ଝିଅର ସୁସ୍ଥତା ପାଇଁ ନିବେଦନ କରିଥିଲେ । ବିଶ୍ଵାସ ଈଶ୍ଵରଙ୍କ ସହିତ ଏକ ଜୀବନ ଦାୟକ ସମ୍ପର୍କ ସ୍ଥାପନ କରେ । ଯେତେବେଳେ ଗୃହରୁ ଖବର ଆସିଲା ଝିଅଟି ମରିଗଲାଣି, ସେତେବେଳେ ଯୀଶୁ ତାହାଙ୍କୁ କହିଲେ ଭୟ କର ନାହିଁ, କେବଳ ବିଶ୍ଵାସ କର । ଏହି ସ୍ଥାନରେ ଦୁଇଟି ବିଷୟ ଦେଖିବାକୁ ମିଳେ । କର୍ମ ଓ ବିଶ୍ଵାସ ଦ୍ଵାରା ତାଙ୍କ ଝିଅଟି ଯୀଶୁଙ୍କ ଦ୍ଵାରା ସୁସ୍ଥତା ପ୍ରାପ୍ତ ହେଲା । 


ଜଣେ ରୋଗଗ୍ରସ୍ତା ସ୍ତ୍ରୀ : ଏହି ସ୍ତ୍ରୀ ଲୋକର ସିଦ୍ଧାନ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ସେ ଦୀର୍ଘ ବାର ବର୍ଷ ଧରି ପ୍ରଦର ରୋଗରେ ପୀଡ଼ିତ ଥିଲା । ଅନେକ ବୈଦଙ୍କ ଦ୍ବାରସ୍ଥ ହେବା ସଙ୍ଗେ ସଙ୍ଗେ ସୁସ୍ଥତା ନିମନ୍ତେ ଅନେକ ଅର୍ଥ ବ୍ୟୟ କରିଥିଲା, ସବୁ ସ୍ଥାନକୁ ଯାଇ ସେ ନିରାଶ ହୋଇ ସାରିଥିଲା । ଯୀଶୁଙ୍କ ବସ୍ତ୍ର ଛୁଇଁଲେ ସେ ସୁସ୍ଥ ହୋଇପାରିବ ଏହି ଦୃଢ଼ ବିଶ୍ଵାସ ତାଙ୍କର ଥିଲା । ଯୀଶୁଙ୍କ ସ୍ପର୍ଶ ପାଇବା ପାଇଁ ତା' ପ୍ରାଣ ଆତୁର ହେଲା, ଏତେ ଲୋକ ଗହଳି ମଧ୍ୟରେ ସ୍ତ୍ରୀ ଲୋକଟି ଆସି ତାଙ୍କ ବସ୍ତ୍ରର ଝୁମ୍ପାକୁ ଛୁଇଁ ସୁସ୍ଥତା ଲାଭ କଲା । ଏକଥା କେହି ନ ଜାଣିଲେ ମଧ୍ୟ ଯୀଶୁ କେବଳ ତାହା ଜାଣିପାରିଲେ, ସେ କହିଲେ ମୋ' ଠାରୁ ଶକ୍ତି ନିର୍ଗତ ହେଲା । ଯୀଶୁ ତାହାର ବିଶ୍ଵାସର ପ୍ରଶଂସା କରିଥିଲେ । 


ଏହି ଦୁଇଟି ଘଟଣାରୁ ଆମେ ସେମାନଙ୍କ କାର୍ଯ୍ୟକାରୀ ବିଶ୍ଵାସ ଦେଖୁ, ଯେପରି (ଯାକୁବ ୨:୨୦) ଲେଖାଯାଏ କର୍ମ ବିନା ବିଶ୍ଵାସ ମୃତ । ପୁଣି ବିଶ୍ବାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ (ଏବ୍ରି ୧୧:୬) । ହୁଏତ ଆମେ କହିପାରୁ "ମୁଁ ଯୀଶୁଙ୍କୁ ବିଶ୍ଵାସ କରେ" ଏହା ମୁଖରେ ସ୍ଵୀକାର କରିବା ଯଥେଷ୍ଟ ନୁହେଁ, ମାତ୍ର ନିଜ ଜୀବନକୁ ତାହାଙ୍କଠାରେ ସମର୍ପଣ କରି ସେହି ବିଶ୍ଵାସକୁ କାର୍ଯ୍ୟରେ ପ୍ରତିଫଳିତ କରିବା । ଯଦ୍ଵାରା ଅନ୍ୟମାନେ ପ୍ରଭୁଙ୍କ ପରିଚୟ ପାଇବେ ଏବଂ ପ୍ରଭୁ ଗୌରବାନ୍ଵିତ ଓ ମହିମାନ୍ଵିତ ହେବେ । 

ଉଦ୍ଧାରକର୍ତ୍ତା ଖ୍ରୀଷ୍ଟ

 ଉଦ୍ଧାରକର୍ତ୍ତା ଖ୍ରୀଷ୍ଟ

ଆଜିର ଚିନ୍ତା

ଲୁକ ୮ : ୨୬-୩୯


ମୁକ୍ତିଦାତା ଯୀଶୁଙ୍କ ସାକ୍ଷ୍ୟ ଆମେ ବହନ କରୁଛୁ କି ? 


ଏକ ବନ୍ଧନଗ୍ରସ୍ତ ଜୀବନ : ଗରାଶୀୟ ଅଞ୍ଚଳର ଜଣେ ଭୂତଗ୍ରସ୍ତ ଲୋକ ବହୁକାଳ ପର୍ଯ୍ୟନ୍ତ ଲୁଗା ନ ପିନ୍ଧି ଓ ଘରେ ନ ରହି ସମାଧି ସ୍ଥଳରେ ରହୁଥିଲା । ସେ ଜୀବିତ ହେଲେ ମଧ୍ୟ ମୃତ ଲୋକ ସଦୃଶ୍ୟ ଥିଲା । ସେ ସ୍ଵାଧୀନ ହେଲେ ମଧ୍ୟ ଭୂତମାନଙ୍କ ଶକ୍ତିରେ ପରାଧୀନ ଥିଲା । ସେ ଜଞ୍ଜିର ଛିଣ୍ଡାଇ ପକାଉଥିଲା, ସେ ଚିତ୍କାର ମଧ୍ୟ କରୁଥିଲା । ସେଦିନ ସେ ଯୀଶୁଙ୍କୁ ଦେଖି ଭାବିଲା, ଯୀଶୁ ତାଙ୍କୁ ଯନ୍ତ୍ରଣା ଦେବାକୁ ଆସିଛନ୍ତି । ଆଜି ମଧ୍ଯ ଏହି ମନ୍ଦ ଆତ୍ମା, ମନ୍ଦ ଶକ୍ତି ପୁଣି ଅବାଧ୍ୟତାର ଆତ୍ମା ଅନେକଙ୍କୁ ବନ୍ଧନଗ୍ରସ୍ତ କରିରଖିଛି । ସେହି ପାପ ବନ୍ଧନରୁ ନିଜେ ମୁକ୍ତି ପାଇବା ସହ ଅନ୍ୟକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା କି ? 

ଜଣେ ଦୟାମୟ ଉଦ୍ଧାରକର୍ତ୍ତା : ସେହି ଭୂତଗ୍ରସ୍ତ ଲୋକଟି ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ଚିହ୍ନିପାରିଲା, ସେଥିପାଇଁ ସେ ଯୀଶୁଙ୍କୁ ଦୂରରୁ ଦେଖି ପ୍ରଣାମ କଲା ଏବଂ ତା'କୁ କଷ୍ଟ ନ ଦେବା ପାଇଁ ଅନୁରୋଧ କଲା । ଏହି 'ବାହିନୀ ଭୂତ' ଲାଗିଥିବା ଲୋକଟି ମନୁଷ୍ୟମାନଙ୍କ ସହଭାଗିତା ଛାଡ଼ି ଭୂତମାନଙ୍କ ସହଭାଗୀତାରେ ଜୀବନ କାଟୁଥିଲା । ଯୀଶୁଙ୍କ ଆଦେଶ ପାଇବା ପରେ ଦୃଷ୍ଟାନ୍ତଗୁଡିକ ଘୁଷୁରିପଲ ମଧ୍ୟରେ ପଶି ଦୌଡିଯାଇ ତୀଖ ସ୍ଥାନ ଦେଇ ହ୍ରଦରେ ପଡ଼ି ବୁଡ଼ିଗଲେ।  ମନୁଷ୍ୟଟି ବନ୍ଧନରୁ, ମନ୍ଦ ଶକ୍ତିରୁ ପୁଣି ଅନ୍ଧକାର ଶକ୍ତିକୁ ରକ୍ଷା ପାଇ ଶାରୀରିକ ତଥା ଆତ୍ମିକ ଜୀବନରେ ସ୍ଵାଧୀନତା ପାଇ ପ୍ରଭୁଙ୍କ ପ୍ରଶଂସା କଲା । ଏହାହିଁ ପରିବର୍ତ୍ତିତ ଜୀବନର ଚିହ୍ନ ଅଟେ । 


ଏକ ବହୁମୂଲ୍ୟ ଆତ୍ମା : ଗୋଟିଏ ଆତ୍ମା କୁ ରକ୍ଷା କରିବା ପାଇଁ ଯୀଶୁ ଯେତେବେଳେ ଗୋଟିଏ ଘୁଷୁରିପଲକୁ ନଷ୍ଟ କଲେ ଲୋକମାନେ ସେତେବେଳେ ସେହି ଲୋକଟିର ଜୀବନର ମୂଲ୍ୟକୁ ଘୁଷୁରି ପଲର ମୁଲ୍ୟ ସହିତ ତୁଳନା କଲେ । ଘୁଷୁରି ଠାରୁ ଯେ ମନୁଷ୍ୟର ଜୀବନ ମୂଲ୍ୟବାନ ଓ ଶ୍ରେଷ୍ଠ ଏହା ସେମାନେ ବୁଝିଲେ ନାହିଁ । ପାପୀ ମନୁଷ୍ୟକୁ ଉଦ୍ଧାର କରିବା ପାଇଁ ପ୍ରଭୁଯୀଶୁ ଆପଣାର ବହୁମୂଲ୍ୟ ପ୍ରାଣକୁ କ୍ରୃଶରେ ବଳି ଦେଲେ ଯେପରି ମନୁଷ୍ୟ ସମାଜ ପାପ ବନ୍ଧନରୁ ମୁକ୍ତ ହେବ । କାରଣ ଗୋଟିଏ ଆତ୍ମାର ମୂଲ୍ୟ ପୃଥିବୀର କୌଣସି ବସ୍ତୁ ସହିତ ତୁଳନୀୟ ନୁହେଁ । 


ସେହି ଭୂତଗ୍ରସ୍ତ ଲୋକଟି ସୁସ୍ଥତା ପାଇବା ପରେ ନିଜ ଗ୍ରାମକୁ ଯାଇ ଯୀଶୁଙ୍କ କାର୍ଯ୍ୟ ବିଷୟରେ ସାକ୍ଷ୍ୟ ଦେଲା ନୂତନ ଜୀବନ ପ୍ରାପ୍ତ ବ୍ୟକ୍ତି ସାକ୍ଷ୍ୟ ନ ଦେଇ ରହିପାରିବ ନାହିଁ । ତେଣୁ ଆମେ ମଧ୍ୟ ସେହି ଉଦ୍ଧାରକର୍ତ୍ତାଙ୍କର ସାକ୍ଷୀ ହେବା ପାଇଁ ଯତ୍ନବାନ ହେବା । 

ଜୀବନ୍ତ ବାକ୍ୟ

 ଜୀବନ୍ତ ବାକ୍ୟ

ଆଜିର ଚିନ୍ତା

ଲୁକ ୮:୧-୧୮


ଈଶ୍ଵରଙ୍କ ବାକ୍ୟ ଆମ ଜୀବନରେ କିପରି କାର୍ଯ୍ୟ କରୁଛି ? 


ଯୀଶୁ ସ୍ୱର୍ଗରାଜ୍ୟର ନିଗୁଡତତ୍ତ୍ଵ ଓ ସତ୍ୟକୁ ଦୃଷ୍ଟାନ୍ତ ମାଧ୍ୟମରେ ପ୍ରଚାର କରିବା ଦ୍ଵାରା, ଲୋକମାନେ ତାହା ସହଜରେ ବୁଝିପାରୁଥିଲେ ଏବଂ ଗ୍ରହଣ ମଧ୍ୟ କରୁଥଲେ । ଯୀଶୁ ବହୁ ସଂଖ୍ୟକ ଲୋକମାନଙ୍କୁ ଦେଖି ସ୍ବର୍ଗ ରାଜ୍ୟର ନିଗୁଡତତ୍ତ୍ୱ ବୁଝାଇବା ପାଇଁ "ବୀଜ ବୁଣାଳୀ" ଦୃଷ୍ଟାନ୍ତ ମାଧ୍ୟମରେ କଥା କହିଲେ । 


ବାକ୍ୟକୁ ଭୁଲିଯିବା ଶ୍ରୋତା : ଏହି ପ୍ରକାର ଲୋକମାନେ ବାକ୍ୟ ଶୁଣନ୍ତି କିନ୍ତୁ ତାହାକୁ ହୃଦୟରେ ଅଧିକ ସମୟ ନ ରଖି ଭୁଲି ଯାଆନ୍ତି । ବିଶ୍ଵାସ କରିବା ପୂର୍ବରୁ ଶୟତାନ ସହଜରେ ବୀଜକୁ ହରଣ କରିନିଏ, ଫଳରେ ସେମାନେ ଆତ୍ମିକ ଜୀବନରେ ବୃଦ୍ଧିଲାଭ କରିପାରନ୍ତି ନାହିଁ । 


ବାକ୍ୟରେ ସ୍ଥିର ନ ଥିବା ଶ୍ରୋତା : ଏହି ପ୍ରକାର ଲୋକମାନେ ଈଶ୍ୱରଙ୍କ ବାକ୍ୟ ଶ୍ରବଣ କରନ୍ତି, ଗ୍ରହଣ କରନ୍ତି ମାତ୍ର କ୍ଲେଶ, ସମସ୍ୟା, ତାଡନା ଆସିଲେ ବାକ୍ୟ ଉପରେ ଆସ୍ଥା ସ୍ଥାପନ କରିପାରନ୍ତି ନାହିଁ । ହୃଦୟ ମଧ୍ୟରେ ବାକ୍ୟ ସ୍ଥାନ ପାଏ ନାହିଁ ତେଣୁ ତାହା କାର୍ଯ୍ୟକାରୀ ହୋଇପାରେ ନାହିଁ ଓ ଆତ୍ମିକ ବୃଦ୍ଧି ହୋଇ ପାରି ନ ଥାଏ । 


ବାକ୍ୟକୁ ଚାପି ଦେବା ଶ୍ରୋତା : ଏହି ପ୍ରକାର ଲୋକମାନେ ବାକ୍ୟ ପ୍ରତି ମାନଯୋଗୀ ହୁଅନ୍ତି ମାତ୍ର ଆତ୍ମିକ ବିଷୟ ଅପେକ୍ଷା ସାଂସାରିକ ବିଷୟରେ ଅଧିକ ଲିପ୍ତ ରହନ୍ତି । ଜଗତର ଆକର୍ଷଣ, ପରିସ୍ଥିତିରେ ଚାପରେ ସେମାନେ ବିଶ୍ଵାସରେ ସୁଦୃଢ଼ ହୋଇ ରହିପାରନ୍ତି ନାହିଁ ଏବଂ ଉପଯୁକ୍ତ ଫଳ ଉତ୍ପନ କରିପାରନ୍ତି ନାହିଁ । 


ବାକ୍ୟକୁ ପାଳନ କରିବା ଶ୍ରୋତା : ଏହି ପ୍ରକାର ଲୋକମାନେ ବାକ୍ୟ ଶୁଣନ୍ତି ତାହାକୁ ଧରି ରଖନ୍ତି, ଜୀବନରେ ସମସ୍ତ ପରିସ୍ଥିତିରେ ସ୍ଥିରଚିତ୍ତ, ଧୈର୍ଯ୍ୟଶୀଳ ହୋଇ ପରିସ୍ଥିତିର ମୁକାବିଲା କରନ୍ତି । ଯାହା ଫଳରେ ପରିତ୍ରାଣ ଓ ପୁନଃଜନ୍ମର ସୌଭାଗ୍ୟ ଲାଭ କରନ୍ତି । 


ଆଜି ଆମ ହୃଦୟ କେଉଁ ଭୂମି ସଦୃଶ୍ୟ ? ଈଶ୍ଵରଙ୍କ ବାକ୍ୟ ପ୍ରତି ଆମେ ଆଜି ମନଯୋଗୀ ହୋଇ ବାକ୍ୟର ପାଳନକାରୀ ହୋଇପାରୁଛୁ କି ? ତେଣୁ ଲେଖାଯାଏ, "କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତା ମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ଵାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ ତୁଲ୍ୟ, ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ (ଯାକୁବ ୧:୨୩-୨୪) । ତେଣୁ ସେ ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ ଅଟେ (ଯାକୁବ ୧: ୨୫ଖ) ।