BN

ବରଫ ତଳୁ ମାଛ ଧରିବା

 ବରଫ ତଳୁ ମାଛ ଧରିବା

ଗୀତ ୧୧୫:୧-୧୧


ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। (ଯାତ୍ରା ୨୦:୩)


ଟେକ୍ସାସ୍ ସହରରେ ଗୋଟିଏ ଦମ୍ପତି ଗୋଟିଏ  ଶୀତ ଦିନ ସକାଳେ ମାଛ ଧରିବା ନିମନ୍ତେ ବରଫାକୃତ ଏକ ଅଞ୍ଚଳରେ ପହଞ୍ଚିଲେ। ସେହି ଅଞ୍ଚଳରେ ବରଫ କାଟି ତା' ତଳୁ ମାଛ ଧରିବା ନିମନ୍ତେ ସେମାନେ ତାଙ୍କରଜାଲ ପ୍ରସ୍ତୁତ କଲେ। ଠିକ୍ ଏହି ସମୟରେ, ସେମାନେ ଏକ ଅଦ୍ଭୁତ ସ୍ଵର ଶୁଣିଲେ," ଏଠାରେ ବରଫ ତଳେ କୌଣସି ମାଛ ନାହିଁ"। ସେମାନେ ହତଚକିତ ହୋଇ ପଚାରିଲେ, ହେ ଈଶ୍ୱର ଏହା କ'ଣ ତୁମର ସ୍ଵର? ଉତ୍ତର ଆସିଲା "ନାହିଁ ମାତ୍ର ମୁଁ ଜାଣେ ଯେ ଏଠାରେ ବରଫ ତଳେ କୌଣସି ମାଛ ନାହିଁ। ଏହି ବରଫ ସ୍କେଟିଙ୍ଗ୍ ରୀଙ୍କ୍ ର ମାଲିକ।"


ଯେଉଁ ଲୋକମାନେ ଏକମାତ୍ର ସତ୍ୟ ପରମେଶ୍ଵରଙ୍କ ବ୍ୟତୀତ ଅନ୍ୟ ଦେବଦବୀମାନଙ୍କ ଉପାସନା କରନ୍ତି, ସେମାନେ ବରଫ ତଳୁ ମାଛ ଧରିବାକୁ ଚାହୁଁଥିବା ଏହି ଲୋକଙ୍କ ସଦୃଶ ଅଟନ୍ତି। ଯିଶାଇୟଙ୍କ ସମୟର ପ୍ରତିମା ପୂଜକମାନେ ସେମାନଙ୍କର ଧାର୍ମିକ ରୀତିନୀତି କରିବାକୁ ଅନେକ କଠିଣ ପରିଶ୍ରମ କରୁଥିଲେ। ନିଜ ଦ୍ବାରା ଖୋଦିତ ପ୍ରତିମଗୁଡ଼ିକୁ ଆଭୁସିତ କରିବା ପାଇଁ ସେମାନେ ଅନେକ ଅର୍ଥ ଖର୍ଚ୍ଚ କରି ସେଥିରେ ସୁନା ଓ ରୂପା ଛାଉଣୀ କରିଥଲେ। (ଯିଶାଇୟ ୪୦:୧୯-୨୦)। ସେମାନେ ନିଜ ହସ୍ତକୃତ ସ୍ଥାଣୁ ଓ ନିର୍ଜୀବ ପ୍ରତିମାଗୁଡ଼ିକର ପୂଜା ଓ ଉପାସନା କରୁଥିଲେ ଏବଂ ସେମାନଙ୍କ ସମ୍ମୁଖରେ ଆଣ୍ଠୁ ଭାଙ୍ଗୁଥିଲେ(ଗୀତ ୧୧୫:୪-୭)। ସେମାନେ ଈଶ୍ୱରଙ୍କ  ଉପାସନା କରୁଛନ୍ତି ବୋଲି ମନେ କରୁଥିଲେ, ମାତ୍ର ସେମାନଙ୍କର ଉପାସନା ଉପରୋକ୍ତ ମାଛ ଧରାଳିଙ୍କ ସଦୃଶ ବ୍ଯର୍ଥ ଥିଲା।


ଆମର ମହାନ୍ ପରମେଶ୍ବର କଦାପି ମନୁଷ୍ୟ ଦ୍ବାରା ନିର୍ମିତ ଏକ ପ୍ରତିକୃତିରେ ପରିଣତ ହୋଇପାରିବେ ନାହିଁ। ସେ 'ଅନନ୍ତ ପରମେଶ୍ବର ଓ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା' (ଯିଶାଇୟ ୪୦:୨୮)। ଆଉ ସେ ଚାହାନ୍ତି, ଯେପରି ଆମେ ଆତ୍ମାରେ ଓ ସତ୍ୟରେ ତାଙ୍କର ଉପାସନା କରୁ (ଯୋହନ ୪:୨୪)।

ଲଜ୍ଜିତ ନହେବା ପାଇଁ ତାହାଙ୍କଠାରେ ରୁହ

 ଲଜ୍ଜିତ ନହେବା ପାଇଁ ତାହାଙ୍କଠାରେ ରୁହ

୧ଯୋହନ ୨:୨୮-୩:୩

ତାହାଙ୍କଠାରେ ରୁହ, ଯେପରି… ତାହାଙ୍କ। ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ  ହୋଇ ସାହସ ପ୍ରାପ୍ତ ହେବା।  (୧ଯୋହନ ୨:୨୮)


ରାଜପଥରେ ସେଦିନ ଅସମ୍ଭବ ଜନଗହଳି ହୋଇଥାଏ। ମୋଟର ଗାଡିଗୁଡିକ ଲମ୍ବା ଧାଡ଼ି ଠିଆ ହୋଇଥା'ନ୍ତି। ଅନେକ ଜାଣି ନ ଥା'ନ୍ତି, କାହିଁକି ଏତେ ଜନଗହଳି ଏବଂ ଘଟଣା କ'ଣ ହୋଇଛି? କିନ୍ତୁ ଲୋକମାନଙ୍କ ମଧ୍ୟ ଏହି କଥା ପ୍ରଘଟ ହୋଇ ଯାଇଥାଏ ଯେ, ପାଖରେ ଥିବା ଏକ ଜଳାଶୟ ମଧ୍ୟରେ ଖ୍ରୀଷ୍ଟଙ୍କର ଛବି ପ୍ରତିଫଳିତ ହେଉଛି। ଅନେକ ଦେଖଣାହାରୀ ମତ ପ୍ରକାଶ କରି କହିଲେ ଯେ, ଏହି ଅପରିଷ୍କାର ଓ କଳଙ୍କିତ ଜଳାଶୟର ପୃଷ୍ଟ ଭାବାରେ ଏପରି ଏକ ପ୍ରତିଫଳିତ ସୃଷ୍ଟି ହୋଇଛି, ଯାହା କି ଯୀଶୁଙ୍କର ଆକୃତି ପରି ଦିଶୁଛି। ସେହି ଭିଡ଼ ଭିତରେ ଅଟକି ରହିଥିବା ଗୋଟିଏ ଗାଡି ଚାଳକର ମନ୍ତବ୍ୟ ସବୁଠାରୁ ଉଲ୍ଲେଖନୀୟ ଥିଲା। ଯେତେବେଳେ ସେ ନିଜ ଗାଡ଼ିର ଝରକା ବାଟେ ମୁଣ୍ଡ କାଢି ଅନ୍ୟ ଜଣେ ଲୋକକୁ ଘଟଣା କ'ଣ ବୋଲି ପଚାରିଲେ, ସେହି ଲୋକଟି ତା'ର ମୁଖକୁ ଅନେଇ କହିଲା, "ଯୀଶୁ ଏହିଠାରେ ଅଛନ୍ତି"! ଉକ୍ତ ଗାଡ଼ି ଚାଳକ ପରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଲେ, "ପ୍ରଭୁ ଯୀଶୁ ଏହିଠାରେ ଅଛନ୍ତି" ଏହି କଥା ମୁଁ ପ୍ରଥମେ କିଛି ମୁହୂର୍ତ୍ତ ପାଇଁ ମୁଁ ଭୟଭୀତ ହୋଇ  ପଡ଼ିଲି। କାରଣ ଏତେ ଶୀଘ୍ର ବିଚାର ଦିନର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ ନ ଥିଲି।"


ଉକ୍ତ ଗାଡ଼ି ଚାଳକଙ୍କର ପ୍ରତିକ୍ରିୟା ଆମ୍ଭମାନଙ୍କ ପାଇଁ ଅନେକ ପ୍ରଶ୍ନ ଉତ୍ଥାପନ କରେ । ପ୍ରଭୁ ଯୀଶୁ ଯେତେବେଳେ ବାସ୍ତବରେ ପୁନରାଗମନ କରିବେ, ଆମେ ସେତେବେଳେ କି ପ୍ରକାର ଅନୁଭବ କରିବୁ? ଆମ୍ଭେମାନେ ଆନନ୍ଦରେ ବିଭୋର ହେବୁ କିମ୍ବା ଭୟଭୀତ ହେବୁ? ପ୍ରେରିତ ଯୋହନ ତାଙ୍କ ପତ୍ରରେ ଦର୍ଶଯାଇଛନ୍ତି ଯେ, ଏହି ପ୍ରଶ୍ନ ଏକ ଭବିଷ୍ୟତର ପ୍ରଶ୍ନ ନୁହେଁ (୧ ଯୋହନ ୨:୨୮)। ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର କିପ୍ରକାର ସମ୍ପର୍କ ରହିଛି, ଏହି ପ୍ରଶ୍ନ  ତା' ସହିତ ଗଭୀର ଭାବେ ଜଡ଼ିତ। ଆମେ ବର୍ତ୍ତମାନ ତାହାଙ୍କୁ ପ୍ରେମ କରିବା, ତାହାଙ୍କ ଉପରେ ଭରସା ରଖିବା, ତାହାଙ୍କର ବାଧ୍ୟ ହେବା ଏବଂ ତାହାଙ୍କୁ ଅଗ୍ରାଧିକାର ଦେବା। ତା' ହେଲେ ତାହାଙ୍କ ଆଗମନ ସମୟରେ ଆମେ କେବେହେଲେ ଲଜ୍ଜିତ ହେବା ନାହିଁ।


ନିରବତାର ରବ

 ନିରବତାର ରବ

ଗୀତ ୪୬

କ୍ଷାନ୍ତ ହୁଅ  (ନିରବ ହୁଅ), ଆମ୍ଭେ ପରମେଶ୍ବର ଅଟୁ,ଏହା ଜାଣ । (ଗୀତ ୪୬:୧୦)


ଫେବୃୟାରୀ ୧୯୯୫ ରେ, ଆମେରିକାର ଡେନ୍ ଭର୍ ଆନ୍ତର୍ଜାତୀୟ  ବିମାନ ବନ୍ଦର ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉନ୍ମୁକ୍ତ  ହେବାର ତିନି ମାସ ପରେ ନିକଟବର୍ତ୍ତୀ ଅନ୍ୟ ଏକ ସହରର ହଜାର ହଜାର ଲୋକ ଏକତ୍ର ହୋଇ 'ନୀରବତା' ର ଏକ ଉତ୍ସବ ଆୟୋଜନ କଲେ  । କାରଣ ସେହି ସହର ଉପର ଦେଇଯାଇଥିବା ବିମାନ ପଥର ଦିଗ ପରିବର୍ତ୍ତନ ହୋଇଯାଇଥିଲା । ଏହା ଫଳରେ ବିମାନ ଇଞ୍ଜିନର ଅତି ଉଚ୍ଚ ଶବ୍ଦ ସେହି ଅଞ୍ଚଳରେ ଆଉ ଶୁଭୁ ନ ଥିଲା । ସେଠାରେ ନୀରବତା ରାଜତ୍ଵ କରୁଥିଲା ।


ସେଠାରେ ଉପସ୍ଥିତ ଜଣେ ଲୋକ କହିଲେ, "ମୋତେ ଲାଗୁଛି, ଯେପରି ମୁଁ ଆଉ ଏକ ସହରକୁ ଆସିଯାଇଛି l ଆଉ ଏଠାରେ ଆମେ ଅନାୟସରେ କଥାବାର୍ତ୍ତା କରିପାରୁଛୁ, ଟେଲିଭିଜନ ଦେଖିପାରୁଛୁ ଓ ନିଶବ୍ଦରେ ବଗିଚା କାମ କରିପାରୁଛୁ।"


ଆମେ ନିଜର ବ୍ୟକ୍ତିଗତ ବାଇବଲ ଅଧ୍ୟୟନ ଓ ପ୍ରାର୍ଥନା ସମୟକୁ ସାଧାରଣତଃ "ନିରବ ସମୟ" କହିଥାଉ । ପ୍ରତିଦିନ କିଛି ସମୟ, ଆମେ ସର୍ବଶକ୍ତିମାନଙ୍କ ରବ ଶୁଣିବା ନିମନ୍ତେ ଏ ଜଗତରେ ସମସ୍ତ ଶବ୍ଦ ପ୍ରତି ଆମର କର୍ଣ୍ଣରୁଦ୍ଧ କରିଥାଉ- "ନିରବ ହୁଅ, ଆମେ ପରମେଶ୍ବର ଅଟୁ, ଏହା ଜାଣ" (ଗୀତ ୪୬:୧୦) ।


ମାତ୍ର ଏହାପରେ ଆମେ ସେହି ଦିନର ଅବଶିଷ୍ଟ ସମୟ ଅନେକ ଅଯଥା କାର୍ଯ୍ୟରେ ମନିଯୋଗ କରି କାଟିଥାଉ । ଟି. ଏସ୍. ଏଲିୟଟ ଲେଖିଲେ, କେଉଁଠାରେ ସେହି ବାକ୍ୟ ମିଳିବ, କେଉଁଠାରେ ସେହି ବାକ୍ୟ ପ୍ରତିଧ୍ଵନିତ ହେବ? ଏଠାରେ ନୁହେଁ, ଏଠାରେ ତ ଯଥେଷ୍ଟ ନିରବତା ନାହିଁ।" 


ଆମେ ଏହି ଜଗତର ଜଞ୍ଜାଳକୁ ରୋକି ପରିବା ନାହିଁ। ମାତ୍ର ଈଶ୍ବରଙ୍କ ରବ ଯତ୍ନର ସହ ଆରାମରେ ଶୁଣିବା ନିମନ୍ତେ ଆମେ ଯେଉଁ ବିଷୟକୁ ବିରତ ରହିବା ଆବଶ୍ୟକ, ତାହା ଜାଣି ଆମେ ସେଥିରୁ ପ୍ରକୃତରେ ବିରତ ରହିଲେ, ଆମେ ତାହାଙ୍କ ରବ ଶୁଣି ଜ୍ଞାନ ପ୍ରାପ୍ତ ହେବା ଓ ତଦନୁଯାୟୀ କାର୍ଯ୍ୟ କରି ପ୍ରତ୍ୟେକ  ଆଶୀର୍ବାଦର ଭାଗୀ ହୋଇପାରିବା ।

  

ଅବତରଣ କଥା ଚିନ୍ତା କରନ୍ତୁ

 ଅବତରଣ କଥା ଚିନ୍ତା କରନ୍ତୁ

ଏବ୍ରୀ ୯:୨୩-୨୮


ମନୁଷ୍ୟମାନଙ୍କ ନିମନ୍ତେ ...ଥରେ ମାତ୍ର ମୃତ୍ୟୁ ,ଆଉ ତାହା ପରେ ବିଚାର ନିରୂପିତ ଅଛି...।(ଏବ୍ରୀ ୯:୨୭-୨୮)


ମୋ'ର ଜଣେ ବନ୍ଧୁ ବିମାନ ଚାଳନା ସମ୍ବନ୍ଧୀୟ ଗୋଟିଏ ବହି ଡାକ ଯୋଗେ ମଗାଇଥିଲେ । ବହିଟି ପାଇବ ପରେ ସେ ଦେଖିଲେ ଯେ, ସେଥିରେ ଉଡାଜାହାଜ ଚଳାଇବା ସମ୍ବନ୍ଧିତ ସମସ୍ତ ନିର୍ଦ୍ଦେଶାବଳୀ  ଅଛି, ହେଲେ କିନ୍ତୁ ତାହାକୁ କିପରି ନିରାପଦରେ ଅବତରଣ କରାଯିବ, ସେ ସମ୍ବନ୍ଧରେ କିଛି ହେଲେ ଉଲ୍ଲେଖ ନାହିଁ !  କଳ୍ପନା  କରନ୍ତୁ ତ, ଆପଣ ଗୋଟିଏ ଉଡାଜାହାଜର ଯାତ୍ରା କରିବାକୁ ଯାଉଛନ୍ତି । ତା' ପୂର୍ବରୁ ଘୋଷଣା କରାଯିବ ଯେ, ସେହି ଉଡାଜାହାଜର ପାଇଲଟ ଉଡାଜାହାଜକୁ ଅବତରଣ କରିବା ଜାଣନ୍ତି ନାହିଁ, କେବଳ ଚଳାଇବା ଜାଣନ୍ତି । ଆପଣ ସେହି ଉଡାଜାହାଜରେ ଯାତ୍ରା କରିବେ କି? କେବେ ନୁହେଁ! କିନ୍ତୁ ଆମ ମଧ୍ୟରୁ ଅନେକ ଲୋକ ଏହାହିଁ କରୁଛନ୍ତି । କେଉଁ ସ୍ଥାନରେ ସେମାନେ ପହଞ୍ଚିବେ ବା, ସେମାନଙ୍କ ପ୍ରତି କ'ଣ ଘଟିବ, ତାହା  ତିଳେମାତ୍ର ଚିନ୍ତା ନ କରି ସେମାନେ ଜୀବନ ପଥରେ ଆଗେଇ ଚାଲିଛନ୍ତି । ସେମାନେ ଭାବନ୍ତି ଯେ, ଏବେ କ'ଣ ମୋ'ର ମୃତ୍ୟୁ  ହେବ? ତାହା ଘଟିବାକୁ ତ ଅନେକ ଡେରୀ ଅଛି । କିନ୍ତୁ ପିଲା ହେଉ ବା, ବୃଦ୍ଧ, ମୃତ୍ୟୁ କାହାରିକୁ ଅପେକ୍ଷା କରେ ନାହିଁ। ପ୍ରତିଦିନ ଖବର କାଗଜ ଓ ଟି.ଭି ରେ ଆମେ ଦେଖୁଛୁ ଯେ, ଛୋଟ ଶିଶୁଠାରୁ ଆରମ୍ଭ କରି ଯୁବକ, ପ୍ରୌଢ଼ମାନଙ୍କର କିପରି ଅସମୟରେ ମୃତ୍ୟୁ ଘଟୁଛି? ତେଣୁ ଆମ ପ୍ରତ୍ୟେକଙ୍କୁ ଏହି କଥା ଚିନ୍ତା କରିବାକୁ ହିଁ ପଡ଼ିବ, କାରଣ ଏହି ସମୟ ଆମକୁ ଅନୁଗ୍ରହରେ ଦିଆଯାଇଅଛି (୨ କରିନ୍ତୀୟ ୬:୨)। ଆପଣ ଯଦି ଖ୍ରୀଷ୍ଟଙ୍କଠାରେ କେବେ ମଧ୍ୟ ବିଶ୍ବାସ କରି ନାହାନ୍ତି, ବର୍ତ୍ତମାନ ତାହା କରନ୍ତୁ। ତେବେ ଯେତେବେଳେ ଜୀବନର ଯାତ୍ରା ସରିଯିବ, ଆପଣ ନିଶ୍ଚିତ ଭାବରେ ନିରାପଦରେ ସ୍ଵର୍ଗରେ ଅବତରଣ କରିବେ। କାରଣ ଖ୍ରୀଷ୍ଟ ଆପଣଙ୍କର ପାଇଲଟ୍ ହେବେ । ଆଜି ହିଁ ଆପଣଙ୍କର ପାଇଲଟ୍ ଙ୍କୁ ଓ ନିଜର ଗନ୍ତବ୍ୟସ୍ଥଳକୁ ମନୋନୀତ କରନ୍ତୁ ।

ଏହା କହନ୍ତୁ

 ଏହା କହନ୍ତୁ

ପରମଗୀତ ୨: ୧୦-୧୪

ମୋ' ର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, ' ହେ  ମୋହର ପ୍ରିୟେ, ମୋହର ସୁନ୍ଦରୀ ଉଠ, ବାହାରି ଆସ'। (ପରମାଗୀତ ୨:୧୦)


ଆମେ ଯେଉଁମାନଙ୍କୁ ପ୍ରେମ କରୁ, ସେମାନଙ୍କ ପ୍ରତି ପ୍ରାୟ ଏତେ ଗୁରୁତ୍ବ ଦେଉ ନାହୁ। ହୁଏତ ଆମେ ଜୀବନଯାପନ ଓ କାର୍ଯ୍ୟର ଦୈନନ୍ଦିନ ପ୍ରକିୟାରେ ଆନନ୍ଦ ହୋଇ ଆମର ପ୍ରକୃତ ଆନ୍ତରିକ ଅନୁଭବକୁ ଜଣାଇବାରେ ଅବହେଳା କରୁ। ଆମେ ଆମ ନିଜ ନିଜକୁ କହୁ, "ମୁଁ ତାଙ୍କୁ ପ୍ରେମ କରେ ବୋଲି ସେ ଜାଣିଛନ୍ତି" ମାତ୍ର ଏ କଥା ଆମେ ଆଦୌ ଆମର ସାଥିଙ୍କୁ କହି ନ ଥାଉ ।


ହୁଏତ ଆପଣ ଏପରି ଏକ ପରିବାରରେ ବୃଦ୍ଧି ପାଇଛନ୍ତି, ଯେଉଁଠାରେ ସକାରାତ୍ମକ, ପ୍ରେମପୁର୍ଣ୍ଣ ଅନୁଭବକୁ  କଥାରେ ଆଦୌ ପ୍ରକାଶ କରାଯାଉ ନ ଥିଲା। ସେଥିପାଇଁ କଣ କହିବାକୁ ହେବ, ତାହା ଆପଣ ଜାଣନ୍ତି ନାହିଁ।


ଗୋଟିଏ ବିଜ୍ଞାପନରେ ଲେଖାଯାଇଛି, "ଏହାକୁ ଫୁଲର ସହିତ କୁହନ୍ତୁ"। ଆପଣଙ୍କର କୌଣସି ବିଶେଷ ପ୍ରିୟତମ ବ୍ୟକ୍ତିକୁ ସେପରି ଭାବାରେ ହିଁ ତାହା କୁହାଯାଇପାରିବ। କିମ୍ବା ଆପଣ ଏହାକୁ ଗୋଟାଏ ଉତ୍ତମଭାବେ ମନୋନୀତ କାର୍ଡ ସହିତ ମଧ୍ୟ କହିପାରିବେ। ମୋ' ର ସ୍ତ୍ରୀ କଳା ଚକୋଲେଟ ଭଲ ପାଆନ୍ତି, ସେଥିପାଇଁ ମୁଁ କୌଣସି ବିଶେଷ ଅବସରରେ ତାଙ୍କୁ ପ୍ରାୟ ଚକୋଲେଟ ଓ ଗୋଟିଏ କାର୍ଡ ଦିଏ। ସେ ପ୍ରେମର ଏହି ଚିହ୍ନଗୁଡ଼ିକୁ ଭଲ ପାଆନ୍ତି, ମାତ୍ର ବର୍ଷ ବର୍ଷ ଧରି ମୁଁ ଏହା ଶିକ୍ଷା କରିଛି ଯେ ମୁଁ ବାସ୍ତବରେ ଭିତରେ ଯାହା ଅନୁଭବ କରେ, ତାହା କରିବାର ସମସ୍ତ କାର୍ଯ୍ୟ କାର୍ଡ କିମ୍ବା ଉପହାରକୁ କହିବା ପାଇଁ ଅନୁମତି ଦେବା ଅନୁଚିତ୍। 'ମୁଁ ତୁମକୁ ପ୍ରେମ କରେ' ବୋଲି ମଧ୍ୟ କହିବା ମୋର ଆବଶ୍ୟକ ଅଟେ।


ପ୍ରତ୍ୟେକ ଜଣ ପ୍ରେମର କଥା ଶୁଣିବାକୁ ଭଲ ପାଆନ୍ତି । ପରମଗୀତରେ ପ୍ରେମୀଯୁଗଳ ପରସ୍ପର ସହିତ କଥା କହିବା ସମୟରେ ପ୍ରାୟ ପ୍ରେମପୂର୍ଣ୍ଣ ଶବ୍ଦ ବ୍ଯବହାର କରୁଥିଲେ। ଆଜି ହିଁ ଆପଣ ସେହି ବିଶେଷ ବ୍ୟକ୍ତିଙ୍କୁ କୁହନ୍ତୁ, 'ମୁଁ ତୁମକୁ ପ୍ରେମ କରେ ' କେବଳ ଚକୋଲେଟ କିମ୍ବା ଫୁଲ ସହିତ ନୁହେଁ, ମାତ୍ର ଆପଣଙ୍କ ମୁଖର କଥା ସହିତ।