ବରଫ ତଳୁ ମାଛ ଧରିବା
ଗୀତ ୧୧୫:୧-୧୧
ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। (ଯାତ୍ରା ୨୦:୩)
ଟେକ୍ସାସ୍ ସହରରେ ଗୋଟିଏ ଦମ୍ପତି ଗୋଟିଏ ଶୀତ ଦିନ ସକାଳେ ମାଛ ଧରିବା ନିମନ୍ତେ ବରଫାକୃତ ଏକ ଅଞ୍ଚଳରେ ପହଞ୍ଚିଲେ। ସେହି ଅଞ୍ଚଳରେ ବରଫ କାଟି ତା' ତଳୁ ମାଛ ଧରିବା ନିମନ୍ତେ ସେମାନେ ତାଙ୍କରଜାଲ ପ୍ରସ୍ତୁତ କଲେ। ଠିକ୍ ଏହି ସମୟରେ, ସେମାନେ ଏକ ଅଦ୍ଭୁତ ସ୍ଵର ଶୁଣିଲେ," ଏଠାରେ ବରଫ ତଳେ କୌଣସି ମାଛ ନାହିଁ"। ସେମାନେ ହତଚକିତ ହୋଇ ପଚାରିଲେ, ହେ ଈଶ୍ୱର ଏହା କ'ଣ ତୁମର ସ୍ଵର? ଉତ୍ତର ଆସିଲା "ନାହିଁ ମାତ୍ର ମୁଁ ଜାଣେ ଯେ ଏଠାରେ ବରଫ ତଳେ କୌଣସି ମାଛ ନାହିଁ। ଏହି ବରଫ ସ୍କେଟିଙ୍ଗ୍ ରୀଙ୍କ୍ ର ମାଲିକ।"
ଯେଉଁ ଲୋକମାନେ ଏକମାତ୍ର ସତ୍ୟ ପରମେଶ୍ଵରଙ୍କ ବ୍ୟତୀତ ଅନ୍ୟ ଦେବଦବୀମାନଙ୍କ ଉପାସନା କରନ୍ତି, ସେମାନେ ବରଫ ତଳୁ ମାଛ ଧରିବାକୁ ଚାହୁଁଥିବା ଏହି ଲୋକଙ୍କ ସଦୃଶ ଅଟନ୍ତି। ଯିଶାଇୟଙ୍କ ସମୟର ପ୍ରତିମା ପୂଜକମାନେ ସେମାନଙ୍କର ଧାର୍ମିକ ରୀତିନୀତି କରିବାକୁ ଅନେକ କଠିଣ ପରିଶ୍ରମ କରୁଥିଲେ। ନିଜ ଦ୍ବାରା ଖୋଦିତ ପ୍ରତିମଗୁଡ଼ିକୁ ଆଭୁସିତ କରିବା ପାଇଁ ସେମାନେ ଅନେକ ଅର୍ଥ ଖର୍ଚ୍ଚ କରି ସେଥିରେ ସୁନା ଓ ରୂପା ଛାଉଣୀ କରିଥଲେ। (ଯିଶାଇୟ ୪୦:୧୯-୨୦)। ସେମାନେ ନିଜ ହସ୍ତକୃତ ସ୍ଥାଣୁ ଓ ନିର୍ଜୀବ ପ୍ରତିମାଗୁଡ଼ିକର ପୂଜା ଓ ଉପାସନା କରୁଥିଲେ ଏବଂ ସେମାନଙ୍କ ସମ୍ମୁଖରେ ଆଣ୍ଠୁ ଭାଙ୍ଗୁଥିଲେ(ଗୀତ ୧୧୫:୪-୭)। ସେମାନେ ଈଶ୍ୱରଙ୍କ ଉପାସନା କରୁଛନ୍ତି ବୋଲି ମନେ କରୁଥିଲେ, ମାତ୍ର ସେମାନଙ୍କର ଉପାସନା ଉପରୋକ୍ତ ମାଛ ଧରାଳିଙ୍କ ସଦୃଶ ବ୍ଯର୍ଥ ଥିଲା।
ଆମର ମହାନ୍ ପରମେଶ୍ବର କଦାପି ମନୁଷ୍ୟ ଦ୍ବାରା ନିର୍ମିତ ଏକ ପ୍ରତିକୃତିରେ ପରିଣତ ହୋଇପାରିବେ ନାହିଁ। ସେ 'ଅନନ୍ତ ପରମେଶ୍ବର ଓ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା' (ଯିଶାଇୟ ୪୦:୨୮)। ଆଉ ସେ ଚାହାନ୍ତି, ଯେପରି ଆମେ ଆତ୍ମାରେ ଓ ସତ୍ୟରେ ତାଙ୍କର ଉପାସନା କରୁ (ଯୋହନ ୪:୨୪)।
No comments:
Post a Comment
Kindly give your suggestions or appreciation!!!