BN

ମୋ' ହୃଦୟ କେତେ ବଳିଷ୍ଠ

 ମୋ' ହୃଦୟ କେତେ ବଳିଷ୍ଠ

ଏବ୍ରୀ ୧୦:୧୧-୨୨

ଆସ,  ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ଵାରା କଳୁଷିତ ବିବେକରୁ ଶୂଚୀକୃତ…... ହୋଇ…. ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ ………  (ଏବ୍ରୀ ୧୦:୨୨)


ଆପଣଙ୍କୁ କୌଣସି ଡ଼ାକ୍ତର କ'ଣ କେବେ ତାଙ୍କର ଷ୍ଟେଥୋସ୍କୋପ ବ୍ଯବହାର କରିବାକୁ ଅନୁମତି ଦେଇଛନ୍ତି? ଆଉ ଆପଣ କ'ଣ ସେଥିରେ ନିଜର ହୃଦସ୍ପନ୍ଦନ ଶୁଣିଛନ୍ତି? ନିଜ ହୃଦୟର ସ୍ପନ୍ଦନ ଶୁଣିବା ଆମ ନିମନ୍ତେ ଏକ ଅଦଭୁତ ଅନୁଭବ ଆଣିଥାଏ। ଆମର ଜନ୍ମ ପୁର୍ବରୁ ସେହି ହୃଦୟ ସ୍ପନ୍ଦିତ ହେଉଥାଏ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ତାହାର ସ୍ପନ୍ଦନ ବନ୍ଦ ହୋଇଯାଇ ନ ଥାଏ।


ଆଶାଲତା ଏକ ହସ୍ପିଟାଲ୍ ର ଶିଶୁ ରୋଗ ବିଭାଗରେ କାର୍ଯ୍ୟରତ ଥିବା ସମୟରେ ଶିଶୁ ରୋଗୀମାନଙ୍କୁ ସେମାନଙ୍କର ହୃଦସ୍ପନ୍ଦନ ପ୍ରାୟ ଶୁଣାଇଥାନ୍ତି । ଦିନେ ସେ ନିତୁ ନାମକ ଜଣେ ଚାରି ବର୍ଷ ବୟସ୍କ ଝିଅର ସେବା କରୁଥିବା ବେଳେ ନିଜର ଷ୍ଟେଥୋସ୍କୋପରେ ତାହର ହୃଦସ୍ପନ୍ଦନ ତାହାର କାନରେ ଶୁଣାଇ  ତାକୁ ପଚାରିଲେ, "ଏହି ଶବ୍ଦକୁ ଶୁଣି କହିଲୁ" ଏଇଟା କି ଶବ୍ଦ? ଚାରି ବର୍ଷର ଝିଅ ନିତୁ ନିଜର ଭ୍ରୁକୁଞ୍ଚନ କରି କିଛି ସମୟ ଭାବି କହିଲା, "ଯୀଶୁ କ'ଣ ମୋ' ହୃଦୟ କବାଟ ବାଡାଉଛନ୍ତି?"


ଶରୀର ବିଜ୍ଞାନ କଥା ବର୍ତ୍ତମାନ ଭୁଲିଯାଆନ୍ତୁ, ଆଉ ନିତୁକୁ  ଆପଣଙ୍କର ଶିକ୍ଷକ କରନ୍ତୁ। ଆତ୍ମିକ ସ୍ଵାସ୍ଥ୍ୟ ଓ ଅନନ୍ତ ଜୀବନର ଦୃଷ୍ଟିକୋଣରୁ, ତାହାର ଉତ୍ତର ସମ୍ପୂର୍ଣ ଠିକ୍। ଯୀଶୁ ଖ୍ରୀଷ୍ଟ  ଆମର କୃଶାର୍ପିତ ତ୍ରାଣକର୍ତ୍ତା ଓ ପୁନରୁତ୍ଥିତ ଗୌରବମୟ ପ୍ରଭୂ। ସେ ପ୍ରକୁତରେ ପ୍ରତ୍ୟେକ ମନୁଷ୍ୟ ହୃଦୟର କବାଟ ବାଡ଼ାଉଛନ୍ତି। ଆମର ହୃଦୟ ହଉଛି, ଆମ ଶରୀରର ପ୍ରାଣକେନ୍ଦ୍ର ଓ ଆମର ମନୋନୟନ କରିବା ତଥା ନିଷ୍ପତ୍ତି ନେବାର ନିୟନ୍ତ୍ରଣ କକ୍ଷ (ପ୍ରକାଶିତ ୩:୨୦)


ଏଣୁ ମୁ କ'ଣ ତାଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ହେବାକୁ ମୋ' ହୃଦୟ ମଧ୍ୟକୁ ଆନନ୍ଦରେ ନିମନ୍ତ୍ରଣ କରୁଛି? ତେବେ ସେ ମୋ' ପାପ ସବୁ କ୍ଷମା କରି ମୋ' ହୃଦୟକୁ ପରିଷ୍କାର କରିଦେବେ (ଯୋହନ ୩:-୧-୧୬, ଏବ୍ରୀ ୧୦:୨୨)।


ମୁଁ ତାଙ୍କୁ ମୋ' ଜୀବନର ପ୍ରଭୂ ରୂପେ ରାଜତ୍ଵ କରିବାକୁ ନିୟନ୍ତ୍ରଣ କଲେ, ସେ ମୋ'ର ନିଷ୍ପତ୍ତି ଓ କାର୍ଯ୍ୟ ସବୁ ପରିଚାଳିତ କରିବେ ସେ ମୋ ହୃଦୟ ମଧ୍ୟକୁ ଆସିବାକୁ ପ୍ରକୃତରେ ଅପେକ୍ଷା କରି ଦ୍ଵାରରେ ଆଘାତ କରୁଅଛି।

ଶାନ୍ତିକାରକମାନେ

 ଶାନ୍ତିକାରକମାନେ

ମାଥିଉ ୫:୧-୧୦

ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ। (ମାଥିଉ୫:୯)


ସ୍କଟଲାଣ୍ଡର ଯେଉଁ ଦୌଡାଳୀ, ଏରିକ୍ ଲିଡେଲ୍ ଙ୍କର ଜୀବନକୁ 'ଅଗ୍ନିର ରଥ' ଚଳଚିତ୍ରରେ ଚିତ୍ରିତ କରାଯାଇଥିଲା, ସେ ୨୦ ବର୍ଷ ଧରି ଚିନରେ ଜଣେ ମିଶନାରୀ ଭାବରେ କାର୍ଯ୍ୟ କରିଥିଲେ ଓ ଶେଷ ଦୁଇ ବର୍ଷ ଦ୍ୱୀତୀୟ ବିଶ୍ଵଯୁଦ୍ଧ ସମୟରେ ଗୋଟିଏ ଜାପାନୀ ବନ୍ଦୀ ଶିବିରରେ କଟାଇ ଥିଲେ। ସେ ଶିବିର ମଧ୍ୟରେ ଜଣେ ଶାନ୍ତିକାରକ ଭାବରେ ପରିଚିତ ଥିଲେ କାରଣ ଯେତେବେଳେ ଶିବିରର ଚାପ ପୂର୍ଣ୍ଣ ପରିବେଶ ମଧ୍ୟରେ କ୍ରୋଧାଗ୍ନି ପ୍ରଜ୍ଵଳିତ ହେଉଥିଲା। ସେତେବେଳେ ସେ ବ୍ୟକ୍ତି ବ୍ୟକ୍ତି ଓ ଦଳ ଦଳ ମଧ୍ୟରେ ଶାନ୍ତି ସ୍ଥାପନ କରୁଥିଲେ ଲିଡେଲ୍ ଙ୍କର ଜୀବନ ସମସ୍ତଙ୍କ ଉପରେ ଏକ ଗଭୀର ପ୍ରଭାବ ପକାଇଥିଲା।


ଦିନେ ଲିଡେଲ୍ କାହିଁକି ନାମ ଡକାଯିବା ସମୟରେ ଉପସ୍ଥିତ ନାହାନ୍ତି ବୋଲି ଜଣେ ଜାପାନୀ ପ୍ରହରୀ ପଚାରିବାରୁ, ଜଣେ ବ୍ୟକ୍ତି କହିଥିଲେ ଯେ, ଏରିକ୍ କିଛି ସମୟ ପୂର୍ବରୁ ଅନପେକ୍ଷିତ ଭାବରେ ମୃତ୍ୟୁବରଣ କରିଛନ୍ତି। ପ୍ରହରୀଟି କିଛି ସମୟ ଅଟକି ଯାଇ କହିଲା, "ଲିଡେଲ୍ ଜଣେ ଖ୍ରୀଷ୍ଟିୟାନ ଥିଲେ, ନୁହେଁ କି?


ଲିଡେଲ୍ ଜାପାନୀ ଭାଷା କହୁ ନ ଥିଲେ, ପ୍ରହରୀଟି ଇଂରାଜୀ କହୁ ନ ଥିଲା। ସେମମାନଙ୍କର ଏକମାତ୍ର ପ୍ରତ୍ୟକ୍ଷ ଯୋଗାଯୋଗ କେବଳ ଉପସ୍ଥାନ ନେବା ସମୟରେ, ଦିନକୁ ଦୁଇଥର  ଥିଲା। ଲିଡେଲ୍ ଜଣେ ଖ୍ରୀଷ୍ଟିୟାନ ଥିଲେ ବୋଲି ପ୍ରହରୀଟି କିପରି ଜାଣିଲା? ସେ ନିଶ୍ଚୟ ଶିବିରରେ ଏରୀକ୍ ଙ୍କୁ କଳହ ସମାଧାନ କରୁଥିବା ଦେଖି ତାଙ୍କଠାରେ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରିଥିବ।


ଯୀଶୁ କହିଥିଲେ, "ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ" (ମାଥିଉ୫:୯) ଶାନ୍ତିକାରକମାନେ ନିଜେ ଈଶ୍ୱରଙ୍କ ଶାନ୍ତିରେ ପୂର୍ଣ୍ଣ ଅଟନ୍ତି, ଆଉ ଏହି ଗୁଣ ଦ୍ବାରା ହିଁ ସେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି। କଳହ ସମାଧାନ କରିବା ଅପେକ୍ଷା, ସେମାନେ ଖ୍ରୀଷ୍ଟଙ୍କଠାରେ ଇଶ୍ଵରଙ୍କର ମିଳନକାରୀ ପ୍ରେମର ଜୀବନ୍ତ ପ୍ରମାଣ ମଧ୍ୟ ଅଟନ୍ତି।

କିଏ ନିୟନ୍ତ୍ରଣକାରୀ?

 କିଏ ନିୟନ୍ତ୍ରଣକାରୀ?

ରୋମୀୟ ୮:୧-୧୪

ଯେଣୁ ଯେତେଲୋକ ଈଶ୍ଵରଙ୍କ ଆତ୍ମାଙ୍କ ଦ୍ଵାରା ଚାଳିତ ହୁଅନ୍ତି,ସେମାନେ ଈଶ୍ୱରଙ୍କ ସନ୍ତାନ (ରୋମୀୟ ୮:୧୪)

 

ସ୍ଵଭାବତଃ, ଆମ ସମସ୍ତଙ୍କଠାରେ ଆମ ଜଗତକୁ ନିୟନ୍ତ୍ରଣ କରିବାର ଏକ ଇଛା ରହିଛି। ବାଲ୍ୟକାଳଠାରୁ ଆମେ ଆମ ନିଜର ସ୍ଵାଧୀନ ମାର୍ଗ ପ୍ରତି ଫେରିଥାଉ ଓ ପରିବେଶକୁ, ଭବିଷ୍ୟତକୁ, ଲୋକମାନଙ୍କୁ ଏପରିକି ଈଶ୍ୱରଙ୍କୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାଉ। ଆମେ ଏହା କରିପାରୁ ନ ଥିବାରୁ, ଶେଷରେ ହତାଶ, ବିଦ୍ରୋହୀ ଓ ସମାଲୋଚକ ହୋଇଯାଉ।


ନିୟନ୍ତ୍ରଣ କରିବା ପାଇଁ ଆମର ଆବଶ୍ୟକତା ଅତ୍ୟଧିକ ଆତ୍ମ ପ୍ରେମରୁ ଉତ୍ପନ୍ନ ହୋଇଥାଏ। ଥରେ ଜଣେ ବାଇବଲ ଶିକ୍ଷକ କହିଥିଲେ, "ସାର କଥା ଏହି ଯେ, ଆମେ ନିଜ ନିଜକୁ ପାଗଳ ପ୍ରାୟ ପ୍ରେମ କରୁ।"


ରୋମୀୟ ୮ ରେ, ପ୍ରେରିତ ପାଉଲ ଏହାକୁ "ଶରୀର" ଆତ୍ମ କୈନ୍ଦ୍ରିକ ମନୋଭାବ ବୋଲି କହିଥିଲେ। ସ୍ଵଭାବତଃ, ଆମେ ଏପରି ବଞ୍ଚୁ, ଯେପରିକି ଆମେ ଶରୀରର ବାଧ୍ୟ ଅଟୁ। ପାଉଲ ଆମକୁ ୧୨ ପଦରେ ଏହା ସ୍ମରଣ କରାଇ ଦେଇଥିଲେ ଯେ ଏହା ସେପରି ନୁହେଁ। ସେ ଏହା ପରେ ଏକ ଫଳପ୍ରଦ ବିକଳ୍ପ ପ୍ରଦାନ କରିଥିଲେ। "ଆମେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ଵାରା ପରିଚାଳିତ ଓ ନିୟନ୍ତ୍ରଣ କରିବା ଭାର ଦେବା ପାଇଁ ଭୟ କରିପାରୁ, ମାତ୍ର ଆମେ ଭୟ କରିବା ଆବଶ୍ୟକ ନୁହେଁ। ମାନବ ନିୟନ୍ତ୍ରଣ ଆମକୁ ବନ୍ଧନଗ୍ରସ୍ତ କରେ, ଈଶ୍ୱରଙ୍କ ନିୟନ୍ତ୍ରଣ ଆମକୁ ସ୍ଵାଧୀନତା ଦିଏ। ମାନବ ନିୟନ୍ତ୍ରଣ ଆଶୁ ଫଳ ଉପରେ ଗୁରୁତ୍ବ ଦିଏ, ଈଶ୍ୱରଙ୍କ ନିୟନ୍ତ୍ରଣ ପରିବର୍ତ୍ତନର ଏକ ଜୀବନବ୍ୟାପି ପ୍ରକ୍ରିୟା ପାଇଁ ଅନୁମତି ଦିଏ।

ଆପଣ କ'ଣ ନିଜକୁ 'ପାଗଳ ପ୍ରାୟ ପ୍ରେମ' କରନ୍ତି? କାହିଁକି ଆପଣଙ୍କ ଜୀବନର ନିୟନ୍ତ୍ରଣ ଈଶ୍ୱରଙ୍କୁ ସମର୍ପଣ କରୁ ନାହାନ୍ତି? ଆପଣଙ୍କୁ ପରିବର୍ତ୍ତନ କରିବା ପାଇଁ ଓ ଅନ୍ୟମାନଙ୍କୁ ପ୍ରେମ କରିବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କୁ କହନ୍ତୁ।

ବିଜୁଳି ଓ ଘଡ଼ଘଡ଼ି

 ବିଜୁଳି ଓ ଘଡ଼ଘଡ଼ି

ଯାକୁବ ୨:୧୪-୨୬


ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ଵାସ ଦେଖାଇବି ।

(ଯାକୁବ ୨:୧୮)


ଆକାଶରେ ବିଜୁଳି ମାରିଲେ ତା'ପରେ ପରେ ଘଡ଼ଘଡ଼ି ଶବ୍ଦ ଶୁଭିବ ବୋଲି ଆମେ ଜାଣୁ । ବିନା ବିଜୁଳିରେ ଘଡ଼ଘଡ଼ି ଶବ୍ଦ ଆଦୌ ଶୁଭିବ ନାହିଁ । କାରଣ ଗୋଟିଏ ଅନ୍ୟଟିକୁ ଉତ୍ପନ୍ନ କରିଥାଏ ।


ବିଶ୍ଵାସ କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି । ଯେପରି ବିଜୁଳି ମାରିବା ଦ୍ୱାରା ଘଡ଼ଘଡ଼ି ଶବ୍ଦ ଉତ୍ପନ୍ନ ହୁଏ, ଠିକ୍ ସେହିପରି ପ୍ରକୃତ ବିଶ୍ଵାସରୁ ଉତ୍ତମ ଆଚରଣ ଓ ଉତ୍ତମ କାର୍ଯ୍ୟ ପ୍ରକାଶିତ ହୁଏ । ଏଫିସୀୟ ମଣ୍ଡଳୀ ନିକଟକୁ ଲିଖିତ ପତ୍ରରେ ପାଉଲ ଦୃଢ଼ଭାବେ କହନ୍ତି, "ଅନୁଗ୍ରହରେ ବିଶ୍ଵାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ, କ୍ରିୟାକର୍ମ  ହେତୁ ନୁହେଁ" (ଏଫି ୨:୮,୯)


କିନ୍ତୁ ଯାକୁବ କହନ୍ତି, "ମନୁଷ୍ୟ କେବଳ ବିଶ୍ଵାସ ଦ୍ୱାରା ଧାର୍ମିକ ଗଣିତ ହୁଏ ନାହିଁ, ମାତ୍ର କର୍ମ ଦ୍ୱାରା ମଧ୍ୟ ଧାର୍ମିକ ଗଣିତ ହୁଏ" (ଯାକୁବ ୨:୨୪) । କିନ୍ତୁ ଏହା ଦ୍ୱାରା ସେ ଆଦୌ ଅସ୍ବୀକାର କରୁ ନାହାନ୍ତି ଯେ, ବିଶ୍ଵାସ ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପାଇଥାଉ, କାରଣ ସେ ଅବ୍ରହାମଙ୍କ ବିଷୟ ଉଲ୍ଲେଖ କରି କହନ୍ତି ଯେ, "ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ଵାସ କଲେ ଓ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା" (୨୧ ପଦ ) ।


ପାଉଲ ମଧ୍ୟ କାର୍ଯ୍ୟର ଗୁରୁତ୍ୱକୁ ଅସ୍ବୀକାର କରି ନାହାନ୍ତି, କାରଣ ଏଫିସୀ ୨:୧୦ ରେ ସେ କହନ୍ତି, "ସମସ୍ତ ପ୍ରକାରର ସତ୍ କାର୍ଯ୍ୟ" କରିବା ନିମନ୍ତେ ଆମେ ପରିତ୍ରାଣ ପାଇଅଛୁ । ଆପଣଙ୍କ ଜୀବନରେ 'ବିଜୁଳି' ସ୍ଵରୂପ ବ୍ୟକ୍ତିଗତ ବିଶ୍ଵାସ କ'ଣ ଘଡ଼ଘଡ଼ିରୂପକ 'ଉତ୍ତମ କାର୍ଯ୍ୟ' ଉତ୍ପନ୍ନ କରୁଅଛି ? କାରଣ ଏକର ବିନା ଆନର ସ୍ଥିତି ହିଁ ନାହିଁ, ଯେହେତୁ "କର୍ମ ବିନା ବିଶ୍ଵାସ ମୃତ" (ଯାକୁବ ୨:୨୬) ।

ମୃଦୁ ପ୍ରରୋଚନା

 ମୃଦୁ ପ୍ରରୋଚନା

ମାର୍କ ୧୨:୨୮-୩୪

ସେ ବୁଦ୍ଧି ସହିତ ଉତ୍ତର ଦେଇଛନ୍ତି ଦେଖି ଯୀଶୁ ତାଙ୍କୁ କହିଲେ, "ଈଶ୍ଵରଙ୍କ ରାଜ୍ୟଠାରୁ ତୁମେ ଦୂରବର୍ତ୍ତୀ ନୁହଁ" (ମାର୍କ ୧୨:୩୪)


ବ୍ୟବସାୟରେ ସଫଳ ହେବା ନିମନ୍ତେ ଆଜିକାଲି ଯେଉଁ ଲୋକମାନେ ଗ୍ରାହକ ମାନଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରନ୍ତି, ସେମାନଙ୍କ ପ୍ରତି ମୁଁ ଅତ୍ୟନ୍ତ ନକରାର୍ତ୍ମକ ବ୍ଯବହାର ପ୍ରଦର୍ଶନ କରେ । କାରଣ ସେମାନଙ୍କର ବ୍ୟବହାର ମତେ ପସନ୍ଦ ଲାଗେ ନାହିଁ । ଅଣବିଶ୍ବାସୀମାନେ ଠିକ୍ ମୋ' ସଦୃଶ୍ୟ ପ୍ରତିକ୍ରିୟା ଖ୍ରୀଷ୍ଟିଆନମାନଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରନ୍ତି, କାରଣ ଖ୍ରୀଷ୍ଟିଆନମାନେ ପରିତ୍ରାଣକର୍ତ୍ତା ରୁପେ ଯୀଶୁଙ୍କ ଠାରେ ବିଶ୍ଵାସ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେବାକୁ ସେମାନଙ୍କ ଉପରେ ଚାପ ପ୍ରୟୋଗ କରନ୍ତି ।

ଆମର ପ୍ରଭୂ ଆମକୁ ଏକ ସୁନ୍ଦର ଉପାୟ ଶିଖାଇଲେ । ସେ ଧୈର୍ଯ୍ୟର ସହ ସତ୍ୟ ଶିକ୍ଷା ଦେଲେ, ଜାଣିଶୁଣି ଅବିଶ୍ବାସ କରିବାର ଗୁରୁତର ପରିଣାମ ବିଷୟ ସରଳ ଭାବେ ଘୋଷଣା କଲେ, ଆଉ ପାପରେ  ହଜି ଯାଇଥିବା ଲୋକମାନଙ୍କୁ ପରିତ୍ରାଣ ନିମନ୍ତେ ତାଙ୍କ ନିକଟକୁ ଆସିବା ପାଇଁ କୋମଳ ଭାବରେ ନିମନ୍ତ୍ରଣ ଜଣାଇଲେ। ଯେଉଁ ଶାସ୍ତ୍ରୀ ଯୀଶୁଙ୍କ ନିକଟକୁ ଗୋଟିଏ ପ୍ରଶ୍ନର ଉତ୍ତର ଜାଣିବାକୁ ଆସିଥିଲେ, ସେ ଯୀଶୁଙ୍କ ଉତ୍ତରରେ ସନ୍ତୁଷ୍ଟ ହେଲେ ( ମାର୍କ ୧୨:୨୮-୩୪)

ସେ ଅନ୍ୟ ଶାସ୍ତ୍ରୀମାନଙ୍କ ଭଳି ନ ହୋଇ ଯୀଶୁଙ୍କ ପ୍ରଂଶସା କଲେ। ତାଙ୍କ ନିମନ୍ତେ କେବଳ ଗୋଟାଏ ବିଷୟ ଥିଲା - ଯୀଶୁଙ୍କୁ ମଶୀହ ରୂପେ ସ୍ଵୀକାର କରି ତାଙ୍କଠାରେ ଭରସା ସ୍ଥାପନ କରିବା । ଏଣୁ ପ୍ରଭୂ ତାଙ୍କୁ ଉତ୍ସାହ ଦେଇ  କହିଲେ "ଈଶ୍ଵରଙ୍କ ରାଜ୍ୟଠାରୁ ତୁମେ ଦୂରବର୍ତ୍ତୀ ନୁହଁ" (୩୪ ପଦ)


ଯୀଶୁଙ୍କର ଏହି କାର୍ଯ୍ୟରୁ ଆମେ ଶିକ୍ଷା ଲାଭ କରୁ। ଆମର କାର୍ଯ୍ୟ ହେଉଛି, ପ୍ରେମରେ ସତ୍ୟ ପ୍ରକାଶ କରିବା, ଯେପରି ଲୋକମାନେ ସ୍ପଷ୍ଟ ରୁପେ ଜାଣିବେ ଯେ ପରିତ୍ରାଣ ପାଇବା ନିମନ୍ତେ ସେମାନଙ୍କୁ କ'ଣ କରିବାକୁ ହେବ । ଏହାପରେ ଈଶ୍ଵରଙ୍କ ଆତ୍ମା ଅବଶିଷ୍ଟ କାର୍ଯ୍ୟ  ସାଧନ କରିବେ। ଆମେ ଲୋକ ମାନଙ୍କ ମନରେ ବିଶ୍ଵାସ ଜନ୍ମାଇ ପାରିବା ନାହିଁ। କିନ୍ତୁ ସେମାନେ ଯୀଶୁଙ୍କ ବିଷୟ ଯେପରି ସ୍ପଷ୍ଟ ରୂପେ ଜାଣିପାରିବେ, ଏହି ବିଷୟରେ ଆମେ ନିଶ୍ଚିତ ହେବା ଆବଶ୍ୟକ।