BN

ଶାନ୍ତିକାରକମାନେ

 ଶାନ୍ତିକାରକମାନେ

ମାଥିଉ ୫:୧-୧୦

ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ। (ମାଥିଉ୫:୯)


ସ୍କଟଲାଣ୍ଡର ଯେଉଁ ଦୌଡାଳୀ, ଏରିକ୍ ଲିଡେଲ୍ ଙ୍କର ଜୀବନକୁ 'ଅଗ୍ନିର ରଥ' ଚଳଚିତ୍ରରେ ଚିତ୍ରିତ କରାଯାଇଥିଲା, ସେ ୨୦ ବର୍ଷ ଧରି ଚିନରେ ଜଣେ ମିଶନାରୀ ଭାବରେ କାର୍ଯ୍ୟ କରିଥିଲେ ଓ ଶେଷ ଦୁଇ ବର୍ଷ ଦ୍ୱୀତୀୟ ବିଶ୍ଵଯୁଦ୍ଧ ସମୟରେ ଗୋଟିଏ ଜାପାନୀ ବନ୍ଦୀ ଶିବିରରେ କଟାଇ ଥିଲେ। ସେ ଶିବିର ମଧ୍ୟରେ ଜଣେ ଶାନ୍ତିକାରକ ଭାବରେ ପରିଚିତ ଥିଲେ କାରଣ ଯେତେବେଳେ ଶିବିରର ଚାପ ପୂର୍ଣ୍ଣ ପରିବେଶ ମଧ୍ୟରେ କ୍ରୋଧାଗ୍ନି ପ୍ରଜ୍ଵଳିତ ହେଉଥିଲା। ସେତେବେଳେ ସେ ବ୍ୟକ୍ତି ବ୍ୟକ୍ତି ଓ ଦଳ ଦଳ ମଧ୍ୟରେ ଶାନ୍ତି ସ୍ଥାପନ କରୁଥିଲେ ଲିଡେଲ୍ ଙ୍କର ଜୀବନ ସମସ୍ତଙ୍କ ଉପରେ ଏକ ଗଭୀର ପ୍ରଭାବ ପକାଇଥିଲା।


ଦିନେ ଲିଡେଲ୍ କାହିଁକି ନାମ ଡକାଯିବା ସମୟରେ ଉପସ୍ଥିତ ନାହାନ୍ତି ବୋଲି ଜଣେ ଜାପାନୀ ପ୍ରହରୀ ପଚାରିବାରୁ, ଜଣେ ବ୍ୟକ୍ତି କହିଥିଲେ ଯେ, ଏରିକ୍ କିଛି ସମୟ ପୂର୍ବରୁ ଅନପେକ୍ଷିତ ଭାବରେ ମୃତ୍ୟୁବରଣ କରିଛନ୍ତି। ପ୍ରହରୀଟି କିଛି ସମୟ ଅଟକି ଯାଇ କହିଲା, "ଲିଡେଲ୍ ଜଣେ ଖ୍ରୀଷ୍ଟିୟାନ ଥିଲେ, ନୁହେଁ କି?


ଲିଡେଲ୍ ଜାପାନୀ ଭାଷା କହୁ ନ ଥିଲେ, ପ୍ରହରୀଟି ଇଂରାଜୀ କହୁ ନ ଥିଲା। ସେମମାନଙ୍କର ଏକମାତ୍ର ପ୍ରତ୍ୟକ୍ଷ ଯୋଗାଯୋଗ କେବଳ ଉପସ୍ଥାନ ନେବା ସମୟରେ, ଦିନକୁ ଦୁଇଥର  ଥିଲା। ଲିଡେଲ୍ ଜଣେ ଖ୍ରୀଷ୍ଟିୟାନ ଥିଲେ ବୋଲି ପ୍ରହରୀଟି କିପରି ଜାଣିଲା? ସେ ନିଶ୍ଚୟ ଶିବିରରେ ଏରୀକ୍ ଙ୍କୁ କଳହ ସମାଧାନ କରୁଥିବା ଦେଖି ତାଙ୍କଠାରେ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରିଥିବ।


ଯୀଶୁ କହିଥିଲେ, "ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ" (ମାଥିଉ୫:୯) ଶାନ୍ତିକାରକମାନେ ନିଜେ ଈଶ୍ୱରଙ୍କ ଶାନ୍ତିରେ ପୂର୍ଣ୍ଣ ଅଟନ୍ତି, ଆଉ ଏହି ଗୁଣ ଦ୍ବାରା ହିଁ ସେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି। କଳହ ସମାଧାନ କରିବା ଅପେକ୍ଷା, ସେମାନେ ଖ୍ରୀଷ୍ଟଙ୍କଠାରେ ଇଶ୍ଵରଙ୍କର ମିଳନକାରୀ ପ୍ରେମର ଜୀବନ୍ତ ପ୍ରମାଣ ମଧ୍ୟ ଅଟନ୍ତି।

No comments:

Post a Comment

Kindly give your suggestions or appreciation!!!