BN

ଏକମାତ୍ର ପ୍ରତିକାର

 ଏକମାତ୍ର ପ୍ରତିକାର 

 ପ୍ରେରିତ ୧୬:୧୬-୩୪

…ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ କର, ତା' ହେଲେ ତୁମ୍ଭେ ସପରିବାରେ ପରିତ୍ରାଣ ପାଇବ। (ପ୍ରେରିତ ୧୬:୩୧) 


      ମନେକରନ୍ତୁ, ଆପଣ ଅସୁସ୍ଥ ଅଛନ୍ତି ଓ ଜଣେ ଡାକ୍ତରଙ୍କୁ ଦେଖା କରୁଛନ୍ତି। ତନ୍ନତନ୍ନ ପରୀକ୍ଷା ପରେ, ଆପଣ ଗୋଟିଏ ମାରାତ୍ମକ ରୋଗ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି ବୋଲି ଡାକ୍ତର କହନ୍ତି। ମାତ୍ର ସେହି ରୋଗ ପାଇଁ ଚିକିତ୍ସାବିଜ୍ଞାନ ଏକ ପ୍ରତିକାର ଆବିଷ୍କାର କରିଅଛି ବୋଲି ସେ ଜାଣନ୍ତି। ଆପଣଙ୍କ ମନରେ ଏହି ବିଶ୍ଵାସ ଜାତ ହୋଇ ପାରେ ଯେ ସେ ଜଣେ ସର୍ବୋତ୍ତମ ଚିକିତ୍ସକ, ତାଙ୍କର ନିର୍ଣ୍ଣୟ ସଠିକ୍ ଅଟେ ଓ ସେ ଲେଖିଥିବା ଚିକିତ୍ସା ପ୍ରଣାଳୀ ଓ ଔଷଧ ଆପଣଙ୍କର ଏକମାତ୍ର ଭରସା ଅଟେ। ମାତ୍ର ଆପଣଙ୍କୁ ସେହି ଔଷଧ ସେବନ କରିବାକୁ ହେବ। ଯଦି ଆପଣ କେବଳ ପଡି ରହିବେ ଓ ପ୍ରତିକାର ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଅସମ୍ମତ ହେବେ, ତେବେ ଆପଣ ମୃତ୍ୟୁବରଣ କରିବେ! 

      ଈଶ୍ଵରଙ୍କ ପରିତ୍ରାଣ ଯାଚିବା କ୍ଷେତ୍ରରେ ମଧ୍ୟ ସେହିପରି ଘଟେ। ଯୀଶୁଙ୍କ କାହାଣୀ ସତ୍ୟ ଅଟେ ବୋଲି ଆପଣ କହିପାରନ୍ତି, ମାତ୍ର ଯଦି ଆପଣ ବିଶ୍ୱାସର ହସ୍ତ ବଢାଇବେ ନାହିଁ, ତେବେ ଆପଣ ଅନନ୍ତକାଳ ପାଇଁ ବିନଷ୍ଟ ହେବେ । ଆପଣଙ୍କୁ ବ୍ୟକ୍ତିଗତ ଭାବେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବାକୁ ହେବ। ଆପଣଙ୍କ ପାପ ପାଇଁ ସେ ଏକମାତ୍ର ପ୍ରତିକାର ଅଟନ୍ତି। 

      ଜଣେ ବୃଦ୍ଧ ବ୍ୟକ୍ତି କହିଥିଲେ, "ଯେତେବେଳେ ମୁଁ ଅତି ଅସୁସ୍ଥ ହେଲି ଓ ମୋତେ ଜରୁରୀକାଳୀନ କକ୍ଷ ମଧ୍ଯକୁ ନିଆଗଲା, ସେତେବେଳେ ଜଣେ ଏପରି ଚିକିତ୍ସକ ମୋତେ ପରୀକ୍ଷା କଲେ, ଯାହାଙ୍କୁ ମୁଁ ପୂର୍ବରୁ ଆଦୌ ଦେଖି ନ ଥିଲି  ସେ ନିଜର କାର୍ଯ୍ୟକୁ ବାସ୍ତବରେ ଜାଣିଥିଲେ ତାଙ୍କ ଉପରେ ମୋର ଏତେ ବିଶ୍ଵାସ ଥିଲା ଯେ ମୁଁ କହିଥିଲି, "ଆପଣ ମୋର ଡ଼ାକ୍ତର ହୁଅନ୍ତୁ ବୋଲି ମୁଁ ଇଛା କରୁଛି।" 

      ଆମେ ସେହିପରି ପରିତ୍ରାଣ ପାଉ। ଯେତେବେଳେ ଆମେ ସୁସମାଚାର ବାର୍ତ୍ତା ଶୁଣୁ ଓ ପ୍ରଭୁ ଯୀଶୁଙ୍କର ପରିଚୟ ପାଉ, ସେତେବେଳ ଆମକୁ କହିବାକୁ ହେବ, "ଆପଣ ମୋର ତ୍ରାଣକର୍ତ୍ତା ହୁଅନ୍ତୁ ବୋଲି ମୁଁ ଚାହେଁ।"

ପ୍ରଶ୍ନ ସମୂହ

ପ୍ରଶ୍ନ ସମୂହ

ଯିହୋଶୂୟ ୪:୧-୧୮

...ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ରରୂପେ ମାନ୍ୟ କର।.. ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ (୧ ପିତ. ୩:୧୫)


ଗୋଟିଏ ଛୋଟ ପିଲା ତା'ର ପିତାମହଙ୍କ ସହିତ ଗୋଟିଏ ମଣ୍ଡଳୀ ଉପାସନାରେ ଯୋଗ ଦେଇଥିଲା। କୌତୁହଳରେ ପୂର୍ଣ୍ଣ ହୋଇ ପିଲାଟି ପଚାରିବାରେ ଲାଗିଥିଲା, 'ତା'ର ଅର୍ଥ କ'ଣ? ଜେଜେବାପା ଶାନ୍ତ ଭାବରେ ଘଟୁଥିବା ସମସ୍ତ ବିଷୟକୁ ବୁଝାଇ ଚାଲିଥିଲେ। ଯେତେବେଳେ ପ୍ରଚାରକ ତାଙ୍କର ଶିକ୍ଷାଦାନ ଆରମ୍ଭ କଲେ, ସେତେବେଳ ସେ ପ୍ରଥମେ ନିଜର ଘଡିକୁ ଖୋଲି ମେଜ ଉପରେ ରଖିଲେ। ପିଲାଟି ଧୀର ସ୍ଵରରେ ପଚାରିଲା, ‘ତା’ ର ଅର୍ଥ କ'ଣ? ଜେଜେବାପା, ଉତ୍ତର ଦେଲେ, "ତାହା କିଛି ନୁହେଁ, କିଛି ନୁହେଁ।"

     ପିଲାଟିର ପ୍ରଶ୍ନ ବାଣସବୁ ହୁଏତ କେତେକ ଲୋକଙ୍କୁ ବିରକ୍ତ କରି ଦେଉଥିବ, ମାତ୍ର ଜେଜେବାପା ଏହା ଜାଣିଥିଲେ ଯେ ପିଲାମାନଙ୍କର ଗୋଟିଏ ଜିଜ୍ଞାସୁ ମନୋଭାବ ରହୁଥାଏ ଓ ଏହା ସେମାନଙ୍କୁ ଆତ୍ମିକ ସତ୍ୟପ୍ରତି ଉନ୍ମୁକ୍ତ କରିଦିଏ।

   ଆଜିର ବାଇବଲ ଅନୁସାରେ, ଭବିଷ୍ୟତ୍ ଯୁଗର ପିଲାମାନେ ଯର୍ଦ୍ଦନ ନଦୀରେ ଜମା ହୋଇଥିବା ପ୍ରସ୍ତରଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରିବେ ବୋଲି ଯିହୋଶୂୟ ଜାଣିଥିଲେ l ସେଥିପାଇଁ ଈଶ୍ୱର କିପରି ଆଶ୍ଚର୍ଯ୍ୟଜନକ ଭାବରେ ଯର୍ଦ୍ଦନ ନଦୀର ଜଳକୁ ଦୁଇ ଭାଗ କରିଥଲେ, ତାହା କହିବା ପାଇଁ ସୁଯୋଗର ସଦବ୍ୟବହାର କରିବାକୁ ସେ ପିତାମାତାଙ୍କୁ କହିଥିଲେ (ଯିହୋଶୂୟ ୪:୬-୭)।

    ପ୍ରଶ୍ନଗୁଡ଼ିକ ଆମର ବିଶ୍ୱାସ ବିଷୟରେ ସାକ୍ଷ୍ୟ ଦେବା ପାଇଁ ଆମ ନିମନ୍ତେ ଦ୍ଵାର ଉନ୍ମୁକ୍ତ କରିପାରୁ ଥିବାରୁ ଆମେ ପିଲାମାନଙ୍କଠାରୁ କିମ୍ବା ବଡମାନଙ୍କଠାରୁ ସେଗୁଡିକୁ ଆମନ୍ତ୍ରଣ କରିବା ଉଚିତ୍। ଯଦି ଆମେ ବନ୍ଧୁତ୍ୱପୂର୍ଣ୍ଣ, ନୀତିବାନ୍, ଦୟାଳୁ ଓ ଚାପ ଅଧୀନରେ ଥାଇ ସୁଦ୍ଧା ଶାନ୍ତ ସ୍ୱଭାବର ଅଟୁ, ତେବେ ଲୋକମାନେ ଆମକୁ ଲକ୍ଷ୍ୟ କରିବେ। ପୁଣି ଆମେ ଏପରି ଭାବରେ କିପରି ବଞ୍ଚି ପାରିଛୁ, ତାହା ସୁଦ୍ଧା କେତେକ ପଚାରିବେ। ସେତେବେଳ ସୁସମାଚାରର ଜୀବନ ପରିବର୍ତ୍ତନକାରୀ ବାର୍ତ୍ତା ସେମାନଙ୍କୁ ଜଣାଇବା ପାଇଁ ଆମ ନିକଟରେ ସୁଯୋଗ ରହିବ।


ଅବୀଗଲ

  Abigail


କିଛି ପୁରୁଷ ସେମାନଙ୍କ ପତ୍ନୀଙ୍କ ଯୋଗ୍ୟ ନୁହଁନ୍ତି । ଅବୀଗଲ ବୋଧହୁଏ ସର୍ବୋତ୍ତମ ମହିଳା ନାବଲଙ୍କ ନିମନ୍ତେ, ଏବଂ ଯେତେବେଳେ ସେ ତାଙ୍କୁ ବିବାହ କରିବାର ବ୍ୟବସ୍ଥା କରିଥିଲେ ସେତେବେଳେ ସେ ବୁଝାମଣା କରିବା ଅପେକ୍ଷା ଅଧିକ ପାଇଥିଲେ | ସେ ତାଙ୍କ ସମ୍ପତ୍ତି ପରିଚାଳନା କରିବା ଅପେକ୍ଷା ସୁନ୍ଦର ଏବଂ ଅଧିକ ଉପଯୁକ୍ତ ଥିଲେ | କିନ୍ତୁ ନାବଲ ଏହି ପତ୍ନୀଙ୍କୁ ନାମ ସକାଶେ ଗ୍ରହଣ କଲେ । 

ତାଙ୍କର ତ୍ରୁଟି ସତ୍ତ୍ୱେ, ନାବଲଙ୍କ ପରିବାର ତାଙ୍କୁ ଅସୁବିଧାରୁ ଦୂରେଇ ରଖିବା ପାଇଁ ଯାହା କରିପାରନ୍ତି ତାହା କରିଥିଲେ । ଏହି ବିଶ୍ୱସ୍ତତା ନିଶ୍ଚିତ ଭାବରେ ଅବୀଗଲଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବ | ଯଦିଓ ତାଙ୍କ ସଂସ୍କୃତି ଏବଂ ତାଙ୍କ ସ୍ୱାମୀ ତାଙ୍କ ଉପରେ କମ୍ ମୂଲ୍ୟ ରଖିଥିଲେ, ସେ ତାଙ୍କର ଦକ୍ଷତା ଏବଂ ସୁଯୋଗର ଅଧିକ ଉପଯୋଗ କରିଥିଲେ | ଦାଉଦ ତାଙ୍କ ଦକ୍ଷତାରେ ପ୍ରଭାବିତ ହୋଇଥିଲେ, ଏବଂ ଯେତେବେଳେ ନାବଲ ମରିଗଲେ, ସେ ତାଙ୍କୁ ବିବାହ କଲେ | 

ଅବୀଗଲ ତାଙ୍କ ଜୀବନର ଉଭୟ ପୁରୁଷଙ୍କ ପାଇଁ ଏକ ପ୍ରଭାବଶାଳୀ ପରାମର୍ଶଦାତା ଥିଲେ, ସେମାନଙ୍କୁ ଅସାବଧାନ/ଦ୍ରୁତ ପଦକ୍ଷେପ ନେବାରୁ ରୋକିବା ପାଇଁ କଠିନ ପରିଶ୍ରମ କରିଥିଲେ | ତାଙ୍କର ଦ୍ରୁତ କାର୍ଯ୍ୟ ଏବଂ ଦକ୍ଷ ବୁଝାମଣା ଦ୍ୱାରା, ସେ ଦାଉଦଙ୍କୁ ନାବଲଙ୍କ ଉପରେ ପ୍ରତିଶୋଧ ନେବାରୁ ଦୂରେଇ ରଖିଥିଲେ । ସେ ବଡ ଚିତ୍ର ଦେଖିଲେ ଏବଂ ଏଥିରେ ଜଡିତ ହେବା ପାଇଁ ଈଶ୍ଵରଙ୍କ ପାଇଁ ପ୍ରଚୁର ସ୍ଥାନ ଛାଡିଲେ | 

ଆପଣ, ଅବୀଗଲଙ୍କ ପରି, ବର୍ତ୍ତମାନର ସଙ୍କଟ/ସମସ୍ଯା ବାହାରେ ବଡ ଚିତ୍ରକୁ ଦେଖନ୍ତି କି? ଆପଣ ଈଶ୍ବରଙ୍କ ପାଇଁ ସ୍ଥାନ ଛାଡନ୍ତି କି? ନା ନିଜେ ସମସ୍ତ ବିଷୟ ନିଜ ହାତକୁ ନେବାକୁ ଚାହାନ୍ତି? ଶାନ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଆପଣ ଆପଣଙ୍କର ଦକ୍ଷତା ବ୍ୟବହାର କରନ୍ତି କି? ଅନ୍ଧ ନହୋଇ ଆପଣ ବିଶ୍ୱସ୍ତ କି? ଆଜି ଆପଣ କେଉଁ ଆହ୍ୱାନ କିମ୍ବା ଦାୟିତ୍ୱର ସମ୍ମୁଖୀନ ହେଉଛନ୍ତି ଯାହା ଈଶ୍ଵରଙ୍କ ନିୟନ୍ତ୍ରଣରେ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ କରେ?


ଶକ୍ତି ଏବଂ ସଫଳତା: 

  • ବୁଦ୍ଧିମାନ ଏବଂ ସକ୍ଷମ 

  • ଜଣେ ମନଲୋଭା ବକ୍ତା, ନିଜରୁ ବାହାରେ ଦେଖିବାକୁ ସକ୍ଷମ | 

ତାଙ୍କ ଜୀବନରୁ ଶିକ୍ଷା:

  • ଜୀବନର କଠିନ ପରିସ୍ଥିତି ଲୋକଙ୍କ ମଧ୍ୟରେ ସର୍ବୋତ୍ତମ ଆଣିପାରେ |

  • ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ଓଏନଇଏକ ସମ୍ମାନଜନକ ଟାଇଟଲ୍ ଆବଶ୍ୟକ କରେ ନାହିଁ | 

ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ: 

  • କେଉଁଠାରେ: କର୍ମିଲ

  • ବୃତ୍ତି: ଗୃହିଣୀ

  • ସମ୍ପର୍କୀୟ: ପ୍ରଥମ ସ୍ୱାମୀ: ନାବଲ, ଦ୍ୱିତୀୟ ସ୍ୱାମୀ: ଦାଉଦ, ପୁଅ: କିଲିୟାବ (ଦାନିୟେଲ)

  • ସମସାମୟିକ: ଶାଉଲ, ମିଖାଲ, ଅହୀନୋୟମ

ମୁଖ୍ୟ ପଦ:

ଥିରେ ଦାଉଦ ଅବୀଗଲକୁ କହିଲେ, ଆଜି ଯେ ମୋʼ ସଙ୍ଗରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଧନ୍ୟ ହେଉନ୍ତୁ; ପୁଣି ତୁମ୍ଭର ସୁବିଚାର ଧନ୍ୟ ହେଉ ଓ ଆଜି ମୋତେ ରକ୍ତପାତ ଦୋଷରୁ ଓ ମୋର ନିଜ ହସ୍ତରେ ଆତ୍ମ-ପ୍ରତିକାରରୁ ନିବୃତ୍ତ କଲ ଯେ ତୁମ୍ଭେ, ତୁମ୍ଭେ ଧନ୍ୟ ହୁଅ। ପ୍ରଥମ ଶାମୁୟେଲ ୨୫:୩୨,୩୩

ତାଙ୍କ କାହାଣୀ ୧ ଶାମୁୟେଲ ୨୫-୨ ଶାମୁୟେଲ ୩ ରେ କୁହାଯାଇଛି | ସେ ୧ ବଂଶାବଳୀ ୩:୧ ରେ ମଧ୍ୟ ଉଲ୍ଲେଖ କରାଯାଇଛି । 

ଆପଣଙ୍କର ଆରମ୍ଭ ବିନ୍ଦୁ କ'ଣ?

 ଆପଣଙ୍କର ଆରମ୍ଭ ବିନ୍ଦୁ କ'ଣ?

 ଗୀତାସଂହିତା ୪

ତୁମ୍ଭେ ମୋ' ଅନ୍ତଃକରଣରେ ଆନନ୍ଦ ଦେଇଅଛ… । (ଗୀତ ୪:୭)


   ମିନ୍ନେସୋଟା ବିଶ୍ଵବିଦ୍ୟାଳୟରେ 'ଅବସର ପରେ ମଧ୍ଯ କାର୍ଯ୍ୟରତ' ପ୍ରଧ୍ୟାପକ ଡେଭିଡ୍ ଲିକ୍କେନ୍ ଏପରି ଏକ ମତବାଦର ବିକାଶ କରିଛନ୍ତି ଯାହାକୁ ସେ ସୁଖର ଏକ 'ଆରମ୍ଭ ବିନ୍ଦୁ' ମତବାଦ ବୋଲି କହନ୍ତି। ସେ ତର୍କ କରନ୍ତି ଯେ, ଅଧିକାଂଶ ଲୋକ ପ୍ରିୟଜନଙ୍କୁ ହରାଇବା ଭଳି ନାଟକୀୟ ଘଟଣା କିମ୍ୱା ଗୋଟିଏ ସ୍ବପ୍ନର ଗୃହ ମଧ୍ୟକୁ ପ୍ରବେଶ କରିବାର ରୋମାଞ୍ଚ ପରେ ୬ ମାସରୁ ଗୋଟିଏ ବର୍ଷ ମଧ୍ୟରେ ସେମାନଙ୍କ ସୁଖର ପୂର୍ବତନ ସ୍ତରକୁ ଫେରି ଆସନ୍ତି। ସେ ସୁଖର ସେହି ମୂଲ ସୂଚନା ବିନ୍ଦୁକୁ ସେମାନଙ୍କର 'ଆରମ୍ଭ ବିନ୍ଦୁ' ବୋଲି କହନ୍ତି।

      କିନ୍ତୁ ଖ୍ରୀଷ୍ଟୀୟାମାନଙ୍କର ଏକ ଭିନ୍ନ ପ୍ରକାରର 'ଆରମ୍ଭ ବିନ୍ଦୁ' ରହିଛି। ତାହା ମାନବ ଅନୁଭୂତିର ସ୍ଵାଭାବିକ ଉତ୍ଥାନ ଓ ପତନ ଉପରେ ନିର୍ଭର କରେ ନାହିଁ। ଆମର ପରିବର୍ତ୍ତନୀୟ ପରିସ୍ଥିତିରେ ନୁହେଁ, ମାତ୍ର ଅପରିବର୍ତ୍ତନୀୟ ଈଶ୍ଵରଙ୍କଠାରେ ଆମର ଆନନ୍ଦ ଓ ମଙ୍ଗଳ ଭାବ ଖୋଜିବା ପାଇଁ ବାଇବଲ ଆମକୁ କହିଅଛି। ଗୀତରଚକ ଦାଉଦ ପ୍ରଭୁଙ୍କ ପ୍ରଶଂସା କରି କହିଥିଲେ, "ତୁମ୍ଭେ ମୋ' ଅନ୍ତଃକରଣରେ ଆନନ୍ଦ ଦେଇଅଛ, ତାହା ସେମାନଙ୍କ ଶସ୍ୟ ଓ ଦ୍ରାକ୍ଷାରସ ବୃଦ୍ଧି- କାଳର ଆନନ୍ଦ ଅପେକ୍ଷା ଅଧିକ" (ଗୀତ ୪:୭) । ତାଙ୍କ ନିକଟରେ ଆନନ୍ଦର ଏପରି ଉତ୍ସ ଥିଲା, ଯାହା ଅର୍ଥନୈତିକ ସମୃଦ୍ଧି ସହିତ ସଂଯୁକ୍ତ ହୋଇ ନ ଥିଲା । ପ୍ରକୃତରେ, ଈଶ୍ଵର ତାଙ୍କୁ ଦେଇଥିବା ଆନନ୍ଦ ଯେ କୌଣସି ଅର୍ଥନୈତିକ ଉନ୍ନତିରୁ ମିଳୁଥିବା ଆନନ୍ଦ ଅପେକ୍ଷା ଅଧିକ ଥିଲା।

    ଗୀତରଚକଙ୍କ ଭଳି ଆମର ମଧ୍ୟ ସମାନ ଅନୁଭୁତି ରହିବ, ଯେତେବେଳେ ଆମେ ଏହା କହିବା ବନ୍ଦ କରିଦେବା, "ଯଦି… ମୁଁ ଅଧିକ ଖୁସି ହୋଇଥାନ୍ତି" ଓ ଏହା କହିବା, "ମୁଁ ଈଶ୍ଵରଙ୍କୁ ଧନ୍ୟବାଦ ଦେଉଛି କାରଣ...।" ଆମ ପରିବେଶ ଯାହା ହେଲେ ସୁଦ୍ଧା, ଆମର ଅପରିବର୍ତ୍ତନୀୟ ଈଶ୍ଵରଙ୍କଠାରେ କେନ୍ଦ୍ରୀଭୂତ ଆନନ୍ଦ ଖ୍ରୀଷ୍ଟୀୟାନର 'ଆରମ୍ଭ ବିନ୍ଦୁ' ହେବା ଉଚିତ୍ ଅଟେ।

ଉଚ୍ଚତର ସ୍ଥାନ

 ଉଚ୍ଚତର ସ୍ଥାନ

କଲସୀୟ ୩:୧-୧୭

ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଉର୍ଦ୍ଧ୍ବସ୍ଥାନର ବିଷୟ ସବୁ ଅନ୍ଵେଷଣ କର (କଲସୀୟ ୩:୧)


ଜଣେ ପାଇଲେଟ ଆରବୀୟ ମରୁଭୂମି ଉପର ଦେଇ ଉଡୁଥିଲେ ଓ ନିଜର ବିମାନରେ ଇନ୍ଧନ ଭରିବା ପାଇଁ ସେ ଗୋଟିଏ ମରୁଦ୍ୟାନ ନିକଟରେ ଅବତରଣ କରିଥିଲେ । ପୁଣି ଥରେ ଉପରକୁ ଉଠି, ସେ ଅତିଶ୍ରୀଘ୍ର ଗୋଟିଏ ପାହାଡ଼ିଆ ଅଞ୍ଚଳ ଉପରେ ଉଡ଼ିବାରେ ଲାଗିଲେ । ହାଠାତ୍ ସେ ନିଜ ପଛ ପାଖରେ ଗୋଟିଏ ରାଞ୍ଚୁଡିବା ଶବ୍ଦ ଶୁଣି ପାରିଲେ । ଏହି ଶବ୍ଦ ଏପରି ଥିଲା ଯେପରିକି ବିମାନର ମୁଖ୍ୟାଂଶ ମଧ୍ୟକୁ କୌଣସି ଜନ୍ତୁ ପ୍ରବେଶ କରିଅଛି । ସେ ଅତି ଭୟଭୀତ ହେଲେ, କାରଣ ଯଦି କୌଣସି ଜୀବ ବିଦ୍ୟୁତ୍ ତାରକୁ ଦାନ୍ତରେ କାଟି ଦେବ, ତେବେ ଏହା ଏକ ଗୁରୁତର ତ୍ରୁଟି ସୃଷ୍ଟି କରିପାରିବ ବୋଲି ସେ ଜାଣିଥିଲେ । ମାତ୍ର ସେହି ପାହାଡ଼ିଆ ଅଞ୍ଚଳରେ ବିମାନ ଅବତରଣ ପାଇଁ  କୌଣସି ସ୍ଥାନ ନ ଥିଲା । 


ଏହାପରେ ବିମାନଚାଳକଙ୍କ ମନକୁ ଏକ ଯୋଜନା ଆସିଲା । ସେ ବିମାନର ଗତି ବଢାଇ ଦେଇ ଏହାକୁ ଉର୍ଦ୍ଧ୍ବମୁଖୀ କରାଇ ଦେଲେ । ଯେ ପର୍ଯ୍ୟନ୍ତ ଦାନ୍ତରେ କାଟିବା ଓ ରାଞ୍ଚୁଡିବା ଶବ୍ଦ ବନ୍ଦ ହୋଇ ନ ଥିଲା, ସେ ପର୍ଯ୍ୟନ୍ତ ସେ ଆକାଶରେ ଉଚ୍ଚକୁ ଉଠିବାରେ ଲାଗିଥିଲେ । ପରେ, ଯେତେବେଳେ ସେ ଗୋଟିଏ ବିମାନବନ୍ଦରରେ ଅବତରଣ କଲେ, ସେତେବେଳେ ସେ ଗୋଟିଏ ବଡ଼ ମରୁଭୂମି ମୂଷାକୁ ଆବିଷ୍କାର କଲେ । ସେ ମାରୁଦ୍ୟାନରେ ଇନ୍ଧନ ଭରୁଥିବା ସମୟରେ ସେହି ମୂଷାଟି ତାଙ୍କ ଅଲକ୍ଷରେ ଭିତରେ ପ୍ରବେଶ କରିଥିଲା । ମାତ୍ର ସେହି ଅନାବଶ୍ୟକ ଜନ୍ତୁଟି ସେତେବେଳେକୁ ମରି ସାରିଥିଲା । ମରୁଭୂମି ସହିତ ଅଭ୍ୟସ୍ତ ଥିବାରୁ, ଏହା ଉଚ୍ଚତର ପରିସ୍ଥିତିରେ ବଞ୍ଚି ପାରି ନ ଥିଲା । 


ଆମ ଆତ୍ମିକ ଜୀବନରେ ମଧ୍ୟ ସେହିପରି ଘଟେ । ଆମେ 'ଈଶ୍ବରଙ୍କର ନିକଟବର୍ତ୍ତୀ ହେବା' ସମୟରେ ଆମର ନୀଚ, ସ୍ୱାର୍ଥପର ଓ ପାପପୂର୍ଣ୍ଣ ମାର୍ଗଗୁଡିକ ମୃତ୍ୟୁବରଣ କରନ୍ତି (କଲ ୩:୫) । ପୁରାତନ ଜୀବନଶୈଳୀ ଆଉ ବଞ୍ଚିପାରେ ନାହିଁ । ସେଥିପାଇଁ ଆମେ ଉର୍ଦ୍ଧ୍ବସ୍ଥ ବିଷୟର ଅନ୍ଵେଷଣ କରିବା ଉଚିତ୍ ।