BN

ଏକମାତ୍ର ପ୍ରତିକାର

 ଏକମାତ୍ର ପ୍ରତିକାର 

 ପ୍ରେରିତ ୧୬:୧୬-୩୪

…ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ କର, ତା' ହେଲେ ତୁମ୍ଭେ ସପରିବାରେ ପରିତ୍ରାଣ ପାଇବ। (ପ୍ରେରିତ ୧୬:୩୧) 


      ମନେକରନ୍ତୁ, ଆପଣ ଅସୁସ୍ଥ ଅଛନ୍ତି ଓ ଜଣେ ଡାକ୍ତରଙ୍କୁ ଦେଖା କରୁଛନ୍ତି। ତନ୍ନତନ୍ନ ପରୀକ୍ଷା ପରେ, ଆପଣ ଗୋଟିଏ ମାରାତ୍ମକ ରୋଗ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି ବୋଲି ଡାକ୍ତର କହନ୍ତି। ମାତ୍ର ସେହି ରୋଗ ପାଇଁ ଚିକିତ୍ସାବିଜ୍ଞାନ ଏକ ପ୍ରତିକାର ଆବିଷ୍କାର କରିଅଛି ବୋଲି ସେ ଜାଣନ୍ତି। ଆପଣଙ୍କ ମନରେ ଏହି ବିଶ୍ଵାସ ଜାତ ହୋଇ ପାରେ ଯେ ସେ ଜଣେ ସର୍ବୋତ୍ତମ ଚିକିତ୍ସକ, ତାଙ୍କର ନିର୍ଣ୍ଣୟ ସଠିକ୍ ଅଟେ ଓ ସେ ଲେଖିଥିବା ଚିକିତ୍ସା ପ୍ରଣାଳୀ ଓ ଔଷଧ ଆପଣଙ୍କର ଏକମାତ୍ର ଭରସା ଅଟେ। ମାତ୍ର ଆପଣଙ୍କୁ ସେହି ଔଷଧ ସେବନ କରିବାକୁ ହେବ। ଯଦି ଆପଣ କେବଳ ପଡି ରହିବେ ଓ ପ୍ରତିକାର ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଅସମ୍ମତ ହେବେ, ତେବେ ଆପଣ ମୃତ୍ୟୁବରଣ କରିବେ! 

      ଈଶ୍ଵରଙ୍କ ପରିତ୍ରାଣ ଯାଚିବା କ୍ଷେତ୍ରରେ ମଧ୍ୟ ସେହିପରି ଘଟେ। ଯୀଶୁଙ୍କ କାହାଣୀ ସତ୍ୟ ଅଟେ ବୋଲି ଆପଣ କହିପାରନ୍ତି, ମାତ୍ର ଯଦି ଆପଣ ବିଶ୍ୱାସର ହସ୍ତ ବଢାଇବେ ନାହିଁ, ତେବେ ଆପଣ ଅନନ୍ତକାଳ ପାଇଁ ବିନଷ୍ଟ ହେବେ । ଆପଣଙ୍କୁ ବ୍ୟକ୍ତିଗତ ଭାବେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବାକୁ ହେବ। ଆପଣଙ୍କ ପାପ ପାଇଁ ସେ ଏକମାତ୍ର ପ୍ରତିକାର ଅଟନ୍ତି। 

      ଜଣେ ବୃଦ୍ଧ ବ୍ୟକ୍ତି କହିଥିଲେ, "ଯେତେବେଳେ ମୁଁ ଅତି ଅସୁସ୍ଥ ହେଲି ଓ ମୋତେ ଜରୁରୀକାଳୀନ କକ୍ଷ ମଧ୍ଯକୁ ନିଆଗଲା, ସେତେବେଳେ ଜଣେ ଏପରି ଚିକିତ୍ସକ ମୋତେ ପରୀକ୍ଷା କଲେ, ଯାହାଙ୍କୁ ମୁଁ ପୂର୍ବରୁ ଆଦୌ ଦେଖି ନ ଥିଲି  ସେ ନିଜର କାର୍ଯ୍ୟକୁ ବାସ୍ତବରେ ଜାଣିଥିଲେ ତାଙ୍କ ଉପରେ ମୋର ଏତେ ବିଶ୍ଵାସ ଥିଲା ଯେ ମୁଁ କହିଥିଲି, "ଆପଣ ମୋର ଡ଼ାକ୍ତର ହୁଅନ୍ତୁ ବୋଲି ମୁଁ ଇଛା କରୁଛି।" 

      ଆମେ ସେହିପରି ପରିତ୍ରାଣ ପାଉ। ଯେତେବେଳେ ଆମେ ସୁସମାଚାର ବାର୍ତ୍ତା ଶୁଣୁ ଓ ପ୍ରଭୁ ଯୀଶୁଙ୍କର ପରିଚୟ ପାଉ, ସେତେବେଳ ଆମକୁ କହିବାକୁ ହେବ, "ଆପଣ ମୋର ତ୍ରାଣକର୍ତ୍ତା ହୁଅନ୍ତୁ ବୋଲି ମୁଁ ଚାହେଁ।"

1 comment:

Kindly give your suggestions or appreciation!!!