BN

ଆପଣଙ୍କର ଆରମ୍ଭ ବିନ୍ଦୁ କ'ଣ?

 ଆପଣଙ୍କର ଆରମ୍ଭ ବିନ୍ଦୁ କ'ଣ?

 ଗୀତାସଂହିତା ୪

ତୁମ୍ଭେ ମୋ' ଅନ୍ତଃକରଣରେ ଆନନ୍ଦ ଦେଇଅଛ… । (ଗୀତ ୪:୭)


   ମିନ୍ନେସୋଟା ବିଶ୍ଵବିଦ୍ୟାଳୟରେ 'ଅବସର ପରେ ମଧ୍ଯ କାର୍ଯ୍ୟରତ' ପ୍ରଧ୍ୟାପକ ଡେଭିଡ୍ ଲିକ୍କେନ୍ ଏପରି ଏକ ମତବାଦର ବିକାଶ କରିଛନ୍ତି ଯାହାକୁ ସେ ସୁଖର ଏକ 'ଆରମ୍ଭ ବିନ୍ଦୁ' ମତବାଦ ବୋଲି କହନ୍ତି। ସେ ତର୍କ କରନ୍ତି ଯେ, ଅଧିକାଂଶ ଲୋକ ପ୍ରିୟଜନଙ୍କୁ ହରାଇବା ଭଳି ନାଟକୀୟ ଘଟଣା କିମ୍ୱା ଗୋଟିଏ ସ୍ବପ୍ନର ଗୃହ ମଧ୍ୟକୁ ପ୍ରବେଶ କରିବାର ରୋମାଞ୍ଚ ପରେ ୬ ମାସରୁ ଗୋଟିଏ ବର୍ଷ ମଧ୍ୟରେ ସେମାନଙ୍କ ସୁଖର ପୂର୍ବତନ ସ୍ତରକୁ ଫେରି ଆସନ୍ତି। ସେ ସୁଖର ସେହି ମୂଲ ସୂଚନା ବିନ୍ଦୁକୁ ସେମାନଙ୍କର 'ଆରମ୍ଭ ବିନ୍ଦୁ' ବୋଲି କହନ୍ତି।

      କିନ୍ତୁ ଖ୍ରୀଷ୍ଟୀୟାମାନଙ୍କର ଏକ ଭିନ୍ନ ପ୍ରକାରର 'ଆରମ୍ଭ ବିନ୍ଦୁ' ରହିଛି। ତାହା ମାନବ ଅନୁଭୂତିର ସ୍ଵାଭାବିକ ଉତ୍ଥାନ ଓ ପତନ ଉପରେ ନିର୍ଭର କରେ ନାହିଁ। ଆମର ପରିବର୍ତ୍ତନୀୟ ପରିସ୍ଥିତିରେ ନୁହେଁ, ମାତ୍ର ଅପରିବର୍ତ୍ତନୀୟ ଈଶ୍ଵରଙ୍କଠାରେ ଆମର ଆନନ୍ଦ ଓ ମଙ୍ଗଳ ଭାବ ଖୋଜିବା ପାଇଁ ବାଇବଲ ଆମକୁ କହିଅଛି। ଗୀତରଚକ ଦାଉଦ ପ୍ରଭୁଙ୍କ ପ୍ରଶଂସା କରି କହିଥିଲେ, "ତୁମ୍ଭେ ମୋ' ଅନ୍ତଃକରଣରେ ଆନନ୍ଦ ଦେଇଅଛ, ତାହା ସେମାନଙ୍କ ଶସ୍ୟ ଓ ଦ୍ରାକ୍ଷାରସ ବୃଦ୍ଧି- କାଳର ଆନନ୍ଦ ଅପେକ୍ଷା ଅଧିକ" (ଗୀତ ୪:୭) । ତାଙ୍କ ନିକଟରେ ଆନନ୍ଦର ଏପରି ଉତ୍ସ ଥିଲା, ଯାହା ଅର୍ଥନୈତିକ ସମୃଦ୍ଧି ସହିତ ସଂଯୁକ୍ତ ହୋଇ ନ ଥିଲା । ପ୍ରକୃତରେ, ଈଶ୍ଵର ତାଙ୍କୁ ଦେଇଥିବା ଆନନ୍ଦ ଯେ କୌଣସି ଅର୍ଥନୈତିକ ଉନ୍ନତିରୁ ମିଳୁଥିବା ଆନନ୍ଦ ଅପେକ୍ଷା ଅଧିକ ଥିଲା।

    ଗୀତରଚକଙ୍କ ଭଳି ଆମର ମଧ୍ୟ ସମାନ ଅନୁଭୁତି ରହିବ, ଯେତେବେଳେ ଆମେ ଏହା କହିବା ବନ୍ଦ କରିଦେବା, "ଯଦି… ମୁଁ ଅଧିକ ଖୁସି ହୋଇଥାନ୍ତି" ଓ ଏହା କହିବା, "ମୁଁ ଈଶ୍ଵରଙ୍କୁ ଧନ୍ୟବାଦ ଦେଉଛି କାରଣ...।" ଆମ ପରିବେଶ ଯାହା ହେଲେ ସୁଦ୍ଧା, ଆମର ଅପରିବର୍ତ୍ତନୀୟ ଈଶ୍ଵରଙ୍କଠାରେ କେନ୍ଦ୍ରୀଭୂତ ଆନନ୍ଦ ଖ୍ରୀଷ୍ଟୀୟାନର 'ଆରମ୍ଭ ବିନ୍ଦୁ' ହେବା ଉଚିତ୍ ଅଟେ।

1 comment:

Kindly give your suggestions or appreciation!!!