BN

ପ୍ରଶ୍ନ ସମୂହ

ପ୍ରଶ୍ନ ସମୂହ

ଯିହୋଶୂୟ ୪:୧-୧୮

...ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ରରୂପେ ମାନ୍ୟ କର।.. ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ (୧ ପିତ. ୩:୧୫)


ଗୋଟିଏ ଛୋଟ ପିଲା ତା'ର ପିତାମହଙ୍କ ସହିତ ଗୋଟିଏ ମଣ୍ଡଳୀ ଉପାସନାରେ ଯୋଗ ଦେଇଥିଲା। କୌତୁହଳରେ ପୂର୍ଣ୍ଣ ହୋଇ ପିଲାଟି ପଚାରିବାରେ ଲାଗିଥିଲା, 'ତା'ର ଅର୍ଥ କ'ଣ? ଜେଜେବାପା ଶାନ୍ତ ଭାବରେ ଘଟୁଥିବା ସମସ୍ତ ବିଷୟକୁ ବୁଝାଇ ଚାଲିଥିଲେ। ଯେତେବେଳେ ପ୍ରଚାରକ ତାଙ୍କର ଶିକ୍ଷାଦାନ ଆରମ୍ଭ କଲେ, ସେତେବେଳ ସେ ପ୍ରଥମେ ନିଜର ଘଡିକୁ ଖୋଲି ମେଜ ଉପରେ ରଖିଲେ। ପିଲାଟି ଧୀର ସ୍ଵରରେ ପଚାରିଲା, ‘ତା’ ର ଅର୍ଥ କ'ଣ? ଜେଜେବାପା, ଉତ୍ତର ଦେଲେ, "ତାହା କିଛି ନୁହେଁ, କିଛି ନୁହେଁ।"

     ପିଲାଟିର ପ୍ରଶ୍ନ ବାଣସବୁ ହୁଏତ କେତେକ ଲୋକଙ୍କୁ ବିରକ୍ତ କରି ଦେଉଥିବ, ମାତ୍ର ଜେଜେବାପା ଏହା ଜାଣିଥିଲେ ଯେ ପିଲାମାନଙ୍କର ଗୋଟିଏ ଜିଜ୍ଞାସୁ ମନୋଭାବ ରହୁଥାଏ ଓ ଏହା ସେମାନଙ୍କୁ ଆତ୍ମିକ ସତ୍ୟପ୍ରତି ଉନ୍ମୁକ୍ତ କରିଦିଏ।

   ଆଜିର ବାଇବଲ ଅନୁସାରେ, ଭବିଷ୍ୟତ୍ ଯୁଗର ପିଲାମାନେ ଯର୍ଦ୍ଦନ ନଦୀରେ ଜମା ହୋଇଥିବା ପ୍ରସ୍ତରଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରିବେ ବୋଲି ଯିହୋଶୂୟ ଜାଣିଥିଲେ l ସେଥିପାଇଁ ଈଶ୍ୱର କିପରି ଆଶ୍ଚର୍ଯ୍ୟଜନକ ଭାବରେ ଯର୍ଦ୍ଦନ ନଦୀର ଜଳକୁ ଦୁଇ ଭାଗ କରିଥଲେ, ତାହା କହିବା ପାଇଁ ସୁଯୋଗର ସଦବ୍ୟବହାର କରିବାକୁ ସେ ପିତାମାତାଙ୍କୁ କହିଥିଲେ (ଯିହୋଶୂୟ ୪:୬-୭)।

    ପ୍ରଶ୍ନଗୁଡ଼ିକ ଆମର ବିଶ୍ୱାସ ବିଷୟରେ ସାକ୍ଷ୍ୟ ଦେବା ପାଇଁ ଆମ ନିମନ୍ତେ ଦ୍ଵାର ଉନ୍ମୁକ୍ତ କରିପାରୁ ଥିବାରୁ ଆମେ ପିଲାମାନଙ୍କଠାରୁ କିମ୍ବା ବଡମାନଙ୍କଠାରୁ ସେଗୁଡିକୁ ଆମନ୍ତ୍ରଣ କରିବା ଉଚିତ୍। ଯଦି ଆମେ ବନ୍ଧୁତ୍ୱପୂର୍ଣ୍ଣ, ନୀତିବାନ୍, ଦୟାଳୁ ଓ ଚାପ ଅଧୀନରେ ଥାଇ ସୁଦ୍ଧା ଶାନ୍ତ ସ୍ୱଭାବର ଅଟୁ, ତେବେ ଲୋକମାନେ ଆମକୁ ଲକ୍ଷ୍ୟ କରିବେ। ପୁଣି ଆମେ ଏପରି ଭାବରେ କିପରି ବଞ୍ଚି ପାରିଛୁ, ତାହା ସୁଦ୍ଧା କେତେକ ପଚାରିବେ। ସେତେବେଳ ସୁସମାଚାରର ଜୀବନ ପରିବର୍ତ୍ତନକାରୀ ବାର୍ତ୍ତା ସେମାନଙ୍କୁ ଜଣାଇବା ପାଇଁ ଆମ ନିକଟରେ ସୁଯୋଗ ରହିବ।


1 comment:

Kindly give your suggestions or appreciation!!!