BN

ଉଚ୍ଚତର ସ୍ଥାନ

 ଉଚ୍ଚତର ସ୍ଥାନ

କଲସୀୟ ୩:୧-୧୭

ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଉର୍ଦ୍ଧ୍ବସ୍ଥାନର ବିଷୟ ସବୁ ଅନ୍ଵେଷଣ କର (କଲସୀୟ ୩:୧)


ଜଣେ ପାଇଲେଟ ଆରବୀୟ ମରୁଭୂମି ଉପର ଦେଇ ଉଡୁଥିଲେ ଓ ନିଜର ବିମାନରେ ଇନ୍ଧନ ଭରିବା ପାଇଁ ସେ ଗୋଟିଏ ମରୁଦ୍ୟାନ ନିକଟରେ ଅବତରଣ କରିଥିଲେ । ପୁଣି ଥରେ ଉପରକୁ ଉଠି, ସେ ଅତିଶ୍ରୀଘ୍ର ଗୋଟିଏ ପାହାଡ଼ିଆ ଅଞ୍ଚଳ ଉପରେ ଉଡ଼ିବାରେ ଲାଗିଲେ । ହାଠାତ୍ ସେ ନିଜ ପଛ ପାଖରେ ଗୋଟିଏ ରାଞ୍ଚୁଡିବା ଶବ୍ଦ ଶୁଣି ପାରିଲେ । ଏହି ଶବ୍ଦ ଏପରି ଥିଲା ଯେପରିକି ବିମାନର ମୁଖ୍ୟାଂଶ ମଧ୍ୟକୁ କୌଣସି ଜନ୍ତୁ ପ୍ରବେଶ କରିଅଛି । ସେ ଅତି ଭୟଭୀତ ହେଲେ, କାରଣ ଯଦି କୌଣସି ଜୀବ ବିଦ୍ୟୁତ୍ ତାରକୁ ଦାନ୍ତରେ କାଟି ଦେବ, ତେବେ ଏହା ଏକ ଗୁରୁତର ତ୍ରୁଟି ସୃଷ୍ଟି କରିପାରିବ ବୋଲି ସେ ଜାଣିଥିଲେ । ମାତ୍ର ସେହି ପାହାଡ଼ିଆ ଅଞ୍ଚଳରେ ବିମାନ ଅବତରଣ ପାଇଁ  କୌଣସି ସ୍ଥାନ ନ ଥିଲା । 


ଏହାପରେ ବିମାନଚାଳକଙ୍କ ମନକୁ ଏକ ଯୋଜନା ଆସିଲା । ସେ ବିମାନର ଗତି ବଢାଇ ଦେଇ ଏହାକୁ ଉର୍ଦ୍ଧ୍ବମୁଖୀ କରାଇ ଦେଲେ । ଯେ ପର୍ଯ୍ୟନ୍ତ ଦାନ୍ତରେ କାଟିବା ଓ ରାଞ୍ଚୁଡିବା ଶବ୍ଦ ବନ୍ଦ ହୋଇ ନ ଥିଲା, ସେ ପର୍ଯ୍ୟନ୍ତ ସେ ଆକାଶରେ ଉଚ୍ଚକୁ ଉଠିବାରେ ଲାଗିଥିଲେ । ପରେ, ଯେତେବେଳେ ସେ ଗୋଟିଏ ବିମାନବନ୍ଦରରେ ଅବତରଣ କଲେ, ସେତେବେଳେ ସେ ଗୋଟିଏ ବଡ଼ ମରୁଭୂମି ମୂଷାକୁ ଆବିଷ୍କାର କଲେ । ସେ ମାରୁଦ୍ୟାନରେ ଇନ୍ଧନ ଭରୁଥିବା ସମୟରେ ସେହି ମୂଷାଟି ତାଙ୍କ ଅଲକ୍ଷରେ ଭିତରେ ପ୍ରବେଶ କରିଥିଲା । ମାତ୍ର ସେହି ଅନାବଶ୍ୟକ ଜନ୍ତୁଟି ସେତେବେଳେକୁ ମରି ସାରିଥିଲା । ମରୁଭୂମି ସହିତ ଅଭ୍ୟସ୍ତ ଥିବାରୁ, ଏହା ଉଚ୍ଚତର ପରିସ୍ଥିତିରେ ବଞ୍ଚି ପାରି ନ ଥିଲା । 


ଆମ ଆତ୍ମିକ ଜୀବନରେ ମଧ୍ୟ ସେହିପରି ଘଟେ । ଆମେ 'ଈଶ୍ବରଙ୍କର ନିକଟବର୍ତ୍ତୀ ହେବା' ସମୟରେ ଆମର ନୀଚ, ସ୍ୱାର୍ଥପର ଓ ପାପପୂର୍ଣ୍ଣ ମାର୍ଗଗୁଡିକ ମୃତ୍ୟୁବରଣ କରନ୍ତି (କଲ ୩:୫) । ପୁରାତନ ଜୀବନଶୈଳୀ ଆଉ ବଞ୍ଚିପାରେ ନାହିଁ । ସେଥିପାଇଁ ଆମେ ଉର୍ଦ୍ଧ୍ବସ୍ଥ ବିଷୟର ଅନ୍ଵେଷଣ କରିବା ଉଚିତ୍ । 


1 comment:

Kindly give your suggestions or appreciation!!!