BN

ପ୍ରଥମ ପଦକ୍ଷେପ

ପ୍ରଥମ ପଦକ୍ଷେପ

First Step!!!


ଆମ୍ଭେ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ଆଗରେ ସମର୍ପଣ କରିବାକୁ ପ୍ରବୃତ୍ତ ହେଲୁଣି । (୨ ବିବରଣ ୨:୩୧)


ଗୋଟିଏ ଜଟିଳ କାର୍ଯ୍ୟ ପରିଚାଳନା କରିବା ପାଇଁ ଅନେକ ଉପାୟ ଅଛି । ଈଶ୍ୱର ଆଶ୍ଚର୍ଯ୍ୟଜନକ ଭାବରେ ଏହି କାର୍ଯ୍ୟ ବିଷୟରେ ଯତ୍ନ ନେବେ ଭାବି ଆମେ ହୁଏତ ଏହାକୁ ଛାଡି ଦେଇଥାଉ କିମ୍ବା ସଠିକ୍ ଦିଗରେ ଆମେ ପ୍ରଥମ ପଦକ୍ଷେପ ନେଇଥାଉ ।

 ପ୍ରାନ୍ତରରେ ୪୦ ବର୍ଷ କାଟିବା ପରେ, ଈଶ୍ୱର ଯେଉଁଦେଶ ଦେବେ ବୋଲି ଲୋକମାନଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ସେହି ଦେଶ ଅଧିକାର କରିବାର ସମୟ ଆସି ଯାଇଛି ବୋଲି ମୋଶାଙ୍କୁ କୁହାଯାଇଥିଲା । କାର୍ଯ୍ୟର ପ୍ରଥମ କ୍ରମ ଥିଲା-ଇସ୍ରାଏଲ ଓ କିଣାନ ଦେଶ ମଧ୍ୟରେ ଠିଆ ହୋଇଥିବା ସୀହୋନ ନାମକ ଜଣେ ରାଜାଙ୍କ ପ୍ରତି  କ'ଣ  କରିବାକୁ ହେବ, ସେ ବିଷୟରେ ନିଷ୍ପତ୍ତି ନେବା । ଈଶ୍ଵରଙ୍କ ଆଦେଶ ଥିଲା - "ତାହା ଅଧିକାର କରିବାକୁ ଆରମ୍ଭ କର ଓ ତାହା ସଙ୍ଗେ ଯୁଦ୍ଧ ଲଗାଅ" (୨ ବିବ ୨:୨୪) । ଈଶ୍ଵର କାହାରି ସାହାଯ୍ୟ ବିନା ସୀହୋନକୁ ହଟାଇ ପାରିଥା'ନ୍ତେ, ମାତ୍ର ପ୍ରଥମ ପଦକ୍ଷେପ ନେବା ପାଇଁ ସେ ତାଙ୍କର ଲୋକମାନଙ୍କୁ ଆଦେଶ ଦେଇଥିଲେ । 


ସେହି ସମାନ ବିଷୟ ଆମ କ୍ଷେତ୍ରରେ ମଧ୍ୟ ପ୍ରାୟ ସତ୍ୟ ଅଟେ। ମାସ ମାସ କିମ୍ୱା ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହିଲେ, ଆମେ ଯାହା କିଛି କଲେ ମଧ୍ୟ ଭିନ୍ନତା ସୃଷ୍ଟି ହେବ ନାହିଁ ବୋଲି ଅନୁଭବ କରିପାରୁ । ମାତ୍ର ସଦାପ୍ରଭୁ କହନ୍ତି, "ଆରମ୍ଭ କର"। ଆମକୁ ପ୍ରଥମେ ଅଗ୍ରସର ହେବାକୁ ପଡ଼ିବ-ଗୋଟିଏ ପ୍ରେମପୂର୍ଣ୍ଣ ବାକ୍ୟ କୁହନ୍ତୁ, କ୍ଷମା ମାଗନ୍ତୁ, ଯାହା ଆମର ଅଟେ, ସେଥିରୁ କିଛି ଦିଅନ୍ତୁ।


କେବଳ କିଛି ଦୂରବର୍ତ୍ତୀ ଲକ୍ଷ୍ୟ ପ୍ରାପ୍ତିରେ ଆନନ୍ଦ ରହିଛି, ତା'ନୁହେଁ, ମାତ୍ର ଆମର ସେହି ପ୍ରେମ ପରମେଶ୍ବରଙ୍କ ସହିତ ଗମନାଗମନ କରିବାରେ ମଧ୍ୟ ଆନନ୍ଦ ରହିଥାଏ, ଯିଏ କହିଛନ୍ତି, "ଆମ୍ଭେ ଦେବାପାଇଁ ପ୍ରବୃତ୍ତ ହେଲୁଣି…. ତୁମ୍ଭେ ଅଧିକାର କରିବାକୁ ପ୍ରଵୄତ୍ତ ହୁଅ (୩୧ପଦ) । ଏପରି ଗୋଟିଏ ପ୍ରଥମ ପଦକ୍ଷେପ ଅଛି କି, ଯାହା ଆଜି ଆପଣ ନେବା ଉଚିତ୍?

ଆମର ସବୁଠାରୁ ବଡ଼ ଆବଶ୍ୟକତା

 ଆମର ସବୁଠାରୁ ବଡ଼ ଆବଶ୍ୟକତା

Our Greatest Need!!

ରୋମୀୟ ୩:୯-୨୦

ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ବରଙ୍କ ଗୌରବରହିତ ହୋଇଅଛନ୍ତି। (ରୋମୀୟ ୩:୨୩)




ଆସନ୍ତୁ, ଆଜି ଆମେ ପବିତ୍ରତା, ଧାର୍ମିକତା ଓ ନୈତିକ ସିଦ୍ଧତା ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରୁ । ନୂଆ ଭାବରେ ଈଶ୍ବରଙ୍କ ପବିତ୍ରତାର ଦର୍ଶନ ଲାଭ କରିବା ଅପେକ୍ଷା ଆଉ ଅଧିକ ମହାନ୍ ବିଷୟ କିଛି ନାହିଁ । ଉଦ୍ଧୀପନାର  ଅର୍ଥ  ହେଉଛି ଈଶ୍ବରଙ୍କ ଲୋକମାନଙ୍କ ମଧ୍ୟରେ ଏହି ବିସ୍ରୁତ ଦର୍ଶନକୁ ପୁନଃସ୍ଥାପନ କରିବା । ଯେତେବେଳେ ଉଦ୍ଧୀପନା ଆସେ ସେତବେଳେ ଈଶ୍ବରଙ୍କ ଉପାସକମାନେ ହୃଦୟଙ୍ଗମ କରନ୍ତି ଯେ, ସେମାନେ ଯେଉଁ ଈଶ୍ବରଙ୍କର ଉପାସନା କରନ୍ତି, ସେ ହେଉଛନ୍ତି ପବିତ୍ର । ଈଶ୍ବରଙ୍କର ମାନଦଣ୍ଡ ହେଉଛି ସିଦ୍ଧତା । ଅନେକ ସମୟରେ ନୂତନ ନିୟମରେ ଈଶ୍ବରଙ୍କ 'ଗୌରବ' ବୋଲି ଯେଉଁ ଶବ୍ଦ ବାରମ୍ବାର ଲେଖାଯାଏ, ତାହା ଈଶ୍ବରଙ୍କ ସିଦ୍ଧ ଆଦର୍ଶକୁ ପ୍ରକାଶ କରେ । ଆଜିର ପଦରେ, ଈଶ୍ୱରଙ୍କ 'ଗୌରବ' ବୋଲି ଯେଉଁ ଶବ୍ଦ ବ୍ୟବହାର କରାଯାଇଛି, ଈଶ୍ୱରଙ୍କର ଧାର୍ମିକତା, ସିଦ୍ଧତା ଓ ପବିତ୍ରତା ସେହି ଗୋଟିଏ ଶବ୍ଦରେ ପ୍ରକାଶିତ ହୋଇଛି । ଈଶ୍ବର, ତାଙ୍କର ସମସ୍ତ କାର୍ଯ୍ୟକୁ ତ୍ରୁଟିଶୂନ୍ୟ ଓ ସିଦ୍ଧ ଭାବରେ ସାଧନ କରନ୍ତି ଏବଂ ତାଙ୍କର ସନ୍ତାନମାନେ ମଧ୍ୟ ସେହି ପ୍ରକାର ହୁଅନ୍ତୁ ବୋଲି ସେ ଇଛା କରନ୍ତି । ଯେ କେହି ପବିତ୍ର ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଚାହେଁ ସେ ମଧ୍ୟ ତାହାଙ୍କ ତୁଲ୍ୟ ପବିତ୍ର ଓ ଧାର୍ମିକ ହେବା ଆବଶ୍ୟକ । 

        ସତରେ, ଈଶ୍ବର ତାଙ୍କର ସୃଷ୍ଟ ପ୍ରାଣୀମାନଙ୍କଠାରୁ କେତେ ଭିନ୍ନ! ପରସ୍ପର ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ମନୁଷ୍ୟକୁ ତ୍ରୁଟିଶୁନ୍ୟ ବୋଲି କହିପାରିବା?  ନା, ମନୁଷ୍ୟ ଯେତେ ଉତ୍ତମ ହେଲେ ମଧ୍ୟ, ଈଶ୍ଵରଙ୍କ ଗୌରବମୟ ଆଦର୍ଶରୁ ସେ ଅନେକ ଉଣା । ଆମେ ଯେପରି ଆମର ସେହି ସ୍ଥିତିକୁ ଭଲରୂପେ ଜାଣିପାରିବା ସେଥିପାଇଁ ଈଶ୍ୱର ତାଙ୍କର ବ୍ୟବସ୍ଥା ଆମକୁ ଦେଇଛନ୍ତି। ସେଥିପାଇଁ ବାଇବଲ କହେ "ବିଧି ବ୍ୟବସ୍ଥା ଦ୍ୱାରା ଆମେ ପାପର ବୋଧ ପାଉ" (ରୋମୀ ୩:୨୦) ଅର୍ଥାତ ଆମେ ଜାଣିପାରୁ ଯେ, ଆମେ କେଡ଼େ ଅଶୁଚି, ଅପବିତ୍ର ଓ ଅଧାର୍ମିକ।


Source: Daily Bread


ଈଶ୍ବର କିପରି ମନପରିବର୍ତ୍ତନ କରିଥିବା ପାପୀମାନଙ୍କୁ ସଂପୂର୍ଣ୍ଣଭାବେ କ୍ଷମା କରନ୍ତି?

How Completely Does God Forgive Repentant Sinners?

ଶାସ୍ତ୍ରରେ ଈଶ୍ବରଙ୍କ କ୍ଷମା କରିବାର ସମ୍ପୂର୍ଣ୍ଣତା ଓ ସେ କ୍ଷମା ହୋଇଥିବା ପାପ ସହିତ କଣ କରନ୍ତି ତାହା ବିଭିନ୍ନ ଉପାୟରେ ବର୍ଣ୍ଣନା କରନ୍ତି, ଯେପରି ପାଠ୍ୟର ଏହି ନମୁନା ଦର୍ଶାଏ:

  • ପୂର୍ବରୁ ପଶ୍ଚିମ ଯେତେ ଦୂର ସେତେ ଦୂର ପର୍ଯ୍ୟନ୍ତ ଅଧର୍ମ ସବୁ ଦୂର କରିଅଛନ୍ତି 

ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କ-ଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି (ଗୀତସଂହିତା ୧୦୩:୧୨)

  • ତାଙ୍କ ପଛଆଡ଼େ ପାପ ସବୁ ପକାଇ ଦେଇଅଛନ୍ତି  

ଦେଖ, ମୁଁ ଆପଣାର ଶାନ୍ତି ନିମନ୍ତେ ବଡ଼ ଦୁଃଖ ପାଇଲି; ମାତ୍ର ତୁମ୍ଭେ ମୋʼ ପ୍ରାଣ ପ୍ରତି ପ୍ରେମ କରି ବିନାଶକୂପରୁ ତାହାକୁ ଉଦ୍ଧାର କଲ; କାରଣ ତୁମ୍ଭେ ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଇଅଛ(ଯିଶାଇୟ ୩୮:୧୭)

  • ପାପ ସବୁକୁ ଆଉ ସ୍ମରଣ କରନ୍ତି ନାହିଁ 

ଆମ୍ଭେ, ଆମ୍ଭେ ହିଁ ଆପଣା ଲାଗି ତୁମ୍ଭର ଅଧର୍ମସବୁ ମାର୍ଜନା କରୁ ଓ ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ(ଯିଶାଇୟ ୪୩:୨୫)

ପୁଣି, ତୁମ୍ଭେମାନେ ପରମେଶ୍ଵରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। 

(ଯିରିମିୟ ୩୧:୩୪)


  • ସମୁଦ୍ରର ଅଗାଧ ଜଳରେ ପାପ ପକାଇ ଦେଇଅଛନ୍ତି

ସେ ପୁନର୍ବାର ଫେରି ଆମ୍ଭମାନଙ୍କ ପ୍ରତି କୃପା କରିବେ; ସେ ଆମ୍ଭମାନଙ୍କର ଅଧର୍ମସକଳ ପଦ ତଳେ ଦଳିବେ; ଆଉ, ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ (ମୀଖା ୭:୧୯)

  • କୃଶରେ "ପୂର୍ଣ୍ଣ ପରିଶୋଧ" ଭାବରେ ଚିହ୍ନିତ କରି ଏକ ପ୍ରମାଣ ପତ୍ର ଟଙ୍ଗାଇ ଦେଇଅଛନ୍ତି 

ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ଵର ତାହାଙ୍କ ସହିତ ସଜୀବ କରିଅଛନ୍ତି; ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି, ପୁଣି, ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗପତ୍ର ଥିଲା, ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇ ଅଛନ୍ତି; (କଲସୀୟ ୨:୧୩-୧୪)


परमेश्वर पश्चाताप करनेवाले पापियों को पूरी तरह से कैसे क्षमा करता है?

How completely does God forgive a repentant sinner?




पवित्र शास्त्र विभिन्न और चित्रात्मक तरीकों से परमेश्वर की क्षमा की पूर्णता का वर्णन करता है, जैसा कि पाठ के इन नमूनों से पता चलता है:


  1. जैसे ​​​​पूर्व से पश्चिम है, वैसे ही वह हमारे अपराधों को दूर करता है (भजन 103:12)

  2. पापों को अपने पीठ के पीछे फेंकता है (यशायाह 38:17)

  3. पापों को और याद नहीं रखता (यशायाह 43:25; यिर्मयाह 31:34)

  4. पापों को समुद्र की गहराइयों में डाल देता है (मीका 7:19)

  5. क्रूस पर "पूरे भुगतान" के रूप में चिह्नित एक प्रमाण पत्र" को कीलो से ठोंक दिया है।  (कुलुस्सियों 2:13, 14) 


ଅନୁଗ୍ରହ କ'ଣ ଶସ୍ତା??

 ଅନୁଗ୍ରହ କ'ଣ ଶସ୍ତା??

Is Grace Cheap??

୨ ପିତର ୩:୧-୧୮

ସେହି (ଈଶ୍ବରଙ୍କ) ଦିନରେ ଆଗମନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭମାନଙ୍କ କିପରି ସଦାଚାରୀ…. ହେବା ଉଚିତ୍। (୨ ପିତର ୩:୧୨)


ଈଶ୍ବରଙ୍କ ଅନୁଗ୍ରହ ପ୍ରଚୁର ଭାବେ ଓ ବିନା ମୂଲ୍ୟରେ ମିଳଥିବାରୁ, ଅନେକେ ଏହାକୁ ବଡ଼ ଶସ୍ତା ବୋଲି ମନେ କରନ୍ତି ।  ଏ ପ୍ରକାର ଧାରଣା ଅତ୍ୟନ୍ତ ବିପଜ୍ଜନକ ଓ କ୍ଷତିକାରକ । ଅପର ପକ୍ଷରେ ଈଶ୍ୱରଙ୍କ ଅନୁଗ୍ରହ ଉପରେ ଅଧିକ ଗୁରୁତ୍ବ ଆରୋପ କରି ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ସତ୍ୟଗୁଡ଼ିକୁ ଲଘୁ ଜ୍ଞାନ କରିବା ମଧ୍ୟ ସମ ଭାବରେ କ୍ଷତିଜନକ କାରଣ । ଏହା ଗୁରୁତର ଭୁଲ୍ ଧାରଣା ସୃଷ୍ଟି କରିଥାଏ ।


  ଅବୈଧ ଯୌନ ସମ୍ପର୍କରେ ଜଡ଼ିତ ଜଣେ ବିବାହିତ ପୁରୁଷକୁ ତାଙ୍କର ପାଳକ ଅନୁଯୋଗ କରିବାରୁ ସେ ବ୍ୟକ୍ତି ଉତ୍ତର ଦେଇ କହିଲେ, "ମୁଁ ଜାଣେ ମୁଁ ଭୁଲ୍ କରୁଛି, କିନ୍ତୁ ତହିଁରୁ ବିରତ ରହିବା ପାଇଁ  ବାଧ୍ୟ କରିବା ମଧ୍ୟ ଆପଣଙ୍କ ପକ୍ଷରେ ଭୁଲ୍। ମୁଁ  ଯଦିବା ଜାଣେ ଏହା ଈଶ୍ଵରଙ୍କର ପ୍ରୀତିଜନକ ନୁହେଁ, ତଥାପି ସେ ଯେ ମୋତେ କ୍ଷମା କରିବେ ଏ ବିଷୟରେ ମୁଁ ନିଶ୍ଚିତ । ଆପଣ ମୋତେ ଖାଲି ଈଶ୍ଵରଙ୍କ ବିଚାର କଥା କହୁଅଛନ୍ତି କିନ୍ତୁ ଇଶ୍ଵର ଯେ କେଡ଼େ ଅନୁଗ୍ରହଶୀଳ, ସେ ବିଷୟରେ ଆପଣ କିଛି କହୁ ନାହାନ୍ତି" । ଯେଉଁମାନେ ଭାବନ୍ତି  ଯେ, ଈଶ୍ୱରଙ୍କ ବାଧ୍ୟ ହେବା ଆବଶ୍ୟକ, କିନ୍ତୁ ଯଦିବା ଆମେ ଅବାଧ୍ୟ ହେଉ ସେଥିରେ କିଛି ଯାଏ ଆସେ ନାହିଁ । ସେମାନଙ୍କର ମନେରଖିବା ଉଚିତ, ଅବଧ୍ୟତାର କାର୍ଯ୍ୟ ପାଇଁ ସେମାନଙ୍କୁ ତା'ର  ପରିଣତି ଭୋଗ କରିବାକୁ ହେବ ।


  ବୋନହୋଫର୍ ନାମକ ଜଣେ ଜର୍ମାନ ଦେଶର ପାଳକ, ଯେ କି ନାଜି ଶାସକମାନଙ୍କ ଦ୍ଵାରା ନିହତ ହୋଇଥିଲେ, ସେ କହିଥିଲେ, ଈଶ୍ୱରଙ୍କ ଅନୁଗ୍ରହକୁ ଯେଉଁମାନେ ଏପରି ଶସ୍ତା ମନେକରନ୍ତି, ସେମାନେ ଜାଣିନାହାନ୍ତି, ଏହି ପ୍ରଚୁର ଅନୁଗ୍ରହ ବିନା  ମୂଲ୍ୟରେ ଦେବା ପାଇଁ ଈଶ୍ୱରଙ୍କୁ କିପରି ମୂଲ୍ୟ ଦେବାକୁ ପଡ଼ିଥିଲା, ଯାହା ଥିଲା ତାଙ୍କର ଏକମାତ୍ର ପୁତ୍ରଙ୍କର ଲଜ୍ଜାଜନକ କ୍ରୁଶୀୟ ମୃତ୍ୟୁ । 


ଯେତେଥର ଈଶ୍ୱରଙ୍କର ଅନୁଗ୍ରହ କଥା ଆମେ ସ୍ମରଣ କରିବା ସେତେଥର ତାହା ଆମ୍ଭମାନଙ୍କୁ ଈଶ୍ଵରଙ୍କ ପବିତ୍ରତା ଓ ଧାର୍ମିକତାକୁ  ଅଧିକ ହୃଦୟଙ୍ଗମ କରିବା ପାଇଁ ସାହାଯ୍ୟ କରିବ ଓ ସେତେ ଅଧିକ ସଦାଚାରୀ ଓ ଧାର୍ମିକ ହେବା ପାଇଁ ଅନୁପ୍ରାଣିତ କରିବ।


Source: Daily Bread