BN

ଅନୁଗ୍ରହ କ'ଣ ଶସ୍ତା??

 ଅନୁଗ୍ରହ କ'ଣ ଶସ୍ତା??

Is Grace Cheap??

୨ ପିତର ୩:୧-୧୮

ସେହି (ଈଶ୍ବରଙ୍କ) ଦିନରେ ଆଗମନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭମାନଙ୍କ କିପରି ସଦାଚାରୀ…. ହେବା ଉଚିତ୍। (୨ ପିତର ୩:୧୨)


ଈଶ୍ବରଙ୍କ ଅନୁଗ୍ରହ ପ୍ରଚୁର ଭାବେ ଓ ବିନା ମୂଲ୍ୟରେ ମିଳଥିବାରୁ, ଅନେକେ ଏହାକୁ ବଡ଼ ଶସ୍ତା ବୋଲି ମନେ କରନ୍ତି ।  ଏ ପ୍ରକାର ଧାରଣା ଅତ୍ୟନ୍ତ ବିପଜ୍ଜନକ ଓ କ୍ଷତିକାରକ । ଅପର ପକ୍ଷରେ ଈଶ୍ୱରଙ୍କ ଅନୁଗ୍ରହ ଉପରେ ଅଧିକ ଗୁରୁତ୍ବ ଆରୋପ କରି ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ସତ୍ୟଗୁଡ଼ିକୁ ଲଘୁ ଜ୍ଞାନ କରିବା ମଧ୍ୟ ସମ ଭାବରେ କ୍ଷତିଜନକ କାରଣ । ଏହା ଗୁରୁତର ଭୁଲ୍ ଧାରଣା ସୃଷ୍ଟି କରିଥାଏ ।


  ଅବୈଧ ଯୌନ ସମ୍ପର୍କରେ ଜଡ଼ିତ ଜଣେ ବିବାହିତ ପୁରୁଷକୁ ତାଙ୍କର ପାଳକ ଅନୁଯୋଗ କରିବାରୁ ସେ ବ୍ୟକ୍ତି ଉତ୍ତର ଦେଇ କହିଲେ, "ମୁଁ ଜାଣେ ମୁଁ ଭୁଲ୍ କରୁଛି, କିନ୍ତୁ ତହିଁରୁ ବିରତ ରହିବା ପାଇଁ  ବାଧ୍ୟ କରିବା ମଧ୍ୟ ଆପଣଙ୍କ ପକ୍ଷରେ ଭୁଲ୍। ମୁଁ  ଯଦିବା ଜାଣେ ଏହା ଈଶ୍ଵରଙ୍କର ପ୍ରୀତିଜନକ ନୁହେଁ, ତଥାପି ସେ ଯେ ମୋତେ କ୍ଷମା କରିବେ ଏ ବିଷୟରେ ମୁଁ ନିଶ୍ଚିତ । ଆପଣ ମୋତେ ଖାଲି ଈଶ୍ଵରଙ୍କ ବିଚାର କଥା କହୁଅଛନ୍ତି କିନ୍ତୁ ଇଶ୍ଵର ଯେ କେଡ଼େ ଅନୁଗ୍ରହଶୀଳ, ସେ ବିଷୟରେ ଆପଣ କିଛି କହୁ ନାହାନ୍ତି" । ଯେଉଁମାନେ ଭାବନ୍ତି  ଯେ, ଈଶ୍ୱରଙ୍କ ବାଧ୍ୟ ହେବା ଆବଶ୍ୟକ, କିନ୍ତୁ ଯଦିବା ଆମେ ଅବାଧ୍ୟ ହେଉ ସେଥିରେ କିଛି ଯାଏ ଆସେ ନାହିଁ । ସେମାନଙ୍କର ମନେରଖିବା ଉଚିତ, ଅବଧ୍ୟତାର କାର୍ଯ୍ୟ ପାଇଁ ସେମାନଙ୍କୁ ତା'ର  ପରିଣତି ଭୋଗ କରିବାକୁ ହେବ ।


  ବୋନହୋଫର୍ ନାମକ ଜଣେ ଜର୍ମାନ ଦେଶର ପାଳକ, ଯେ କି ନାଜି ଶାସକମାନଙ୍କ ଦ୍ଵାରା ନିହତ ହୋଇଥିଲେ, ସେ କହିଥିଲେ, ଈଶ୍ୱରଙ୍କ ଅନୁଗ୍ରହକୁ ଯେଉଁମାନେ ଏପରି ଶସ୍ତା ମନେକରନ୍ତି, ସେମାନେ ଜାଣିନାହାନ୍ତି, ଏହି ପ୍ରଚୁର ଅନୁଗ୍ରହ ବିନା  ମୂଲ୍ୟରେ ଦେବା ପାଇଁ ଈଶ୍ୱରଙ୍କୁ କିପରି ମୂଲ୍ୟ ଦେବାକୁ ପଡ଼ିଥିଲା, ଯାହା ଥିଲା ତାଙ୍କର ଏକମାତ୍ର ପୁତ୍ରଙ୍କର ଲଜ୍ଜାଜନକ କ୍ରୁଶୀୟ ମୃତ୍ୟୁ । 


ଯେତେଥର ଈଶ୍ୱରଙ୍କର ଅନୁଗ୍ରହ କଥା ଆମେ ସ୍ମରଣ କରିବା ସେତେଥର ତାହା ଆମ୍ଭମାନଙ୍କୁ ଈଶ୍ଵରଙ୍କ ପବିତ୍ରତା ଓ ଧାର୍ମିକତାକୁ  ଅଧିକ ହୃଦୟଙ୍ଗମ କରିବା ପାଇଁ ସାହାଯ୍ୟ କରିବ ଓ ସେତେ ଅଧିକ ସଦାଚାରୀ ଓ ଧାର୍ମିକ ହେବା ପାଇଁ ଅନୁପ୍ରାଣିତ କରିବ।


Source: Daily Bread


No comments:

Post a Comment

Kindly give your suggestions or appreciation!!!