BN

ଆମର ସବୁଠାରୁ ବଡ଼ ଆବଶ୍ୟକତା

 ଆମର ସବୁଠାରୁ ବଡ଼ ଆବଶ୍ୟକତା

Our Greatest Need!!

ରୋମୀୟ ୩:୯-୨୦

ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ବରଙ୍କ ଗୌରବରହିତ ହୋଇଅଛନ୍ତି। (ରୋମୀୟ ୩:୨୩)




ଆସନ୍ତୁ, ଆଜି ଆମେ ପବିତ୍ରତା, ଧାର୍ମିକତା ଓ ନୈତିକ ସିଦ୍ଧତା ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରୁ । ନୂଆ ଭାବରେ ଈଶ୍ବରଙ୍କ ପବିତ୍ରତାର ଦର୍ଶନ ଲାଭ କରିବା ଅପେକ୍ଷା ଆଉ ଅଧିକ ମହାନ୍ ବିଷୟ କିଛି ନାହିଁ । ଉଦ୍ଧୀପନାର  ଅର୍ଥ  ହେଉଛି ଈଶ୍ବରଙ୍କ ଲୋକମାନଙ୍କ ମଧ୍ୟରେ ଏହି ବିସ୍ରୁତ ଦର୍ଶନକୁ ପୁନଃସ୍ଥାପନ କରିବା । ଯେତେବେଳେ ଉଦ୍ଧୀପନା ଆସେ ସେତବେଳେ ଈଶ୍ବରଙ୍କ ଉପାସକମାନେ ହୃଦୟଙ୍ଗମ କରନ୍ତି ଯେ, ସେମାନେ ଯେଉଁ ଈଶ୍ବରଙ୍କର ଉପାସନା କରନ୍ତି, ସେ ହେଉଛନ୍ତି ପବିତ୍ର । ଈଶ୍ବରଙ୍କର ମାନଦଣ୍ଡ ହେଉଛି ସିଦ୍ଧତା । ଅନେକ ସମୟରେ ନୂତନ ନିୟମରେ ଈଶ୍ବରଙ୍କ 'ଗୌରବ' ବୋଲି ଯେଉଁ ଶବ୍ଦ ବାରମ୍ବାର ଲେଖାଯାଏ, ତାହା ଈଶ୍ବରଙ୍କ ସିଦ୍ଧ ଆଦର୍ଶକୁ ପ୍ରକାଶ କରେ । ଆଜିର ପଦରେ, ଈଶ୍ୱରଙ୍କ 'ଗୌରବ' ବୋଲି ଯେଉଁ ଶବ୍ଦ ବ୍ୟବହାର କରାଯାଇଛି, ଈଶ୍ୱରଙ୍କର ଧାର୍ମିକତା, ସିଦ୍ଧତା ଓ ପବିତ୍ରତା ସେହି ଗୋଟିଏ ଶବ୍ଦରେ ପ୍ରକାଶିତ ହୋଇଛି । ଈଶ୍ବର, ତାଙ୍କର ସମସ୍ତ କାର୍ଯ୍ୟକୁ ତ୍ରୁଟିଶୂନ୍ୟ ଓ ସିଦ୍ଧ ଭାବରେ ସାଧନ କରନ୍ତି ଏବଂ ତାଙ୍କର ସନ୍ତାନମାନେ ମଧ୍ୟ ସେହି ପ୍ରକାର ହୁଅନ୍ତୁ ବୋଲି ସେ ଇଛା କରନ୍ତି । ଯେ କେହି ପବିତ୍ର ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଚାହେଁ ସେ ମଧ୍ୟ ତାହାଙ୍କ ତୁଲ୍ୟ ପବିତ୍ର ଓ ଧାର୍ମିକ ହେବା ଆବଶ୍ୟକ । 

        ସତରେ, ଈଶ୍ବର ତାଙ୍କର ସୃଷ୍ଟ ପ୍ରାଣୀମାନଙ୍କଠାରୁ କେତେ ଭିନ୍ନ! ପରସ୍ପର ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ମନୁଷ୍ୟକୁ ତ୍ରୁଟିଶୁନ୍ୟ ବୋଲି କହିପାରିବା?  ନା, ମନୁଷ୍ୟ ଯେତେ ଉତ୍ତମ ହେଲେ ମଧ୍ୟ, ଈଶ୍ଵରଙ୍କ ଗୌରବମୟ ଆଦର୍ଶରୁ ସେ ଅନେକ ଉଣା । ଆମେ ଯେପରି ଆମର ସେହି ସ୍ଥିତିକୁ ଭଲରୂପେ ଜାଣିପାରିବା ସେଥିପାଇଁ ଈଶ୍ୱର ତାଙ୍କର ବ୍ୟବସ୍ଥା ଆମକୁ ଦେଇଛନ୍ତି। ସେଥିପାଇଁ ବାଇବଲ କହେ "ବିଧି ବ୍ୟବସ୍ଥା ଦ୍ୱାରା ଆମେ ପାପର ବୋଧ ପାଉ" (ରୋମୀ ୩:୨୦) ଅର୍ଥାତ ଆମେ ଜାଣିପାରୁ ଯେ, ଆମେ କେଡ଼େ ଅଶୁଚି, ଅପବିତ୍ର ଓ ଅଧାର୍ମିକ।


Source: Daily Bread


1 comment:

Kindly give your suggestions or appreciation!!!