BN

ପ୍ରଥମ ପଦକ୍ଷେପ

ପ୍ରଥମ ପଦକ୍ଷେପ

First Step!!!


ଆମ୍ଭେ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ଆଗରେ ସମର୍ପଣ କରିବାକୁ ପ୍ରବୃତ୍ତ ହେଲୁଣି । (୨ ବିବରଣ ୨:୩୧)


ଗୋଟିଏ ଜଟିଳ କାର୍ଯ୍ୟ ପରିଚାଳନା କରିବା ପାଇଁ ଅନେକ ଉପାୟ ଅଛି । ଈଶ୍ୱର ଆଶ୍ଚର୍ଯ୍ୟଜନକ ଭାବରେ ଏହି କାର୍ଯ୍ୟ ବିଷୟରେ ଯତ୍ନ ନେବେ ଭାବି ଆମେ ହୁଏତ ଏହାକୁ ଛାଡି ଦେଇଥାଉ କିମ୍ବା ସଠିକ୍ ଦିଗରେ ଆମେ ପ୍ରଥମ ପଦକ୍ଷେପ ନେଇଥାଉ ।

 ପ୍ରାନ୍ତରରେ ୪୦ ବର୍ଷ କାଟିବା ପରେ, ଈଶ୍ୱର ଯେଉଁଦେଶ ଦେବେ ବୋଲି ଲୋକମାନଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ସେହି ଦେଶ ଅଧିକାର କରିବାର ସମୟ ଆସି ଯାଇଛି ବୋଲି ମୋଶାଙ୍କୁ କୁହାଯାଇଥିଲା । କାର୍ଯ୍ୟର ପ୍ରଥମ କ୍ରମ ଥିଲା-ଇସ୍ରାଏଲ ଓ କିଣାନ ଦେଶ ମଧ୍ୟରେ ଠିଆ ହୋଇଥିବା ସୀହୋନ ନାମକ ଜଣେ ରାଜାଙ୍କ ପ୍ରତି  କ'ଣ  କରିବାକୁ ହେବ, ସେ ବିଷୟରେ ନିଷ୍ପତ୍ତି ନେବା । ଈଶ୍ଵରଙ୍କ ଆଦେଶ ଥିଲା - "ତାହା ଅଧିକାର କରିବାକୁ ଆରମ୍ଭ କର ଓ ତାହା ସଙ୍ଗେ ଯୁଦ୍ଧ ଲଗାଅ" (୨ ବିବ ୨:୨୪) । ଈଶ୍ଵର କାହାରି ସାହାଯ୍ୟ ବିନା ସୀହୋନକୁ ହଟାଇ ପାରିଥା'ନ୍ତେ, ମାତ୍ର ପ୍ରଥମ ପଦକ୍ଷେପ ନେବା ପାଇଁ ସେ ତାଙ୍କର ଲୋକମାନଙ୍କୁ ଆଦେଶ ଦେଇଥିଲେ । 


ସେହି ସମାନ ବିଷୟ ଆମ କ୍ଷେତ୍ରରେ ମଧ୍ୟ ପ୍ରାୟ ସତ୍ୟ ଅଟେ। ମାସ ମାସ କିମ୍ୱା ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହିଲେ, ଆମେ ଯାହା କିଛି କଲେ ମଧ୍ୟ ଭିନ୍ନତା ସୃଷ୍ଟି ହେବ ନାହିଁ ବୋଲି ଅନୁଭବ କରିପାରୁ । ମାତ୍ର ସଦାପ୍ରଭୁ କହନ୍ତି, "ଆରମ୍ଭ କର"। ଆମକୁ ପ୍ରଥମେ ଅଗ୍ରସର ହେବାକୁ ପଡ଼ିବ-ଗୋଟିଏ ପ୍ରେମପୂର୍ଣ୍ଣ ବାକ୍ୟ କୁହନ୍ତୁ, କ୍ଷମା ମାଗନ୍ତୁ, ଯାହା ଆମର ଅଟେ, ସେଥିରୁ କିଛି ଦିଅନ୍ତୁ।


କେବଳ କିଛି ଦୂରବର୍ତ୍ତୀ ଲକ୍ଷ୍ୟ ପ୍ରାପ୍ତିରେ ଆନନ୍ଦ ରହିଛି, ତା'ନୁହେଁ, ମାତ୍ର ଆମର ସେହି ପ୍ରେମ ପରମେଶ୍ବରଙ୍କ ସହିତ ଗମନାଗମନ କରିବାରେ ମଧ୍ୟ ଆନନ୍ଦ ରହିଥାଏ, ଯିଏ କହିଛନ୍ତି, "ଆମ୍ଭେ ଦେବାପାଇଁ ପ୍ରବୃତ୍ତ ହେଲୁଣି…. ତୁମ୍ଭେ ଅଧିକାର କରିବାକୁ ପ୍ରଵୄତ୍ତ ହୁଅ (୩୧ପଦ) । ଏପରି ଗୋଟିଏ ପ୍ରଥମ ପଦକ୍ଷେପ ଅଛି କି, ଯାହା ଆଜି ଆପଣ ନେବା ଉଚିତ୍?

2 comments:

Kindly give your suggestions or appreciation!!!