BN

ଈଶ୍ବର କିପରି ମନପରିବର୍ତ୍ତନ କରିଥିବା ପାପୀମାନଙ୍କୁ ସଂପୂର୍ଣ୍ଣଭାବେ କ୍ଷମା କରନ୍ତି?

How Completely Does God Forgive Repentant Sinners?

ଶାସ୍ତ୍ରରେ ଈଶ୍ବରଙ୍କ କ୍ଷମା କରିବାର ସମ୍ପୂର୍ଣ୍ଣତା ଓ ସେ କ୍ଷମା ହୋଇଥିବା ପାପ ସହିତ କଣ କରନ୍ତି ତାହା ବିଭିନ୍ନ ଉପାୟରେ ବର୍ଣ୍ଣନା କରନ୍ତି, ଯେପରି ପାଠ୍ୟର ଏହି ନମୁନା ଦର୍ଶାଏ:

  • ପୂର୍ବରୁ ପଶ୍ଚିମ ଯେତେ ଦୂର ସେତେ ଦୂର ପର୍ଯ୍ୟନ୍ତ ଅଧର୍ମ ସବୁ ଦୂର କରିଅଛନ୍ତି 

ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କ-ଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି (ଗୀତସଂହିତା ୧୦୩:୧୨)

  • ତାଙ୍କ ପଛଆଡ଼େ ପାପ ସବୁ ପକାଇ ଦେଇଅଛନ୍ତି  

ଦେଖ, ମୁଁ ଆପଣାର ଶାନ୍ତି ନିମନ୍ତେ ବଡ଼ ଦୁଃଖ ପାଇଲି; ମାତ୍ର ତୁମ୍ଭେ ମୋʼ ପ୍ରାଣ ପ୍ରତି ପ୍ରେମ କରି ବିନାଶକୂପରୁ ତାହାକୁ ଉଦ୍ଧାର କଲ; କାରଣ ତୁମ୍ଭେ ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଇଅଛ(ଯିଶାଇୟ ୩୮:୧୭)

  • ପାପ ସବୁକୁ ଆଉ ସ୍ମରଣ କରନ୍ତି ନାହିଁ 

ଆମ୍ଭେ, ଆମ୍ଭେ ହିଁ ଆପଣା ଲାଗି ତୁମ୍ଭର ଅଧର୍ମସବୁ ମାର୍ଜନା କରୁ ଓ ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ(ଯିଶାଇୟ ୪୩:୨୫)

ପୁଣି, ତୁମ୍ଭେମାନେ ପରମେଶ୍ଵରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। 

(ଯିରିମିୟ ୩୧:୩୪)


  • ସମୁଦ୍ରର ଅଗାଧ ଜଳରେ ପାପ ପକାଇ ଦେଇଅଛନ୍ତି

ସେ ପୁନର୍ବାର ଫେରି ଆମ୍ଭମାନଙ୍କ ପ୍ରତି କୃପା କରିବେ; ସେ ଆମ୍ଭମାନଙ୍କର ଅଧର୍ମସକଳ ପଦ ତଳେ ଦଳିବେ; ଆଉ, ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ (ମୀଖା ୭:୧୯)

  • କୃଶରେ "ପୂର୍ଣ୍ଣ ପରିଶୋଧ" ଭାବରେ ଚିହ୍ନିତ କରି ଏକ ପ୍ରମାଣ ପତ୍ର ଟଙ୍ଗାଇ ଦେଇଅଛନ୍ତି 

ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ଵର ତାହାଙ୍କ ସହିତ ସଜୀବ କରିଅଛନ୍ତି; ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି, ପୁଣି, ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗପତ୍ର ଥିଲା, ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇ ଅଛନ୍ତି; (କଲସୀୟ ୨:୧୩-୧୪)


1 comment:

Kindly give your suggestions or appreciation!!!