ସେ ବିଶ୍ୱସ୍ତ ଅଟନ୍ତି ଏବଂ ଯୀଶୁଙ୍କୁ ସମ୍ପୂର୍ଣ୍ଣ ହୃଦୟ ସହିତ ଭଲ ପାଆନ୍ତି ।
# ୧ ଏହା ଜଣେ ସ୍ତ୍ରୀଙ୍କ ବିଶ୍ୱାସ ଏବଂ ଖ୍ରୀଷ୍ଟଙ୍କ ସହିତ ସମ୍ପର୍କ ଯାହା ତାହାଙ୍କୁ ଜଣେ ଗୁଣବତୀ ସ୍ତ୍ରୀ କରିଥାଏ । ହିତୋପଦେଶ ୩୧ରେ ବର୍ଣ୍ଣିତ ଜଣେ ସ୍ତ୍ରୀ ହେବା ବିଶ୍ୱାସ ବିନା ଅସମ୍ଭବ ଅଟେ । ଆମ୍ଭମାନଙ୍କୁ କୁହାଯାଇଅଛି ଯେ ସେ ପ୍ରଭୁଙ୍କୁ ଭୟ କରନ୍ତି ଏବଂ ତାହାଙ୍କୁ ପ୍ରଶଂସା କରାଯିବ। (ହିତୋପଦେଶ ୩୧:୨୬; ହିତୋପଦେଶ ୩୧: ୨୯-୩୧; ମାଥିଉ ୨୨: ୩୭; ଯୋହନ ୧୪:୧୫; ଗୀତସଂହିତା ୧୧୯:୧୫)
ସେ ଜଣେ ବିଶ୍ୱସ୍ତ କନ୍ୟା ଅଟନ୍ତି।
# ୨ ଜଣେ ଗୁଣବତୀ ସ୍ତ୍ରୀ ଜଣେ ବିଶ୍ୱସ୍ତ ପତ୍ନୀ ଅଟେ । କିନ୍ତୁ ଏହା ଚିନ୍ତା କରନ୍ତୁ ନାହିଁ ଯେ ଯଦି ଆପଣ ଅବିବାହିତ ତେବେ ଆପଣ ହିତୋପଦେଶ ୩୧ର ସ୍ତ୍ରୀ ହୋଇପାରିବେ ନାହିଁ! ଆପଣ ସଂପୂର୍ଣ୍ଣ ହୋଇପାରିବେ! ବାସ୍ତବରେ, ଜଣେ ଖ୍ରୀଷ୍ଟିଆନ ଭାବରେ, ଆପଣ ଖ୍ରୀଷ୍ଟଙ୍କର କନ୍ୟା ଅଟନ୍ତି । ଆପଣଙ୍କୁ ସର୍ବପ୍ରଥମେ ତାହାଙ୍କ ପ୍ରତି ବିଶ୍ୱସ୍ତ ହେବାକୁ ଆହ୍ଵାନ କରାଯାଇଅଛି । (ହିତୋପଦେଶ ୩୧:୧୧-୧୨; ହିତୋପଦେଶ ୩୧:୨୩; ହିତୋପଦେଶ ୩୧:୨୮; ୧ମ ପିତର ୩; ଏଫିସୀୟ ୫; ଆଦିପୁସ୍ତକ ୨:୧୮) ।
ସେ ଜଣେ ସ୍ନେହଶୀଳ ମାତା ଏବଂ ତାଙ୍କ ସନ୍ତାନମାନେ ତାହାଙ୍କୁ ଧନ୍ୟ ବୋଲି କହନ୍ତି ।
# ୩ ହିତୋପଦେଶ ୩୧ର ସ୍ତ୍ରୀ ଜଣେ ଉତ୍ତମ ମାତା ଅଟନ୍ତି । ଆମ୍ଭମାନଙ୍କୁ କୁହାଯାଇଅଛି ଯେ ହିତୋପଦେଶ ୩୧ରେ ଉଲ୍ଲେଖ କରାଯାଇଥିବା ସ୍ତ୍ରୀ ନିଜ ସନ୍ତାନମାନ ଉଠି ତାହାଙ୍କୁ ଧନ୍ୟ ଧନ୍ୟ କହନ୍ତି । ତଥାପି, ଏହାର ଅର୍ଥ ନୁହେଁ ଯେ ଯଦି ଆପଣଙ୍କର ସନ୍ତାନମାନେ ନାହାଁନ୍ତି, ତେବେ ଆପଣ ଜଣେ ଉତ୍ତମ ସ୍ତ୍ରୀ ହୋଇପାରିବେ ନାହିଁ! (ହିତୋପଦେଶ ୩୧:୨୮; ହିତୋପଦେଶ ୩୧:୨୬; ହିତୋପଦେଶ ୨୨:୬; ଦ୍ୱିତୀୟ ବିବରଣ ୬,ଲୂକ ୧୮:୧୬)
ସେ ଆପଣା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି ।
# ୪ ଖ୍ରୀଷ୍ଟିଆନ ଭାବରେ ଆମ୍ଭମାନଙ୍କୁ ଆମ୍ଭର ଶରୀରର ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଅଛି | କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର ୬:୨୦ କୁହେ, "... ଆପଣା ଶରୀରରେ ଈଶ୍ବରଙ୍କୁ ଗୌରବ ଦିଅ |" ଏହାର ପ୍ରକୃତ ଅର୍ଥ ହେଉଛି ଯେ ଆମ୍ଭେମାନେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ବିଷୟଠାରୁ ଦୂରରେ ରହିବାକୁ ଚେଷ୍ଟା କରୁ | (ହିତୋପଦେଶ ୩୧:୧୪-୧୫; ହିତୋପଦେଶ ୩୧:୧୭; ୧ମ କରିନ୍ଥୀୟ ୬:୧୯; ଆଦିପୁସ୍ତକ ୧:୨୯; ଦାନିୟେଲ ୧; ଲେବୀୟ ପୁସ୍ତକ ୧୧) ।
ସେ ଅନ୍ୟମାନଙ୍କୁ ପ୍ରେମ ଏବଂ ଦୟା ସହିତ ବ୍ୟବହାର କରନ୍ତି ।
# ୫ ଜଣେ ଗୁଣବତୀ ସ୍ତ୍ରୀ ଅନ୍ୟମାନଙ୍କୁ ଆନନ୍ଦର ଆତ୍ମା ସହିତ ସେବା କରନ୍ତି । ସେ ଜଣେ ଇଚ୍ଛୁକ ସାହାଯ୍ୟକାରୀ ଏବଂ ଅନ୍ୟମାନଙ୍କ ପ୍ରତି ଧ୍ୟାନ ଦିଅନ୍ତି । ସେ ନିଜର ପ୍ରାଥମିକତା ବିଷୟକୁ ବଜାୟ ରଖିବା ସହ ତାଙ୍କ ଆଖପାଖରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି । ସେ ପରୋପକାରୀ । (ହିତୋପଦେଶ ୩୧:୧୨; ହିତୋପଦେଶ ୩୧:୧୫; ହିତୋପଦେଶ ୩୧:୨୦; ୧ମ କରିନ୍ଥୀୟ ୧୩:୧୩) ।
ଈଶ୍ୱର ତାହାଙ୍କୁ ଦେଇଥିବା ଦାନ ସମୂହକୁ ସେ ବୁଦ୍ଧିର ସହ ପରିଚାଳନା କରନ୍ତି ।
# ୬ ଆମ୍ଭମାନଙ୍କୁ କୁହାଯାଇଅଛି ଯେ ହିତୋପଦେଶ ୩୧ରେ ଥିବା ସ୍ତ୍ରୀ ନିଜ ଆର୍ଥିକ ବିଷୟ ପ୍ରତି ଯତ୍ନବାନ ଏବଂ ବୁଦ୍ଧିର ସହ ଟଙ୍କା ବ୍ୟୟ କରନ୍ତି । ହିତୋପଦେଶ ୩୧ର ରେ ଆମ୍ଭମାନଙ୍କୁ ଏହା ମଧ୍ୟ କୁହାଯାଇଅଛି ଯେ ସେ ଆପଣା ବ୍ୟବସାୟ ସହ ଆୟ ଆଦାନପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରନ୍ତି । ସେ ସ୍ମାର୍ଟ (Smart) ଏବଂ ଆର୍ଥିକ ଦୃଷ୍ଟିରୁ ଜ୍ଞାନୀ ଥିଲେ। (ହିତୋପଦେଶ ୩୧:୧୪; ହିତୋପଦେଶ ୩୧:୧୬; ହିତୋପଦେଶ ୩୧:୧୮; ୧ମ ତୀମଥି ୬:୧୦; ଏଫିସୀୟ :୨୩; ଦ୍ୱିତୀୟ ବିବରଣ ୧୪:୨୨; ଗଣନାପୁସ୍ତକ ୧୮:୨୬) ।
ସେ ପରିଶ୍ରମୀ ଏବଂ ସମସ୍ତ କାର୍ଯ୍ୟରେ ତତ୍ପର ଅଟନ୍ତି ।
# ୭ ଜଣେ ଗୁଣବତୀ ସ୍ତ୍ରୀ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରନ୍ତି । ସେ ଅଳସୁଆର ରୋଟୀ ଖାଆନ୍ତି ନାହିଁ - ବରଂ ସେ ପ୍ରତିଦିନ ଆପଣା ଜୀବନରେ ଈଶ୍ବରଙ୍କ ଉଦ୍ଦେଶ୍ୟ ପୂରଣ କରିବା ନିମନ୍ତେ ବ୍ୟସ୍ତ ଅଟନ୍ତି । ସେ ଅଳସୁଆ ନୁହଁନ୍ତି, ସେ ଅସନ୍ତୋଷ ସହିତ କାର୍ଯ୍ୟକୁ ଗ୍ରହଣ କରନ୍ତି ନାହିଁ, ଏବଂ ସେ ଆପଣା ଗୃହର ନୀତିନିୟମଗୁଡ଼ିକର ଧ୍ୟାନ ରଖନ୍ତି। (ହିତୋପଦେଶ ୩୧:୧୩; ହିତୋପଦେଶ ୩୧:୧୬; ହିତୋପଦେଶ ୩୧:୨୪; ହିତୋପଦେଶ ୩୧:୩୧; ଫିଲିପ୍ପୀୟ ୨:୧୪) ।
ସେ ତାହାଙ୍କ ଗୃହର ଜଣେ ଉତ୍ତମ ପ୍ରବନ୍ଧକ ଅଟନ୍ତି।
# ୮ ହିତୋପଦେଶ ୩୧ରେ ଥିବା ସ୍ତ୍ରୀ ଆପଣା ଗୃହର ନୀତିନିୟମ ଗୁଡିକକୁ ଠିକ ଭାବେ ପରିଚାଳନା କରନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେ ନିଜେ ସବୁକିଛି କରନ୍ତି! ସେ ଆପଣା ପରିବାର ଏବଂ ଅତିଥିମାନଙ୍କ ପାଇଁ ଆନନ୍ଦ ଓ ପ୍ରେମର ଆମନ୍ତ୍ରଣକାରୀ ପରିବେଶ ସୃଷ୍ଟି କରନ୍ତି । ସେ ତାହାଙ୍କ ଆଖପାଖର ଲୋକଙ୍କୁ ସମ୍ମାନର ସହିତ ବ୍ୟବହାର କରନ୍ତି । (ହିତୋପଦେଶ ୩୧:୧୫; ହିତୋପଦେଶ ୩୧:୨୦-୨୨; ହିତୋପଦେଶ ୩୧:୨୭; ତୀତସ ୨:୫; ୧ମ ପିତର ୪-୯; ଏବ୍ରୀ ୧୩:୨) ।
ସେ ଉତ୍ତମ କାର୍ଯ୍ୟ / ବିଷୟରେ ସମୟ ବିତାଇଥାନ୍ତି।
# ୯ ଗୁଣବତୀ ସ୍ତ୍ରୀ ଯାହା କରିବା ଆବଶ୍ୟକ ତାହା କରିବା ପାଇଁ ସମୟ ବିତାଇଥାନ୍ତି । ସେ କାର୍ଯ୍ୟରତ ଏବଂ ପରିଶ୍ରମୀ ଅଟନ୍ତି । ସେ ପ୍ରଭୁଙ୍କୁ ସନ୍ତୁଷ୍ଟ ନଥିବା ବିଷୟ ଉପରେ ଧ୍ୟାନ ଦେବା ନିମନ୍ତେ ସମୟ ବିତାନ୍ତି ନାହିଁ । (ହିତୋପଦେଶ ୩୧:୧୩; ହିତୋପଦେଶ ୩୧:୧୯; ହିତୋପଦେଶ ୩୧:୨୭; ଉପଦେଶକ ୩; ହିତୋପଦେଶ ୧୬:୯; ଫିଲିପ୍ପୀୟ ୪:୮) ।
ସେ ସୃଜନଶୀଳ ଏବଂ ସୌନ୍ଦର୍ଯ୍ୟ ଓ ଧାର୍ମିକତାକୁ ପସନ୍ଦ କରନ୍ତି।
# ୧୦ ଜଣେ ଗୁଣବତୀ ସ୍ତ୍ରୀ ମୂଲ୍ୟବାନ ଏବଂ ସୁନ୍ଦର ଅଟନ୍ତି । ତାହାଙ୍କଠାରେ ଏକ ଆନ୍ତରିକ ସୌନ୍ଦର୍ଯ୍ୟ ରହିଅଛି ଯାହା କେବଳ ଖ୍ରୀଷ୍ଟଙ୍କଠାରୁ ଆସିଥାଏ । ସେ ତାହାଙ୍କ ସୃଜନଶୀଳତା ଏବଂ ଭାବନାର ଶୈଳୀକୁ ଆପଣା ଜୀବନରେ ଏବଂ ଆପଣା ପ୍ରିୟଜନଙ୍କ ଜୀବନରେ ସୌନ୍ଦର୍ଯ୍ୟତା ସୃଷ୍ଟି କରିବା ନିମନ୍ତେ ବ୍ୟବହାର କରନ୍ତି । (ହିତୋପଦେଶ ୩୧:୧୦; ହିତୋପଦେଶ ୩୧:୨୧-୨୨; ହିତୋପଦେଶ ୩୧:୨୪-୨୫; ଯିଶାଇୟ ୬୧:୧୦; ୧ମ ତୀମଥି ୨:୯; ୧ ମ ପିତର ୩:୧-୬) ।
Source: Glory Apologetics