BN

ପ୍ରତିଜ୍ଞାରକ୍ଷାକାରୀ ଈଶ୍ଵର

 ପ୍ରତିଜ୍ଞାରକ୍ଷାକାରୀ ଈଶ୍ଵର

ଆଜିର ଚିନ୍ତା

ଯାତ୍ରା ୫:୨୨-୬:୧୩

ପରମେଶ୍ୱରଙ୍କ ପ୍ରତିଜ୍ଞାକୁ ମୁଁ ପ୍ରତିକୂଳ ପରିସ୍ଥିତିରେ କିପରି ବିଶ୍ଵାସ କରୁଛି ? 


ମୋଶା ସଦାପ୍ରଭୁଙ୍କ ଦ୍ଵାରା ଆହ୍ୱାନପ୍ରାପ୍ତ ହୋଇ ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ । କିନ୍ତୁ ଏହି ସ୍ଥାନରେ ସେ ନିଜକୁ ଦୋଷାରୋପ କରି କହୁଛନ୍ତି, ମୋ' ଆସିବା ଦ୍ଵାରା ଲୋକମାନେ ଅମଙ୍ଗଳ ଭୋଗ କରୁଛନ୍ତି । କିନ୍ତୁ ସେ ଭୁଲି ଯାଉଛନ୍ତି ଯେ ସଦାପ୍ରଭୁ ନିରୂପିତ ସମୟରେ ତାଙ୍କର ପ୍ରତିଜ୍ଞାକୁ ସଫଳ କରିଥାନ୍ତି । ତେଣୁ ସଦାପ୍ରଭୁ ମୋଶାଙ୍କୁ ଆହ୍ୱାନର ନୂତନ ଉତ୍ସାହ ପ୍ରଦାନ କରି ଆପଣାର ନିୟମ ପୁନଃସ୍ମରଣ କରାଇଛନ୍ତି । 


ଯିହୋବାଙ୍କ ପ୍ରତିଜ୍ଞା : ମୋଶା ଓ ଇସ୍ରାଏଲ ସନ୍ତାନମାନେ ବହୁତ୍ ଆର୍ଶୀବାଦର ଅଧିକାରୀ, କାରଣ ସେମାନେ ଯିହୋବାଃ ପରମେଶ୍ୱରଙ୍କ ପରିଚୟ ପାଇଛନ୍ତି । ପୂର୍ବେ ସେମାନେ ଅବ୍ରାହମ, ଇସହାକ ଓ ଯାକୁବର ସର୍ବଶକ୍ତିମାନ ପରମେଶ୍ୱର ବୋଲି ଜାଣିଥିଲେ । ମାତ୍ର ପରମେଶ୍ୱର ଏହି ସ୍ଥାନରେ ଚାରୋଟି ପ୍ରତିଜ୍ଞା ଦେଇଛନ୍ତି ।


୧. ଆମ୍ଭେ ତୁମ୍ଭମାନଙ୍କୁ ମିସ୍ରୀୟମାନଙ୍କ ଭାର ବହନରୁ ନିସ୍ତାର କରିବା । 

୨.ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବା । 

୩. ବିସ୍ତ୍ରୀର୍ଣ୍ଣବାହୁ ଓ ମହାଦଣ୍ଡ ଦ୍ଵାରା ଉଦ୍ଧାର କରିବା ।

୪. ଆମ୍ଭେ ତୁମ୍ଭମାନଙ୍କୁ ପ୍ରତିଜ୍ଞାତ ଦେଶକୁ ନେଇଯିବା । 


ପ୍ରତିଜ୍ଞାର ପ୍ରତିକାର : ଇସ୍ରାଏଲ ସନ୍ତାନମାନେ ଭାରବହନ ଓ ଦାସତ୍ୱର ପୀଡ଼ା ସକଶୁ ଏତେଦୂର ଭାଙ୍ଗି ପଡ଼ିଥିଲେ ଯେ, ସେମାନେ ମୋଶାଙ୍କର ବାକ୍ୟରେ ମନଯୋଗ କରୁ ନାହାନ୍ତି । ଈଶ୍ଵରଙ୍କ ପ୍ରତିଜ୍ଞାରେ ବିଶ୍ଵାସ କରିପାରୁନାହାନ୍ତି । ଅଧର୍ଯ୍ୟ ଓ କ୍ରୋଧ ସେମାନଙ୍କ ଆସ୍ଥାକୁ ଭାଙ୍ଗି ଦେଇଛି । ମୋଶା ମଧ୍ୟ ବିବେଚନା କରୁଛନ୍ତି ଯେ ଯଦିଓ ତାଙ୍କର ଶରୀର ଓ ମନ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ସୁନ୍ନତ ଓ ଉତ୍ସର୍ଗୀକୃତ କିନ୍ତୁ ସେ ଅସୁନ୍ନତ ଓଷ୍ଠାଧାରୀ ମନୁଷ୍ୟ ତେଣୁ ଇସ୍ରାଏଲୀୟମାନେ ତାଙ୍କର କଥାକୁ ଗ୍ରହଣ କରୁ ନାହାନ୍ତି । ତେବେ ଫାରୋ କିପରି ତାଙ୍କ କଥା ଶୁଣିବେ ଏ ବିଷୟରେ ମନରେ ଦ୍ଵନ୍ଦ ସୃଷ୍ଟି ହେଉଛି । ସଦାପ୍ରଭୁ ମୋଶାଙ୍କ ପ୍ରଶ୍ନର ଉତ୍ତରରେ ଆହୁରି ପ୍ରତିଜ୍ଞା ପ୍ରଦାନ କଲେ । 


ଆମର ଏହି ବିଶ୍ଵାସ ରହିବା ଦରକାର ଯେ, ଆମର ପରମେଶ୍ୱର ବିଶ୍ଵସ୍ତ ପରମେଶ୍ୱର, ତାଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଅଛି । ତେଣୁ ଆମେ ଆମର ଆସ୍ଥା ହରାଇବା ନାହିଁ । 

ଦୃଷ୍ଟିପାତ

 ଦୃଷ୍ଟିପାତ

ଆଜିର ଚିନ୍ତା


ଯାତ୍ରା ୫:୧-୨୧


ସମସ୍ୟା ସମୟରେ ଆମେ କାହା ପ୍ରତି ଦୃଷ୍ଟିପାତ କରୁ ?


ଜଗତ ସମସ୍ୟାରେ ପରିପୂର୍ଣ୍ଣ । ପରମେଶ୍ବରଙ୍କଠାରେ ସମସ୍ୟା ବୋଲି ଶବ୍ଦ ନାହିଁ । ବିପକ୍ଷ ଶୟତାନ ସମସ୍ୟା ସୃଷ୍ଟି କରେ । 

ଅଜ୍ଞାନତା : ଜଗତ ଅଧିପତି ଆଜି ଜ୍ଞାନଚକ୍ଷୁକୁ ଅନ୍ଧ କରି ଦେଇଛି । ଯଦ୍ୱାରା ଆଜି ଅନେକେ ପରମେଶ୍ୱରଙ୍କୁ ଜାଣି ପାରୁ ନାହାଁନ୍ତି । ପ୍ରଥମଥର ନିମନ୍ତେ "ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର" ବୋଲି ଏ ସ୍ଥାନରେ ସମ୍ବୋଧନ କରାଯାଇଛି । ସେହି ପରମେଶ୍ୱରଙ୍କ ନିମନ୍ତେ ବଳିଦାନର ଆବଶ୍ୟକତାକୁ ଅମାନ୍ୟ କରିବାର କୁପରିଣାମ ସଂପର୍କରେ ଫାରୋଙ୍କୁ ମୋଶା କହିଲେ । 


ଅବଜ୍ଞା : ଜ୍ଞାନବାନ୍ କଥା ଶୁଣେ କିନ୍ତୁ ମୂର୍ଖ ଜ୍ଞାନ ଓ ଉପଦେଶ ତୁଚ୍ଛ କରେ । ଫାରୋ ଈଶ୍ୱରଙ୍କ ବାକ୍ୟ ପ୍ରତି ହେୟଜ୍ଞାନ କରି (୬-୧୪) ଲୋକମାନଙ୍କୁ ପାଳ ନ ଦେବା ପାଇଁ ଆଦେଶ  ଦେଇ ସେମାନଙ୍କ ଦୁର୍ଦ୍ଦଶା, ଦୁଃଶ୍ଚିନ୍ତା ଓ ସମସ୍ୟାକୁ ଆହୁରି ଜଟିଳ କରିଦେଲେ । କୁଟା ସଂଗ୍ରହ ନିମନ୍ତେ ଏଣେତେଣେ ଛିନ୍ନଭିନ୍ନ ହୋଇ ଦୈନିକ ନିରୁପିତ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଲା । 


ଅନୁଗ୍ରହ : ୧୫ ପଦରେ ଲେଖାଯାଏ, ଫରୋଙ୍କ ନିକଟରେ କ୍ରନ୍ଦନ କିଛି ଫଳପ୍ରଦ ହେଲା ନାହିଁ । କାରଣ ଫାରୋଙ୍କ ହୃଦୟ କଠିନ ଥିଲା । କିନ୍ତୁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କଲେ ତାଙ୍କର ହୃଦୟ ଦୟାରେ ଭାରିଯାଏ, ସେ ଅନୁଗ୍ରହର ହସ୍ତ ପ୍ରସାରି ଦିଅନ୍ତି । ବାସ୍ତବରେ ମଣିଷ ଉପରେ ନିର୍ଭର କରିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ ।


ଜଗତରେ ଈଶ୍ୱରଙ୍କ ଲୋକମାନେ ସବୁବେଳେ ଦୁଃଖକଷ୍ଟ ସମସ୍ୟା ମଧ୍ୟ ଦେଇ ଯାଇଥାନ୍ତି, କିନ୍ତୁ ପ୍ରେରିତ ପାଉଲ କହନ୍ତି "ଯେତେବେଳେ ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁ, ହତବୁଦ୍ଧି ହେଉଅଛୁ ତଥାପି ନିରାଶ ନୋହୁ, ତାଡନାପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁ, ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁ (୨କର ୪:୮-୯) ।

ଐଶ୍ଵରୀକ ଶୃଙ୍ଖଳା

ଐଶ୍ଵରୀକ ଶୃଙ୍ଖଳା

ଆଜିର ଚିନ୍ତା

ଯାତ୍ରା ୪:୧୮-୩୧

ମୋ' ପରିବାର ମଧ୍ୟରେ ଐଶ୍ଵରୀକ ଶୃଙ୍ଖଳାକୁ ମୁଁ କେତେ ଗୁରୁତ୍ୱ ଦେଉଛି ? 


ମୋଶା ଯେଉଁ ଭଳି ଭାବରେ ପରମେଶ୍ୱରଙ୍କ କଥାକୁ ଏଡାଇ ଥିଲେ, ଏପରି ମନେ ହେଉଥଲା ଯେପରି ସେ ସେହି କାର୍ଯ୍ଯକୁ କରିବାକୁ ଆଦୌ ଇଚ୍ଛା ପ୍ରକାଶ କରୁ ନାହାନ୍ତି, ମାତ୍ର ପରମେଶ୍ୱର ତାଙ୍କୁ ଛାଡ଼ିଲେ ନାହିଁ । ସେଦିନ ଯଦି ମୋଶା ରାଜି ହୋଇ ନ ଥାନ୍ତେ ତେବେ ସେ ପରମେଶ୍ୱରଙ୍କ ମହାନ ଯୋଜନାରେ ଅଂଶ ହେବାର ସୁଯୋଗ ହାତଛଡ଼ା କରିଥାନ୍ତେ । ପରମେଶ୍ୱର ହୁଏତ ସେ ସୁଯୋଗ ଆଉ କାହାକୁ ଦେଇଥାନ୍ତେ, କିନ୍ତୁ ମୋଶା ଶେଷରେ ସେହି କାର୍ଯ୍ୟ କରିବାକୁ ପ୍ରତିଜ୍ଞାବଦ୍ଧ ହେଲେ । 


ବୟସ୍କଙ୍କୁ ସମ୍ମାନ : ମୋଶା ମିସରକୁ ଯିବା ପୂର୍ବରୁ ଶ୍ଵଶୁର ଯିଥ୍ରୋଙ୍କର ଅନୁମତି ମାଗୁଛନ୍ତି, ଆଉ ଯିଥ୍ରୋ ତାଙ୍କୁ ଅନୁମତି ପ୍ରଦାନ ମଧ୍ୟ କରୁଛନ୍ତି (୧୮ପଦ) । କ'ଣ ହୋଇଥାନ୍ତା ଯଦି ଯିଥ୍ରୋ ତାଙ୍କୁ ଅନୁମତି ଦେଇ ନ ଥାନ୍ତେ, ତେବେ ମୋଶା କ'ଣ ଯାଇ ନ ଥାନ୍ତେ ? ମୋଶା ନିଶ୍ଚୟ ଯାଇଥାନ୍ତେ । ଯଦି ଯିଥ୍ରୋ ମନା କରିଥାନ୍ତେ, ତେବେ ମୋଶା ପରମେଶ୍ୱରଙ୍କ ଆଜ୍ଞାକୁ ମନୁଷ୍ୟର ଆଜ୍ଞାଠାରୁ ବଡ଼ ମାନି ଯାତ୍ରା ଆରମ୍ଭ କରିଥାନ୍ତେ । ଯେହେତୁ ଯିଥ୍ରୋ ଗୃହରକର୍ତ୍ତା ଥିଲେ ତେଣୁ ଗୃହର କର୍ତ୍ତାଙ୍କର ନିଷ୍ପତ୍ତିକୁ ମୋଶା ଗୁରୁତ୍ବ ଦେଲେ କାରଣ, ସେ ସମୟରେ ପ୍ରାଚୀନମାନଙ୍କୁ ଓ ଗୃହରେ ଯେଉଁମାନେ ବଡ଼, ସେମାନଙ୍କୁ ଓ ସେମାନଙ୍କର ନିଷ୍ପତ୍ତିକୁ ସମ୍ମାନ ଦିଆଯାଉଥିଲା । ଆଜି ଆମ ସମାଜରେ ବୟସ୍କ ବୟସ୍କାମାନଙ୍କୁ ଆମେ କ'ଣ ସେପରି ସମ୍ମାନ ଦେଇପାରୁଛୁ ? 


ଈଶ୍ଵରଙ୍କ ନିୟମ : ମୋଶାଙ୍କ ଯାତ୍ରା ଆରମ୍ଭରେ ହଠାତ୍ ଏକ ସମସ୍ୟା ସୃଷ୍ଟି ହୁଏ, ଯେଉଁ ଘଟଣା ବିଷୟରେ ବାଇବଲରେ ବେଶି କିଛି ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇ ନାହିଁ । ପଥ ମଧ୍ୟରେ ଯେଉଁ ସ୍ଥାନରେ ସେମାନେ ରାତ୍ରିଯାପନ କରନ୍ତି ସେଠାରେ ପରମେଶ୍ୱର ମୋଶାଙ୍କୁ ବଧ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ସିପ୍ପରା ତତକ୍ଷଣାତ୍ ଆପଣା ପୁତ୍ରକୁ ସୁନ୍ନତ କରି ପରମେଶ୍ୱରଙ୍କ ସମ୍ମୁଖରେ ରଖନ୍ତି,ଯାହା ଫଳରେ ମୋଶାଙ୍କ ଜୀବନ ରକ୍ଷା ପାଏ (୨୪-୨୬) । ଏହି ବିଷୟ ମନରେ ଅନେକ ପ୍ରଶ୍ନ ସୃଷ୍ଟିକରେ । କିନ୍ତୁ ଏଥିରୁ ଏକ ବିଶେଷ ଶିକ୍ଷା ମିଳେ ଯେ, ପରମେଶ୍ୱର ଅବ୍ରାହମଙ୍କ ସହିତ ଯେଉଁ ସୁନ୍ନତ ବିଧି ସ୍ଥିର କରିଥିଲେ (ଆଦି ୧୭:୧୨), ମୋଶା ସେହି ନିୟମକୁ ଅବଜ୍ଞା କରିଥିଲେ । ଆଉ ମୋଶା, ଯାହାଙ୍କୁ ଈଶ୍ୱର ମନୋନୀତ କରିଥିଲେ ଇସ୍ରାଏଲର ମହାନ ଗୋଷ୍ଠୀର ଦାୟିତ୍ବ ନେବା ପାଇଁ, ସେ ନିଜକୁ ଏବଂ ନିଜ ପରିବାରକୁ ଐଶ୍ଵରୀକ ଶୃଙ୍ଖଳା ମଧ୍ୟରେ ଆବଦ୍ଧ କରିବା ଆବଶ୍ୟକ ଥିଲା । ଏଣୁ ଆସନ୍ତୁ, ନେତୃତ୍ୱ ନେବା ପୂର୍ବରୁ, ନିଜକୁ ଏବଂ ନିଜ ପରିବାରକୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରୁ । ନଚେତ୍ ଈଶ୍ୱରଙ୍କ ଆଶୀର୍ବାଦ ବଦଳରେ ଆମେ କ୍ରୋଧର ପାତ୍ର ହୋଇଯିବୁ । 


ବିଶ୍ବାସର ମାନଦଣ୍ଡ

 ବିଶ୍ବାସର ମାନଦଣ୍ଡ

ଆଜିର ଚିନ୍ତା


ଯାତ୍ରା ୪:୧-୧୭


ପ୍ରଭୁ ଯୀଶୁଙ୍କ ଆହ୍ବାନକୁ ଆମେ ଉପେକ୍ଷା କରିବା ଠିକ୍ କି? 


ମୋଶା ଈଶ୍ୱରଙ୍କ ପରିଚୟ ପାଇଲେ ମଧ୍ୟ ଏତେ ବଡ଼ ଦାୟିତ୍ଵ ନେବାକୁ ସେ ପ୍ରସ୍ତୁତ ନ ଥିଲେ । ସେ ଭୟ କରୁଥିଲେ ଯେ କାଳେ ତାଙ୍କ କଥା କେହି ଶୁଣିବେନି ବା ବିଶ୍ଵାସ କରିବେନି, ତେଣୁ ସେ ବାରମ୍ବାର ପଛଘୁଞ୍ଚା ଦେଉଥିଲେ, କିନ୍ତୁ ସଦାପ୍ରଭୁ ତାଙ୍କୁ ଛାଡ଼ିଲେ ନାହିଁ । 


ବିଶ୍ଵାସର ଚିହ୍ନ : ଯେତେବେଳେ ମୋଶା ସଦାପ୍ରଭୁଙ୍କୁ କହିଲେ ଯେ ତାଙ୍କ କଥାରେ କେହି ବିଶ୍ଵାସ ଆଉ ମନୋଯୋଗ କରିବେ ନାହିଁ, ସେତେବେଳେ ସଦାପ୍ରଭୁ ତାଙ୍କୁ ତିନୋଟି ଚିହ୍ନ, 

୧. ଯଷ୍ଟି ସର୍ପ ହେବା (୩ପଦ), 

୨.ହସ୍ତ ବକ୍ଷ ସ୍ଥଳରେ ଦେଲେ ତାହା ହିମବର୍ଣ୍ଣ ତୁଲ୍ୟ କୁଷ୍ଟ ହେବା (୬ପଦ), 

୩. ନଦୀ ଜଳ ଶୁଷ୍କ ଭୂମିରେ ରକ୍ତ ହେବା (୯ପଦ) । 

ଇସ୍ରାଏଲୀୟମାନଙ୍କୁ ବିଶ୍ଵାସ ଦେବାରେ ଏହି ଚିହ୍ନଗୁଡ଼ିକ ଯଥେଷ୍ଟ ଥିଲା । ପରମେଶ୍ୱର ମୋଶାଙ୍କ ପାଇଁ ସବୁ ବିଷୟ ସଜାଡି ଦେଲେ । ଯେ ନିଜକୁ ଦୁର୍ବଳ ବୋଲି ଭାବୁଥିଲେ, ସେ ଏବେ ପରମେଶ୍ୱରଙ୍କ ଠାରୁ ଅଲୌକିକ ଶକ୍ତି ପ୍ରାପ୍ତ ହୋଇ ସାରିଥିଲେ । ଆମେ ମଧ୍ୟ ଅନେକ ସମୟରେ ପରମେଶ୍ୱରଙ୍କ ଶକ୍ତିକୁ ସନ୍ଦେହ କରି ଚିହ୍ନ ଅନ୍ଵେଷଣ କରୁ । କିନ୍ତୁ ଏବ୍ରୀ ୧୧:୧ ରେ ଲେଖାଯାଏ "ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳ ଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ" । 


ଅଯୋଗ୍ୟତାର ବାହାନା : ମୋଶା ଜଡ଼ଜିହ୍ୱା ଓ ବାକ୍ୟରେ ଧୀରେ ଥିଲେ, ଏହା ସେ ପରମେଶ୍ୱରଙ୍କୁ ଜଣାଇବା ପରେ ପରମେଶ୍ଵର ଯେ ତାଙ୍କ ମୁଖର ସହବର୍ତ୍ତୀ ହେବେ ତାହା ତାଙ୍କୁ ପ୍ରତିଜ୍ଞା କଲେ । କିନ୍ତୁ ପରମେଶ୍ୱର ସବୁ ପ୍ରଶ୍ନର ଉତ୍ତର ଆଉ ସମାଧାନ ଦେଇ ସାରିଥିଲେ ମଧ୍ୟ ମୋଶା ଆଉ ଗୋଟିଏ ବାହାନା କରି କହିଲେ ଯେ, "ମୋତେ ନ ପଠାଇ ଅନ୍ୟ କାହାକୁ ପଠାଅ" । ଏହାଦ୍ବାରା ମୋଶାଙ୍କ ଉପରେ ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ବଳିତ ହୋଇଥିଲା । ସତରେ ମନୁଷ୍ୟର ଅଭିଯୋଗ ଆଉ ବାହାନାର କେବେ ଶେଷ ହୁଏ ନାହିଁ । ପରମେଶ୍ୱର ଯେତେ ଆଶୀର୍ବାଦ କରିଲେ ମଧ୍ୟ ମନୁଷ୍ୟ ସନ୍ତୁଷ୍ଟ ହୋଇପାରେ ନାହିଁ । ପରମେଶ୍ୱର ଯେତେ ଆଶୀର୍ବାଦ କରିଲେ ମଧ୍ୟ ମନୁଷ୍ୟ ସନ୍ତୁଷ୍ଟ ହୋଇପାରେ ନାହିଁ । ପରମେଶ୍ୱର ସେଦିନ ମୋଶାଙ୍କୁ ଦଣ୍ଡ ଦେଲେ ନାହିଁ ସତ କିନ୍ତୁ ସେ ତାଙ୍କ ବ୍ୟବହାର ଦ୍ଵାରା ଅସନ୍ତୁଷ୍ଟ ହୋଇଥିଲେ । ମନେରଖୁ, ଈଶ୍ଵର ତାହାଙ୍କ ସେବାକାର୍ଯ୍ୟ ନିମନ୍ତେ ଜ୍ଞାନୀ ଅବା ଧନୀମାନଙ୍କୁ ମନୋନୀତ ନ କରି, ମୂର୍ଖ ଓ ଦୁର୍ବଳ ବ୍ୟକ୍ତିମାନଙ୍କୁ ମନୋନୀତ କରିଛନ୍ତି । ତେଣୁ ପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ନିଜକୁ ସଂପୂର୍ଣ୍ଣ ରୂପେ ତାହାଙ୍କଠାରେ ନିର୍ଭର କରୁ । 

What is the hypostatic union ?

 तात्विक संघ क्या है? यीशु एक ही समय में परमेश्वर और मनुष्य दोनों कैसे हो सकते हैं?

तात्विक संघ शब्द का उपयोग यह वर्णन करने के लिए किया जाता है कि कैसे परमेश्वर पुत्र, यीशु मसीह ने मानव स्वभाव को ग्रहण किया, फिर भी एक ही समय में पूरी तरह से प्रभु बने रहे। यीशु हमेशा से परमेश्वर था (यूहन्ना 8:58, 10:30), लेकिन देहधारण पर यीशु एक इंसान बन गया (यूहन्ना 1:14)। ईश्वरीय प्रकृति में मानव स्वभाव का जोड़ यीशु, ईश्वर-पुत्र है। यह तात्विक संघ है, यीशु मसीह, एक व्यक्ति, पूर्ण परमेश्वर और पूर्ण मनुष्य।


यीशु के दो स्वभाव, मानवीय और दिव्य, अविभाज्य हैं। यीशु हमेशा के लिए परमेश्वर-मनुष्य, पूर्ण परमेश्वर और पूर्ण मानव, एक व्यक्ति में दो अलग-अलग स्वभाव होंगे। यीशु की मानवता और दिव्यता मिश्रित नहीं हैं, लेकिन अलग पहचान की हानि के बिना एकजुट हैं। यीशु ने कभी-कभी मानवता की सीमाओं के साथ कार्य किया (यूहन्ना 4:6, 19:28) और दूसरी बार अपने ईश्‍वरत्व की शक्ति में (यूहन्ना 11:43; मत्ती 14:18-21)। दोनों में, यीशु के कार्य उसके एक व्यक्तित्व के थे। यीशु के दो स्वभाव थे, लेकिन केवल एक ही व्यक्तित्व था।


तात्विक संघ का सिद्धांत यह समझाने का एक प्रयास है कि कैसे यीशु एक ही समय में परमेश्वर और मनुष्य दोनों हो सकते हैं। आखिरकार, एक सिद्धांत के माध्यम से हम पूरी तरह से समझने में असमर्थ हैं। हमारे लिए यह पूरी तरह से समझना असंभव है कि परमेश्वर कैसे कार्य करता है। हमें, सीमित दिमाग वाले मनुष्यों के रूप में, एक अनंत परमेश्वर को पूरी तरह से समझने की उम्मीद नहीं करनी चाहिए। यीशु परमेश्वर का पुत्र है कि वह पवित्र आत्मा के द्वारा आश्वस्त था (लूका 1:35)। परन्तु इसका अर्थ यह नहीं है कि यीशु का अस्तित्व ही नहीं था (यूहन्ना 8:58, 10:30)। जब यीशु गर्भ में आए, तो वह परमेश्वर होने के अतिरिक्त एक मनुष्य बन गया (यूहन्ना 1:1, 14)।


यीशु परमेश्वर और मनुष्य दोनों हैं। यीशु हमेशा से परमेश्वर रहे हैं, लेकिन वे तब तक इंसान नहीं बने जब तक कि वे मरियम के द्वारा गर्भ में नहीं आते। यीशु हमारे संघर्षों (इब्रानियों 2:17) में हमारे साथ अपनी पहचान बनाने के लिए एक मनुष्य बन गया (इब्रानियों 2:17) और, इससे भी महत्वपूर्ण, ताकि वह हमारे पापों के दंड को चुकाने के लिए क्रूस पर मर सके (फिलिप्पियों 2:5-11)। संक्षेप में, तात्विक संघ सिखाता है कि यीशु पूरी तरह से मानव और पूरी तरह से दिव्य दोनों हैं, कि प्रकृति का कोई मिश्रण या विलयन नहीं है, और वह हमेशा के लिए एक संयुक्त व्यक्ति है। 


Source : Gotquestion.org