BN

ଯଥାର୍ଥ କାର୍ଯ୍ୟର ଶେଷ ଫଳ

ଯଥାର୍ଥ କାର୍ଯ୍ୟର ଶେଷ ଫଳ

୨ କର ୪:୭-୧୮

ଆମ୍ଭେମାନେ ସର୍ବପ୍ରକାର କ୍ଲେଶ ଭୋଗ କରୁଅଛୁ, ତଥାପି ଅବରୋଧ ନୋହୁ, ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁ । ( ୨ କର ୪:୮)

ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ବିଚରା ଲୋକଟି ନିଜେ ବଡ଼ ଅସୁବିଧାରେ ପଡ଼ିଗଲା । ଲୋକଟି ଗୋଟିଏ ଗ୍ରାମରେ ବଢ଼ି ଉଠିଥିଲା ଏବଂ ବିପଦରେ ପଡ଼ିଥିବା ଲୋକମାନଙ୍କୁ ଓ ଗାଡ଼ି ଚାଲକମାନଙ୍କୁ ସାହାଯ୍ୟ କରିବା ଥିଲା ତା'ର ଏକ ନୈତିକ ଦାୟିତ୍ୱ ଓ ଅଭ୍ୟାସ । ଥରେ ସେ ଏକ ମହାନଗରୀକୁ ଆସିଥିବା ସମୟରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଅଟକି ରହିଥିବା ଦେଖି, ତାଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ପହଞ୍ଚିଲେ । କିନ୍ତୁ ସେ ଜାଣି ନ ଥିଲେ, ଯେ ସେହି ବ୍ୟକ୍ତି ଜଣକ ଥିଲେ ଜଣେ ଡକାୟତ । ଉକ୍ତ ବ୍ୟକ୍ତି ତାକୁ କ୍ଷତବିକ୍ଷତ କରି ତା' ଠାରୁ ସମସ୍ତ ଟଙ୍କା ପଇସା ଛଡେଇ ନେଇ ଚାଲିଗଲା। ସୌଭାଗ୍ୟକ୍ରମେ ଲୋକଟି ବଞ୍ଚିଗଲା ଏବଂ ସେ ସୁସ୍ଥ ହେବା ପରେ ଏହିପ୍ରକାର ମନ୍ତବ୍ୟ ଦେଇଥିଲା 'ଈଶ୍ୱରଙ୍କ ଉପରେ ମୋ' ର ବିଶ୍ଵାସ ଓ ଭରସା ଆହୁରି ଗଭୀର ହୋଇଛି ଏବଂ ମୁଁ ତ ତଥାପି ବିଶ୍ଵାସ କରେ, ଅନ୍ୟକୁ ସାହାଯ୍ୟ କରିବା ଏକ ଯଥାର୍ଥ କାର୍ଯ୍ୟ ।' 

ଏହି ଉଦାହରଣ ଦେବା ଦ୍ବାରା ମୁଁ ଯେ ଆପଣମାନଙ୍କୁ  ଅସୁବିଧାରେ ପଡ଼ିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଉଛି, ତାହା ନୁହେଁ । ସତର୍କତାର ସହିତ କାର୍ଯ୍ୟ କରିବା ନିଶ୍ଚିୟ ବୁଦ୍ଧିମାନର କାର୍ଯ୍ୟ। କିନ୍ତୁ ନୂତନ ନିୟମ ଆମ୍ଭମାନଙ୍କୁ ଦର୍ଶାଏ ଯେ, ଅନ୍ୟକୁ ସାହାଯ୍ୟ କରିବା ଦ୍ବାରା ଆମେ ନିଜେ ଅସୁବିଧାର ସମ୍ମୁଖୀନ ହେଉ। ସୁସମାଚାରର ସେବା ପାଇଁ କିମ୍ବା ଆମର ଉତ୍ତମ କାର୍ଯ୍ୟ ପାଇଁ, ଶ୍ରୀଘ୍ର ହେଉ ବା ବିଳମ୍ବରେ ହେଉ, ଆମ୍ଭେମାନେ ନିଶ୍ଚିୟ ବିରୋଧରେ ସମ୍ମୁଖୀନ ହେବୁ। ତଥାପି, ଏହି ବିରୋଧର ଶେଷଫଳ ଆନନ୍ଦଜନକ ହେବ ।

ଉଦାହରଣସ୍ୱରୂପ, ସାଧୁ ପାଉଲ ସୁସମାଚାର ସକାଶେ ନିର୍ଯ୍ୟାତିତ ହେଲେ, ଘୃଣିତ ହେଲେ, କ୍ଷତବିକ୍ଷତ  ହେଲେ ଏବଂ ନୌରାଶ୍ୟ ଜର୍ଜ୍ଜରିତ ହେଲେ। କିନ୍ତୁ ସେ ଏ ବିଷୟରେ ନିଃସନ୍ଦେହ ଥିଲେ ଯେ, ସେ ଯାହା କରୁଥିଲେ, ତାହା ଥିଲା ଯଥାର୍ଥ କାର୍ଯ୍ୟ । ଏହା ମଧ୍ୟ ସେ ଜାଣିଥିଲେ ଯେ, ବର୍ତ୍ତମାନ ସେ ଯେଉଁ କାର୍ଯ୍ୟ କରୁଛନ୍ତି, ସେହି ଶେଷ ଦିନ ପ୍ରଭୁ ନିଜେ ତାହାର ଅନନ୍ତ ମୂଲ୍ୟ ନିରୂପଣ କରିବେ  ଏବଂ ଅନ୍ୟମାନଙ୍କର ଆତ୍ମାଲାଭ ପାଇଁ ବର୍ତ୍ତମାନ ସେ ଯେଉଁ କାର୍ଯ୍ୟ କରୁଛନ୍ତି, ତାହା ଯେତେ କଷ୍ଟକର ହେଲେ ମଧ୍ୟ ଅନନ୍ତକାଳ ନିମନ୍ତେ ଲାଭଦାୟକ । 

ଆପଣ କିପରି ଶୁଣନ୍ତି ?

 ଆପଣ କିପରି ଶୁଣନ୍ତି ?

ଲୁକ ୮:୧୬-୧୮

…..କିପରି ଶୁଣୁଅଛ, ସେ ବିଷୟରେ ସାବଧାନ ହୁଅ । 

(ଲୁକ ୮:୧୮)


ଗୋଟିଏ ଛୋଟ ବାଳକ ଗୋଟିଏ ପ୍ରହେଳିକା ସମାଧାନ କରିବା ପାଇଁ ନିଜର ବାପାଙ୍କୁ କହିଲା । ସେ ପଚାରିଲା, "ଗୋଟିଏ କାଠ ଉପରେ ତିନୋଟି ବେଙ୍ଗ ବସିଥିଲେ । ସେଗୁଡ଼ିକ ମଧ୍ୟରୁ ଗୋଟିଏ ତଳକୁ ଡେଇଁବା ପାଇଁ ନିଷ୍ପତ୍ତି ନେଲା । ତେବେ ଆଉ କେତୋଟି ବେଙ୍ଗ ରହିଲେ ? "ବାପା ଉତ୍ତର ଦେଲେ, "ଅବଶ୍ୟ, ଦୁଇଟି" । ପିଲାଟି ଖୁସିରେ କହିଲା, "ତୁମେ ଭୁଲ୍ କହିଲ । ସେହି ତିନୋଟି ଯାକ ବେଙ୍ଗ ରହିଲେ । କାରଣ ଗୋଟିଏ ବେଙ୍ଗ ଡେଇଁବା ପାଇଁ କେବଳ 'ନିଷ୍ପତ୍ତି' ନେଇଥିଲେ, ମାତ୍ର ଡେଇଁ ନ ଥିଲା !" 


ଆପଣା କିପରି ଶୁଣୁଛନ୍ତି, ସେ ବିଷୟରେ ସାବଧାନ ହୁଅନ୍ତୁ । ଅନ୍ୟ ଜଣଙ୍କର  ମନ୍ତବ୍ୟକୁ  ବିଚାର କରିବା ପୂର୍ବରୁ, ସେ କ'ଣ କହିଥିଲା ଓ କ'ଣ କହିବାକୁ ଚାହୁଁଥିଲା, ଠିକ୍ ତାହା ଜାଣିବାକୁ ଚେଷ୍ଟା କରନ୍ତୁ । 


'ମୁଁ କାହିଁକି ଏହିବର୍ଷ ଯୀଶୁଙ୍କର ଦ୍ଵିତୀୟ ଆଗମନକୁ ଅପେକ୍ଷା କରୁଅଛି' ନାମକ ଗୋଟିଏ ରେଡ଼ିଓ ବାର୍ତ୍ତା ପ୍ରଚାର କରିଥିଲି । ମୁଁ ଅନ୍ୟାନ୍ୟ ଚିଠି ସହିତ ଜଣେ ଶ୍ରୋତାଙ୍କଠାରୁ ଏକ ତୀକ୍ଷ୍ମ ପତ୍ର ପାଇଲି । ଖ୍ରୀଷ୍ଟଙ୍କ ପ୍ରତ୍ୟାଗମନର ସମୟ ନିରୂପଣ କରି ଏହାକୁ ପୂର୍ବରୁ ଜଣାଇଥିବାରୁ ସେ ମୋତେ ନିନ୍ଦା କରିଥିଲେ । ମାତ୍ର ମୁଁ ସେହିପ୍ରକାର କିଛି କହି ନ ଥିଲି । ମୁଁ ଆସନ୍ତା ବର୍ଷ ଖ୍ରୀଷ୍ଟଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରୁଅଛି ବୋଲି କେବଳ କହିଥିଲି । ସେ ସେହିବର୍ଷ ଆସିବେ ବୋଲି ମୁଁ କହି ନ ଥିଲି, ମାତ୍ର ତାଙ୍କ ଆଗମନକୁ ମୁ ଅପେକ୍ଷା କରୁଅଛି ବୋଲି କହିଥିଲି । ପୁଣି ଯଦି ସେ ଏହିବର୍ଷ ଆସିବେ ନାହିଁ, ତେବେ ମୁଁ ଆସନ୍ତା ବର୍ଷ ତାଙ୍କ ଆଗମନକୁ ଅପେକ୍ଷା କରିବି । 


ଦାୟିତ୍ୱହୀନ ଭାବରେ ଶୁଣିବାର ପରିଣତି ଗୁରୁତର ଭୁଲ୍ ଅଟେ । ଏହା ବାଇବେଲ ସହିତ ସଂପୃକ୍ତିରେ, ବିଶେଷ ଭାବରେ ସତ୍ୟ ଅଟେ । କାରଣ ଗୋଟିଏ ଶବ୍ଦ ସମ୍ବନ୍ଧୀୟ ଭୁଲ୍ ବୁଝାମଣା ଗୋଟିଏ ଭୁଲ୍ ଅର୍ଥ ଉତ୍ପନ୍ନ କରିପାରେ ଓ ଆମେ ଯାହା କରୁ ବୋଲି ଈଶ୍ଵର ଚାହାନ୍ତି, ତାହା କରିବାଠାରୁ ଆମକୁ ଦୂରରେ ରଖିପାରେ । 

ତାଙ୍କ ନାମରେ ପୋଷକଟିଏ

 ତାଙ୍କ ନାମରେ ପୋଷକଟିଏ

ମାର୍କ ୧୦:୧୩-୧୬


ଯେ କେହି ମୋ' ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ……..(ମାର୍କ ୯:୩୭)


ଆମର ଛୋଟ ଗୀର୍ଜା ଘର ମଧ୍ୟରେ ଗୋଟିଏ ଶୀତ ଦିନ ସକାଳେ ସୁଣ୍ଡେସ୍କୁଲ ହେଉଥିବା ସମୟରେ ପାଳକଙ୍କ ଦୃଷ୍ଟି ଗୋଟିଏ ଛୋଟ ପିଲା ଉପରେ ପଡ଼ିଲା । ସେ କେବଳ ଗୋଟିଏ ଟି' ସାର୍ଟ ଓ ହାଫ୍ ପ୍ୟାଣ୍ଟ ପିନ୍ଧିଥିଲା । ଶୀତ ଦିନରେ, ଏପରି ଅଳ୍ପ ପୋଷାକରେ ପିଲାଟିକୁ ଦେଖି ପାଳକ ଆଶ୍ଚର୍ଯ୍ୟ ହୋଇଗଲେ ।  ସେ ଏହି ବିଷୟ ନିଜର ସ୍ତ୍ରୀଙ୍କ  ଦୃଷ୍ଟିଗୋଚରକୁ ଆଣିଲେ । 


ସୁଣ୍ଡେସ୍କୁଲ ପରେ, ପାଳକଙ୍କ ସ୍ତ୍ରୀ ସେହି ସାନ ପିଲାକୁ ନିଜ ଘରକୁ ନେଲେ । ମଣ୍ଡଳୀ ଦାନ ସୂତ୍ରେ ମିଳିଥିବା ବିଭିନ୍ନ ପୋଷାକ ମଧ୍ୟରୁ ଗୋଟିଏ ସ୍ୱେଟର୍ ବାଛି ତାକୁ ପିନ୍ଧାଇ ଦେଲେ । ତା'ପରେ ପାଳକ ଓ ତାଙ୍କ ସ୍ତ୍ରୀ ଏକତ୍ର ସେହି ସାନ ପିଲାକୁ ନେଇ ତା' ଘରେ ଛାଡ଼ିବାକୁ ଗଲେ । ସେହି ସାନ ପିଲା ଘରେ,  ତା' ର ମା' ତାକୁ ଗୋଟିଏ ସ୍ୱେଟର୍ ପିନ୍ଧିଥିବା ଦେଖି ପାଳକ ଦମ୍ପତ୍ତିଙ୍କୁ ଅନେକ ଧନ୍ୟବାଦ ଅର୍ପଣ କଲେ । ସାମାନ୍ୟ ଏହି କାର୍ଯ୍ୟ ହେତୁ, ସେହି ସାନ ପିଲାର ପିତାମାତା ନିୟମିତ ରୂପେ ଉପାସନା ସଭାକୁ ଆସିବାକୁ ଲାଗିଲେ। ଆମର ଆଖପାଖରେ ଏପରି ମୌଳିକ ଆବଶ୍ୟକତା ପୁରଣ କରିପାରୁ ନ ଥିବା କେହି ପିଲା ଅଛନ୍ତି କି? ଆମେ ହୁଏତ କହିପାରୁ ଯେ, ଏମିତି ସାହାର୍ଯ୍ୟ କରିଚାଲିଲେ, ଆମ ଉପରେ ସମସ୍ତେ  ମାଡ଼ି ପଡ଼ିବେ ବା ଆମେ ସମସ୍ତଙ୍କୁ ସାହାର୍ଯ୍ୟ କରିପାରିବୁ ନାହିଁ। କିନ୍ତୁ ଏହା ଦ୍ୱାରା ଆମେ ସେମାନଙ୍କ ଆତ୍ମା ହରାଇବୁ । ଯୀଶୁ ଶିଶୁମାନଙ୍କର ଜୀଵନକୁ ଅନେକ ଗୁରୁତ୍ଵ ପ୍ରଦାନ କରିଛନ୍ତି । ସେ ତାଙ୍କର ଶିଷ୍ୟମାନଙ୍କ କହିଥିଲେ, "ପିଲାମାନଙ୍କୁ ମୋ' ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ,

କାରଣ ଈଶ୍ୱରଙ୍କ ରାଜ୍ୟ ଏପରି ଲୋକମାନଙ୍କର" (ମାର୍କ ୧୦:୧୪) । ସେ ଆହୁରି ମଧ୍ୟ ସେମାନଙ୍କୁ କହିଥିଲେ,"ଯେ କେହି ମୋ ନାମରେ  ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ" (ମାର୍କ ୯:୩୭) । ଗୋଟିଏ ପୋଷାକ, ସାମାନ୍ୟ ଖାଦ୍ୟ, ଏକ ଦୟାପୂର୍ଣ୍ଣ କଥା ବା ଆଉ କିଛି ବିଷୟ ଯଦି ଯୀଶୁଙ୍କ ନାମରେ ପ୍ରଦାନ କରାଯାଏ, ତେବେ ତାହା ପ୍ରକୃତ ସେବାକାର୍ଯ୍ୟର ଏକ ଉପକରଣରେ ପରିଣତ ହୋଇଯାଏ । ଆମେ କ'ଣ ସେଗୁଡିକୁ ସେପରି ବ୍ୟବହାର କରୁଛୁ?




ସମାଧି ଉପରେ ବିଜୟ

 ସମାଧି ଉପରେ ବିଜୟ

ଯୋହନ ୧୧:୨୫-୪୪


ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ' ଠାରେ ବିଶ୍ଵାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ । (ଯୋହନ ୧୧:୨୫)


ମୃତ୍ୟୁ ସେହି ଲୋକମାନଙ୍କୁ ଆମଠାରୁ ହରଣ କରିନିଏ, ଯେଉଁମାନଙ୍କୁ ଆମେ ଭଲ ପାଉ, ମାତ୍ର ଖ୍ରୀଷ୍ଟଙ୍କ ଅନୁଗାମୀମାନଙ୍କ ପାଇଁ ଏହି ବିଚ୍ଛେଦ୍ୟ କ୍ଷଣକାଳସ୍ଥାୟୀ ଅଟେ । ଯୀଶୁଙ୍କର ପୁନରୁତ୍ଥାନ ଆମକୁ ଏହି ଭରସା ଦିଏ ଯେ ମୃତ୍ୟୁ ଯେପରି 'ତାଙ୍କୁ' ଧରି ରଖିପାରି ନ ଥିଲା, ସେହିପରି ସମାଧି ଆମ ପୁର୍ବରୁ ମୃତ୍ୟୁବରଣ କରିଥିବା ପିଲାମାନଙ୍କୁ, ପିତାମାତାମାନଙ୍କୁ, ବନ୍ଧୁ ଓ ସାଥୀମାନଙ୍କୁ ଧରି ରଖିପାରିବ ନାହିଁ। ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଆମ ଭରସାର ମୂଳଦୁଆ ଅଟେ


ଆମରିକୀୟ ସୁସମାଚାର ପ୍ରଚାରକ ଡି.ଏଲ୍. ମୁଡ୍ଡି ( ୧୮୩୭- ୧୮୯୯) ଇଙ୍କେରମ୍ୟାନ ଯୁଦ୍ଧ (କ୍ରିମିଆ ଯୁଦ୍ଧ - ୧୮୫୪) ର ଜଣେ ସୈନ୍ୟଙ୍କ ବିଷୟରେ କହିଥିଲେ, ଯିଏ ଗୁଳିବିଦ୍ଧ ହେବାପରେ କୌଣସି ପ୍ରକାରେ ନିଜର  ତମ୍ବୁକୁ ଗୁରୁଣ୍ଡି ଗୁରୁଣ୍ଡି ଆସିବାକୁ ସମର୍ଥ ହୋଇଥିଲେ । ପରେ ଯେତେବେଳେ ତାକୁ ଆବିଷ୍କାର କରାଗଲା, ସେତେବେଳେ ସେ ମୁଖ ମାଡ଼ି ପଡ଼ିଥିଲେ, ତାଙ୍କ ସମ୍ମୁଖରେ ବାଇବଲ ଉନ୍ମୁକ୍ତ ହୋଇପଡ଼ିଥିଲା, ତାଙ୍କ ହାତ ତାଙ୍କ ରକ୍ତ ଦ୍ଵାରା ଗୋଟିଏ ପୃଷ୍ଠା ଉପରେ ଲାଖି ରହିଥିଲା ଓ ସେହି ପୃଷ୍ଠାଟି ରକ୍ତରଞ୍ଜିତ ହୋଇଯାଇଥିଲା । ତାଙ୍କ ହାତକୁ ଟେକିବା ସମୟରେ, ଛାପାପୃଷ୍ଠାର କିଛି ବାକ୍ୟ ଏଥିରେ ସ୍ପଷ୍ଟ ଭାବରେ ଦୃଶ୍ୟ ହେଉଥିଲା । ପଦଟି ଏହିପରି ଥିଲା, "ମୁଁ ପୁନରୁତ୍ଥାନ ଓ ଜୀବନ । ଯେ ମୋ' ଠାରେ ବିଶ୍ଵାସ କରେ, ସେ ଯଦ୍ୟପି ମରେ, ତଥାପି ବଞ୍ଚିବ" (ଯୋହନ ୧୧:୨୫) । ମୁଡ୍ଡି କହିଥିଲେ, "ମୁଁ ସେହିପରି ଏକ ଧର୍ମ ଚାହେଁ, ଯାହା ମୃତ୍ୟୁରେ ସୁଦ୍ଧା ମୋତେ ସାନ୍ତ୍ଵନା ଦେଇପାରେ ଓ ମୋର ପ୍ରିୟଜନଙ୍କ ସହିତ ମୋତେ ମିଳିତ କରିପାରେ ପୁନରୁତ୍ଥାନ ସମ୍ବନ୍ଧୀୟ ଗୌରବମୟ ମତବାଦ ନ ଥିଲେ ଏହି ଜଗତ ଉପରେ କିପରି ଦୁଃଖ ଓ ଅନ୍ଧକାର ରହିଥାନ୍ତା । "


ଯଦି ଆପଣ ଦୁଃଖ କରୁଛନ୍ତି, ତେବେ ଏଥିରେ ସାନ୍ତ୍ଵନା ପାଆନ୍ତୁ: ଯୀଶୁ ବଞ୍ଚିଥିବାରୁ, ଆମେ ମଧ୍ୟ ବଞ୍ଚିବା ।


ଈଶ୍ବରଙ୍କ ଯୋଗାଣ

 ଈଶ୍ବରଙ୍କ ଯୋଗାଣ


ଗୀତ ୧୪୫:୧୪-୨୧      

ସମସ୍ତଙ୍କ ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ….। (  ଗୀତ ୧୪୫:୧୫ )


ଦିନେ ସକାଳେ ମୁଁ ବଜାରରେ ସଉଦା କିଣୁଥିବାବେଳେ, ଜଣେ ଭଦ୍ର ମହିଳାଙ୍କର ସମ୍ମୁଖୀନ ହେଲି । ତାଙ୍କର କଥାବାର୍ତ୍ତାରୁ ସେ ଖ୍ରୀଷ୍ଟିୟାନ ବୋଲି ମୁଁ ଜାଣିବାକୁ ପାଇଲି । ତାଙ୍କ ସହିତ କଥାବାର୍ତ୍ତା ସମୟରେ ସେ ମୋତେ ଏପରି ଏକ ଘଟଣା ବର୍ଣ୍ଣନା କଲେ, ଯାହା ଈଶ୍ବରଙ୍କ ପ୍ରତି ମୋ 'ମନୋଭାବକୁ ସମ୍ପୂର୍ଣ ପରିବର୍ତ୍ତିତ କରିଦେଲା । ସେ କହିଲେ, "ମୋର  ଆୟ ଏତେ ଅଳ୍ପ ଯେ ତାହାର ପରିମାଣ କହିଲେ ଆପଣ ବିଶ୍ଵାସ କରିବେ ନାହିଁ। ଦିନେ ମୋ ପାଳକ ମୋତେ ପଚାରିଲେ ଯେ ଯଦି ମୋର କିଛି ଅଭାବ ରହିଛି, ସେହି ବିଷୟ ତାଙ୍କୁ ଜଣାଇଲେ, ସେ ସେଥିପାଇଁ ପ୍ରାର୍ଥନା କରିବେ । କିନ୍ତୁ ମୁଁ ତାଙ୍କୁ କହିଲି, ମୁଁ ଯେପରି ଖ୍ରୀଷ୍ଟଙ୍କୁ ଅଧିକ ଜାଣି ପାରିବି, ଏଥିପାଇଁ ପ୍ରାର୍ଥନା କରନ୍ତୁ, କାରଣ ତାଙ୍କ ଦ୍ଵାରା ହିଁ ମୁଁ ସମସ୍ତ ବିଷୟ ପାଇପାରିବି ।"


ଈଶ୍ବର ଯେ ଆମର ପ୍ରତ୍ୟେକ ଅଭାବର ଯୋଗାଣକର୍ତ୍ତା, ଏହା ସେହି ମହିଳା ପ୍ରକୃତ ରୂପେ ବୁଝି ପାରିଥିଲେ। ରାଜା ଦାଉଦ ଈଶ୍ବରଙ୍କ ପ୍ରଶଂସାରେ ଗୀତ ୧୪୫ ଅଧ୍ୟାୟ ଆରମ୍ଭ କଲେ (୧-୧୩ ପଦ) । ତା' ପରେ ସେ  ଆମର ପ୍ରକୃତ ଅଭାବ ସବୁ ବିଷୟ ଲେଖିଲେ ଏବଂ କିପରି ସେହି ଅଭାବ ସବୁ ଈଶ୍ବରଙ୍କ ପ୍ରଚୁର ଓ ମୁକ୍ତ ଯୋଗାଣ ଦ୍ୱାରା ପୂରଣ ହୁଏ, ତାହା ମଧ୍ୟ ଲେଖିଲେ (୧୪-୨୧ ପଦ ) ।


ଆମର ସମସ୍ୟା ହେଉଛି, ଆମେ ସର୍ବଦା  ଆତ୍ମ-ନିର୍ଭରଶୀଳ ଜୀବନଯାପନ କରିବାକୁ ଚାହୁଁ । କିନ୍ତୁ ଆମେ କଦାପି ଆତ୍ମ- ନିର୍ଭରଶୀଳ ହୋଇ ପାରିବୁ ନାହିଁ, ଏଣୁ ଏପରି  ଅନୁଭୂତି ମଧ୍ୟ ଦେଇ ଯିବା ଆମ ନିମନ୍ତେ ଅପରିହାର୍ଯ୍ୟ ,କାରଣ ଏହା ଆମକୁ ଈଶ୍ବରଙ୍କ ଉପରେ ନିର୍ଭରଶୀଳ ହେବାକୁ ଶିକ୍ଷା ଦିଏ । ସେ ଆଜି ଆପଣଙ୍କର  ପ୍ରତ୍ୟେକ ଅଭାବକୁ  ପୂରଣ କରିବା ଦାୟିତ୍ଵ ବହନ କରିବାକୁ ଇଚ୍ଛା କରନ୍ତି । ଆପଣ ସେହି ଦାୟିତ୍ଵ ତାଙ୍କୁ ଦେବେ କି ?