BN

ଯଥାର୍ଥ କାର୍ଯ୍ୟର ଶେଷ ଫଳ

ଯଥାର୍ଥ କାର୍ଯ୍ୟର ଶେଷ ଫଳ

୨ କର ୪:୭-୧୮

ଆମ୍ଭେମାନେ ସର୍ବପ୍ରକାର କ୍ଲେଶ ଭୋଗ କରୁଅଛୁ, ତଥାପି ଅବରୋଧ ନୋହୁ, ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁ । ( ୨ କର ୪:୮)

ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ବିଚରା ଲୋକଟି ନିଜେ ବଡ଼ ଅସୁବିଧାରେ ପଡ଼ିଗଲା । ଲୋକଟି ଗୋଟିଏ ଗ୍ରାମରେ ବଢ଼ି ଉଠିଥିଲା ଏବଂ ବିପଦରେ ପଡ଼ିଥିବା ଲୋକମାନଙ୍କୁ ଓ ଗାଡ଼ି ଚାଲକମାନଙ୍କୁ ସାହାଯ୍ୟ କରିବା ଥିଲା ତା'ର ଏକ ନୈତିକ ଦାୟିତ୍ୱ ଓ ଅଭ୍ୟାସ । ଥରେ ସେ ଏକ ମହାନଗରୀକୁ ଆସିଥିବା ସମୟରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଅଟକି ରହିଥିବା ଦେଖି, ତାଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ପହଞ୍ଚିଲେ । କିନ୍ତୁ ସେ ଜାଣି ନ ଥିଲେ, ଯେ ସେହି ବ୍ୟକ୍ତି ଜଣକ ଥିଲେ ଜଣେ ଡକାୟତ । ଉକ୍ତ ବ୍ୟକ୍ତି ତାକୁ କ୍ଷତବିକ୍ଷତ କରି ତା' ଠାରୁ ସମସ୍ତ ଟଙ୍କା ପଇସା ଛଡେଇ ନେଇ ଚାଲିଗଲା। ସୌଭାଗ୍ୟକ୍ରମେ ଲୋକଟି ବଞ୍ଚିଗଲା ଏବଂ ସେ ସୁସ୍ଥ ହେବା ପରେ ଏହିପ୍ରକାର ମନ୍ତବ୍ୟ ଦେଇଥିଲା 'ଈଶ୍ୱରଙ୍କ ଉପରେ ମୋ' ର ବିଶ୍ଵାସ ଓ ଭରସା ଆହୁରି ଗଭୀର ହୋଇଛି ଏବଂ ମୁଁ ତ ତଥାପି ବିଶ୍ଵାସ କରେ, ଅନ୍ୟକୁ ସାହାଯ୍ୟ କରିବା ଏକ ଯଥାର୍ଥ କାର୍ଯ୍ୟ ।' 

ଏହି ଉଦାହରଣ ଦେବା ଦ୍ବାରା ମୁଁ ଯେ ଆପଣମାନଙ୍କୁ  ଅସୁବିଧାରେ ପଡ଼ିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଉଛି, ତାହା ନୁହେଁ । ସତର୍କତାର ସହିତ କାର୍ଯ୍ୟ କରିବା ନିଶ୍ଚିୟ ବୁଦ୍ଧିମାନର କାର୍ଯ୍ୟ। କିନ୍ତୁ ନୂତନ ନିୟମ ଆମ୍ଭମାନଙ୍କୁ ଦର୍ଶାଏ ଯେ, ଅନ୍ୟକୁ ସାହାଯ୍ୟ କରିବା ଦ୍ବାରା ଆମେ ନିଜେ ଅସୁବିଧାର ସମ୍ମୁଖୀନ ହେଉ। ସୁସମାଚାରର ସେବା ପାଇଁ କିମ୍ବା ଆମର ଉତ୍ତମ କାର୍ଯ୍ୟ ପାଇଁ, ଶ୍ରୀଘ୍ର ହେଉ ବା ବିଳମ୍ବରେ ହେଉ, ଆମ୍ଭେମାନେ ନିଶ୍ଚିୟ ବିରୋଧରେ ସମ୍ମୁଖୀନ ହେବୁ। ତଥାପି, ଏହି ବିରୋଧର ଶେଷଫଳ ଆନନ୍ଦଜନକ ହେବ ।

ଉଦାହରଣସ୍ୱରୂପ, ସାଧୁ ପାଉଲ ସୁସମାଚାର ସକାଶେ ନିର୍ଯ୍ୟାତିତ ହେଲେ, ଘୃଣିତ ହେଲେ, କ୍ଷତବିକ୍ଷତ  ହେଲେ ଏବଂ ନୌରାଶ୍ୟ ଜର୍ଜ୍ଜରିତ ହେଲେ। କିନ୍ତୁ ସେ ଏ ବିଷୟରେ ନିଃସନ୍ଦେହ ଥିଲେ ଯେ, ସେ ଯାହା କରୁଥିଲେ, ତାହା ଥିଲା ଯଥାର୍ଥ କାର୍ଯ୍ୟ । ଏହା ମଧ୍ୟ ସେ ଜାଣିଥିଲେ ଯେ, ବର୍ତ୍ତମାନ ସେ ଯେଉଁ କାର୍ଯ୍ୟ କରୁଛନ୍ତି, ସେହି ଶେଷ ଦିନ ପ୍ରଭୁ ନିଜେ ତାହାର ଅନନ୍ତ ମୂଲ୍ୟ ନିରୂପଣ କରିବେ  ଏବଂ ଅନ୍ୟମାନଙ୍କର ଆତ୍ମାଲାଭ ପାଇଁ ବର୍ତ୍ତମାନ ସେ ଯେଉଁ କାର୍ଯ୍ୟ କରୁଛନ୍ତି, ତାହା ଯେତେ କଷ୍ଟକର ହେଲେ ମଧ୍ୟ ଅନନ୍ତକାଳ ନିମନ୍ତେ ଲାଭଦାୟକ । 

No comments:

Post a Comment

Kindly give your suggestions or appreciation!!!