BN

ଆପଣ କିପରି ଶୁଣନ୍ତି ?

 ଆପଣ କିପରି ଶୁଣନ୍ତି ?

ଲୁକ ୮:୧୬-୧୮

…..କିପରି ଶୁଣୁଅଛ, ସେ ବିଷୟରେ ସାବଧାନ ହୁଅ । 

(ଲୁକ ୮:୧୮)


ଗୋଟିଏ ଛୋଟ ବାଳକ ଗୋଟିଏ ପ୍ରହେଳିକା ସମାଧାନ କରିବା ପାଇଁ ନିଜର ବାପାଙ୍କୁ କହିଲା । ସେ ପଚାରିଲା, "ଗୋଟିଏ କାଠ ଉପରେ ତିନୋଟି ବେଙ୍ଗ ବସିଥିଲେ । ସେଗୁଡ଼ିକ ମଧ୍ୟରୁ ଗୋଟିଏ ତଳକୁ ଡେଇଁବା ପାଇଁ ନିଷ୍ପତ୍ତି ନେଲା । ତେବେ ଆଉ କେତୋଟି ବେଙ୍ଗ ରହିଲେ ? "ବାପା ଉତ୍ତର ଦେଲେ, "ଅବଶ୍ୟ, ଦୁଇଟି" । ପିଲାଟି ଖୁସିରେ କହିଲା, "ତୁମେ ଭୁଲ୍ କହିଲ । ସେହି ତିନୋଟି ଯାକ ବେଙ୍ଗ ରହିଲେ । କାରଣ ଗୋଟିଏ ବେଙ୍ଗ ଡେଇଁବା ପାଇଁ କେବଳ 'ନିଷ୍ପତ୍ତି' ନେଇଥିଲେ, ମାତ୍ର ଡେଇଁ ନ ଥିଲା !" 


ଆପଣା କିପରି ଶୁଣୁଛନ୍ତି, ସେ ବିଷୟରେ ସାବଧାନ ହୁଅନ୍ତୁ । ଅନ୍ୟ ଜଣଙ୍କର  ମନ୍ତବ୍ୟକୁ  ବିଚାର କରିବା ପୂର୍ବରୁ, ସେ କ'ଣ କହିଥିଲା ଓ କ'ଣ କହିବାକୁ ଚାହୁଁଥିଲା, ଠିକ୍ ତାହା ଜାଣିବାକୁ ଚେଷ୍ଟା କରନ୍ତୁ । 


'ମୁଁ କାହିଁକି ଏହିବର୍ଷ ଯୀଶୁଙ୍କର ଦ୍ଵିତୀୟ ଆଗମନକୁ ଅପେକ୍ଷା କରୁଅଛି' ନାମକ ଗୋଟିଏ ରେଡ଼ିଓ ବାର୍ତ୍ତା ପ୍ରଚାର କରିଥିଲି । ମୁଁ ଅନ୍ୟାନ୍ୟ ଚିଠି ସହିତ ଜଣେ ଶ୍ରୋତାଙ୍କଠାରୁ ଏକ ତୀକ୍ଷ୍ମ ପତ୍ର ପାଇଲି । ଖ୍ରୀଷ୍ଟଙ୍କ ପ୍ରତ୍ୟାଗମନର ସମୟ ନିରୂପଣ କରି ଏହାକୁ ପୂର୍ବରୁ ଜଣାଇଥିବାରୁ ସେ ମୋତେ ନିନ୍ଦା କରିଥିଲେ । ମାତ୍ର ମୁଁ ସେହିପ୍ରକାର କିଛି କହି ନ ଥିଲି । ମୁଁ ଆସନ୍ତା ବର୍ଷ ଖ୍ରୀଷ୍ଟଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରୁଅଛି ବୋଲି କେବଳ କହିଥିଲି । ସେ ସେହିବର୍ଷ ଆସିବେ ବୋଲି ମୁଁ କହି ନ ଥିଲି, ମାତ୍ର ତାଙ୍କ ଆଗମନକୁ ମୁ ଅପେକ୍ଷା କରୁଅଛି ବୋଲି କହିଥିଲି । ପୁଣି ଯଦି ସେ ଏହିବର୍ଷ ଆସିବେ ନାହିଁ, ତେବେ ମୁଁ ଆସନ୍ତା ବର୍ଷ ତାଙ୍କ ଆଗମନକୁ ଅପେକ୍ଷା କରିବି । 


ଦାୟିତ୍ୱହୀନ ଭାବରେ ଶୁଣିବାର ପରିଣତି ଗୁରୁତର ଭୁଲ୍ ଅଟେ । ଏହା ବାଇବେଲ ସହିତ ସଂପୃକ୍ତିରେ, ବିଶେଷ ଭାବରେ ସତ୍ୟ ଅଟେ । କାରଣ ଗୋଟିଏ ଶବ୍ଦ ସମ୍ବନ୍ଧୀୟ ଭୁଲ୍ ବୁଝାମଣା ଗୋଟିଏ ଭୁଲ୍ ଅର୍ଥ ଉତ୍ପନ୍ନ କରିପାରେ ଓ ଆମେ ଯାହା କରୁ ବୋଲି ଈଶ୍ଵର ଚାହାନ୍ତି, ତାହା କରିବାଠାରୁ ଆମକୁ ଦୂରରେ ରଖିପାରେ । 

No comments:

Post a Comment

Kindly give your suggestions or appreciation!!!