ଈଶ୍ବରଙ୍କ ଯୋଗାଣ
ଗୀତ ୧୪୫:୧୪-୨୧
ସମସ୍ତଙ୍କ ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ….। ( ଗୀତ ୧୪୫:୧୫ )
ଦିନେ ସକାଳେ ମୁଁ ବଜାରରେ ସଉଦା କିଣୁଥିବାବେଳେ, ଜଣେ ଭଦ୍ର ମହିଳାଙ୍କର ସମ୍ମୁଖୀନ ହେଲି । ତାଙ୍କର କଥାବାର୍ତ୍ତାରୁ ସେ ଖ୍ରୀଷ୍ଟିୟାନ ବୋଲି ମୁଁ ଜାଣିବାକୁ ପାଇଲି । ତାଙ୍କ ସହିତ କଥାବାର୍ତ୍ତା ସମୟରେ ସେ ମୋତେ ଏପରି ଏକ ଘଟଣା ବର୍ଣ୍ଣନା କଲେ, ଯାହା ଈଶ୍ବରଙ୍କ ପ୍ରତି ମୋ 'ମନୋଭାବକୁ ସମ୍ପୂର୍ଣ ପରିବର୍ତ୍ତିତ କରିଦେଲା । ସେ କହିଲେ, "ମୋର ଆୟ ଏତେ ଅଳ୍ପ ଯେ ତାହାର ପରିମାଣ କହିଲେ ଆପଣ ବିଶ୍ଵାସ କରିବେ ନାହିଁ। ଦିନେ ମୋ ପାଳକ ମୋତେ ପଚାରିଲେ ଯେ ଯଦି ମୋର କିଛି ଅଭାବ ରହିଛି, ସେହି ବିଷୟ ତାଙ୍କୁ ଜଣାଇଲେ, ସେ ସେଥିପାଇଁ ପ୍ରାର୍ଥନା କରିବେ । କିନ୍ତୁ ମୁଁ ତାଙ୍କୁ କହିଲି, ମୁଁ ଯେପରି ଖ୍ରୀଷ୍ଟଙ୍କୁ ଅଧିକ ଜାଣି ପାରିବି, ଏଥିପାଇଁ ପ୍ରାର୍ଥନା କରନ୍ତୁ, କାରଣ ତାଙ୍କ ଦ୍ଵାରା ହିଁ ମୁଁ ସମସ୍ତ ବିଷୟ ପାଇପାରିବି ।"
ଈଶ୍ବର ଯେ ଆମର ପ୍ରତ୍ୟେକ ଅଭାବର ଯୋଗାଣକର୍ତ୍ତା, ଏହା ସେହି ମହିଳା ପ୍ରକୃତ ରୂପେ ବୁଝି ପାରିଥିଲେ। ରାଜା ଦାଉଦ ଈଶ୍ବରଙ୍କ ପ୍ରଶଂସାରେ ଗୀତ ୧୪୫ ଅଧ୍ୟାୟ ଆରମ୍ଭ କଲେ (୧-୧୩ ପଦ) । ତା' ପରେ ସେ ଆମର ପ୍ରକୃତ ଅଭାବ ସବୁ ବିଷୟ ଲେଖିଲେ ଏବଂ କିପରି ସେହି ଅଭାବ ସବୁ ଈଶ୍ବରଙ୍କ ପ୍ରଚୁର ଓ ମୁକ୍ତ ଯୋଗାଣ ଦ୍ୱାରା ପୂରଣ ହୁଏ, ତାହା ମଧ୍ୟ ଲେଖିଲେ (୧୪-୨୧ ପଦ ) ।
ଆମର ସମସ୍ୟା ହେଉଛି, ଆମେ ସର୍ବଦା ଆତ୍ମ-ନିର୍ଭରଶୀଳ ଜୀବନଯାପନ କରିବାକୁ ଚାହୁଁ । କିନ୍ତୁ ଆମେ କଦାପି ଆତ୍ମ- ନିର୍ଭରଶୀଳ ହୋଇ ପାରିବୁ ନାହିଁ, ଏଣୁ ଏପରି ଅନୁଭୂତି ମଧ୍ୟ ଦେଇ ଯିବା ଆମ ନିମନ୍ତେ ଅପରିହାର୍ଯ୍ୟ ,କାରଣ ଏହା ଆମକୁ ଈଶ୍ବରଙ୍କ ଉପରେ ନିର୍ଭରଶୀଳ ହେବାକୁ ଶିକ୍ଷା ଦିଏ । ସେ ଆଜି ଆପଣଙ୍କର ପ୍ରତ୍ୟେକ ଅଭାବକୁ ପୂରଣ କରିବା ଦାୟିତ୍ଵ ବହନ କରିବାକୁ ଇଚ୍ଛା କରନ୍ତି । ଆପଣ ସେହି ଦାୟିତ୍ଵ ତାଙ୍କୁ ଦେବେ କି ?
yes... Amen
ReplyDelete