BN

ଅବିଶ୍ରାନ୍ତ ପ୍ରଚାର କାର୍ଯ୍ୟ

 ଅବିଶ୍ରାନ୍ତ ପ୍ରଚାର କାର୍ଯ୍ୟ

ଆଜିର ଚିନ୍ତା

ପ୍ରେରିତ ୧୧: ୧୯-୩୦

ଈଶ୍ୱରଙ୍କ ରାଜ୍ୟର ବୃଦ୍ଧିରେ ମୁଁ ସହାୟକ ଅଟେ କି ? 


ସୁସମାଚାରର ଶ୍ରୋତାମାନଙ୍କ ନିମନ୍ତେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଈଶ୍ୱର ସ୍ପଷ୍ଟ ଭାବେ ମଣ୍ଡଳୀର ଅଗ୍ରଗଣ୍ୟଙ୍କୁ ଜଣାଇଲେ; ତାହାର ଫଳାଫଳ ଅଦ୍ଭୁତ ଓ ସୁଦୂରପ୍ରସାରୀ ଥିଲା।  

ସଦାପ୍ରଭୁଙ୍କ ହସ୍ତ:

  ଯେତେବେଳେ ବିଶ୍ବାସୀମାନେ ପ୍ରବଳ ତାଡନା ହେତୁ ଅନ୍ୟତ୍ର ପଳାୟନ କରି ଯେଉଁ ସ୍ଥାନକୁ ଗଲେ ସେଠାରେ ପ୍ରଚାର କରିବାକୁ ଲାଗିଲେ, ସେତେବେଳେ ପ୍ରଭୁଙ୍କ ହସ୍ତ ସେମାନଙ୍କ ସହବର୍ତ୍ତୀ ଥିଲା (୧୯-୨୧ ପଦ) । ପ୍ରଥମେ ସେମାନେ କେବଳ ଯିହୁଦୀମାନଙ୍କ ନିକଟରେ ପ୍ରଚାର କରୁଥିଲେ, କିନ୍ତୁ ଆସ୍ତେ ଆସ୍ତେ ଅନ୍ୟ ଗୋଷ୍ଠୀ ଯଥା ଗ୍ରୀକ୍ ମାନଙ୍କ ମଧ୍ୟରେ ମଧ୍ୟ ସୁସମାଚାର ପ୍ରଚାର କଲେ । ତାଡନା ସମୟରେ ବା ଅନ୍ଯ ଗୋଷ୍ଠୀୟ ମଧ୍ୟରେ ସୁସମାଚାର ପ୍ରଚାର କରିବ ସମୟରେ, ବିଶ୍ବାସୀମାନଙ୍କ ଉପରେ ତଥା ସୁସମାଚାର ପ୍ରଚାରକମାନଙ୍କ ଉପରେ ଈଶ୍ୱରଙ୍କ ହସ୍ତ ରହିବା ନିତାନ୍ତ ଜରୁରୀ । ଏପରି ହେଲେ ପ୍ରଚାର କାର୍ଯ୍ୟରେ ବହୁଗୁଣ ଫଳ ଦେଖିପାରିବା । 


ପ୍ରଚାର କାର୍ଯ୍ୟର ତଦାରଖ :

ସୁସମାଚାର କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ତଥା ନୂତନ ବିଶ୍ବାସୀମାନଙ୍କୁ ଖ୍ରୀଷ୍ଟୀୟ ନେତାଙ୍କ ପରିଦର୍ଶନ ଓ ସେମାନଙ୍କ ଉପସ୍ଥିତି ଅନେକ ଉତ୍ସାହ, ସାହସ ପ୍ରଦାନ କରିଥାଏ । ବର୍ଣ୍ଣବାଙ୍କ ଉପସ୍ଥିତି ମଧ୍ୟ ବିଶ୍ବାସୀଙ୍କ ପାଇଁ ଉତ୍ସାହଜନକ ଥିଲା  । ଏହାଦ୍ବାରା ନିଜେ  ବର୍ଣ୍ଣବା ମଧ୍ୟ ଆନନ୍ଦିତ ହେଲେ (୨୩ ପଦ)  ।


ଉପରୋକ୍ତ ଦୁଇଟି ଫଳାଫଳ ଏକ ମହା ଉଦ୍ଦୀପନା  ଆଭାସ ଦିଏ । ଖ୍ରୀଷ୍ଟିୟାନର ପରିଚୟ ପ୍ରକୃତରେ ସେମାନଙ୍କର କାର୍ଯ୍ୟ ଶୈଳୀରୁ ଜଣାପଡେ ( ୨୬ ପଦ ) । ପରିବର୍ତ୍ତିତ ବିଶ୍ବାସୀ  ଓ ଶିଷ୍ୟମାନଙ୍କର ଅଭିବୃଦ୍ଧି ସୁସମାଚାର  କାର୍ଯ୍ୟ ନିମନ୍ତେ ଉତ୍ସାହ ଓ ଉଦ୍ଦୀପନା ଆଣିଦିଏ ।

1 comment:

Kindly give your suggestions or appreciation!!!