BN

ଗୌରବ ବିହୀନ ଜୀବନ

 ଗୌରବ ବିହୀନ ଜୀବନ

ଆଜିର ଚିନ୍ତା

ଆମର ଗୌରବ ମୁକୁଟ ତଳେ ପଡ଼ିଯାଇଛି କି ? 


ଅତୀତରେ ରାଜା ମହାରାଜାମାନେ ସେମାନଙ୍କର ଗୌରବ କୀର୍ତ୍ତିକୁ ଅକ୍ଷୁୁର୍ଣ୍ଣ ରଖିବାକୁ ଯତ୍ନ କରି ଆସୁଥିଲେ । ପ୍ରକୃତରେ ପରାଜିତ ଜୀବନ ବେଦନାଯୁକ୍ତ । ଯିରିମିୟ ୧୩:୧୮ରେ ଲେଖାଯାଏ, ରାଜା ଓ ରାଜମାତାଙ୍କୁ କୁହ, ତୁମ୍ଭ ଗୌରବ ମୁକୁଟ ତଳେ ପଡ଼ିଅଛି । ଏଲି ଯାଜକ ଦୀର୍ଘ ଚାଳିଶ ବର୍ଷ ଇସ୍ରାଏଲର ବିଚାର କଲେ (୧୮ପଦ) ହେଲେ ବୃଦ୍ଧ ଓ ଗତବୟସ୍କ ଅବସ୍ଥାରେ ତାଙ୍କ ପରାଜୟକୁ ସେ ସହ୍ୟ କରିପାରିଲେ ନାହିଁ । 


ଗୌରବଯୁକ୍ତ ଇସ୍ରାଏଲ ପରାଜୟ : 

ଇସ୍ରାଏଲ ଜାତି ପ୍ରତି ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଶକ୍ତିଯୁକ୍ତ ହୋଇ ପରକ୍ରାନ୍ତ ବ୍ୟାଧ ସ୍ୱରୂପ ଶତ୍ରୁମାନଙ୍କୁ ପାଦତଳେ ଦଳିତ କରିଥିଲେ । କିନ୍ତୁ ସେମାନଙ୍କ ପାପ, ଅବାଧ୍ୟତା ସେମାନଙ୍କୁ ପରାଜୟର ପଥକୁ ଠେଲି ଦେଲା । ଗୀତ ୮୯:୩୨ରେ ଲେଖାଯାଏ, ଆମ୍ଭେ ଯଷ୍ଟି ଦ୍ଵାରା ସେମାନଙ୍କ ଅପରାଧର ଓ ପ୍ରହାର ଦ୍ଵାରା ସେମାନଙ୍କ ଅଧର୍ମର ଶାସ୍ତି ଦେବା । ଆମର ଅପରାଧ, ଆମର ଅଧର୍ମ ଆମକୁ ଗୌରବ ବିହୀନ କରି ପକାଇଛି କି ? 


ଗୌରବ ମୁକୁଟର ପରାଜୟ : 

ଏଲି ଯାଜକଙ୍କ ମୃତ୍ୟୁ ହେଲା । ତାଙ୍କ ଦୁଇ ପୁତ୍ର ଏକ ଦିନରେ ମଲେ । ନିୟମ ସିନ୍ଦୁକ ବନ୍ଦୀତ୍ୱାବସ୍ଥାରେ ରହିଲା । ଏକଥା ପିନହସଙ୍କ ସ୍ତ୍ରୀ ସହ୍ୟ କରିପାରିଲେ ନାହିଁ । ସ୍ବାମୀ ହତ ହେବା ବିଷୟରେ ସେ ଚିନ୍ତିତ ନ ଥିଲେ, କିନ୍ତୁ ଈଶ୍ୱରଙ୍କ ଗୌରବ ଇସ୍ରାଏଲ ମଧ୍ୟରୁ ଚାଲିଗଲା ବୋଲି ସେ ବ୍ୟାକୁଳ ଓ ଶୋକୁତୁର ଥିଲେ । ସେ ତାର ନବଜାତ ପୁତ୍ରର ନାମ 'ହୀନ ଗୌରବ' ରଖିଲେ । 


ଆମେ ଆଜି ଈଶ୍ୱରଙ୍କୁ ପରିତ୍ୟାଗ କରି ଦୁଃଖ ଯନ୍ତ୍ରଣା ମଧ୍ୟରେ ଅଛୁ କି ? ଆମ୍ଭେ ନିଷ୍ଫଳ ବସ୍ତୁ ନିମନ୍ତେ ଆପଣାମାନଙ୍କର ଗୌରବ ସ୍ୱରୂପଙ୍କୁ ବଦଳ କରିଅଛୁ କି ?  (ଯିରିମିୟ ୨:୧୧) । 

3 comments:

  1. brundamauka@gmail.com

    ReplyDelete
  2. This comment has been removed by a blog administrator.

    ReplyDelete
  3. Why have given your email???

    ReplyDelete

Kindly give your suggestions or appreciation!!!