BN

ନେତୃତ୍ବର ପୁନରୁତ୍ଥାନ

ନେତୃତ୍ବର ପୁନରୁତ୍ଥାନ

ଆଜିର ଚିନ୍ତା

ଯାତ୍ରା ୩୪:୨୯-୩୫

ଈଶ୍ବରଙ୍କ ସଙ୍ଗେ ସହଭାଗିତା ସୋନ୍ଦର୍ଯ୍ୟ ଓ ଶକ୍ତିର ଉତ୍ସ ଅଟେ ।

ମୋଶା ଜଣେ ଆଶ୍ଚର୍ଯ୍ୟ ବ୍ୟକ୍ତି ଥିଲେ । ନିଜ ଲୋକମାନଙ୍କ ଦ୍ଵାରା ବାରମ୍ବାର ସମଲୋଚିତ ଓ ପରିତ୍ୟକ୍ତ ହୋଇ ସୁଦ୍ଧା, ସେ ସେମାନଙ୍କ ସଙ୍ଗେ ନିଜକୁ ଚିହ୍ନିତ କରିଥିଲେ ଓ ସେମାନଙ୍କ ନିମନ୍ତେ ନିରନ୍ତର ପ୍ରାର୍ଥନା କରୁଥିଲେ । ମୋଶାଙ୍କୁ ନେତୃତ୍ୱରୁ ହଟାଇ ନେବା ଈଶ୍ୱରଙ୍କ ଇଛା ନ ଥିଲା । ୪୦ ଦିବାରାତ୍ର ଈଶ୍ବରଙ୍କ ସାନ୍ନିଧ୍ୟରେ କଟାଇ ଯେତେବେଳେ ସେ ଫେରିଆସିଲେ ଈଶ୍ବର ତାଙ୍କ ମୁଖକୁ ଉଜ୍ଜଳମୟ କରି ଦେଇଥିଲେ।  ତାହା ପ୍ରମାଣିତ କରୁଥିଲା ଯେ ମୋଶାଙ୍କ ନେତୃତ୍ୱ ଅତୁଟ ରହିଛି । 

ଈଶ୍ୱରଙ୍କ ସାନ୍ନିଧ୍ୟ: 

ତେବେ ମୋଶାଙ୍କର ମୁଖ ଉଜ୍ଜଳ ହେବାର କାରଣ କ'ଣ ହୋଇପାରେ ? ମୋଶା ଏହା ଆଗରୁ ଅନେକ ଥର ଈଶ୍ୱରଙ୍କ ସାନ୍ନିଧ୍ୟରେ ସମୟ କାଟିଛନ୍ତି, ଈଶ୍ୱରଙ୍କ ସଙ୍ଗେ ଆଳାପ କରିଛନ୍ତି, କିନ୍ତୁ ପୂର୍ବରୁ ତାଙ୍କ ମୁଖ ଉଜ୍ଜଳ ଦେଖା ଯାଇ ନ ଥିଲା । ନିଶ୍ଚିତରୂପେ ଈଶ୍ୱର ଏହାଦ୍ଵାରା ଇସ୍ରାଏଲ ଜାତିକୁ ପ୍ରମାଣ ଦେବାକୁ ଚାହୁଁଥିଲେ ଯେ ତାଙ୍କ ଦାସ ମୋଶା ଇସ୍ରାଏଲର ଅନନ୍ୟ ନେତା ଅଟନ୍ତି । ମୋଶାଙ୍କର ଏହି ଉଜ୍ଜଳ ମୁଖ ସମୁଦାୟ ଇସ୍ରାଏଲକୁ ଚକିତ କରି ଦେଇଥିଲା ଏବଂ ସେମାନେ ତାଙ୍କ ନେତୃତ୍ଵ ପ୍ରତି ଆସ୍ଥା ପ୍ରକଟ କଲେ । ଇସ୍ରାଏଲୀୟମାନଙ୍କ ପରି ଆମେ ଏହି ଶିକ୍ଷା ଲାଭ କରୁ ଯେ, ଈଶ୍ୱର ହିଁ ନେତା ମନୋନୟନ କରିଥାନ୍ତି । 


ଈଶ୍ୱରଙ୍କ ସ୍ଵୀକୃତି: 

 ଯୀଶୁଙ୍କ ଜୀବନରେ ମଧ୍ୟ ଆମେ ଦେଖୁ ଯେ, ତାଙ୍କର ବାପ୍ତିସ୍ମ ଗ୍ରହଣ ସମୟରେ ସ୍ୱର୍ଗୀୟ ରବ ଶୁଣାଯାଇଥିଲା । ସେ ମଧ୍ୟ ପର୍ବତରେ ରୂପାନ୍ତରିତ ହୋଇଥିଲେ ଏବଂ ତାଙ୍କର ପୁନରୁତ୍ଥାନ ଦ୍ଵାରା ଈଶ୍ଵର ତାଙ୍କୁ ତାଙ୍କର ପୁତ୍ରରୁପେ ସ୍ଵୀକୃତି ଓ ସପ୍ରମାଣିତ କରିଥିଲେ । ପ୍ରଭୁ ଯୀଶୁ ଯେଉଁ ଆହ୍ଵାନ ଦେଇଛନ୍ତି, ସେଥିରେ ବିଶ୍ଵସ୍ତ ରହିଲେ ସେ ଉପଯୁକ୍ତ ସମୟରେ ଆମର ସେବାକାର୍ଯ୍ୟକୁ ଦୃଢ଼ ଓ ନିଶ୍ଚିତ କରିବେ । ମୋଶାଙ୍କ ପରି ଈଶ୍ୱରଙ୍କ ସଙ୍ଗେ ଆମର   ନିରବଚ୍ଛିନ୍ନ ସହଭାଗିତା ଆମକୁ ତାହାଙ୍କ ସଦୃଶ୍ୟରେ ପରିବର୍ତ୍ତିତ କରିଥାଏ (୨ କରି ୩:୧୮) ।

No comments:

Post a Comment

Kindly give your suggestions or appreciation!!!