BN

ଆବାସ ତମ୍ବୁ

 ଆବାସ ତମ୍ବୁ 

ଆଜିର ଚିନ୍ତା


ଯାତ୍ରା ୨୬:୧-୩୭


ଈଶ୍ଵର ମନୁଷ୍ୟର ଉପାସନା ବାଞ୍ଛା କରନ୍ତି କି ? 


ଈଶ୍ଵର ଯେତେବେଳେ ମନୁଷ୍ୟକୁ ସୃଷ୍ଟି କଲେ, ସେତେବେଳେ ସେ ଆଶା କରିଥିଲେ ଯେ, ମନୁଷ୍ୟ ସହିତ ତାଙ୍କର ସହଭାଗିତା ରହିବ ଓ ମନୁଷ୍ୟ ତାଙ୍କର ସେବା କରିବ । ମାତ୍ର ମନୁଷ୍ୟ ଈଶ୍ୱରଙ୍କଠାରୁ ଦୂରକୁ ଦୂରକୁ ଚାଲିଗଲା, ହେଲେ ଈଶ୍ଵର ପୂର୍ବ ସମ୍ପର୍କକୁ ଫେରାଇ ଆଣିବାକୁ ସର୍ବଦା ଚେଷ୍ଟିତ । ତାହାର ପ୍ରମାଣ ଆମେ ଯାତ୍ରା ପୁସ୍ତକର ୨୫ ଅଧ୍ୟାୟରୁ ୪୦ ଅଧ୍ୟାୟ ମଧ୍ୟରେ ଦେଖିବାକୁ ପାଉ, ଯେଉଁ ସ୍ଥାନରେ ସ୍ଵଂୟ ଈଶ୍ଵର ମୋଶାଙ୍କ ମାଧ୍ୟମରେ ମନୁଷ୍ୟ ଓ ଈଶ୍ୱରଙ୍କ ମଧ୍ୟରେ ଥିବା ଛିନ୍ନ ସମ୍ପର୍କକୁ "ଆବାସ ତମ୍ବୁ" ମାଧ୍ୟମରେ ପୁନଃ ସଂସ୍ଥାପନ କରିବାକୁ ପ୍ରୟାସ କରିଛନ୍ତି । ଆଜି ସେହି ଆବାସ ତମ୍ବୁ କ'ଣ ଓ ତା'ର ତାତ୍ପର୍ଯ୍ୟ କ'ଣ ତାହା ଆଲୋଚନା କରିବା । 


ଆବାସ ତମ୍ବୁର ତାତ୍ପର୍ଯ୍ୟ :


୧.  ଆବାସ ତମ୍ବୁ ବା ସମାଗମ ତମ୍ବୁ ଶବ୍ଦଟି ପ୍ରାୟତଃ ୧୩୦ ଥର ପୁରାତନ ନିୟମରେ ବ୍ୟବହୃତ ହୋଇଛି । 


୨. ଆବାସ ତମ୍ବୁ ଶବ୍ଦଟିକୁ ଏବ୍ରୀ ଭାଷାରେ କୁହାଯାଏ  - ମିସ୍କାନ (Miskan) ଯାହାର ଅର୍ଥ ଇଂରାଜୀରେ (Dwelling) ବା ଆବାସ ବୋଲି ବୁଝାଯାଏ।  ତେଣୁ ତାହାକୁ ଆବାସତମ୍ବୁ ବୋଲି କୁହାଯାଏ । ଯେଉଁଠାରେ ଈଶ୍ୱରଙ୍କ ଉପସ୍ଥିତି ସର୍ବଦା ବିଦ୍ୟମାନ । 


୩. ଏହାକୁ ମୋଶା ଓ ଇସ୍ରାଏଲୀୟମାନଙ୍କର ଭାମ୍ୟମାଣ ଉପାସନା ପୀଠ ବୋଲି ମଧ୍ୟ କୁହାଯାଏ । କାରଣ ସେହି ସମୟରେ ଈଶ୍ୱରଙ୍କ  ନିମନ୍ତେ ସ୍ଥାୟୀ ଉପାସନା ପିଠ ନ ଥିଲା । 


୪. ଅନେକଙ୍କ ମତ ଯେ, ଏହି ଅସ୍ଥାୟୀ ଉପାସନା ପୀଠଟି ପରବର୍ତ୍ତୀ ସମୟରେ ଯିରୁଶାଲମ ମନ୍ଦିରର ଛାୟା ଚିତ୍ର ଭାବରେ ସ୍ଥାପନ କରାଯାଇଥିଲା 


୫. ଏହା ନୂତନ ନିୟମର ପରିତ୍ରାଣ ନିମନ୍ତେ ଯୀଶୁଙ୍କର ମଧ୍ୟସ୍ଥତାକୁ ମଧ୍ୟ ଛାୟା ରୂପରେ ପ୍ରକାଶ କରୁଥିଲା । 


ଆବାସ ତମ୍ବୁର ଆବଶ୍ୟକତା : 


ଈଶ୍ଵର ମୋଶାଙ୍କ ଦ୍ଵାରା ଆବାସ ତମ୍ବୁ ସ୍ଥାପନ କରିବାକୁ କହିବାର ମୁଖ୍ୟ କାରଣ ହେଉଛି, ଯେପରି ତାଙ୍କର ମନୋନୀତ ଲୋକମାନେ ଈଶ୍ୱରଙ୍କ ଉପାସନା ନିମନ୍ତେ ଏଣେ ତେଣେ ଭ୍ରମଣ ନ କରି, ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଈଶ୍ୱରଙ୍କର ସେବାକରିବେ ଓ ସ୍ୱୟଂ ଈଶ୍ଵର ସେମାନଙ୍କ ମଧ୍ୟରେ ଅଧିଷ୍ଠାନ କରି ବାସ କରିବେ । ମନୁଷ୍ୟ ଶୃଙ୍ଖଳିତ ଓ ସ୍ଵତନ୍ତ୍ର ଭାବରେ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଅନୁଭବ କରି, ତାହାଙ୍କର ସେବା କରୁ ବୋଲି ଈଶ୍ଵର ଆଶା କରନ୍ତି । ଆମେ ସେହି ସତ୍ୟ ଓ ଜୀବିତ ଈଶ୍ୱରଙ୍କ ଉପାସନା କିପରି ଭାବରେ କରୁଛୁ ?


No comments:

Post a Comment

Kindly give your suggestions or appreciation!!!