BN

ଜୀବନଦାୟକ ରୋଟୀ ଓ ଜୀବନ୍ତ ପ୍ରଦୀପ

 ଜୀବନଦାୟକ ରୋଟୀ ଓ ଜୀବନ୍ତ ପ୍ରଦୀପ

ଆଜିର ଚିନ୍ତା


ଯାତ୍ରା ୨୫:୨୩-୪୦


ମୁଁ ଜୀବନ ଦାୟକ ରୋଟୀର ଅଂଶୀ ହୋଇଛି କି ? 


ସମାଗମ ତମ୍ଭୁ ତିଆରି କରିବା ନିମନ୍ତେ ଈଶ୍ଵର ମୋଶାଙ୍କୁ ପର୍ବତ ଉପରେ ଏକ ନମୁନା ଦେଖାଇ ଦେଲେ । ଏହି ତମ୍ଭୁର ପ୍ରଥମ ଭାଗକୁ ପବିତ୍ର ସ୍ଥାନ ଓ ଦ୍ଵିତୀୟ ଭାଗକୁ ମହାପବିତ୍ର ସ୍ଥାନ କୁହାଯାଉଥିଲା । ଏହି ଦୁଇଟି ଭାଗର ମଝିରେ ଏକ ବିଚ୍ଛେଦ ବସ୍ତ୍ର (ଯବନିକା) ଥିଲା । ମହାପବିତ୍ର ସ୍ଥାନରେ ନିୟମ ସିନ୍ଦୁକ ଓ ସୁବର୍ଣ୍ଣ ଧୂପବେଦୀ ଥିଲା । ମାତ୍ର ପବିତ୍ର ସ୍ଥାନରେ ମେଜ ଓ ଦର୍ଶନ ରୋଟୀ ଏବଂ ଦୀପବୃକ୍ଷ ରଖାଯାଇଥିଲା । 


ମେଜ ଓ ଦର୍ଶନୀୟ ରୋଟୀ: 

ଶୀଟିମ୍ କାଷ୍ଠରେ ତିଆରି ସୁବର୍ଣ୍ଣ ମଣ୍ଡିତ ମେଜ ଉପରେ ଥିବା ସୁବର୍ଣ୍ଣ ଥାଳୀରେ ପ୍ରତ୍ୟେକ ଦିନ ବାରଟି ଦର୍ଶନୀୟ ରୋଟି ରଖାଯାଇଥିଲା (ଯାତ୍ରା ୬:୩୦) । ବାରଟି ରୋଟି ଇସ୍ରାଏଲର ବାର ଗୋଷ୍ଠୀକୁ ସୂଚିତ କରୁଥିଲା । ଏହି ରୋଟୀ ପ୍ରକାଶ କରୁଥିଲା ଯେ, ଈଶ୍ଵର ଆମର ଯତ୍ନ ଓ ତତ୍ତ୍ଵ ନିଅନ୍ତି । ମରଣଶୀଳ ମନୁଷ୍ୟ ପାଇଁ ଈଶ୍ଵର ସ୍ଵର୍ଗରୁ ଜୀବନ୍ତ ଆହାର ପ୍ରଦାନ କରିଛନ୍ତି । ଯେ ଏହି ରୋଟି ଭୋଜନ କରେ ସେ  ଅନନ୍ତକାଳ ଜୀବିତ ରହିବ (ଯୋହନ ୬:୫୧) । କ୍ରୂଶ ରୂପକ ମେଜରେ ସଜ୍ଜିତ ଖ୍ରୀଷ୍ଟଯୀଶୁଙ୍କ ଖଣ୍ଡ ବିଖଣ୍ଡିତ ଶରୀର ରୂପକ ଦର୍ଶନୀ ରୋଟୀରେ ଆମର ବିଶ୍ବାସ ଅଛି କି ? 


ଦୀପବୃକ୍ଷ ଓ ପ୍ରଦୀପ : 

ମୋଶାଙ୍କୁ ସଦାପ୍ରଭୁ ନିର୍ଦ୍ଦେଶ ଦେଲେ ନିର୍ମଳ ସୁବର୍ଣ୍ଣରେ ଦୀପବୃକ୍ଷ ନିର୍ମାଣ କରିବ। ସୁନ୍ଦର କାରୁ କାର୍ଯ୍ୟ ପୂର୍ଣ୍ଣ ଦୀପ ବୃକ୍ଷରେ ସାତଟି ଦୀପଧାର ରହିବ । ଏଥିରେ ଥିବା ସପ୍ତ ଦୀପକୁ ଜ୍ଵଳାଇଲେ ତହିଁର ସମ୍ମୁଖରେ ଆଲୁଅ ହେବ । 


ଏହି ସପ୍ତ ଦୀପରେ ସଜ୍ଜିତ ଦୀପବୃକ୍ଷ ପ୍ରଭୁଯୀଶୁଙ୍କୁ ବୁଝାଏ । ପ୍ରଭୁଯୀଶୁ କହିଛନ୍ତି "ମୁଁ ଜଗତର ଜ୍ୟୋତି" (ଯୋହନ ୮:୧୨) । ସେ ଜଗତର ପାପର ଅନ୍ଧାରକୁ ଦୂର କରି ପ୍ରତ୍ୟେକଙ୍କୁ ଜୀବନର ଜ୍ୟୋତି ପ୍ରଦାନ କରନ୍ତି । ସାଧୁ ଯୋହନ ପତ୍ମସ୍ ଦ୍ଵୀପରେ ସପ୍ତ ସୁବର୍ଣ୍ଣ ପ୍ରଦୀପକୁ  ଦର୍ଶନରେ ଦେଖିଥିଲେ । ସେଥିର ମଧ୍ୟସ୍ଥଳରେ ମନୁଷ୍ୟ ପୁତ୍ରଙ୍କ ସଦୃଶ୍ୟ ଜଣେ ବ୍ୟକ୍ତି। ଯାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟପରି ତେଜମୟ (ପ୍ରକାଶିତ ୧:୧୨;୧୩:୧୬) । ଆହୁରି ମଧ୍ୟ ଏହି ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀକୁ ସୂଚିତ କରି (ପ୍ରକାଶିତ ୧:୨୦) । ପ୍ରଭୁ ଯୀଶୁ କହନ୍ତି "ତୁମ୍ଭେମାନେ ଜଗତର ଜ୍ୟୋତି" (ମାଥିଉ ୫:୧୪) । ଖ୍ରୀଷ୍ଟ ଆମ ଜୀବନ ଦୀପକୁ ପ୍ରଜ୍ବଳିତ କରିଛନ୍ତି କି ? ଖ୍ରୀଷ୍ଟଙ୍କ ଆଲୋକରେ ଆମେ ଆଜି ଆଲୋକିତ କି ? 



No comments:

Post a Comment

Kindly give your suggestions or appreciation!!!