BN

The Flood Chronology (ଜଳ ପ୍ଲାବନର ଘଟଣାକ୍ରମ)

 ଜଳ ପ୍ଲାବନର ଘଟଣାକ୍ରମ 

  1. ନୋହଙ୍କ ବୟସର ୬୦୦ ତମ ବର୍ଷରେ (ଦ୍ୱିତୀୟ ମାସ, ଦଶମ ଦିନରେ), ନୋହ ଜାହାଜରେ ପ୍ରବେଶ କଲେ (ଆଦିପୁସ୍ତକ ୭: ୪,୧୦,୧୧)

  2. ନୋହଙ୍କ ବୟସର ୬୦୦ ତମ ବର୍ଷରେ (ଦ୍ୱିତୀୟ ମାସ, ସପ୍ତଦଶ ଦିନରେ), ବନ୍ୟା ଆରମ୍ଭ ହେଲା (ଆଦିପୁସ୍ତକ ୭:୧୧) |

  3. ପୃଥିବୀ ୧୫୦ ଦିନ (୫ ମାସ, ପ୍ରତ୍ଯେକ ମାସ ୩୦ ଦିନ) ଜଳରେ ବୁଡି ରହିଲା , ଯେଉଁଥିରେ ୪୦ ଦିନ ୪୦ ରାତିର ବର୍ଷା ଅନ୍ତର୍ଭୁକ୍ତ ହୋଇଥିଲା (ଆଦିପୁସ୍ତକ ୭: ୧୨,୧୭,୨୪; ୮: ୧) |

  4. ନୋହଙ୍କ ବୟସର ୬୦୦ ତମ ବର୍ଷରେ (ସପ୍ତମ ମାସ, ସପ୍ତଦଶ ଦିନ) ଜଳ କମିବାକୁ ଲାଗିଲା (ଆଦିପୁସ୍ତକ ୭:୨୪; ୮: ୧) |

  5. ଶେଷରେ ପୃଥିବୀରୁ ଜଳ ବହିଯାଇ ହ୍ରାସ ହେଲା, (୬୦୦ ତମ ବର୍ଷ, ସପ୍ତମ ମାସ, ସପ୍ତଦଶ ଦିନ) ଓ ଜାହାଜ ଆରାରାଟ ପର୍ବତ ଉପରେ ଲାଗି ରହିଲା ।  (ଆଦିପୁସ୍ତକ ୮: ୩,୪) |

  6. ଜଳ କ୍ରମଶଃ ଊଣା ପଡିଲା (୬୦୦ ବର୍ଷ, ଦଶମ ମାସ, ପ୍ରଥମ ଦିନ) ଯାହା ଦ୍ଵାରା ପର୍ବତ ଗଣର ଶୃଙ୍ଗ ଦେଖାଗଲା (ଆଦିପୁସ୍ତକ ୮: ୫)

  7. ଚାଳିଶ ଦିନ ଉତ୍ତାରେ (୬୦୦ ତମ ବର୍ଷ, ଏକାଦଶ ମାସ, ଦଶମ ଦିନ) ନୋହ ଡାମରା କାଉ ଓ କପୋତ ପଠାଇଲେ (ଆଦିପୁସ୍ତକ ୮: ୬) | ପରବର୍ତ୍ତୀ ୧୪ ଦିନ ମଧ୍ୟରେ, ନୋହ ଆଉ ଦୁଇଟି କପୋତ ପଠାଇଲେ (ଆଦିପୁସ୍ତକ ୮:୧୦, ୧୨) | ମୋଟାମୋଟି ଭାବେ ୬୧ ଦିନ କିମ୍ବା ଦୁଇ ମାସ ଏବଂ ଗୋଟିଏ ଦିନ ଲାଗିଲା |

  8. ନୋହଙ୍କ ୬୦୧ ତମ ବର୍ଷରେ, ପ୍ରଥମ ମାସରେ, ପ୍ରଥମ ଦିନରେ ଜଳ ଶୁଷ୍କ ହେଲା (ଆଦିପୁସ୍ତକ ୮:୧୨, ୧୩) |

  9. ନୋହ ଜାହାଜରୁ ବାହାର ହେବା ପାଇଁ ଏକ ମାସ ଛବିସ ଦିନ ଅପେକ୍ଷା କଲେ, ତାଙ୍କର ୬୦୧ ବର୍ଷର ଦ୍ୱିତୀୟ ମାସର ସତେଇଶ ଦିନ।  ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବନ୍ୟା ଏକ ବର୍ଷ ଦଶ ଦିନ ଧରି ଚାଲିଥିଲା (ଆଦିପୁସ୍ତକ ୭:୧୧ ରୁ ୮:୧୪) । 


Source: MacArthur Commentary 

2 comments:

Kindly give your suggestions or appreciation!!!