ଜଳ ପ୍ଲାବନର ଘଟଣାକ୍ରମ
ନୋହଙ୍କ ବୟସର ୬୦୦ ତମ ବର୍ଷରେ (ଦ୍ୱିତୀୟ ମାସ, ଦଶମ ଦିନରେ), ନୋହ ଜାହାଜରେ ପ୍ରବେଶ କଲେ (ଆଦିପୁସ୍ତକ ୭: ୪,୧୦,୧୧)
ନୋହଙ୍କ ବୟସର ୬୦୦ ତମ ବର୍ଷରେ (ଦ୍ୱିତୀୟ ମାସ, ସପ୍ତଦଶ ଦିନରେ), ବନ୍ୟା ଆରମ୍ଭ ହେଲା (ଆଦିପୁସ୍ତକ ୭:୧୧) |
ପୃଥିବୀ ୧୫୦ ଦିନ (୫ ମାସ, ପ୍ରତ୍ଯେକ ମାସ ୩୦ ଦିନ) ଜଳରେ ବୁଡି ରହିଲା , ଯେଉଁଥିରେ ୪୦ ଦିନ ୪୦ ରାତିର ବର୍ଷା ଅନ୍ତର୍ଭୁକ୍ତ ହୋଇଥିଲା (ଆଦିପୁସ୍ତକ ୭: ୧୨,୧୭,୨୪; ୮: ୧) |
ନୋହଙ୍କ ବୟସର ୬୦୦ ତମ ବର୍ଷରେ (ସପ୍ତମ ମାସ, ସପ୍ତଦଶ ଦିନ) ଜଳ କମିବାକୁ ଲାଗିଲା (ଆଦିପୁସ୍ତକ ୭:୨୪; ୮: ୧) |
ଶେଷରେ ପୃଥିବୀରୁ ଜଳ ବହିଯାଇ ହ୍ରାସ ହେଲା, (୬୦୦ ତମ ବର୍ଷ, ସପ୍ତମ ମାସ, ସପ୍ତଦଶ ଦିନ) ଓ ଜାହାଜ ଆରାରାଟ ପର୍ବତ ଉପରେ ଲାଗି ରହିଲା । (ଆଦିପୁସ୍ତକ ୮: ୩,୪) |
ଜଳ କ୍ରମଶଃ ଊଣା ପଡିଲା (୬୦୦ ବର୍ଷ, ଦଶମ ମାସ, ପ୍ରଥମ ଦିନ) ଯାହା ଦ୍ଵାରା ପର୍ବତ ଗଣର ଶୃଙ୍ଗ ଦେଖାଗଲା (ଆଦିପୁସ୍ତକ ୮: ୫)
ଚାଳିଶ ଦିନ ଉତ୍ତାରେ (୬୦୦ ତମ ବର୍ଷ, ଏକାଦଶ ମାସ, ଦଶମ ଦିନ) ନୋହ ଡାମରା କାଉ ଓ କପୋତ ପଠାଇଲେ (ଆଦିପୁସ୍ତକ ୮: ୬) | ପରବର୍ତ୍ତୀ ୧୪ ଦିନ ମଧ୍ୟରେ, ନୋହ ଆଉ ଦୁଇଟି କପୋତ ପଠାଇଲେ (ଆଦିପୁସ୍ତକ ୮:୧୦, ୧୨) | ମୋଟାମୋଟି ଭାବେ ୬୧ ଦିନ କିମ୍ବା ଦୁଇ ମାସ ଏବଂ ଗୋଟିଏ ଦିନ ଲାଗିଲା |
ନୋହଙ୍କ ୬୦୧ ତମ ବର୍ଷରେ, ପ୍ରଥମ ମାସରେ, ପ୍ରଥମ ଦିନରେ ଜଳ ଶୁଷ୍କ ହେଲା (ଆଦିପୁସ୍ତକ ୮:୧୨, ୧୩) |
ନୋହ ଜାହାଜରୁ ବାହାର ହେବା ପାଇଁ ଏକ ମାସ ଛବିସ ଦିନ ଅପେକ୍ଷା କଲେ, ତାଙ୍କର ୬୦୧ ବର୍ଷର ଦ୍ୱିତୀୟ ମାସର ସତେଇଶ ଦିନ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବନ୍ୟା ଏକ ବର୍ଷ ଦଶ ଦିନ ଧରି ଚାଲିଥିଲା (ଆଦିପୁସ୍ତକ ୭:୧୧ ରୁ ୮:୧୪) ।
Source: MacArthur Commentary
Very intersting
ReplyDeleteThank You
Delete