BN

ବିଜୁଳି ଓ ଘଡ଼ଘଡ଼ି

 ବିଜୁଳି ଓ ଘଡ଼ଘଡ଼ି

ଯାକୁବ ୨:୧୪-୨୬


ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ଵାସ ଦେଖାଇବି ।

(ଯାକୁବ ୨:୧୮)


ଆକାଶରେ ବିଜୁଳି ମାରିଲେ ତା'ପରେ ପରେ ଘଡ଼ଘଡ଼ି ଶବ୍ଦ ଶୁଭିବ ବୋଲି ଆମେ ଜାଣୁ । ବିନା ବିଜୁଳିରେ ଘଡ଼ଘଡ଼ି ଶବ୍ଦ ଆଦୌ ଶୁଭିବ ନାହିଁ । କାରଣ ଗୋଟିଏ ଅନ୍ୟଟିକୁ ଉତ୍ପନ୍ନ କରିଥାଏ ।


ବିଶ୍ଵାସ କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି । ଯେପରି ବିଜୁଳି ମାରିବା ଦ୍ୱାରା ଘଡ଼ଘଡ଼ି ଶବ୍ଦ ଉତ୍ପନ୍ନ ହୁଏ, ଠିକ୍ ସେହିପରି ପ୍ରକୃତ ବିଶ୍ଵାସରୁ ଉତ୍ତମ ଆଚରଣ ଓ ଉତ୍ତମ କାର୍ଯ୍ୟ ପ୍ରକାଶିତ ହୁଏ । ଏଫିସୀୟ ମଣ୍ଡଳୀ ନିକଟକୁ ଲିଖିତ ପତ୍ରରେ ପାଉଲ ଦୃଢ଼ଭାବେ କହନ୍ତି, "ଅନୁଗ୍ରହରେ ବିଶ୍ଵାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ, କ୍ରିୟାକର୍ମ  ହେତୁ ନୁହେଁ" (ଏଫି ୨:୮,୯)


କିନ୍ତୁ ଯାକୁବ କହନ୍ତି, "ମନୁଷ୍ୟ କେବଳ ବିଶ୍ଵାସ ଦ୍ୱାରା ଧାର୍ମିକ ଗଣିତ ହୁଏ ନାହିଁ, ମାତ୍ର କର୍ମ ଦ୍ୱାରା ମଧ୍ୟ ଧାର୍ମିକ ଗଣିତ ହୁଏ" (ଯାକୁବ ୨:୨୪) । କିନ୍ତୁ ଏହା ଦ୍ୱାରା ସେ ଆଦୌ ଅସ୍ବୀକାର କରୁ ନାହାନ୍ତି ଯେ, ବିଶ୍ଵାସ ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପାଇଥାଉ, କାରଣ ସେ ଅବ୍ରହାମଙ୍କ ବିଷୟ ଉଲ୍ଲେଖ କରି କହନ୍ତି ଯେ, "ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ଵାସ କଲେ ଓ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା" (୨୧ ପଦ ) ।


ପାଉଲ ମଧ୍ୟ କାର୍ଯ୍ୟର ଗୁରୁତ୍ୱକୁ ଅସ୍ବୀକାର କରି ନାହାନ୍ତି, କାରଣ ଏଫିସୀ ୨:୧୦ ରେ ସେ କହନ୍ତି, "ସମସ୍ତ ପ୍ରକାରର ସତ୍ କାର୍ଯ୍ୟ" କରିବା ନିମନ୍ତେ ଆମେ ପରିତ୍ରାଣ ପାଇଅଛୁ । ଆପଣଙ୍କ ଜୀବନରେ 'ବିଜୁଳି' ସ୍ଵରୂପ ବ୍ୟକ୍ତିଗତ ବିଶ୍ଵାସ କ'ଣ ଘଡ଼ଘଡ଼ିରୂପକ 'ଉତ୍ତମ କାର୍ଯ୍ୟ' ଉତ୍ପନ୍ନ କରୁଅଛି ? କାରଣ ଏକର ବିନା ଆନର ସ୍ଥିତି ହିଁ ନାହିଁ, ଯେହେତୁ "କର୍ମ ବିନା ବିଶ୍ଵାସ ମୃତ" (ଯାକୁବ ୨:୨୬) ।

ମୃଦୁ ପ୍ରରୋଚନା

 ମୃଦୁ ପ୍ରରୋଚନା

ମାର୍କ ୧୨:୨୮-୩୪

ସେ ବୁଦ୍ଧି ସହିତ ଉତ୍ତର ଦେଇଛନ୍ତି ଦେଖି ଯୀଶୁ ତାଙ୍କୁ କହିଲେ, "ଈଶ୍ଵରଙ୍କ ରାଜ୍ୟଠାରୁ ତୁମେ ଦୂରବର୍ତ୍ତୀ ନୁହଁ" (ମାର୍କ ୧୨:୩୪)


ବ୍ୟବସାୟରେ ସଫଳ ହେବା ନିମନ୍ତେ ଆଜିକାଲି ଯେଉଁ ଲୋକମାନେ ଗ୍ରାହକ ମାନଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରନ୍ତି, ସେମାନଙ୍କ ପ୍ରତି ମୁଁ ଅତ୍ୟନ୍ତ ନକରାର୍ତ୍ମକ ବ୍ଯବହାର ପ୍ରଦର୍ଶନ କରେ । କାରଣ ସେମାନଙ୍କର ବ୍ୟବହାର ମତେ ପସନ୍ଦ ଲାଗେ ନାହିଁ । ଅଣବିଶ୍ବାସୀମାନେ ଠିକ୍ ମୋ' ସଦୃଶ୍ୟ ପ୍ରତିକ୍ରିୟା ଖ୍ରୀଷ୍ଟିଆନମାନଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରନ୍ତି, କାରଣ ଖ୍ରୀଷ୍ଟିଆନମାନେ ପରିତ୍ରାଣକର୍ତ୍ତା ରୁପେ ଯୀଶୁଙ୍କ ଠାରେ ବିଶ୍ଵାସ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେବାକୁ ସେମାନଙ୍କ ଉପରେ ଚାପ ପ୍ରୟୋଗ କରନ୍ତି ।

ଆମର ପ୍ରଭୂ ଆମକୁ ଏକ ସୁନ୍ଦର ଉପାୟ ଶିଖାଇଲେ । ସେ ଧୈର୍ଯ୍ୟର ସହ ସତ୍ୟ ଶିକ୍ଷା ଦେଲେ, ଜାଣିଶୁଣି ଅବିଶ୍ବାସ କରିବାର ଗୁରୁତର ପରିଣାମ ବିଷୟ ସରଳ ଭାବେ ଘୋଷଣା କଲେ, ଆଉ ପାପରେ  ହଜି ଯାଇଥିବା ଲୋକମାନଙ୍କୁ ପରିତ୍ରାଣ ନିମନ୍ତେ ତାଙ୍କ ନିକଟକୁ ଆସିବା ପାଇଁ କୋମଳ ଭାବରେ ନିମନ୍ତ୍ରଣ ଜଣାଇଲେ। ଯେଉଁ ଶାସ୍ତ୍ରୀ ଯୀଶୁଙ୍କ ନିକଟକୁ ଗୋଟିଏ ପ୍ରଶ୍ନର ଉତ୍ତର ଜାଣିବାକୁ ଆସିଥିଲେ, ସେ ଯୀଶୁଙ୍କ ଉତ୍ତରରେ ସନ୍ତୁଷ୍ଟ ହେଲେ ( ମାର୍କ ୧୨:୨୮-୩୪)

ସେ ଅନ୍ୟ ଶାସ୍ତ୍ରୀମାନଙ୍କ ଭଳି ନ ହୋଇ ଯୀଶୁଙ୍କ ପ୍ରଂଶସା କଲେ। ତାଙ୍କ ନିମନ୍ତେ କେବଳ ଗୋଟାଏ ବିଷୟ ଥିଲା - ଯୀଶୁଙ୍କୁ ମଶୀହ ରୂପେ ସ୍ଵୀକାର କରି ତାଙ୍କଠାରେ ଭରସା ସ୍ଥାପନ କରିବା । ଏଣୁ ପ୍ରଭୂ ତାଙ୍କୁ ଉତ୍ସାହ ଦେଇ  କହିଲେ "ଈଶ୍ଵରଙ୍କ ରାଜ୍ୟଠାରୁ ତୁମେ ଦୂରବର୍ତ୍ତୀ ନୁହଁ" (୩୪ ପଦ)


ଯୀଶୁଙ୍କର ଏହି କାର୍ଯ୍ୟରୁ ଆମେ ଶିକ୍ଷା ଲାଭ କରୁ। ଆମର କାର୍ଯ୍ୟ ହେଉଛି, ପ୍ରେମରେ ସତ୍ୟ ପ୍ରକାଶ କରିବା, ଯେପରି ଲୋକମାନେ ସ୍ପଷ୍ଟ ରୁପେ ଜାଣିବେ ଯେ ପରିତ୍ରାଣ ପାଇବା ନିମନ୍ତେ ସେମାନଙ୍କୁ କ'ଣ କରିବାକୁ ହେବ । ଏହାପରେ ଈଶ୍ଵରଙ୍କ ଆତ୍ମା ଅବଶିଷ୍ଟ କାର୍ଯ୍ୟ  ସାଧନ କରିବେ। ଆମେ ଲୋକ ମାନଙ୍କ ମନରେ ବିଶ୍ଵାସ ଜନ୍ମାଇ ପାରିବା ନାହିଁ। କିନ୍ତୁ ସେମାନେ ଯୀଶୁଙ୍କ ବିଷୟ ଯେପରି ସ୍ପଷ୍ଟ ରୂପେ ଜାଣିପାରିବେ, ଏହି ବିଷୟରେ ଆମେ ନିଶ୍ଚିତ ହେବା ଆବଶ୍ୟକ।


ଅବ୍ୟାହତ ରଖିବା

 ଅବ୍ୟାହତ ରଖିବା

ଏବ୍ରୀ ୧୧:୮-୧୬

କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଆଗାମୀ ନଗରର ଅନ୍ଵେଷଣ କରୁଅଛୁ (ଏବ୍ରୀ ୧୩:୧୪)


ଆପଣ କାହାଣୀଗୁଡ଼ିକ ଅବ୍ୟାହତ ରହିବା ପସନ୍ଦ କରନ୍ତି କି? ମନେକରନ୍ତୁ, ଆପଣ ଗୋଟିଏ ପତ୍ରିକାର ପ୍ରବନ୍ଧ ପଢୁଛନ୍ତି କିମ୍ବା ଅଧଘଣ୍ଟା ଧରି ଗୋଟିଏ ଟେଲିଭିଜନ କର୍ଯ୍ୟକର୍ମ ଦେଖୁଛନ୍ତି, ପୁଣି ଆପଣ ଏପରି ଏକ ସ୍ଥାନରେ ପହଞ୍ଚିଛନ୍ତି, ଯେଉଁଠାରେ ନାୟକ ନିଜର ପ୍ରେମିକାକୁ ବଞ୍ଚାଇବା ପାଇଁ ପାଣି ଭିତରକୁ ଡେଇ ପଡ଼ିଛି। ଏହାପରେ, "ଏହାପରେ କାହାଣୀଟି ଅବ୍ୟାହତ ରହିଛି" ଏହି ବାକ୍ୟ ସତ୍ୟ ସହିତ ଆପଣଙ୍କୁ ଉତ୍କଣ୍ଠା ମଧ୍ୟରେ ଛାଡ଼ି ଦିଆଯାଇଛି। କିପରି ନୈରାଶଜନକ ବିଷୟ ଖ୍ରୀଷ୍ଟଙ୍କର ଜଣେ ଅନୁଗାମୀ ସମାଧିଫଳକ ଉପରେ ଲେଖାଯାଇଥିବା ବିଷୟଟି ପ୍ରତି ମୋର ଏକ ଭିନ୍ନ ପ୍ରତିକ୍ରିୟା ରହିଛି।"


ହଁ... ଏହି ଜୀବନ ଜୀବନ ପୁସ୍ତକର ପ୍ରଥମ ଅଧ୍ୟାୟ  ବ୍ୟତୀତ ଅନ୍ୟ କିଛି ନୁହେଁ। ସେହି ଅଧ୍ୟାୟଟି ଦୀର୍ଘ ହେଉ କିମ୍ବା ସଂକ୍ଷିପ୍ତ ହେଉ.. ଏହା ଶେଷ ନୁହେଁ, ମାତ୍ର ଏହା ଅବ୍ୟାହତ ରହିଥାଏ। ବିଶ୍ବାସୀ ପାଇଁ ଏହା ପ୍ରଭୁଙ୍କ ସହିତ ସ୍ୱର୍ଗରେ ଅବ୍ୟାହତ ରହିବ। ଅଧ୍ୟାୟଗୁଡ଼ିକ ମଧ୍ୟରେ କୌଣସି ଅନ୍ତରାୟ ନାହିଁ, ଆପଣଙ୍କୁ ପରବର୍ତ୍ତୀ ମାସର କିସ୍ତି ଟଙ୍କା ପାଇଁ କିମ୍ବା ଶେଷ ଅଧ୍ୟାୟ ଶୁଣିବା ପାଇଁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଦୁଇ ଅଧ୍ୟାୟଟି କୌଣସି ପ୍ରତିବନ୍ଧକ ବିନା ପ୍ରଥମଟିକୁ ଅବ୍ୟାହତ ରଖିଅଛି। 'କାରଣ ଶରୀର ଠାରୁ ଦୂରରେ ବାସ କରି, ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ' (ଦ୍ଵି କରନ୍ତୀ ୫:୮)


ଆପଣଙ୍କ ପାଇଁ ପରବର୍ତ୍ତୀ ଅଧ୍ୟାୟଟି କ'ଣ ହେବ? ଏହା ଶୀଘ୍ର କିମ୍ବା ବିଲମ୍ୱରେ ଲେଖାଯିବ, ଏହା ସ୍ବର୍ଗରେ କିମ୍ବା ନର୍କରେ ଲେଖାଯିବ। ମନେରଖନ୍ତୁ, ଯେତେବେଳେ ଆପଣଙ୍କର ମୃତ୍ୟୁଭୋଗର ସମୟ ଆସିବ, ସେତେବେଳେ ତାହା ଶେଷ ବୋଲି ଭାବନ୍ତୁ ନାହିଁ। ଆପଣଙ୍କ କାହାଣୀ "ଅବ୍ୟାହତ ରହିବ" ମାତ୍ର କେଉଁଠାରେ?

प्रलोभन

The Temptation  


जैसे कि तैयारी की अंतिम परीक्षा से गुजरते हुए, यीशु की जंगल में शैतान द्वारा परीक्षा ली गई थी। मत्ती द्वारा प्रलोभनों के तीन विशिष्ट भागों को सूचीबद्ध किया गया है। वे परिचित हैं क्योंकि हम एक ही तरह के प्रलोभनों का सामना करते हैं। जैसा कि सूचि दिखाती है, प्रलोभन अक्सर एक वास्तविक आवश्यकता और एक संभावित संदेह का संयोजन होता है जो एक अनुचित इच्छा पैदा करता है। यीशु प्रलोभन का सामना करने के लिए पवित्रशास्त्र को जानने और लागू करने के महत्व और प्रभावशीलता दोनों को प्रदर्शित करता है।  

प्रलोभनवास्तविक जरूरतें प्रलोभन के आधार के रूप में उपयोग की जाती हैंसंभावित संदेह जो प्रलोभनों को वास्तविक बनाते हैंसंभावित कमजोरियां का शैतान ने फायदा उठाने की कोशिश कीयीशु के उत्तर
रोटी उत्पन्न करो
शारीरिक जरूरत: भूखक्या परमेश्वर भोजन प्रदान करेगा?भूख, अधीरता, "अपने पुत्रत्व को सिद्ध करने" की आवश्यकताव्यवस्थाविवरण 8:3 "परमेश्वर पर निर्भर" मुख्या बात : परमेश्वर का उद्देश्य
परमेश्वर द्वारा आपको बचाना (गलत तरीके से लागू किए गए पवित्रशास्त्र पर आधारित, भजन 91:11, 12)भावनात्मक आवश्यकता: सुरक्षाक्या परमेश्वर रक्षा करेगा?गर्व, असुरक्षा, परमेश्वर को परखने की जरूरत हैव्यवस्थाविवरण 6:16 "परमेश्वर की परीक्षा मत करो" मुख्या बात : परमेश्वर की योजना
मेरी आराधना करो! (शैतान)मनोवैज्ञानिक आवश्यकता: महत्व, शक्ति, उपलब्धिक्या परमेश्वर प्रभुता करता है ?त्वरित शक्ति की इच्छा, आसान समाधान, परमेश्वर के साथ समानता साबित करने की आवश्यकताव्यवस्थाविवरण 6:13 "बुराई से कोई समझौता नहीं" मुख्या बात : परमेश्वर का व्यक्ति

Source: NIV Life Application Study Bible .

ଭରସା ହିଁ ଉପାସନାର ଆଧାର

 ଭରସା ହିଁ ଉପାସନାର ଆଧାର

ଆଦି ୨୨:୧-୧୯

ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁ ଓ ବାଳକ ଦୁହେଁ….. ଆରାଧନା କରି ପଛେ ତୁମ୍ଭ ମାନଙ୍କ ନିକଟକୁ ଫେରି ଆସିବା (ଆଦି୨୨:୫)


ସମଗ୍ର ବାଇବେଲରେ ପ୍ରଥମ ଥର ପାଇଁ ଏହି ଶବ୍ଦ 'ଆରାଧନା' ଆଜିର ଶାସାଂଶରେ ଦେଖିବାକୁ ମିଳେ। ଈଶ୍ବରଙ୍କ ଆଦେଶରେ ଅବ୍ରାହାମ, ନିଜ ପୁତ୍ରଙ୍କୁ ବଳି ରୂପେ ଉତ୍ସର୍ଗ କରିବାକୁ ନିଜ ପୁତ୍ର ଓ ଦାସ ମାନଙ୍କ ସହିତ ମୋରରିୟା ପର୍ବତକୁ ଯାତ୍ରା କଲେ। ପର୍ବତର ପାଦ ଦେଶରେ ସେ ଦାସ ମାନଙ୍କୁ ଛାଡ଼ି ଦେଲେ ଏବଂ କହିଲେ,' ତୁମ୍ଭେମାନେ ଗଧ ସହିତ ଏହି ସ୍ଥାନରେ ଥାଅ ଏବଂ ଆମ୍ଭେ ଦୁହେଁ ପର୍ବତ ଉପରେ ଏକ ବେଦୀ ନିର୍ମାଣ କରି, ବଳିଦାନ ଉତ୍ସର୍ଗ କଲାପରେ ଫେରି ଆସିବୁ।

ଯେତେବେଳେ ଅବ୍ରହମ୍ ଦାସ ମାନଙ୍କୁ କହିଲେ, ଯେ 'ଆମ୍ଭେ ଦୁହେଁ ଫେରି ଆସିବୁ', ସେତେବେଳେ ଈଶ୍ବରଙ୍କ ଉପରେ ଅବ୍ରାହାମଙ୍କର ମନରେ କି ପ୍ରକାର ଦୃଢ଼ ବିଶ୍ବାସ ଥିଲା ତାହା ପ୍ରକାଶିତ ହୁଏ। ଯେଉଁ ଈଶ୍ବର ନିଜର ଏକମାତ୍ର ପୁତ୍ରଙ୍କୁ ବଳି ଦେବା ପାଇଁ  ତାଙ୍କୁ କହିଥିଲେ, ସେ ଯେ ତାଙ୍କ ପୁତ୍ରଙ୍କୁ ପୁର୍ନଜୀବିତ କରିପାରିବେ ଏହି ବିଶ୍ୱାସ ତାଙ୍କର ଥିଲା। ସେତେବେଳେ ଅବ୍ରାହାମଙ୍କୁ  ଯଦି ପଚରା ଯାଇଥାନ୍ତା ଯେ, ଈଶ୍ବରଙ୍କର ସମ୍ୱନ୍ଧରେ ତୁମ୍ଭର ଧାରଣା କ'ଣ କିମ୍ବା 'ଈଶ୍ୱରଙ୍କୁ ତୁମେ କିପରି ଦେଖୁଛ,' ବୋଧହୁଏ ସେ ଏ ପ୍ରକାର ଉତ୍ତର ଦେଇଥା 'ନ୍ତେ' ଈଶ୍ଵର ତାଙ୍କର  ପ୍ରତିଜ୍ଞା  ରକ୍ଷା କରିବାରେ ବିଶ୍ବସ୍ତ। ସେ ଯେତେବଳେ ମତେ ପ୍ରତିଜ୍ଞା କରିଛନ୍ତି ଯେ, ମୋର ବଂଶ ବାଲୁକା ନ୍ୟାୟ ହେଵ, ତା' ହେଲେ ଯଦିବା ଇସ୍‍ହାକଙ୍କୁ ବଳି ଦେବାକୁ ପଡେ, ନିଃସନ୍ଦେହରେ ସେ ତାକୁ ପୂର୍ନଜୀବିତ  କରିବେ। ସର୍ବଶକ୍ତିମାନ ଈଶ୍ବରଙ୍କ  ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି' (ଏବ୍ରୀ ୧୧: ୧୭-୧୮) 

ଆଉ ଏକ ବିଷୟ ଲକ୍ଷ୍ୟ କରିବାର ବିଷୟ ହେଉଛି, ଯଦ୍ୟପି ଈଶ୍ଵର ତାଙ୍କୁ ତାଙ୍କର ଏକମାତ୍ର ପୁତ୍ରଙ୍କୁ ବଳି ରୂପେ ଉତ୍ସର୍ଗ କରିବା ପାଇଁ ଆଦେଶ ଦେଇଥିଲେ, ଏହା କୌଣସି ମତେ ତାଙ୍କର ଈଶ୍ବର ଉପାସନାର ଆକାଂକ୍ଷାକୁ ଊଣା କରିପାରି ନ ଥିଲା, କାରଣ ଯାହାକୁ ସେ ଉପାସନା କରୁଥିଲେ, ତାହାଙ୍କୁ ସେ ଅତ୍ୟନ୍ତ ଭଲରୁପେ ଜାଣିଥିଲେ ଓ ତାହାଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ଓ ଭରସା ଥିଲା। ଆପଣ ଈଶ୍ବରଙ୍କୁ କେଉଁପରି ଦେଖନ୍ତି?