ଭରସା ହିଁ ଉପାସନାର ଆଧାର
ଆଦି ୨୨:୧-୧୯
ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁ ଓ ବାଳକ ଦୁହେଁ….. ଆରାଧନା କରି ପଛେ ତୁମ୍ଭ ମାନଙ୍କ ନିକଟକୁ ଫେରି ଆସିବା (ଆଦି୨୨:୫)
ସମଗ୍ର ବାଇବେଲରେ ପ୍ରଥମ ଥର ପାଇଁ ଏହି ଶବ୍ଦ 'ଆରାଧନା' ଆଜିର ଶାସାଂଶରେ ଦେଖିବାକୁ ମିଳେ। ଈଶ୍ବରଙ୍କ ଆଦେଶରେ ଅବ୍ରାହାମ, ନିଜ ପୁତ୍ରଙ୍କୁ ବଳି ରୂପେ ଉତ୍ସର୍ଗ କରିବାକୁ ନିଜ ପୁତ୍ର ଓ ଦାସ ମାନଙ୍କ ସହିତ ମୋରରିୟା ପର୍ବତକୁ ଯାତ୍ରା କଲେ। ପର୍ବତର ପାଦ ଦେଶରେ ସେ ଦାସ ମାନଙ୍କୁ ଛାଡ଼ି ଦେଲେ ଏବଂ କହିଲେ,' ତୁମ୍ଭେମାନେ ଗଧ ସହିତ ଏହି ସ୍ଥାନରେ ଥାଅ ଏବଂ ଆମ୍ଭେ ଦୁହେଁ ପର୍ବତ ଉପରେ ଏକ ବେଦୀ ନିର୍ମାଣ କରି, ବଳିଦାନ ଉତ୍ସର୍ଗ କଲାପରେ ଫେରି ଆସିବୁ।
ଯେତେବେଳେ ଅବ୍ରହମ୍ ଦାସ ମାନଙ୍କୁ କହିଲେ, ଯେ 'ଆମ୍ଭେ ଦୁହେଁ ଫେରି ଆସିବୁ', ସେତେବେଳେ ଈଶ୍ବରଙ୍କ ଉପରେ ଅବ୍ରାହାମଙ୍କର ମନରେ କି ପ୍ରକାର ଦୃଢ଼ ବିଶ୍ବାସ ଥିଲା ତାହା ପ୍ରକାଶିତ ହୁଏ। ଯେଉଁ ଈଶ୍ବର ନିଜର ଏକମାତ୍ର ପୁତ୍ରଙ୍କୁ ବଳି ଦେବା ପାଇଁ ତାଙ୍କୁ କହିଥିଲେ, ସେ ଯେ ତାଙ୍କ ପୁତ୍ରଙ୍କୁ ପୁର୍ନଜୀବିତ କରିପାରିବେ ଏହି ବିଶ୍ୱାସ ତାଙ୍କର ଥିଲା। ସେତେବେଳେ ଅବ୍ରାହାମଙ୍କୁ ଯଦି ପଚରା ଯାଇଥାନ୍ତା ଯେ, ଈଶ୍ବରଙ୍କର ସମ୍ୱନ୍ଧରେ ତୁମ୍ଭର ଧାରଣା କ'ଣ କିମ୍ବା 'ଈଶ୍ୱରଙ୍କୁ ତୁମେ କିପରି ଦେଖୁଛ,' ବୋଧହୁଏ ସେ ଏ ପ୍ରକାର ଉତ୍ତର ଦେଇଥା 'ନ୍ତେ' ଈଶ୍ଵର ତାଙ୍କର ପ୍ରତିଜ୍ଞା ରକ୍ଷା କରିବାରେ ବିଶ୍ବସ୍ତ। ସେ ଯେତେବଳେ ମତେ ପ୍ରତିଜ୍ଞା କରିଛନ୍ତି ଯେ, ମୋର ବଂଶ ବାଲୁକା ନ୍ୟାୟ ହେଵ, ତା' ହେଲେ ଯଦିବା ଇସ୍ହାକଙ୍କୁ ବଳି ଦେବାକୁ ପଡେ, ନିଃସନ୍ଦେହରେ ସେ ତାକୁ ପୂର୍ନଜୀବିତ କରିବେ। ସର୍ବଶକ୍ତିମାନ ଈଶ୍ବରଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି' (ଏବ୍ରୀ ୧୧: ୧୭-୧୮)
ଆଉ ଏକ ବିଷୟ ଲକ୍ଷ୍ୟ କରିବାର ବିଷୟ ହେଉଛି, ଯଦ୍ୟପି ଈଶ୍ଵର ତାଙ୍କୁ ତାଙ୍କର ଏକମାତ୍ର ପୁତ୍ରଙ୍କୁ ବଳି ରୂପେ ଉତ୍ସର୍ଗ କରିବା ପାଇଁ ଆଦେଶ ଦେଇଥିଲେ, ଏହା କୌଣସି ମତେ ତାଙ୍କର ଈଶ୍ବର ଉପାସନାର ଆକାଂକ୍ଷାକୁ ଊଣା କରିପାରି ନ ଥିଲା, କାରଣ ଯାହାକୁ ସେ ଉପାସନା କରୁଥିଲେ, ତାହାଙ୍କୁ ସେ ଅତ୍ୟନ୍ତ ଭଲରୁପେ ଜାଣିଥିଲେ ଓ ତାହାଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ଓ ଭରସା ଥିଲା। ଆପଣ ଈଶ୍ବରଙ୍କୁ କେଉଁପରି ଦେଖନ୍ତି?
No comments:
Post a Comment
Kindly give your suggestions or appreciation!!!