BN

ଅବ୍ୟାହତ ରଖିବା

 ଅବ୍ୟାହତ ରଖିବା

ଏବ୍ରୀ ୧୧:୮-୧୬

କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଆଗାମୀ ନଗରର ଅନ୍ଵେଷଣ କରୁଅଛୁ (ଏବ୍ରୀ ୧୩:୧୪)


ଆପଣ କାହାଣୀଗୁଡ଼ିକ ଅବ୍ୟାହତ ରହିବା ପସନ୍ଦ କରନ୍ତି କି? ମନେକରନ୍ତୁ, ଆପଣ ଗୋଟିଏ ପତ୍ରିକାର ପ୍ରବନ୍ଧ ପଢୁଛନ୍ତି କିମ୍ବା ଅଧଘଣ୍ଟା ଧରି ଗୋଟିଏ ଟେଲିଭିଜନ କର୍ଯ୍ୟକର୍ମ ଦେଖୁଛନ୍ତି, ପୁଣି ଆପଣ ଏପରି ଏକ ସ୍ଥାନରେ ପହଞ୍ଚିଛନ୍ତି, ଯେଉଁଠାରେ ନାୟକ ନିଜର ପ୍ରେମିକାକୁ ବଞ୍ଚାଇବା ପାଇଁ ପାଣି ଭିତରକୁ ଡେଇ ପଡ଼ିଛି। ଏହାପରେ, "ଏହାପରେ କାହାଣୀଟି ଅବ୍ୟାହତ ରହିଛି" ଏହି ବାକ୍ୟ ସତ୍ୟ ସହିତ ଆପଣଙ୍କୁ ଉତ୍କଣ୍ଠା ମଧ୍ୟରେ ଛାଡ଼ି ଦିଆଯାଇଛି। କିପରି ନୈରାଶଜନକ ବିଷୟ ଖ୍ରୀଷ୍ଟଙ୍କର ଜଣେ ଅନୁଗାମୀ ସମାଧିଫଳକ ଉପରେ ଲେଖାଯାଇଥିବା ବିଷୟଟି ପ୍ରତି ମୋର ଏକ ଭିନ୍ନ ପ୍ରତିକ୍ରିୟା ରହିଛି।"


ହଁ... ଏହି ଜୀବନ ଜୀବନ ପୁସ୍ତକର ପ୍ରଥମ ଅଧ୍ୟାୟ  ବ୍ୟତୀତ ଅନ୍ୟ କିଛି ନୁହେଁ। ସେହି ଅଧ୍ୟାୟଟି ଦୀର୍ଘ ହେଉ କିମ୍ବା ସଂକ୍ଷିପ୍ତ ହେଉ.. ଏହା ଶେଷ ନୁହେଁ, ମାତ୍ର ଏହା ଅବ୍ୟାହତ ରହିଥାଏ। ବିଶ୍ବାସୀ ପାଇଁ ଏହା ପ୍ରଭୁଙ୍କ ସହିତ ସ୍ୱର୍ଗରେ ଅବ୍ୟାହତ ରହିବ। ଅଧ୍ୟାୟଗୁଡ଼ିକ ମଧ୍ୟରେ କୌଣସି ଅନ୍ତରାୟ ନାହିଁ, ଆପଣଙ୍କୁ ପରବର୍ତ୍ତୀ ମାସର କିସ୍ତି ଟଙ୍କା ପାଇଁ କିମ୍ବା ଶେଷ ଅଧ୍ୟାୟ ଶୁଣିବା ପାଇଁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଦୁଇ ଅଧ୍ୟାୟଟି କୌଣସି ପ୍ରତିବନ୍ଧକ ବିନା ପ୍ରଥମଟିକୁ ଅବ୍ୟାହତ ରଖିଅଛି। 'କାରଣ ଶରୀର ଠାରୁ ଦୂରରେ ବାସ କରି, ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ' (ଦ୍ଵି କରନ୍ତୀ ୫:୮)


ଆପଣଙ୍କ ପାଇଁ ପରବର୍ତ୍ତୀ ଅଧ୍ୟାୟଟି କ'ଣ ହେବ? ଏହା ଶୀଘ୍ର କିମ୍ବା ବିଲମ୍ୱରେ ଲେଖାଯିବ, ଏହା ସ୍ବର୍ଗରେ କିମ୍ବା ନର୍କରେ ଲେଖାଯିବ। ମନେରଖନ୍ତୁ, ଯେତେବେଳେ ଆପଣଙ୍କର ମୃତ୍ୟୁଭୋଗର ସମୟ ଆସିବ, ସେତେବେଳେ ତାହା ଶେଷ ବୋଲି ଭାବନ୍ତୁ ନାହିଁ। ଆପଣଙ୍କ କାହାଣୀ "ଅବ୍ୟାହତ ରହିବ" ମାତ୍ର କେଉଁଠାରେ?

No comments:

Post a Comment

Kindly give your suggestions or appreciation!!!