EVIDENCE FOR JESUS REALLY DIED AND ROSE AGAIN
ପ୍ରମାଣ ଯେ ଯୀଶୁ ପ୍ରକୃତରେ ମୃତ୍ୟୁବରଣ କଲେ ଏବଂ ଉତ୍ଥିତ ହେଲେ | |
ଏହି ପ୍ରମାଣ ଇତିହାସରେ ଯୀଶୁଙ୍କ ସ୍ୱତନ୍ତ୍ରତାକୁ ଦର୍ଶାଏ ଏବଂ ପ୍ରମାଣ କରେ ଯେ ସେ ଈଶ୍ବରଙ୍କ ପୁତ୍ର | କେହି ତାଙ୍କ ନିଜ ପୁନରୁତ୍ଥାନର ଭବିଷ୍ୟବାଣୀ କରିବାକୁ ଏବଂ ତାହା ସଫଳ କରିବାକୁ ସକ୍ଷମ ନ ଥିଲେ । | |
ଖାଲି କବର ପାଇଁ ପ୍ରସ୍ତାବିତ ବ୍ୟାଖ୍ୟା | | ଏହି ବ୍ୟାଖ୍ୟାଗୁଡ଼ିକ ବିରୁଦ୍ଧରେ ପ୍ରମାଣ | |
ଯୀଶୁ କେବଳ ଚେତାଶୂନ୍ୟ ହୋଇ ପରବର୍ତ୍ତୀ ସମୟରେ ପୁନର୍ଜୀବିତ ହେଲେ | | ଜଣେ ରୋମୀୟ ସୈନିକ ପୀଲାତଙ୍କୁ କହିଥିଲେ ଯେ ଯୀଶୁ ମରିଛନ୍ତି (ମାର୍କ ୧୫:୪୪, ୪୫) |
ରୋମୀୟ ସୈନିକମାନେ ଯୀଶୁଙ୍କ ଗୋଡ ଭାଙ୍ଗି ନଥିଲେ କାରଣ ସେ ମରି ସାରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ଯୀଶୁଙ୍କ ପାର୍ଶ୍ୱକୁ ବିଦ୍ଧ କରିଥିଲେ (ଯୋହନ ୧୯:୩୨-୩୪) | |
ହାରାମାଥୀୟାର ଯୋଷେଫ ଏବଂ ନୀକଦୀମ ଯୀଶୁଙ୍କ ଶରୀରକୁ ଗୁଡ଼ାଇ କବରରେ ରଖିଲେ | (ଯୋହନ ୧୯:୩୮-୪୦) | |
ମହିଳାମାନେ ଭୁଲରେ ଅନ୍ୟ ଏକ କବରକୁ ଗଲେ। | ମଗ୍ଦଲୀନୀ ମରିୟମ ଏବଂ ଯୋଷେଫଙ୍କ ମାତା ମରିୟମ ଯୀଶୁଙ୍କୁ ସମାଧିରେ ରଖିଥିବାର ଦେଖିଥିଲେ | (ମାଥିଉ ୨୭:୫୯-୬୧; ମାର୍କ ୧୫:୪୭; ଲୂକ ୨୩:୫୫) |
ରବିବାର ସକାଳେ ପିତର ଏବଂ ଯୋହନ ମଧ୍ୟ ସେହି ସମାନ କବରକୁ ଗଲେ (ଯୋହନ ୨୦:୩-୯) | |
ଅଜ୍ଞାତ ଚୋରମାନେ ଯୀଶୁଙ୍କ ଶରୀରକୁ ଚୋରି କଲେ | | ଏହି ସମାଧିଟିକୁ ରୋମୀୟ ସୈନିକମାନେ ମୁଦ୍ରାଙ୍କ ଦେଇ ସୁରକ୍ଷିତ କରି ଜଗି ରହିଥିଲେ (ମାଥିଉ ୨୭:୬୫, ୬୬) |
ଶିଷ୍ୟମାନେ ଯୀଶୁଙ୍କ ଶରୀରକୁ ଚୋରି କଲେ | ଶିଷ୍ୟମାନେ ସେମାନଙ୍କର ବିଶ୍ୱାସ ପାଇଁ ମରିବାକୁ ପ୍ରସ୍ତୁତ ହେଲେ। ଯୀଶୁଙ୍କ ଶରୀର ଚୋରି କରିବା ସେମାନଙ୍କର ବିଶ୍ୱାସକୁ ଅର୍ଥହୀନ ବୋଲି ସ୍ୱୀକାର କରିବ | (ପ୍ରେରିତ ୧୨: ୨) |
ଧାର୍ମିକ ନେତାମାନେ ଯୀଶୁଙ୍କ ଶରୀରକୁ ପରେ ଦେଖାଇବା ପାଇଁ ଚୋରି କଲେ | | ଯଦି ଧାର୍ମିକ ନେତାମାନେ ଯୀଶୁଙ୍କ ଶରୀରକୁ ନେଇଥାନ୍ତେ, ତେବେ ସେମାନେ ପୁନରୁତ୍ଥାନର ଗୁଜବକୁ ବା ଉଡାଖବରକୁ ବନ୍ଦ କରିବା ପାଇଁ ଏହାକୁ ପ୍ରସ୍ତୁତ କରିଥାନ୍ତେ | |