BN

ସାହାର୍ଯ୍ୟକାରୀ ଯୀଶୁ

 ସାହାର୍ଯ୍ୟକାରୀ ଯୀଶୁ 

ଆଜିର ଚିନ୍ତା


ଲୂକ ୨୪: ୧୩-୩୫


ମୋର ଆତ୍ମିକ ଚକ୍ଷୁ ଉନ୍ମୁକ୍ତ ଅଟେ କି ? 


ଯୀଶୁଙ୍କର ଦୁଇ ଜଣ ଅନୁଗାମୀ ଯିରୁଶାଲମରୁ ସେମାନଙ୍କ ଗ୍ରାମ ଇମ୍ମାୟୁକୁ ଯାତ୍ରା କରୁଥଲେ । ସେମାନଙ୍କ ପରିଚୟ ସ୍ପଷ୍ଟ ଭାବରେ ଦିଆଯାଇ ନ ଥିଲେ  ସୁଦ୍ଧା ଜଣେ କ୍ଲେୟପା (କ୍ଲୋପା) ତାଙ୍କ ସ୍ତ୍ରୀ ମରିୟମ (ଯିଏ କ୍ରୁଶ ନିକଟରେ ଠିଆ ହୋଇଥିଲେ, ଯୋହନ ୧୯:୨୫) ବୋଲି ଅନେକେ ଦାବୀ କରନ୍ତି । ଏହି କାହାଣୀରେ ସେମାନଙ୍କର ପରିଚୟ ନୁହେଁ, ମାତ୍ର ଏଥିରେ ନିହିତ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ ।


ଯୀଶୁ ଆମକୁ ଖୋଜନ୍ତି : 


ଇମ୍ମାୟୁ ଯାତ୍ରା ଏକ ଆତ୍ମିକ ଯାତ୍ରାର ମଧ୍ୟ ପ୍ରତୀକ ଅଟେ । ସେମାନେ ବିଗତ ଦିନର ଘଟିଥିବା ଘଟଣାଗୁଡ଼ିକ ବିଷୟରେ କଥାବାର୍ତ୍ତା ଓ ବାଦାନିବାଦ କରୁଥଲେ, କାରଣ ସେମାନେ ଆତ୍ମିକଭାବରେ ଅଜ୍ଞ ଥିଲେ । ସେମାନଙ୍କର ସନ୍ଦେହ ଦୂର କରିବା ପାଇଁ ଯୀଶୁ ସେମାନଙ୍କ ନିକଟକୁ ଆସିଥିଲେ, ମାତ୍ର ସେମାନେ ତାଙ୍କୁ ଚିହ୍ନି ନ ଥିଲେ, କାରଣ କିଛି ସମୟ ପାଇଁ ସେମାନଙ୍କ ଚକ୍ଷୁକୁ ଈଶ୍ଵର ରୁଦ୍ଧ କରିଥିଲେ ଓ ସେମାନଙ୍କୁ କିଛି ଶିକ୍ଷା ଦେବା ପାଇଁ ଇଛା କରିଥିଲେ । ଯୀଶୁ ସେମାନଙ୍କୁ ତାଙ୍କ ନିଜ ସମ୍ବନ୍ଧୀୟ ଭାବବାଣୀଗୁଡ଼ିକୁ ଜଣାଇଥିଲେ । କାରଣ ଜୀବିତବସ୍ଥାରେ ସେ ଏହିସବୁ ବିଷୟ କହିଥିଲେ ସୁଦ୍ଧା ସେମାନେ ବିଶ୍ଵାସ କରି ନ ଥିଲେ । ତାଙ୍କ ବିଷୟରେ କଥାବାର୍ତ୍ତା ଚାଲିଥିବା ସମୟରେ, ଯୀଶୁ ସେହି ସ୍ଥାନକୁ ଆସି ସନ୍ଦେହ ଓ ଅବିଶ୍ୱାସ ଦୂର କରିବା ପାଇଁ ଇଚ୍ଛା କରିଥିଲେ । 


ଯୀଶୁ ଆମ ଚକ୍ଷୁକୁ ଉନ୍ମୁକ୍ତ କରନ୍ତି : 


ସେମାନେ ଯୀଶୁଙ୍କୁ ସେମାନଙ୍କ ଗୃହକୁ ନିମନ୍ତ୍ରଣ କରିଥିଲେ ତାଙ୍କ ସହିତ ଭୋଜନରେ ବସିଥିଲେ । ବର୍ତ୍ତମାନ ସେମାନଙ୍କ ହୃଦୟରେ ବିଶ୍ଵାସ ଥିଲା ଓ ସେମାନେ ଯୀଶୁଙ୍କ ସହଭାଗିତାରେ ଥିଲେ । ଫଳରେ ସେମାନେ ହଠାତ୍ ତାଙ୍କୁ ଚିହ୍ନି ପାରିଲେ, ଅର୍ଥାତ୍ ଯୀଶୁ ସେମାନଙ୍କ ନିକଟରେ ନିଜକୁ ପ୍ରକାଶ କରିଥିଲେ । ଯେଉଁମାନେ ଯୀଶୁଙ୍କ ନିଜ ହୃଦୟ ମଧ୍ୟକୁ ନିମନ୍ତ୍ରଣ କରନ୍ତି ତାଙ୍କୁ ବିଶ୍ଵାସ କରନ୍ତି ଓ ତାଙ୍କ ସହଭାଗିତା ମଧ୍ୟରେ ରହନ୍ତି, ଯୀଶୁ ସେମାନଙ୍କ ନିକଟରେ ନିଜକୁ ପ୍ରକାଶ କରନ୍ତି ଓ ସେମାନଙ୍କ ଆତ୍ମିକ ଚକ୍ଷୁକୁ ଉନ୍ମୁକ୍ତ କରନ୍ତି । ଏହାପରେ ସେହି ଦୁଇ ଅନୁଗାମୀ ସେମାନଙ୍କର ଅନୁଭୂତି ଓ ସାକ୍ଷ୍ୟ ଜଣାଇବା ପାଇଁ ଶୀଘ୍ର ଯାତ୍ରା କରିଥିଲେ । ସେହିପରି ଖ୍ରୀଷ୍ଟ ଅନୁଗାମୀ ଭାବରେ ଆମେ ମଧ୍ୟ ଆମର ଅନୁଭୁତି ଓ ସାକ୍ଷ୍ୟ  ଜଣାଇବା ବିଷୟରେ କ୍ଷୀପ୍ର ଓ ଆଗ୍ରହ ହେବା ଉଚିତ୍ । 

No comments:

Post a Comment

Kindly give your suggestions or appreciation!!!