BN

ପରମେଶ୍ବରଙ୍କ ପରିଚୟ

 ପରମେଶ୍ବରଙ୍କ ପରିଚୟ

ଆଜିର ଚିନ୍ତା

ଯାତ୍ରା ୩:୧୩-୨୨

ମୋ' ଜୀବନରେ ମହାନ ପରମେଶ୍ୱରଙ୍କ ପ୍ରକୃତ ପରିଚୟ ପାଇଛି କି ? 


ମିସରୀୟମାନଙ୍କ ସହିତ ରହିବା ଦ୍ଵାରା ମୋଶା ପରମେଶ୍ୱରଙ୍କ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲେ । ତେଣୁ ପରମେଶ୍ୱରଙ୍କୁ ଜାଣିବାର କୌତୁହଳ ଆଉ ତାଙ୍କ ପରିଚୟ ଅନ୍ୟମାନଙ୍କୁ ଦେବାର ଜିଜ୍ଞାସା ତାଙ୍କ ମନରେ ଜାତ ହେବା ଯୋଗୁ ସେ ପରମେଶ୍ୱରଙ୍କୁ ତାଙ୍କ ପରିଚୟ ମାଗିଥିଲେ, ଯାହାର ଉତ୍ତରରେ ପରମେଶ୍ୱର ତାଙ୍କୁ ନିଜର ପରିଚୟ ଦେଇଥିଲେ । 


ସ୍ୱୟମ୍ଭୁ ପରମେଶ୍ୱର : ପରମେଶ୍ୱର ମୋଶାଙ୍କୁ କହିଲେ ଯେ "ଆମ୍ଭେ ଯେ ଅଛୁ ସେ ଅଛୁ, ଆମ୍ଭେ ସ୍ଵୟମ୍ଭୁ" । ପରମେଶ୍ୱରଙ୍କୁ କୌଣସି ନାମ ଦିଆଯାଇ ପାରିବ ନାହିଁ ବା କୌଣସି ସୀମା ମଧ୍ୟରେ ସୀମିତ ରଖାଯାଇ ପାରିବ ନାହିଁ । ସେ ଅନନ୍ତ, ଅନନ୍ୟ, ଅସୀମ ଓ ଯାହାଙ୍କୁ କେହି ସୃଷ୍ଟି କରି ନାହିଁ, ସେ ହିଁ ସୃଷ୍ଟିକର୍ତ୍ତା । 


ଅପରିବର୍ତ୍ତନୀୟ ପରମେଶ୍ୱର : ପରମେଶ୍ୱର ଯେ ମୋଶାଙ୍କୁ ଦର୍ଶନ ଦେଇଅଛନ୍ତି ଆଉ ଇସ୍ରାଏଲୀୟମାନଙ୍କୁ  ତାଙ୍କ ପରିଚୟ ଦେବାକୁ ପରମେଶ୍ୱର ତାଙ୍କୁ କହିଲେ ଯେ, ସେ ଅବ୍ରାହାମ, ଇସହାକ ଓ ଯାକୁବର ପରମେଶ୍ୱର ଅଟନ୍ତି (୧୫,୧୬ ପଦ) । ସେ ପୁରୁଷାନୁକ୍ରମେ ଥାଆନ୍ତି ଆଉ ସେ କାଲି ଥିଲେ, ସେ ଆଜି ଅଛନ୍ତି ଆଉ ସେ ମଧ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ରହିବେ । ତାଙ୍କର କୌଣସି ପରିବର୍ତ୍ତନ ନାହିଁ । 


ତତ୍ତ୍ଵାନୁସନ୍ଧାନକାରୀ ପରମେଶ୍ୱର : ୧୬ ପଦରେ ପରମେଶ୍ୱର ମୋଶାଙ୍କୁ ଜଣାନ୍ତି ଯେ, ସେ ତତ୍ତ୍ଵାନୁସନ୍ଧାନକାରୀ ଅଟନ୍ତି। କାରଣ ସେ ଇସ୍ରାଏଲୀୟମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କର କଷ୍ଟ ଆଉ କ୍ରନ୍ଦନ ସେ ଦେଖିଛନ୍ତି । ତେଣୁ ସେ ସେମାନଙ୍କ ନିମନ୍ତେ ଚିନ୍ତା କରି ସେମାନଙ୍କୁ ମିସରରୁ ଉଦ୍ଧାର କରିବାକୁ ଏବଂ ସେମାନଙ୍କୁ ଏକ ଉତ୍ତମ ଆଉ ସେମାନଙ୍କ ନିଜସ୍ଵ ଦେଶରେ ସ୍ଥାପନ କରିବାକୁ ଯୋଜନା କରିଛନ୍ତି । 


ଆଜି ଆମ୍ଭେମାନେ ଧନ୍ୟ ଯେ, ଆମେ ଏହିଭଳି ପରମେଶ୍ୱରଙ୍କର ସେବା ଆଉ ଉପାସନା କରିବାର ସୁଯୋଗ ପାଇଛୁ, ଯାହାଙ୍କର ମହାନତା ଆମ୍ଭମାନଙ୍କର ବୁଝିବା ବା କଳ୍ପନା କରିବା ଶକ୍ତିଠାରୁ ବାହାରେ । କିନ୍ତୁ ଏତେ ମହାନ୍ ପରମେଶ୍ୱର ହୋଇ ମଧ୍ୟ ସେ ଆମ ଭଳି ମନୁଷ୍ୟଙ୍କ ପାଇଁ ମନାଯୋଗୀ ହୋଇ ଆମ ପାପ ପାଇଁ ଆପଣା ଏକମାତ୍ର ପୁତ୍ରଙ୍କୁ ବଳି ଦେଇ ଆମକୁ ପରିତ୍ରାଣ ଦେଲେ । ଆଜି ମନୁଷ୍ୟ ହିସାବରେ ଆମେ ତାଙ୍କୁ କିପରି ସମ୍ମାନ ଦେଉଛୁଁ ? 

ସାର୍ବଭୌମ ଈଶ୍ୱର

 ସାର୍ବଭୌମ ଈଶ୍ୱର

ଆଜିର ଚିନ୍ତା

ଯାତ୍ରା ୩:୧-୧୨


ମୁଁ କ'ଣ ପରମେଶ୍ୱରଙ୍କ ସାର୍ବଭୌମତ୍ୱକୁ ସ୍ଵୀକାର କରେ?


ମିଦୀୟନ ଦେଶରେ ମୋଶା ମେଷପାଳକ ଭାବରେ ଏକ ମହତ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିଲେ । ପରମେଶ୍ୱର ତାଙ୍କୁ ଇସ୍ରାଏଲର ମେଷପାଳକ ରୂପେ ପ୍ରାନ୍ତରରେ ବ୍ୟବହାର କରିବାକୁ ଯାଉଥିଲେ । କିନ୍ତୁ ମୋଶା ସେ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲେ, ତେଣୁ ପରମେଶ୍ୱର ଯେ ତାଙ୍କୁ ପ୍ରତି ମୁହୂର୍ତ୍ତରେ ନୀରିକ୍ଷଣ କରୁଛନ୍ତି ଆଉ ଏକ ମହାନ ଯୋଜନାକୁ ସଫଳ କରିବାକୁ ଯାଉଛନ୍ତି, ତାହା ସେ ମୋଶାଙ୍କୁ ଜଣାଇବାକୁ ଯାଉଥିଲେ ।



ଏକ ପବିତ୍ର ସ୍ଥାନ : ଜ୍ୱଳନ୍ତ ବୁଦା ପରମେଶ୍ୱରଙ୍କର ଏକ ଅସାଧାରଣ ଓ ଅସ୍ବାଭାବିକ ଆଶ୍ଚର୍ଯ୍ୟ କାର୍ଯ୍ୟ ଥିଲା । ଏହି ଅନୁଭୂତିରୁ ମୋଶା ପ୍ରଥମ ଥର ପାଇଁ ଜାଣିଲେ ଯେ ସଦାପ୍ରଭୁଙ୍କଠାରେ କୌଣସି ବିଷୟ ଅସମ୍ଭବ ନୁହେଁ ଏବଂ ସେ ଯେପରି ପବିତ୍ର, ମୋଶାଙ୍କୁ ମଧ୍ୟ ସେପରି ପବିତ୍ର ରହିବାକୁ ହେବ, କାରଣ ପରମେଶ୍ୱରଙ୍କ ଉପସ୍ଥିତି ଯେଉଁ ସ୍ଥାନରେ ଥାଏ ତାହା ପବିତ୍ର ପ୍ରକୃତରେ ପରମେଶ୍ୱର ଯେଉଁମାନଙ୍କୁ ନିଜ କାର୍ଯ୍ୟ ନିମନ୍ତେ ବାଛିଥାନ୍ତି ଓ ସେମାନଙ୍କ ଠାରୁ ସେ ପବିତ୍ରତା ଓ ତାଙ୍କ ନିକଟରେ ସଂପୂର୍ଣ୍ଣ ଭରସା ଅପେକ୍ଷା କରନ୍ତି ୧ ପିତର ୧:୧୫ ରେ ଲେଖାାଯାଏ, "ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ" ।



ଏକ ମହତ ଆହ୍ୱାନ: ଇସ୍ରାଏଲୀୟମାନେ ମିସରରେ ଦାସ୍ୟକର୍ମ ହେତୁରୁ ହାହାକାର ଓ କ୍ରନ୍ଦନ କଲେ । ସେତେବେଳେ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ  ଯୋଜନା ପ୍ରସ୍ତୁତ କଲେ । ତେଣୁ ହୋରେବ ପର୍ବତରେ ପରମେଶ୍ୱର ମୋଶାଙ୍କୁ ଦର୍ଶନ ଦେଇ ତାହାଙ୍କ ଲୋକମାନଙ୍କୁ ମିସରରୁ ଉଦ୍ଧାର କରି ଏକ ଉତ୍ତମ ଦେଶକୁ କଢାଇ ନେବା ପାଇଁ ଆଦେଶ ଦେଲେ ।  ଯଦିଓ ମୋଶା ନିଜର ଦୁର୍ବଳତା ଓ ଅକ୍ଷମତା ପ୍ରକାଶ କରିଥିଲେ, କିନ୍ତୁ ପ୍ରଭୁ ଯେ ତାଙ୍କର ସହବତ୍ତୀ ତାହା ସେ ମୋଶାଙ୍କ ନିକଟରେ ପ୍ରକାଶ କରିଥିଲେ । ଆମେ ଜାଗତିକ ଭାବେ ଦୁର୍ବଳ ଓ ଅକ୍ଷମ ହେଲେ ମଧ୍ୟ ପରମେଶ୍ୱର ଆମକୁ ତାଙ୍କର ମହତ ଉଦ୍ଦେଶ୍ୟ ସଫଳ ନିମନ୍ତେ ବ୍ୟବହାର କରିପାରନ୍ତି । ପ୍ରତିଦିନ ଈଶ୍ୱରଙ୍କ ବାକ୍ୟ ପଠନ କରିବା ସମୟରେ ହୁଏତ କୌଣସି ଏକ କଷ୍ଟକର କାମ କରିବା ପାଇଁ ପ୍ରଭୁ ଆମ ଜୀବନରୁ ଆଶା କରୁଛନ୍ତି, ମାତ୍ର ଆମେ ପ୍ରଭୁଙ୍କ ନିକଟରେ ବିଭିନ୍ନ ବାହାନା ରଖୁଛୁ ଅବା ତାହାଙ୍କ ଆହ୍ୱାନର ବାଧ୍ୟ ହେବା ପାଇଁ ଶକ୍ତି ମାଗୁଛୁ ?

Five reasons for Adam's Faulty Communication

 आदम के दोषपूर्ण  संवाद के पाँच कारण 


हव्वा से आदम का संचार उसी तरह भटक गया। उनका संदेश पांच बुनियादी कारणों से टूट गया:


  • उन्होंने उस संदेश में कुछ विवरणों को नजरअंदाज कर दिया, जिनसे उन्हें संवाद करना था।
  • उसने हव्वा की आवाज को परमेश्वर की आवाज से ज्यादा प्रभावित करने दिया।
  • वह अपने संचार के लिए खुद को जवाबदेह ठहराने में विफल रहा।
  • वह भूल गया कि परमेश्वर ने अनाज्ञाकारिता के परिणामों के बारे में क्या कहा था।
  • उन्होंने अपने दोषपूर्ण संचार के परिणामों की जिम्मेदारी नहीं ली।

Source : Maxwell Leadership Bible.

ସାଲିସ ନ କର

 ସାଲିସ ନ କର

ଆଜିର ଚିନ୍ତା


ଯାତ୍ରା ୨:୧୧-୨୫


ନିଜର ସ୍ବାର୍ଥ ପାଇଁ ମୁଁ ସତ୍ୟର ବିରୁଦ୍ଧରେ ଯାଇଛି କି ? 


ମୋଶା ଯଦି ଫାରୋଙ୍କ ଗୃହରେ ଥାନ୍ତେ, ତେବେ ଉପଯୁକ୍ତ ସମୟରେ ସେ ନିଜେ ମଧ୍ୟ ଫାରୋ ହୋଇ ପାରି ଥାନ୍ତେ, ଆଉ ତା' ପରେ ସେ ଇସ୍ରାଏଲୀୟ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବନ୍ଦ କରିପାରିଥାନ୍ତେ । କାରଣ ଅତୀତରେ ମଧ୍ୟ ସେ ଯୋଷେଫଙ୍କୁ ସେଭଳି ବ୍ୟବହାର କରିଛନ୍ତି, ମାତ୍ର ଈଶ୍ୱରଙ୍କ ଯୋଜନା ଭିନ୍ନ ଥିଲା । 


ଦୂର୍ବଳର ସପକ୍ଷ : ମୋଶା ବୁଝି ସାରିଥିଲେ କେଉଁମାନେ ନିରୀହ ଆଉ କେଉଁମାନେ ଅତ୍ୟାଚାରୀ । କେଉଁମାନଙ୍କର ସପକ୍ଷରେ ଛିଡ଼ା ହେବେ । ଯାହାର ପରିଣାମ ସ୍ଵରୂପେ  ଫାରୋ ତାଙ୍କୁ ବଧ କରିବାକୁ ଅନୁମତି ଦେଲେ । ମୋଶା ମିସରୀୟ ପ୍ରତିଷ୍ଠା ଓ ଅଧିପତ୍ୟ ପ୍ରତି ଲାଳାୟିତ ନ ଥିଲେ, ସେଥିପାଇଁ ସେ ମିସରୀୟମାନଙ୍କ ଅନ୍ୟାୟ ବିରୁଦ୍ଧରେ ଠିଆ ହୋଇଥିଲେ । ଆମେ ମଧ୍ୟ ଅନେକ ସମୟରେ କୌଣସି ଲାଭ ଆଶାରେ ବା ନିଜର ସ୍ବାର୍ଥ ପୁୁରଣ ପାଇଁ ଭୁଲ୍ ବିଷୟଗୁଡ଼ିକୁ ଦେଖି ମଧ୍ୟ ତା'ର ପ୍ରତିବାଦ ନ କରି ନୀରବ ରହୁ । ଆଜି ଜଗତରେ ସବୁ କ୍ଷେତ୍ରରେ ଅନ୍ୟାୟ ଓ ଅତ୍ୟାଚାର, କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ସନ୍ତାନ ସେମାନେ କେବେ ହେଲେ ଅନ୍ୟାୟ ସହିତ ସାଲିସ କରିପାରିବେ ନାହିଁ । ହୁଏତ ଆମେ କାହାରି ବିଚାର କରିପାରିବା ନାହିଁ ମାତ୍ର ସତ୍ୟ ସପକ୍ଷରେ ଠିଆ ହେବା ଖ୍ରୀଷ୍ଟ ବିଶ୍ୱାସୀର ଗୋଟିଏ ଗୁଣ ହେବା ଆବଶ୍ୟକ । 


ପ୍ରବାସୀର ଜୀବନ : ମୋଶା ହୁଏତ କେବେ ହେଲେ ଭାବି ନ ଥିବେ ଯେ ଦିନେ ତାଙ୍କୁ ଏଭଳି କିଛି କର୍ମ କରିବାକୁ ପଡ଼ିବ, ଯାହା ଦ୍ଵାରା ସେ ଫାରୋଙ୍କର ଶତ୍ରୁ ପାଲଟି ଯିବେ । ମୋଶାଙ୍କର ଉଦଯୋଗ ଗୋଟିଏ ଭୟଙ୍କର କାର୍ଯ୍ୟକୁ କଢ଼ାଇ ନେଲା । ସେ ଜଣେ ମିସ୍ରିୟର ମୃତ୍ୟୁର କାରଣ ହେଲେ, ସତ୍ୟ ସପକ୍ଷରେ ଠିଆ ହେବା ପାଇଁ ପ୍ରଭୁଙ୍କଠାରୁ ଜ୍ଞାନ ମାଗିବା ଆବଶ୍ୟକ । ନିଜ ଲୋକମାନଙ୍କ ପାଇଁ ସେ ଫାରୋଙ୍କ ପରିବାର ଚ୍ୟୁତ ହେବା ସହିତ ରାଜମହଲର ସୁଖ ଓ ସମୃଦ୍ଧିକୁ ଛାଡ଼ି ଏକ ପ୍ରବାସୀ ଭାବେ ମିଦୀୟନ ଦେଶରେ ବାସ କରିବାକୁ ଲାଗିଲେ । ପ୍ରକୃତରେ ଯେଉଁମାନେ ଈଶ୍ୱରଙ୍କ ଦ୍ଵାରା ମନୋନୀତ ଆଉ ପୃଥକୀକୃତ, ସେମାନଙ୍କ ଜୀବନରେ ଅନେକ ତ୍ୟାଗ ଆଉ ସଂଘର୍ଷ ଥାଏ, କାରଣ ସେସବୁ ଦ୍ଵାରା ହିଁ ଈଶ୍ଵର ସେମାନଙ୍କୁ ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଯାଉଥିବା ପରିସ୍ଥିତି ନିମନ୍ତେ ପ୍ରସ୍ତୁତ କରନ୍ତି । ତେଣୁ ଦୁଖର ଜୀବନ ମଧ୍ୟରେ ଆମେ ପ୍ରଭୁଙ୍କ ଇଛା ବୁଝିବା ପାଇଁ ଚେଷ୍ଟା କରୁ । 


ସୁରକ୍ଷାଦାତା ଈଶ୍ଵର

 ସୁରକ୍ଷାଦାତା ଈଶ୍ଵର

ଆଜିର ଚିନ୍ତା

ଯାତ୍ରା ୨:୧-୧୦


ଈଶ୍ଵରଙ୍କ ଯୋଜନାକୁ ସଫଳ କରିବା ଦିଗରେ ମୋର ଭୂମିକା କ'ଣ ?


ଇସ୍ରାଏଲର ଉଦ୍ଧାର ନିମନ୍ତେ, ପରମେଶ୍ୱର ମୋଶାଙ୍କୁ ବାଛିଲେ, କିନ୍ତୁ ଯାହାଙ୍କ ଦ୍ଵାରା ଇସ୍ରାଏଲର ଉଦ୍ଧାର ହେବାକୁ ଯାଉଥିଲା ସେହି ମୋଶାଙ୍କ ଶିଶୁ ଅବସ୍ଥା ଅତି ବିପଦପୂର୍ଣ୍ଣ ଥିଲା । କେତୋଟି ବିଶେଷ କାରଣରୁ ମୋଶାଙ୍କ ଜୀବନ ରକ୍ଷା ପାଇଥିଲେ ।  


ପରମେଶ୍ଵରଙ୍କ ସାହାଯ୍ୟ : ଯେତେବେଳେ ଫାରୋ ଇସ୍ରାଏଲର ସମସ୍ତ ନବଜାତ ପୁତ୍ର ସନ୍ତାନ ମାନଙ୍କୁ ମାରିଦେବା ପାଇଁ ଆଜ୍ଞା ଦେଲେ (ଆଦି ୧:୨୨) । ସେହି ସମୟରେ ମୋଶାଙ୍କର ଜନ୍ମ ହୋଇଥିଲା । ସେ ଅତି ସୁନ୍ଦର ଥିବାରୁ ତାଙ୍କ ମାତା ତାଙ୍କୁ ଲୁଚାଇ ରଖିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଲୁଚାଇ ନ ପାରି ମୋଶାଙ୍କୁ ଜୀବିତ ରଖିବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ । ମୋଶାଙ୍କୁ ଗୋଟିଏ ନଳନିର୍ମିତ ପେଡ଼ି ମଧ୍ୟରେ ନଦୀ ତୀରସ୍ଥ ନଳବନରେ ରଖିଲେ, ଆଉ ସମସ୍ତ ବିଷୟ ପ୍ରଭୁଙ୍କ ଉପରେ ଛାଡ଼ିଦେଲେ । ଯେତେବେଳେ ଫାରୋଙ୍କ କନ୍ୟା ମୋଶାଙ୍କୁ ପାଇଲେ, ସେତେବେଳେ ମୋଶାଙ୍କ ଭଉଣୀ ଶିଶୁଟିର ଯତ୍ନ ନେବା ପାଇଁ ଜଣେ ଏବ୍ରୀୟା ଧାତ୍ରୀକି ଡାକିକି ଆଣିଲେ, ଯେ ପ୍ରକୃତରେ ମୋଶାଙ୍କ ମାତା ଥିଲେ । ସେଦିନ ସେମାନଙ୍କ ଉପସ୍ଥିତ ବୃଦ୍ଧି ଏବଂ ପରମେଶ୍ଵରଙ୍କ ସାହାଯ୍ୟ ଦ୍ଵାରା ମୋଶାଙ୍କୁ ଗୋଟିଏ ନୂତନ ଜୀବନ ମିଳିଥିଲା । ଆମ ଜୀବନରେ ମଧ୍ୟ ଅନେକ ସମୟରେ ବଡ଼ ବଡ଼ ସମସ୍ୟା ସବୁ ଆସିଥାଏ । ତାହାର ସମ୍ମୁଖୀନ ହୋଇ ଉପଯୁକ୍ତ ପଦକ୍ଷେପ ଯେପରି ଆମେ ନେଇପାରିବା, ସେଥିପାଇଁ ପ୍ରଭୁଙ୍କଠାରୁ ଜ୍ଞାନ ଓ ବୁଦ୍ଧି ଭିକ୍ଷା କରୁ ପୁଣି ପ୍ରଭୁଙ୍କ ସାହାଯ୍ୟ ପ୍ରାର୍ଥନା କରୁ । 


ପରମେଶ୍ଵରଙ୍କ ଯୋଜନା : ପରମେଶ୍ୱର ଫାରୋଙ୍କର କନ୍ୟାଙ୍କ ହୃଦୟରେ ଶିଶୁ ମୋଶାଙ୍କ ପ୍ରତି ଦୟାର ଅନ୍ତକରଣ ଦେଲେ । ସେ ମୋଶାଙ୍କୁ ଏବ୍ରୀୟ ଜାଣି ମଧ୍ୟ ନିଜ ପୁତ୍ର ସ୍ୱରୂପେ ଗ୍ରହଣ କରିଲେ । ପରମେଶ୍ବର ତାଙ୍କୁ ଫାରୋଙ୍କ ଗୃହରେ ସୁରକ୍ଷିତ ରଖିଲେ କାରଣ ଫାରୋଙ୍କ ଗୃହ ଛଡ଼ା ମୋଶାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୁଏତ ଅନ୍ୟତ୍ର ନ ଥିଲା । ସେହି ବାଳକ ଦିନେ ଫାରୋଙ୍କ ଗୃହରେ ରହି ବୃଦ୍ଧି ପାଇବ ଓ ପରବର୍ତ୍ତୀ ସମୟରେ ଇସ୍ରାଏଲ ଜାତି ପ୍ରତି ଉଦ୍ଧାର କାର୍ଯ୍ୟ ସାଧନ କରିବ, ତାହାର କଳ୍ପନା ମଧ୍ୟ କେହି କରି ନ ଥିବେ । ତେଣୁ ପ୍ରଭୁଙ୍କର ଆଶ୍ଚର୍ଯ୍ୟ ଯୋଜନାକୁ ବୁଝିବା ମନୁଷ୍ୟ ପକ୍ଷରେ କଷ୍ଟକର । ଯେଉଁମାନେ ଈଶ୍ୱରଙ୍କୁ ଭୟ କରନ୍ତି, ଈଶ୍ଵର ସେମାନଙ୍କୁ ଉଦ୍ଧାର କରିବାକୁ ବହୁପୂର୍ବରୁ ଯୋଜନାଗୁଡିକ ପ୍ରସ୍ତୁତ କରନ୍ତି । ଏଣୁ ଆସନ୍ତୁ ଈଶ୍ୱରଙ୍କ ସାର୍ବଭୌମତ୍ୱକୁ ସ୍ଵୀକାର କରି ତାହାଙ୍କ ନିକଟରେ ଆପଣା ଗତି ସମର୍ପଣ କରୁ ।