BN

ସାଲିସ ନ କର

 ସାଲିସ ନ କର

ଆଜିର ଚିନ୍ତା


ଯାତ୍ରା ୨:୧୧-୨୫


ନିଜର ସ୍ବାର୍ଥ ପାଇଁ ମୁଁ ସତ୍ୟର ବିରୁଦ୍ଧରେ ଯାଇଛି କି ? 


ମୋଶା ଯଦି ଫାରୋଙ୍କ ଗୃହରେ ଥାନ୍ତେ, ତେବେ ଉପଯୁକ୍ତ ସମୟରେ ସେ ନିଜେ ମଧ୍ୟ ଫାରୋ ହୋଇ ପାରି ଥାନ୍ତେ, ଆଉ ତା' ପରେ ସେ ଇସ୍ରାଏଲୀୟ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବନ୍ଦ କରିପାରିଥାନ୍ତେ । କାରଣ ଅତୀତରେ ମଧ୍ୟ ସେ ଯୋଷେଫଙ୍କୁ ସେଭଳି ବ୍ୟବହାର କରିଛନ୍ତି, ମାତ୍ର ଈଶ୍ୱରଙ୍କ ଯୋଜନା ଭିନ୍ନ ଥିଲା । 


ଦୂର୍ବଳର ସପକ୍ଷ : ମୋଶା ବୁଝି ସାରିଥିଲେ କେଉଁମାନେ ନିରୀହ ଆଉ କେଉଁମାନେ ଅତ୍ୟାଚାରୀ । କେଉଁମାନଙ୍କର ସପକ୍ଷରେ ଛିଡ଼ା ହେବେ । ଯାହାର ପରିଣାମ ସ୍ଵରୂପେ  ଫାରୋ ତାଙ୍କୁ ବଧ କରିବାକୁ ଅନୁମତି ଦେଲେ । ମୋଶା ମିସରୀୟ ପ୍ରତିଷ୍ଠା ଓ ଅଧିପତ୍ୟ ପ୍ରତି ଲାଳାୟିତ ନ ଥିଲେ, ସେଥିପାଇଁ ସେ ମିସରୀୟମାନଙ୍କ ଅନ୍ୟାୟ ବିରୁଦ୍ଧରେ ଠିଆ ହୋଇଥିଲେ । ଆମେ ମଧ୍ୟ ଅନେକ ସମୟରେ କୌଣସି ଲାଭ ଆଶାରେ ବା ନିଜର ସ୍ବାର୍ଥ ପୁୁରଣ ପାଇଁ ଭୁଲ୍ ବିଷୟଗୁଡ଼ିକୁ ଦେଖି ମଧ୍ୟ ତା'ର ପ୍ରତିବାଦ ନ କରି ନୀରବ ରହୁ । ଆଜି ଜଗତରେ ସବୁ କ୍ଷେତ୍ରରେ ଅନ୍ୟାୟ ଓ ଅତ୍ୟାଚାର, କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ସନ୍ତାନ ସେମାନେ କେବେ ହେଲେ ଅନ୍ୟାୟ ସହିତ ସାଲିସ କରିପାରିବେ ନାହିଁ । ହୁଏତ ଆମେ କାହାରି ବିଚାର କରିପାରିବା ନାହିଁ ମାତ୍ର ସତ୍ୟ ସପକ୍ଷରେ ଠିଆ ହେବା ଖ୍ରୀଷ୍ଟ ବିଶ୍ୱାସୀର ଗୋଟିଏ ଗୁଣ ହେବା ଆବଶ୍ୟକ । 


ପ୍ରବାସୀର ଜୀବନ : ମୋଶା ହୁଏତ କେବେ ହେଲେ ଭାବି ନ ଥିବେ ଯେ ଦିନେ ତାଙ୍କୁ ଏଭଳି କିଛି କର୍ମ କରିବାକୁ ପଡ଼ିବ, ଯାହା ଦ୍ଵାରା ସେ ଫାରୋଙ୍କର ଶତ୍ରୁ ପାଲଟି ଯିବେ । ମୋଶାଙ୍କର ଉଦଯୋଗ ଗୋଟିଏ ଭୟଙ୍କର କାର୍ଯ୍ୟକୁ କଢ଼ାଇ ନେଲା । ସେ ଜଣେ ମିସ୍ରିୟର ମୃତ୍ୟୁର କାରଣ ହେଲେ, ସତ୍ୟ ସପକ୍ଷରେ ଠିଆ ହେବା ପାଇଁ ପ୍ରଭୁଙ୍କଠାରୁ ଜ୍ଞାନ ମାଗିବା ଆବଶ୍ୟକ । ନିଜ ଲୋକମାନଙ୍କ ପାଇଁ ସେ ଫାରୋଙ୍କ ପରିବାର ଚ୍ୟୁତ ହେବା ସହିତ ରାଜମହଲର ସୁଖ ଓ ସମୃଦ୍ଧିକୁ ଛାଡ଼ି ଏକ ପ୍ରବାସୀ ଭାବେ ମିଦୀୟନ ଦେଶରେ ବାସ କରିବାକୁ ଲାଗିଲେ । ପ୍ରକୃତରେ ଯେଉଁମାନେ ଈଶ୍ୱରଙ୍କ ଦ୍ଵାରା ମନୋନୀତ ଆଉ ପୃଥକୀକୃତ, ସେମାନଙ୍କ ଜୀବନରେ ଅନେକ ତ୍ୟାଗ ଆଉ ସଂଘର୍ଷ ଥାଏ, କାରଣ ସେସବୁ ଦ୍ଵାରା ହିଁ ଈଶ୍ଵର ସେମାନଙ୍କୁ ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଯାଉଥିବା ପରିସ୍ଥିତି ନିମନ୍ତେ ପ୍ରସ୍ତୁତ କରନ୍ତି । ତେଣୁ ଦୁଖର ଜୀବନ ମଧ୍ୟରେ ଆମେ ପ୍ରଭୁଙ୍କ ଇଛା ବୁଝିବା ପାଇଁ ଚେଷ୍ଟା କରୁ । 


ସୁରକ୍ଷାଦାତା ଈଶ୍ଵର

 ସୁରକ୍ଷାଦାତା ଈଶ୍ଵର

ଆଜିର ଚିନ୍ତା

ଯାତ୍ରା ୨:୧-୧୦


ଈଶ୍ଵରଙ୍କ ଯୋଜନାକୁ ସଫଳ କରିବା ଦିଗରେ ମୋର ଭୂମିକା କ'ଣ ?


ଇସ୍ରାଏଲର ଉଦ୍ଧାର ନିମନ୍ତେ, ପରମେଶ୍ୱର ମୋଶାଙ୍କୁ ବାଛିଲେ, କିନ୍ତୁ ଯାହାଙ୍କ ଦ୍ଵାରା ଇସ୍ରାଏଲର ଉଦ୍ଧାର ହେବାକୁ ଯାଉଥିଲା ସେହି ମୋଶାଙ୍କ ଶିଶୁ ଅବସ୍ଥା ଅତି ବିପଦପୂର୍ଣ୍ଣ ଥିଲା । କେତୋଟି ବିଶେଷ କାରଣରୁ ମୋଶାଙ୍କ ଜୀବନ ରକ୍ଷା ପାଇଥିଲେ ।  


ପରମେଶ୍ଵରଙ୍କ ସାହାଯ୍ୟ : ଯେତେବେଳେ ଫାରୋ ଇସ୍ରାଏଲର ସମସ୍ତ ନବଜାତ ପୁତ୍ର ସନ୍ତାନ ମାନଙ୍କୁ ମାରିଦେବା ପାଇଁ ଆଜ୍ଞା ଦେଲେ (ଆଦି ୧:୨୨) । ସେହି ସମୟରେ ମୋଶାଙ୍କର ଜନ୍ମ ହୋଇଥିଲା । ସେ ଅତି ସୁନ୍ଦର ଥିବାରୁ ତାଙ୍କ ମାତା ତାଙ୍କୁ ଲୁଚାଇ ରଖିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଲୁଚାଇ ନ ପାରି ମୋଶାଙ୍କୁ ଜୀବିତ ରଖିବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ । ମୋଶାଙ୍କୁ ଗୋଟିଏ ନଳନିର୍ମିତ ପେଡ଼ି ମଧ୍ୟରେ ନଦୀ ତୀରସ୍ଥ ନଳବନରେ ରଖିଲେ, ଆଉ ସମସ୍ତ ବିଷୟ ପ୍ରଭୁଙ୍କ ଉପରେ ଛାଡ଼ିଦେଲେ । ଯେତେବେଳେ ଫାରୋଙ୍କ କନ୍ୟା ମୋଶାଙ୍କୁ ପାଇଲେ, ସେତେବେଳେ ମୋଶାଙ୍କ ଭଉଣୀ ଶିଶୁଟିର ଯତ୍ନ ନେବା ପାଇଁ ଜଣେ ଏବ୍ରୀୟା ଧାତ୍ରୀକି ଡାକିକି ଆଣିଲେ, ଯେ ପ୍ରକୃତରେ ମୋଶାଙ୍କ ମାତା ଥିଲେ । ସେଦିନ ସେମାନଙ୍କ ଉପସ୍ଥିତ ବୃଦ୍ଧି ଏବଂ ପରମେଶ୍ଵରଙ୍କ ସାହାଯ୍ୟ ଦ୍ଵାରା ମୋଶାଙ୍କୁ ଗୋଟିଏ ନୂତନ ଜୀବନ ମିଳିଥିଲା । ଆମ ଜୀବନରେ ମଧ୍ୟ ଅନେକ ସମୟରେ ବଡ଼ ବଡ଼ ସମସ୍ୟା ସବୁ ଆସିଥାଏ । ତାହାର ସମ୍ମୁଖୀନ ହୋଇ ଉପଯୁକ୍ତ ପଦକ୍ଷେପ ଯେପରି ଆମେ ନେଇପାରିବା, ସେଥିପାଇଁ ପ୍ରଭୁଙ୍କଠାରୁ ଜ୍ଞାନ ଓ ବୁଦ୍ଧି ଭିକ୍ଷା କରୁ ପୁଣି ପ୍ରଭୁଙ୍କ ସାହାଯ୍ୟ ପ୍ରାର୍ଥନା କରୁ । 


ପରମେଶ୍ଵରଙ୍କ ଯୋଜନା : ପରମେଶ୍ୱର ଫାରୋଙ୍କର କନ୍ୟାଙ୍କ ହୃଦୟରେ ଶିଶୁ ମୋଶାଙ୍କ ପ୍ରତି ଦୟାର ଅନ୍ତକରଣ ଦେଲେ । ସେ ମୋଶାଙ୍କୁ ଏବ୍ରୀୟ ଜାଣି ମଧ୍ୟ ନିଜ ପୁତ୍ର ସ୍ୱରୂପେ ଗ୍ରହଣ କରିଲେ । ପରମେଶ୍ବର ତାଙ୍କୁ ଫାରୋଙ୍କ ଗୃହରେ ସୁରକ୍ଷିତ ରଖିଲେ କାରଣ ଫାରୋଙ୍କ ଗୃହ ଛଡ଼ା ମୋଶାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୁଏତ ଅନ୍ୟତ୍ର ନ ଥିଲା । ସେହି ବାଳକ ଦିନେ ଫାରୋଙ୍କ ଗୃହରେ ରହି ବୃଦ୍ଧି ପାଇବ ଓ ପରବର୍ତ୍ତୀ ସମୟରେ ଇସ୍ରାଏଲ ଜାତି ପ୍ରତି ଉଦ୍ଧାର କାର୍ଯ୍ୟ ସାଧନ କରିବ, ତାହାର କଳ୍ପନା ମଧ୍ୟ କେହି କରି ନ ଥିବେ । ତେଣୁ ପ୍ରଭୁଙ୍କର ଆଶ୍ଚର୍ଯ୍ୟ ଯୋଜନାକୁ ବୁଝିବା ମନୁଷ୍ୟ ପକ୍ଷରେ କଷ୍ଟକର । ଯେଉଁମାନେ ଈଶ୍ୱରଙ୍କୁ ଭୟ କରନ୍ତି, ଈଶ୍ଵର ସେମାନଙ୍କୁ ଉଦ୍ଧାର କରିବାକୁ ବହୁପୂର୍ବରୁ ଯୋଜନାଗୁଡିକ ପ୍ରସ୍ତୁତ କରନ୍ତି । ଏଣୁ ଆସନ୍ତୁ ଈଶ୍ୱରଙ୍କ ସାର୍ବଭୌମତ୍ୱକୁ ସ୍ଵୀକାର କରି ତାହାଙ୍କ ନିକଟରେ ଆପଣା ଗତି ସମର୍ପଣ କରୁ । 

ଗୌରବର କାର୍ଯ୍ୟ

 ଗୌରବର କାର୍ଯ୍ୟ

ଆଜିର ଚିନ୍ତା

ଲୁକ ୯:୩୭-୫୦


ଯୀଶୁ କ'ଣ ମୋ' ଜୀବନ ଦ୍ଵାରା ଗୌରବାନ୍ୱିତ ହୁଅନ୍ତି ? 


ଈଶ୍ୱରଙ୍କ ଇଚ୍ଛା ଓ ଯୋଜନାକୁ ବୁଝିବା ମନୁଷ୍ୟ ପକ୍ଷରେ କଷ୍ଟକର । ସବୁବେଳେ ଈଶ୍ୱର ଆମ୍ଭମାନଙ୍କୁ ତାଙ୍କ ବାକ୍ୟ ଦ୍ଵାରା ସଚେତନ କରୁଛନ୍ତି । 


ଶକ୍ତିର କାର୍ଯ୍ୟ : ଶିଷ୍ୟମାନେ ଯେଉଁ କାର୍ଯ୍ଯ କରିବାକୁ ଅସମର୍ଥ ହେଲେ, ଯୀଶୁ ନିଜେ ତାହା ସାଧନ କରିଥିଲେ । ସେ ଭୂତଗ୍ରସ୍ତ ବାଳକର ପିତାଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ପୁତ୍ରକୁ ସୁସ୍ଥ କରିବା ଦ୍ୱାରା ନିଜେ ମହାଶକ୍ତିର ପରିଚୟ ଦେଇଥିଲେ । ଯୀଶୁ ଏଠାରେ ଶିଷ୍ୟମାନଙ୍କୁ ସ୍ମରଣ କରାଇ ଦେଇଥିଲେ ଯେ, ଉପବାସ ଓ ପ୍ରାର୍ଥନା ବିନା କୌଣସି ଶକ୍ତିର କାର୍ଯ୍ୟ କରାଯାଇ ପାରେ ନାହିଁ, ଏହି ଶିକ୍ଷା ଆମ୍ଭମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଜଗତରେ ବିଜୟୀ ଜୀବନ କାଟିବାକୁ ହେଲେ, ଉପବାସ ଓ ପ୍ରାର୍ଥନା ଆମ ଜୀବନର ମୂଳ ମନ୍ତ୍ର ହେବା ପ୍ରୟୋଜନ ।


ଆତ୍ମିକ ଜ୍ଞାନ : ସୁସ୍ଥତା ପାଇଁ ବିଶ୍ଵାସର ଆବଶ୍ୟକତାକୁ ଯୀଶୁ ସବୁବେଳେ ଗୁରୁତ୍ବ ଦେଉଥିଲେ । ଯୀଶୁଙ୍କ ସାହାଯ୍ୟରେ ପିଲାଟି ସୁସ୍ଥତା ଲାଭ କରିଥିଲା, ମାତ୍ର ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟକୁ ଈଶ୍ୱରଙ୍କ ଉପସ୍ଥିତିର ଚିହ୍ନ ବୋଲି ନୁହେଁ କିନ୍ତୁ ବିସ୍ମୟର କାର୍ଯ୍ୟ ରୂପେ ଦେଖିଲେ, ଯୀଶୁ ତାଙ୍କ ଆଗମନର ଉଦ୍ଦେଶ୍ୟ, ମୃତ୍ୟୁ ତଥା ପୁନରୁତ୍ଥାନ ବିଷୟ ଶିଷ୍ୟମାନଙ୍କୁ କହିଲେ, ସେମାନେ ତାହା ବୁଝିପାରୁ ନ ଥିଲେ ଏବଂ ତାଙ୍କୁ ପରିବାର ମଧ୍ୟ ଭୟ କରୁଥିଲେ । ଆମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ବାକ୍ୟ ବୁଝିବାରେ ଅସମର୍ଥ ହେଲେ, ପ୍ରାର୍ଥନାରେ ପ୍ରଭୁଙ୍କୁ ଜ୍ଞାନ ମାଗିବା । ବାକ୍ୟକୁ ବୁଝିବାକୁ ଓ ଆତ୍ମିକ ଜ୍ଞାନରେ ବୃଦ୍ଧି ଲାଭ କରିବାକୁ ଈଶ୍ୱରଙ୍କ ଅନୁଗ୍ରହ ଓ ଦୟା ଭିକ୍ଷା କରିବା । 


ସବୁଠାରୁ ଶ୍ରେଷ୍ଠ : ଫଳ ଭାରରେ ବୃକ୍ଷ ନଇଁ ଗଲା ପରି ବିଶ୍ୱାସୀ ନମ୍ରଶୀଳ ହେବା ଆବଶ୍ୟକ । ଯଦିଓ ୪୪ ପଦରେ ନିଜର ଦୁଃଖଭୋଗ ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ସୂଚନା ଦେଇଥିଲେ କିନ୍ତୁ ତାହା ସେମାନେ ବୁଝିବାକୁ ଅସମର୍ଥ ଥିଲେ।  କାରଣ କିଏ ଶ୍ରେଷ୍ଠ ଏହି ବିଷୟରେ ସେମାନଙ୍କ ମଧ୍ୟରେ ବାଦାନୁବାଦ ଥିଲା, କିନ୍ତୁ ଯୀଶୁ ସେଦିନ ଶିଷ୍ୟମାନଙ୍କୁ ଗୋଟିଏ ସାନ ପିଲାର ଦୃଷ୍ଟାନ୍ତ ମାଧ୍ୟମରେ ବୁଝାଇ ଦେଇଥିଲେ, ଯେ ନିଜକୁ ସାନପିଲା ପରି ନମ୍ର କରେ, ସେ ଈଶ୍ୱରଙ୍କ ଦୃଷ୍ଟିରେ ଶ୍ରେଷ୍ଠ । ଛୋଟ ପିଲାପରି ସରଳ ଓ ନମ୍ର ହେଲେ ପ୍ରଭୁ ଆମକୁ ସେହି ଶ୍ରେଷ୍ଠ ସ୍ଥାନ ଦେବେ । 

ଗୌରବମୟ ସମୟ

 ଗୌରବମୟ ସମୟ

ଆଜିର ଚିନ୍ତା


ଲୁକ ୯:୨୮-୩୬


ଯୀଶୁଙ୍କ ମହିମାର କାର୍ଯ୍ୟ ମୁଁ ମୋ' ଜୀବନରେ ଅନୁଭବ କରିଛି କି ? 


ଯୀଶୁଙ୍କୁ ରୂପାନ୍ତରିତ ଘଟଣାଟି ତାଙ୍କର ଆଗାମୀ ମହିମାର ସୂଚନା ଦିଏ । ଯୀଶୁ ଏକାନ୍ତରେ ପ୍ରାର୍ଥନା କରିବାକୁ ପର୍ବତ ଉପରକୁ ଯାଉଥିଲେ । ଯେଉଁଠାରେ ସେ ପରମେଶ୍ଵରଙ୍କ ଉପସ୍ଥିତି ଅନୁଭବ କରୁଥିଲେ ଏବଂ କାର୍ଯ୍ୟ କରିବା ପାଇଁ ଶକ୍ତିପ୍ରାପ୍ତ ହେଉଥିଲେ । 


ଆଶ୍ଚର୍ଯ୍ୟ ଅନୁଭୁତି : ଯୀଶୁ ପର୍ବତ ଉପରେ ଶିଷ୍ୟମାନଙ୍କ ସହିତ ପ୍ରାର୍ଥନା କରୁଥିବା ସମୟରେ ତାଙ୍କ ବସ୍ତ୍ର ଉଜ୍ଜ୍ୱଳ ଓ ରୂପ ପରିବର୍ତ୍ତିତ ହେଲା। ସେଠାରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ସେମାନେ ମୋଶା, ଏଲୀୟ ଓ ଯୀଶୁଙ୍କୁ ଦେଖିଲେ । ସେମାନେ ଯୀଶୁଙ୍କୁ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରୁଥଲେ । ଶିଷ୍ୟମାନେ ସେଠାରେ ସାଧୂମାନଙ୍କର ଏକ ଐଶ୍ୱରୀୟ ପରିବେଶ ଅନୁଭବ କଲେ । ଏହି ପରିବେଶରେ ସେମାନେ ଅତିଶୟ ଆପ୍ୟାୟିତ ହେଲେ । ଯୀଶୁଙ୍କର ଗୌରବ ତାଙ୍କର ମୃତ୍ୟୁ ଦ୍ଵାରା ଜଗତ ସମ୍ମୁଖରେ ସୁପ୍ରମାଣିତ ହେଲା । ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ମଧ୍ୟକୁ ଆଣିବା ନିମନ୍ତେ ଯୀଶୁ କ୍ରୃଶ ଉପରେ ଗୌରବାନ୍ଵିତ ହେଲେ । ସେଦିନ ଯୀଶୁଙ୍କ ବିଷୟରେ ଏହି ଆକାଶବାଣୀ ହେଲା "ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶ୍ରବଣ କର" ।


ବାକ୍ୟର ଜ୍ଞାନ : ମୋଶା ବ୍ୟବସ୍ଥାର ପ୍ରତୀକ, ଏଲୀୟ ଭବିଷ୍ୟତବକ୍ତାମାନଙ୍କ ପ୍ରତୀକ । ବ୍ୟବସ୍ଥା ଓ ଭବିଷ୍ୟତବକ୍ତା ଯୀଶୁଙ୍କଠାରେ ସଫଳ ହେଲା । ମୋଶା ଓ ଏଲୀୟଙ୍କ କଥୋପକଥନ ଯୀଶୁଙ୍କ ମୃତ୍ୟୁ ଦ୍ଵାରା ସପ୍ରମାଣିତ ହେଲା । ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୃତ୍ୟୁବରଣ ପ୍ରକୃତ ଗୌରବ ଅଟେ । ଏହି ଦୁଃଖ ଭୋଗର ଆଭାସ ଯୀଶୁ ଶିଷ୍ୟମାନଙ୍କୁ ଦେଇଥିଲେ । ଯୀଶୁ ଜଗତକୁ କାହିଁକି ଆସିଛନ୍ତି, କ୍ରୃଶରେ ହତ ହେବାକୁ ଯାଉଛନ୍ତି ଓ ମୃତ୍ୟୁର ନାହୁଡ ଭାଙ୍ଗି ମୃତ୍ୟୁଞ୍ଜୟୀ ହେବେ ଏହି ନିଗୁଡ ବିଷୟ ସବୁ ସେଦିନ ଶିଷ୍ୟମାନଙ୍କୁ ଜଣାଇଥିଲେ । 


ଯୀଶୁ ନିତ୍ୟଜୀବି ଓ ସର୍ବତ୍ର ବିଦ୍ୟମାନ । ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ସ୍ଥାପିତ ନୂତନ ନିୟମ ମାନବଜାତିଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇଛି । 



ଶୟତାନର ନାମଗୁଡିକ

 

ଅଭିଯୋଗକାରୀ/ ଅପବାଦକଈଶ୍ବରଙ୍କ ସମ୍ମୁଖରେ ବିଶ୍ବାସୀମାନଙ୍କୁ ବିରୋଧ କରେ |ପ୍ରକାଶିତ ବାକ୍ୟ ୧୨:୧୦
ପ୍ରତିଦ୍ଵନ୍ଦୀ ଈଶ୍ବରଙ୍କ ବିରୁଦ୍ଧରେ ୧ ପିତର ୫:୮
ପୁରାତନ ନାଗ ଏଦନ ଉଦ୍ୟାନରେ ପ୍ରତାରଣାକାରୀ ପ୍ରକାଶିତ ବାକ୍ୟ ୧୨:୯; ୨୦:୨
ବାଆଲ୍ଜିବୂଲ୍ ଭୂତପତି ମାଥିଉ ୧୨:୨୪
ବିଲିୟାର ମୂଲ୍ୟହୀନ ୨ କରିନ୍ଥୀୟ ୬:୧୫
ଶୟତାନଅପବାଦକମାଥିଉ ୪:୧
ପ୍ରକାଣ୍ଡ ସର୍ପ ବିନାଶକାରୀ |ପ୍ରକାଶିତ ବାକ୍ୟ ୧୨:୩, ୭,୯
ଶତ୍ରୁବିରୋଧୀ |ମାଥିଉ ୧୩:୨୮
ମନ୍ଦଅନ୍ତର୍ନିହିତ ଭାବରେ ମନ୍ଦ |ଯୋହନ ୧୭:୧୫
ଜଗତ୍ପତିଜ୍ଞାନ ଚକ୍ଷୁ କୁ ଅନ୍ଧ କରିଅଛି ୨ କରିନ୍ଥୀୟ ୪:୪
ମିଥ୍ୟାବାଦୀସତ୍ୟକୁ ବିକୃତ କରେ |ଯୋହନ ୮:୪୪
ହତ୍ୟାକାରୀଲୋକଙ୍କୁ ଅନନ୍ତ ମୃତ୍ୟୁକୁ ନେଇଯାଏ |ଯୋହନ ୮:୪୪
ଭୂତପତି ପତିତ ଦୂତମାନଙ୍କର ନେତା ମାର୍କ ୩:୨୨
ଆକାଶ ମଣ୍ଡଳର ଅଧିପତି ଅନାଜ୍ଞାବହ ସନ୍ତାନମାନଙ୍କୁ ନିୟନ୍ତ୍ରଣ କରେ ଏଫିସୀୟ ୨:୧-୨
ଗର୍ଜନ କରୁଥିବା ସିଂହଯିଏ ଗ୍ରାସ କରେ ୧ ପିତର ୫:୮
ଏହି ଜଗତର ଅଧିପତି ବିଶ୍ୱର ବ୍ୟବସ୍ଥାକୁ ଶାସନ କରେ ଯୋହନ ୧୨:୩୧
ଶୟତାନ ପ୍ରତିଦ୍ଵନ୍ଦୀ୧ ତୀମଥି ୫:୧୫
ପରୀକ୍ଷକ ଲୋକଙ୍କୁ ପାପ କରିବାକୁ ଅନୁରୋଧ କରେ |୧ ଥେସଲନୀକୀୟ ୩:୫