BN

ଗୌରବର କାର୍ଯ୍ୟ

 ଗୌରବର କାର୍ଯ୍ୟ

ଆଜିର ଚିନ୍ତା

ଲୁକ ୯:୩୭-୫୦


ଯୀଶୁ କ'ଣ ମୋ' ଜୀବନ ଦ୍ଵାରା ଗୌରବାନ୍ୱିତ ହୁଅନ୍ତି ? 


ଈଶ୍ୱରଙ୍କ ଇଚ୍ଛା ଓ ଯୋଜନାକୁ ବୁଝିବା ମନୁଷ୍ୟ ପକ୍ଷରେ କଷ୍ଟକର । ସବୁବେଳେ ଈଶ୍ୱର ଆମ୍ଭମାନଙ୍କୁ ତାଙ୍କ ବାକ୍ୟ ଦ୍ଵାରା ସଚେତନ କରୁଛନ୍ତି । 


ଶକ୍ତିର କାର୍ଯ୍ୟ : ଶିଷ୍ୟମାନେ ଯେଉଁ କାର୍ଯ୍ଯ କରିବାକୁ ଅସମର୍ଥ ହେଲେ, ଯୀଶୁ ନିଜେ ତାହା ସାଧନ କରିଥିଲେ । ସେ ଭୂତଗ୍ରସ୍ତ ବାଳକର ପିତାଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ପୁତ୍ରକୁ ସୁସ୍ଥ କରିବା ଦ୍ୱାରା ନିଜେ ମହାଶକ୍ତିର ପରିଚୟ ଦେଇଥିଲେ । ଯୀଶୁ ଏଠାରେ ଶିଷ୍ୟମାନଙ୍କୁ ସ୍ମରଣ କରାଇ ଦେଇଥିଲେ ଯେ, ଉପବାସ ଓ ପ୍ରାର୍ଥନା ବିନା କୌଣସି ଶକ୍ତିର କାର୍ଯ୍ୟ କରାଯାଇ ପାରେ ନାହିଁ, ଏହି ଶିକ୍ଷା ଆମ୍ଭମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଜଗତରେ ବିଜୟୀ ଜୀବନ କାଟିବାକୁ ହେଲେ, ଉପବାସ ଓ ପ୍ରାର୍ଥନା ଆମ ଜୀବନର ମୂଳ ମନ୍ତ୍ର ହେବା ପ୍ରୟୋଜନ ।


ଆତ୍ମିକ ଜ୍ଞାନ : ସୁସ୍ଥତା ପାଇଁ ବିଶ୍ଵାସର ଆବଶ୍ୟକତାକୁ ଯୀଶୁ ସବୁବେଳେ ଗୁରୁତ୍ବ ଦେଉଥିଲେ । ଯୀଶୁଙ୍କ ସାହାଯ୍ୟରେ ପିଲାଟି ସୁସ୍ଥତା ଲାଭ କରିଥିଲା, ମାତ୍ର ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟକୁ ଈଶ୍ୱରଙ୍କ ଉପସ୍ଥିତିର ଚିହ୍ନ ବୋଲି ନୁହେଁ କିନ୍ତୁ ବିସ୍ମୟର କାର୍ଯ୍ୟ ରୂପେ ଦେଖିଲେ, ଯୀଶୁ ତାଙ୍କ ଆଗମନର ଉଦ୍ଦେଶ୍ୟ, ମୃତ୍ୟୁ ତଥା ପୁନରୁତ୍ଥାନ ବିଷୟ ଶିଷ୍ୟମାନଙ୍କୁ କହିଲେ, ସେମାନେ ତାହା ବୁଝିପାରୁ ନ ଥିଲେ ଏବଂ ତାଙ୍କୁ ପରିବାର ମଧ୍ୟ ଭୟ କରୁଥିଲେ । ଆମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ବାକ୍ୟ ବୁଝିବାରେ ଅସମର୍ଥ ହେଲେ, ପ୍ରାର୍ଥନାରେ ପ୍ରଭୁଙ୍କୁ ଜ୍ଞାନ ମାଗିବା । ବାକ୍ୟକୁ ବୁଝିବାକୁ ଓ ଆତ୍ମିକ ଜ୍ଞାନରେ ବୃଦ୍ଧି ଲାଭ କରିବାକୁ ଈଶ୍ୱରଙ୍କ ଅନୁଗ୍ରହ ଓ ଦୟା ଭିକ୍ଷା କରିବା । 


ସବୁଠାରୁ ଶ୍ରେଷ୍ଠ : ଫଳ ଭାରରେ ବୃକ୍ଷ ନଇଁ ଗଲା ପରି ବିଶ୍ୱାସୀ ନମ୍ରଶୀଳ ହେବା ଆବଶ୍ୟକ । ଯଦିଓ ୪୪ ପଦରେ ନିଜର ଦୁଃଖଭୋଗ ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ସୂଚନା ଦେଇଥିଲେ କିନ୍ତୁ ତାହା ସେମାନେ ବୁଝିବାକୁ ଅସମର୍ଥ ଥିଲେ।  କାରଣ କିଏ ଶ୍ରେଷ୍ଠ ଏହି ବିଷୟରେ ସେମାନଙ୍କ ମଧ୍ୟରେ ବାଦାନୁବାଦ ଥିଲା, କିନ୍ତୁ ଯୀଶୁ ସେଦିନ ଶିଷ୍ୟମାନଙ୍କୁ ଗୋଟିଏ ସାନ ପିଲାର ଦୃଷ୍ଟାନ୍ତ ମାଧ୍ୟମରେ ବୁଝାଇ ଦେଇଥିଲେ, ଯେ ନିଜକୁ ସାନପିଲା ପରି ନମ୍ର କରେ, ସେ ଈଶ୍ୱରଙ୍କ ଦୃଷ୍ଟିରେ ଶ୍ରେଷ୍ଠ । ଛୋଟ ପିଲାପରି ସରଳ ଓ ନମ୍ର ହେଲେ ପ୍ରଭୁ ଆମକୁ ସେହି ଶ୍ରେଷ୍ଠ ସ୍ଥାନ ଦେବେ । 

ଗୌରବମୟ ସମୟ

 ଗୌରବମୟ ସମୟ

ଆଜିର ଚିନ୍ତା


ଲୁକ ୯:୨୮-୩୬


ଯୀଶୁଙ୍କ ମହିମାର କାର୍ଯ୍ୟ ମୁଁ ମୋ' ଜୀବନରେ ଅନୁଭବ କରିଛି କି ? 


ଯୀଶୁଙ୍କୁ ରୂପାନ୍ତରିତ ଘଟଣାଟି ତାଙ୍କର ଆଗାମୀ ମହିମାର ସୂଚନା ଦିଏ । ଯୀଶୁ ଏକାନ୍ତରେ ପ୍ରାର୍ଥନା କରିବାକୁ ପର୍ବତ ଉପରକୁ ଯାଉଥିଲେ । ଯେଉଁଠାରେ ସେ ପରମେଶ୍ଵରଙ୍କ ଉପସ୍ଥିତି ଅନୁଭବ କରୁଥିଲେ ଏବଂ କାର୍ଯ୍ୟ କରିବା ପାଇଁ ଶକ୍ତିପ୍ରାପ୍ତ ହେଉଥିଲେ । 


ଆଶ୍ଚର୍ଯ୍ୟ ଅନୁଭୁତି : ଯୀଶୁ ପର୍ବତ ଉପରେ ଶିଷ୍ୟମାନଙ୍କ ସହିତ ପ୍ରାର୍ଥନା କରୁଥିବା ସମୟରେ ତାଙ୍କ ବସ୍ତ୍ର ଉଜ୍ଜ୍ୱଳ ଓ ରୂପ ପରିବର୍ତ୍ତିତ ହେଲା। ସେଠାରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ସେମାନେ ମୋଶା, ଏଲୀୟ ଓ ଯୀଶୁଙ୍କୁ ଦେଖିଲେ । ସେମାନେ ଯୀଶୁଙ୍କୁ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରୁଥଲେ । ଶିଷ୍ୟମାନେ ସେଠାରେ ସାଧୂମାନଙ୍କର ଏକ ଐଶ୍ୱରୀୟ ପରିବେଶ ଅନୁଭବ କଲେ । ଏହି ପରିବେଶରେ ସେମାନେ ଅତିଶୟ ଆପ୍ୟାୟିତ ହେଲେ । ଯୀଶୁଙ୍କର ଗୌରବ ତାଙ୍କର ମୃତ୍ୟୁ ଦ୍ଵାରା ଜଗତ ସମ୍ମୁଖରେ ସୁପ୍ରମାଣିତ ହେଲା । ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ମଧ୍ୟକୁ ଆଣିବା ନିମନ୍ତେ ଯୀଶୁ କ୍ରୃଶ ଉପରେ ଗୌରବାନ୍ଵିତ ହେଲେ । ସେଦିନ ଯୀଶୁଙ୍କ ବିଷୟରେ ଏହି ଆକାଶବାଣୀ ହେଲା "ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶ୍ରବଣ କର" ।


ବାକ୍ୟର ଜ୍ଞାନ : ମୋଶା ବ୍ୟବସ୍ଥାର ପ୍ରତୀକ, ଏଲୀୟ ଭବିଷ୍ୟତବକ୍ତାମାନଙ୍କ ପ୍ରତୀକ । ବ୍ୟବସ୍ଥା ଓ ଭବିଷ୍ୟତବକ୍ତା ଯୀଶୁଙ୍କଠାରେ ସଫଳ ହେଲା । ମୋଶା ଓ ଏଲୀୟଙ୍କ କଥୋପକଥନ ଯୀଶୁଙ୍କ ମୃତ୍ୟୁ ଦ୍ଵାରା ସପ୍ରମାଣିତ ହେଲା । ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୃତ୍ୟୁବରଣ ପ୍ରକୃତ ଗୌରବ ଅଟେ । ଏହି ଦୁଃଖ ଭୋଗର ଆଭାସ ଯୀଶୁ ଶିଷ୍ୟମାନଙ୍କୁ ଦେଇଥିଲେ । ଯୀଶୁ ଜଗତକୁ କାହିଁକି ଆସିଛନ୍ତି, କ୍ରୃଶରେ ହତ ହେବାକୁ ଯାଉଛନ୍ତି ଓ ମୃତ୍ୟୁର ନାହୁଡ ଭାଙ୍ଗି ମୃତ୍ୟୁଞ୍ଜୟୀ ହେବେ ଏହି ନିଗୁଡ ବିଷୟ ସବୁ ସେଦିନ ଶିଷ୍ୟମାନଙ୍କୁ ଜଣାଇଥିଲେ । 


ଯୀଶୁ ନିତ୍ୟଜୀବି ଓ ସର୍ବତ୍ର ବିଦ୍ୟମାନ । ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ସ୍ଥାପିତ ନୂତନ ନିୟମ ମାନବଜାତିଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇଛି । 



ଶୟତାନର ନାମଗୁଡିକ

 

ଅଭିଯୋଗକାରୀ/ ଅପବାଦକଈଶ୍ବରଙ୍କ ସମ୍ମୁଖରେ ବିଶ୍ବାସୀମାନଙ୍କୁ ବିରୋଧ କରେ |ପ୍ରକାଶିତ ବାକ୍ୟ ୧୨:୧୦
ପ୍ରତିଦ୍ଵନ୍ଦୀ ଈଶ୍ବରଙ୍କ ବିରୁଦ୍ଧରେ ୧ ପିତର ୫:୮
ପୁରାତନ ନାଗ ଏଦନ ଉଦ୍ୟାନରେ ପ୍ରତାରଣାକାରୀ ପ୍ରକାଶିତ ବାକ୍ୟ ୧୨:୯; ୨୦:୨
ବାଆଲ୍ଜିବୂଲ୍ ଭୂତପତି ମାଥିଉ ୧୨:୨୪
ବିଲିୟାର ମୂଲ୍ୟହୀନ ୨ କରିନ୍ଥୀୟ ୬:୧୫
ଶୟତାନଅପବାଦକମାଥିଉ ୪:୧
ପ୍ରକାଣ୍ଡ ସର୍ପ ବିନାଶକାରୀ |ପ୍ରକାଶିତ ବାକ୍ୟ ୧୨:୩, ୭,୯
ଶତ୍ରୁବିରୋଧୀ |ମାଥିଉ ୧୩:୨୮
ମନ୍ଦଅନ୍ତର୍ନିହିତ ଭାବରେ ମନ୍ଦ |ଯୋହନ ୧୭:୧୫
ଜଗତ୍ପତିଜ୍ଞାନ ଚକ୍ଷୁ କୁ ଅନ୍ଧ କରିଅଛି ୨ କରିନ୍ଥୀୟ ୪:୪
ମିଥ୍ୟାବାଦୀସତ୍ୟକୁ ବିକୃତ କରେ |ଯୋହନ ୮:୪୪
ହତ୍ୟାକାରୀଲୋକଙ୍କୁ ଅନନ୍ତ ମୃତ୍ୟୁକୁ ନେଇଯାଏ |ଯୋହନ ୮:୪୪
ଭୂତପତି ପତିତ ଦୂତମାନଙ୍କର ନେତା ମାର୍କ ୩:୨୨
ଆକାଶ ମଣ୍ଡଳର ଅଧିପତି ଅନାଜ୍ଞାବହ ସନ୍ତାନମାନଙ୍କୁ ନିୟନ୍ତ୍ରଣ କରେ ଏଫିସୀୟ ୨:୧-୨
ଗର୍ଜନ କରୁଥିବା ସିଂହଯିଏ ଗ୍ରାସ କରେ ୧ ପିତର ୫:୮
ଏହି ଜଗତର ଅଧିପତି ବିଶ୍ୱର ବ୍ୟବସ୍ଥାକୁ ଶାସନ କରେ ଯୋହନ ୧୨:୩୧
ଶୟତାନ ପ୍ରତିଦ୍ଵନ୍ଦୀ୧ ତୀମଥି ୫:୧୫
ପରୀକ୍ଷକ ଲୋକଙ୍କୁ ପାପ କରିବାକୁ ଅନୁରୋଧ କରେ |୧ ଥେସଲନୀକୀୟ ୩:୫

Names of Satan


शैतान के नाम :
दोष लगानेवाला
परमेश्वर के सामने विश्वासियों का विरोध करता है
प्रकाशितवाक्‍य 12:10
विरोधीपरमेश्वर के विरुद्ध1 पतरस 5:8
पुराना सांपवाटिकाप्रकाशितवाक्‍य 12:9, 20:2
बीलेज़ेबुलमक्खी का परमेश्वरमत्ती 12:24
बलियालबेकार2 कुरिन्थियों 6:15
शैताननिन्दकमत्ती 4:1
अजगरविनाशकारीप्रकाशितवाक्‍य 12:3, 7, 9
बैरीविरोधीमत्ती 13:28
दुष्टआंतरिक रूप से दुष्टयुहन्ना 17:15
संसार का ईश्वरसंसार की सोच को प्रभावित करता है2 कुरिन्थियों 4:4
झूठासत्य को विकृत करता हैयुहन्ना 8:44
हत्यारालोगों को अनन्त मृत्यु की ओर ले जाता हैयुहन्ना 8:44
दुष्‍टात्क़ाओं के सरदारगिरे हुए स्वर्गदूतों के अगुआमरकुस 3:22
गर्जनेवाला सिंहनष्ट करने वाला1 पतरस 5:8
इस संसार का शासकविश्व व्यवस्था में शासन करता हैयूहन्ना 12:31
शैतानविरोधी1 तीमुथियुस 5:15
प्रलोभकलोगों को पाप करने के लिए कहता है1 थिस्सलुनीकियों 3:5

ପ୍ରକୃତ ଶିଷ୍ୟତ୍ଵ

 ପ୍ରକୃତ ଶିଷ୍ୟତ୍ଵ

ଆଜିର ଚିନ୍ତା

ଲୁକ ୯: ୧୮-୨୭

ଯୀଶୁଙ୍କ ବାସ୍ତବତା, ମୁଁ ଜୀବନରେ ଉପଲବ୍ଧି କରିଛି କି ? 


ଥରେ ଯୀଶୁ ଶିଷ୍ୟମାନଙ୍କ ସହିତ ନିରୋଳାରେ ପ୍ରାର୍ଥନା କରୁଥିବା ସମୟରେ ସେମାନଙ୍କୁ ପଚାରିଲେ "ଲୋକେ ମୋ ବିଷୟରେ କ'ଣ କହନ୍ତି ?" ସତରେ, ଏହି ଜଟିଳ ପ୍ରଶ୍ନର ଉତ୍ତର କେବଳ ପ୍ରାର୍ଥନା ଦ୍ଵାରା ହିଁ ମିଳିଥାଏ । ଜଣକ ବିଷୟରେ ଜାଣିବା ଏବଂ ବ୍ୟକ୍ତିଗତ ରୂପେ ଜଣକୁ ଜାଣିବା ମଧ୍ୟରେ ଅନେକ ଭିନ୍ନତା ରହିଛି । ଜଣଙ୍କୁ ଜାଣିବା ପାଇଁ ଏକ ବାସ୍ତବ ଅନ୍ତରଙ୍ଗ ସମ୍ପର୍କ ଆବଶ୍ୟକ । ଯେଉଁମାନେ ତାହାଙ୍କ ସହିତ ନିବିଡ଼ ସମ୍ପର୍କ ରଖିଛନ୍ତି, ସେମାନେ ତାହାଙ୍କୁ ବ୍ୟକ୍ତିଗତ ରୂପେ, ସେ ଯେ ଈଶ୍ୱରଙ୍କ ପୁତ୍ର ଓ ଜଗତର ଏକମାତ୍ର ପରିତ୍ରାଣକର୍ତ୍ତା ତାହା ଜାଣିପାରନ୍ତି । 


ଶିଷ୍ୟ ହେବାର ଯୋଗ୍ୟତା : ଆଜିର ଶାସ୍ତ୍ରାଂଶରେ, ଯୀଶୁ ନିଜର ବାସ୍ତବତାକୁ ଶିଷ୍ୟମାନଙ୍କ ମଧ୍ୟରେ ପ୍ରକାଶ କରୁଛନ୍ତି, ଯେପରି ସେମାନେ ତାହା ନିଜ ଜୀବନରେ ଉପଲବ୍ଧି କରିବେ । ଯୀଶୁଙ୍କ ଶିଷ୍ୟ ହେବାର ଯୋଗ୍ୟତା ହେଉଛି, ନିଜକୁ ଅସ୍ବୀକାର କରି, ଈଶ୍ୱରଙ୍କ ବାଧ୍ୟ ହେବା ନିମନ୍ତେ ନିଜକୁ ତାହାଙ୍କଠାରେ ସମ୍ପର୍ଣ୍ଣ ରୂପେ ସମର୍ପଣ କରିବା । ତେବେ ଈଶ୍ୱର ଗୌରବାନ୍ଵିତ ହେବେ ଏବଂ ସେହି ଜୀବନ ଅନନ୍ତକାଳ ଈଶ୍ୱରଙ୍କ ସହିତ ବସବାସ କରିବ । ଖ୍ରୀଷ୍ଟିୟାନ ଜୀବନରେ ସର୍ବଦା ରହିଛି ଅନେକ ଦୁଃଖ, ସମସ୍ୟା ଓ ମୃତ୍ୟୁର ଭୟ । ଯୀଶୁ ହିଁ ଆମର ଆଦର୍ଶ, ତେଣୁ ତାଙ୍କ ଆଡ଼କୁ ଲକ୍ଷ୍ୟ କରି ଜୀବନରେ ଆମେ ଆଗେଇବା ଉଚିତ । 


ଶିଷ୍ୟ ନିମନ୍ତେ ଚେତନାବାଣୀ : ଯଦି ଏ ଜଗତରେ ଖ୍ରୀଷ୍ଟଙ୍କ ସମ୍ବାଦ ଅନ୍ୟ ନିକଟରେ ପ୍ରକାଶ କରିବା ପାଇଁ ଲଜ୍ଜାବୋଧ କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କ ବିଷୟରେ ଲଜ୍ଜାବୋଧ କରିବେ । ତେଣୁ ଖ୍ରୀଷ୍ଟଙ୍କ ସୁସମାଚାର ଅନ୍ୟ ନିକଟରେ ପ୍ରଚାର କରିବାର ଗୁରୁଦାୟିତ୍ୱ ଆମ୍ଭମାନଙ୍କୁ ଦିଆଯାଇଛି, ଏହାକୁ ଆମେ କେତେ ଗୁରୁତ୍ବ ଦେଉଛୁ ? ନା ହେଳା ଭାବରେ ଆମେ ଏହାକୁ ନିର୍ବାହ କରୁଛୁ ? ପ୍ରଭୁ ଯେ ଏକମାତ୍ର ପଥ, ସତ୍ୟ ଓ ଜୀବନ ଏହି ସତ୍ୟତାକୁ ସର୍ବଜଗତ ସମ୍ମୁଖରେ ପ୍ରକାଶ କରିବା ଆମର ପ୍ରଧାନ କର୍ତ୍ତବ୍ୟ । 


ଯୀଶୁଙ୍କୁ ନିଜ ଜ୍ଞାନ ମଧ୍ୟରେ ସୀମିତ ନ ରଖି, ବାସ୍ତବ ଜୀବନରେ ତାହାଙ୍କ ସହିତ ନିବିଡ଼ ସମ୍ପର୍କରେ ବାନ୍ଧି ହୋଇ, ପ୍ରଭୁଙ୍କର ପ୍ରକୃତ ପରିଚୟ ନିଜ ପରିବାର ମଧ୍ୟରେ, ସମାଜ ମଧ୍ୟରେ ପୁଣି ଜଗତବାସୀ ସମ୍ମୁଖରେ ପ୍ରକାଶ କରିବା ।