BN

What is the Difference between Faith and Blind Faith???


 

ଆବଶ୍ୟକୀୟ ଆଣ୍ଟିନା

 ଆବଶ୍ୟକୀୟ  ଆଣ୍ଟିନା

୧ ଯୋହନ ୧:୧-୪


       ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ, ସେହି ଅନନ୍ତ ଜୀବନ…ତୁମ୍ଭ ମାନକୁ ଜଣାଉଛୁ  । (୧ ଯୋହନ ୧:୨)


'ଜୀବନର ଅର୍ଥ କ'ଣ?' ଏହି ପ୍ରଶ୍ନର ଆପଣ କି ଉତ୍ତର ଦେବେ? ଇଂଲଣ୍ଡର ଯୋନାଥନ୍ ଗାବେ ଏହି ପ୍ରଶ୍ନର ଉତ୍ତରରେ ବିଭିନ୍ନ ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ଉକ୍ତି ସମ୍ବଳିତ ଏକ ପୁସ୍ତକ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏକ ମଣ୍ଡଳୀ ନେତା-ସେ ଏହାର ଉତ୍ତରରେ ଏକ ମନଛୁଆଁ ସାକ୍ଷ୍ୟ ପ୍ରଦାନ କରିଥିଲେ ସେ କହିଲେ, ସେ ସାନ ଥିଲାବେଳେ ତାଙ୍କ ପରିବାର ସହିତ କଳାଧଳା ଟେଲିଭଜନ ରେ କାର୍ଯ୍ୟକ୍ରମ ଦେଖୁଥିଲେ । ଆଉ ସେଥିରେ ଚିତ୍ର ସବୁ ଅନେକ ସମୟରେ ଝାପସା ଦେଖାଯାଉଥିଲା । ଦିନେ ସେମାନେ ଜାଣିବାକୁ ପାଇଲେ ଯେ, ଘର ବାହାରେ ଗୋଟିଏ ଅଣ୍ଟିନା ଲଗାଇଲେ, ଚିତ୍ର ସବୁ ପରିଷ୍କାର ଦେଖାଯିବ । ଏହା ଜାଣି ସେମାନଙ୍କର ଖୁସୀର ସୀମା ରହିଲା ନାହିଁ, କାରଣ ସେମାନେ ସ୍ପଷ୍ଟ ତଥା ପରିଷ୍କାର ଚିତ୍ର ସବୁ ଦେଖି ପାରିବେ ।  ଏହି ସମୟରେ ତାଙ୍କ ମନରେ ଏକ ତୁଳାତ୍ମକ ଭାବ ଜାତ ହେଲା । 'ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଈଶ୍ବରଙ୍କ ସହିତ ଏକ ସମ୍ପର୍କ ବିହୀନ ଜୀବନ ହେଉଛି ଆଣ୍ଟିନା ବିହୀନ ଟେଲିଭଜନ ସଦୃଶ ।' 

        ଯୀଶୁ ଖ୍ରୀଷ୍ଟଙ୍କଠାରେ ଓ ଶାସ୍ତ୍ରରେ ପ୍ରକାଶିତ ଈଶ୍ୱର ଏବଂ ତାଙ୍କ ଉଦ୍ଦେଶ୍ୟସମୂହର ଜ୍ଞାନର ଅଭାବରେ, ଆମେ ମରଣଶୀଳ ମନୁଷ୍ୟ ଆମର ପାପ ପୂର୍ଣ୍ଣ ମନରେ ଆମର ପବିତ୍ର ସୃଷ୍ଟିକର୍ତ୍ତା ଅଦୃଶ୍ୟ ପରମେଶ୍ବରଙ୍କର କେବଳ ଏକ ଅସ୍ପଷ୍ଟ ଛବି ଦେଖିପାରୁ । ମାତ୍ର ଆମେ ଯେତେବେଳେ ବାଇବଲ ପାଠ କରୁ ଓ ମନୁଷ୍ୟ ଶରୀର ଧାରଣ  କରିଥିବା ଈଶ୍ବରଙ୍କ ସମ୍ମୁଖକୁ ଆସୁ, ସେତେବେଳେ ସେହି ଅସ୍ପଷ୍ଟତା ଉଭେଇ ଯାଏ ଓ ସବୁ କିଛି ସ୍ପଷ୍ଟ ପରିଷ୍କାର ହୋଇଯାଏ । କାରଣ ପରିତ୍ରାଣକର୍ତ୍ତା ନିଜେ ଘୋଷଣା କରିଛନ୍ତି, 'ଯେ ମୋତେ ଦେଖିଛି, ସେ ମୋ' ସ୍ବର୍ଗସ୍ଥ ପିତାଙ୍କୁ ଦେଖିଛି' (ଯୋହନ ୧୪:୯) । ଆପଣ ଈଶ୍ବରଙ୍କ ବାକ୍ୟ ମଧ୍ୟରେ ଯୀଶୁଙ୍କୁ କ'ଣ ପରିଷ୍କାର ଦେଖିଛନ୍ତି ? ଯଦି ଦେଖିଛନ୍ତି, ତେବେ ଆପଣ କ'ଣ ତାଙ୍କୁ ଦେଖିବାକୁ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି ? (୧ଯୋହନ ୧:୧-୩, ପ୍ରେରିତ ୧:୮)।

ପରମେଶ୍ଵରଙ୍କ ବାଡି

 The Rod of God!!!


ପରମେଶ୍ଵରଙ୍କ ଲୋକମାନେ କର୍ତ୍ତୃପକ୍ଷଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଗ୍ରହଣ କରିଥିଲେ ଯେତେବେଳେ ସେମାନେ ବ୍ୟବସ୍ଥା ପାଇଁ ପରମେଶ୍ଵରଙ୍କୁ ବିଶ୍ୱାସ କରିବାକୁ ଶିଖିଥିଲେ | ବାରମ୍ବାର ପ୍ରଭୁ ଯାହା ଆବଶ୍ୟକ କରନ୍ତି ତାହା ପ୍ରଦାନ କଲେ, ଏହିପରି ସେମାନଙ୍କୁ ନେତୃତ୍ୱ ନେବାର ଅଧିକାର ପ୍ରଦର୍ଶନ କଲେ |


ମୋଶା ଚରମ କର୍ତ୍ତୃତ୍ୱ ଭାବରେ ପରମେଶ୍ଵରଙ୍କ ଉପରେ ନିର୍ଭର କରିବାକୁ ଶିଖିଲେ | ମୋଶାଙ୍କ ମହାନତାର ଏକ ଚାବି ହେଉଛି: "ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ" (ଯାତ୍ରାପୁସ୍ତକ ୧୭:୪)। ନେତାମାନେ ସେମାନଙ୍କର କର୍ତ୍ତୃତ୍ୱ ଅର୍ଜନ କରନ୍ତି; ଅଳ୍ପ କିଛି ବ୍ୟକ୍ତି ଏହାକୁ ଅନ୍ୟ କାହାକୁ ମଧ୍ୟ ଦିଅନ୍ତି | ପରମେଶ୍ଵର ତାଙ୍କ ଲୋକଙ୍କ ବିଶ୍ୱାସ ଅର୍ଜନ କରିଥିଲେ ଏବଂ ଅନେକଙ୍କ ମାଧ୍ୟମରେ ତାଙ୍କର କର୍ତ୍ତୃତ୍ୱ "ଅର୍ଜନ" କରିଥିଲେ:


  • ଉତ୍ପାଦନ: ସେ ତାଙ୍କ ଲୋକମାନଙ୍କ ପାଇଁ ସୁରକ୍ଷିତ ଭାବରେ ସୁଫ ସାଗର ଅତିକ୍ରମ କରିବାକୁ ଏକ ଉପାୟ କରିଥିଲେ |  (ଯାତ୍ରାପୁସ୍ତକ ୧୪:୧୫-୧୬)

  • ସୁରକ୍ଷା: ସେ ସୁଫ ସାଗରରେ ମିସର ସେନାକୁ ହଟାଇ ଦେଇଥିଲେ। (ଯାତ୍ରାପୁସ୍ତକ ୧୪:୧୮-୨୦)

  • ବ୍ୟବସ୍ଥା: ସେ ଲୋକମାନଙ୍କୁ ଖାଇବା ପାଇଁ ମାନ୍ନା ଏବଂ ମାଂସ ପ୍ରଦାନ କରିଥିଲେ |  (ଯାତ୍ରାପୁସ୍ତକ ୧୬:୪)

  • ସମସ୍ୟା ସମାଧାନ: ସେ ଏକ ପଥରରୁ ପାଣି ଉତ୍ପାଦନ କରିଥିଲେ । (ଯାତ୍ରାପୁସ୍ତକ ୧୭:୫-୬)



Source: Maxwell Leadership Study Bible

परमेश्वर की लाठी

 The Rod of God

परमेश्वर के लोगों ने अधिकार पर एक महत्वपूर्ण सबक प्राप्त किया जब उन्होंने प्रावधान के लिए परमेश्वर पर भरोसा करना सीखा। बार-बार प्रभु ने उन्हें वह प्रदान किया जिसकी उन्हें आवश्यकता थी, इस प्रकार उनका नेतृत्व करने के अपने अधिकार का प्रदर्शन किया।

मूसा ने परम अधिकार के रूप में परमेश्वर पर निर्भर रहना सीखा। मूसा की महानता की एक कुंजी यह कथन है: "मूसा ने यहोवा की दोहाई दी" (निर्गमन 17:4)। अगुए अपना अधिकार अर्जित करते हैं; कुछ ही व्यक्ति इसे किसी और को देते हैं। परमेश्वर ने अपने लोगों का विश्वास अर्जित किया और कई माध्यमों से अपने अधिकार को "अर्जित" किया:


  1.  उत्पादन : उसने अपने लोगों के लिए लाल सागर को सुरक्षित रूप से पार करने का मार्ग बनाया। निर्गमन 14:15-16

  2. सुरक्षा: उसने लाल सागर में मिस्र की सेना का सफाया कर दिया। निर्गमन 14:18-20

  3. व्यवस्था: उसने लोगों को खाने के लिए मन्ना और बटेर प्रदान किया। निर्गमन 16:4

  4. समस्या का समाधान: उसने एक चट्टान से पानी उत्पन्न किया। निर्गमन 17:5-6

    

Source : Maxwell Leadership Study Bible
 


ମଣ୍ଡଳୀର ସଭ୍ୟପଦ

ମଣ୍ଡଳୀର ସଭ୍ୟପଦ

୧ କରୀନ୍ତିୟ ୧୨: ୧୨-୨୭


ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର, ଆଉ ଏକ ଏକ ଜଣ ଏକ ଏକ ଅଙ୍ଗ ସ୍ଵରୂପ । (୧ କରୀନ୍ତିୟ ୧୨:୨୭)


ଥରେ ଏକ ଆଲୋଚନା ସମୟରେ ଗୋଟିଏ ଦମ୍ପତି ମନ୍ତବ୍ୟ  ଦେଲେ ଯେ, "ଆମେ କୌଣସି ମଣ୍ଡଳୀର ସଭ୍ୟ ହେବାକୁ ଚାହୁଁନୁ । ମଣ୍ଡଳୀର ସଭ୍ୟପଦ କ'ଣ ଆମକୁ ସ୍ବର୍ଗକୁ ନେବ?"


ଏହା ସତ ଯେ, ବାଇବଲ ଆମକୁ କୌଣସି ନିର୍ଦ୍ଦିଷ୍ଟ ଗୀର୍ଜାସ୍ଥିତ ମଣ୍ଡଳୀରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଏ ନାହିଁ, କାରଣ ସମବେତ ବିଶ୍ବାସୀମନେ ହିଁ ଖ୍ରୀଷ୍ଟଙ୍କ  ମଣ୍ଡଳୀ ଅଟନ୍ତି (ଏଫିସୀ ୧: ୨୨,୨୩), ସେମାନେ ଯେକୌଣସି ସ୍ଥାନରେ  ସମବେତ ହୁଅନ୍ତୁ ନା କାହିଁକି ବାଇବଲ ନିର୍ଦ୍ଦେଶ ଦିଏ ଯେ,  ପ୍ରତ୍ୟେକ ଖ୍ରୀଷ୍ଟିୟାନ ବ୍ୟକ୍ତି ବିଶ୍ବାସୀମାନଙ୍କର ଏକ ଦଳରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବା ଉଚିତ୍, ଯଦ୍ଦ୍ୱାରା ସେମାନେ ଏକତ୍ର ବାପ୍ତିସ୍ମ, ପ୍ରଭୁଭୋଜ, ଈଶ୍ଵରଙ୍କ ବାକ୍ୟ ପଠନ, ଉପାସନା ଓ ପ୍ରାର୍ଥନା କରିପାରିବେ ଏବଂ ପରସ୍ପରର ଆତ୍ମିକ ଦାନରେ ସହଭାଗୀ ହେବେ ତଥା ପରସ୍ପରର ଭାର ବହନ କରିପାରିବେ । ଏହା ଦ୍ୱାରା ସେମାନେ ଖ୍ରୀଷ୍ଟଙ୍କ ସହିତ ଏକୀଭୂତ ହୋଇ ପାରିବେ (ପ୍ରେରିତ ୨:୪୧-୪୭, ୧ କରିନ୍ତିୟ  ୧୧:୨୬)


ପ୍ରତ୍ୟେକ ସ୍ଥାନୀୟ ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀରର ଏକ କ୍ଷୁଦ୍ର ପ୍ରତିରୂପ ଅଟେ ଓ ତାହା ଖ୍ରୀଷ୍ଟଙ୍କୁ ଜଗତ ସମ୍ମୁଖରେ ଉପସ୍ଥାପିତ କରେ (୧ କରି ୨:୧୨-୩୧)। ସକ୍ରିୟ ସହଭାଗିତା ପ୍ରତି ସମର୍ପିତ ହେବା ବାଇବଲ ସମ୍ମତ ଅଟେ । ଖ୍ରୀଷ୍ଟଙ୍କ ଲୋକମାନଙ୍କ ସହଭାଗିତାରେ ଅଂଶ ଗ୍ରହଣ କରିବା ଦ୍ଵାରା ପ୍ରତ୍ୟେକ ବିଶ୍ବାସୀ ଖ୍ରୀଷ୍ଟଙ୍କ ଶରୀର ସହିତ ଏକୀଭୂତ ହୁଏ । ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଜୀବନ୍ତ ଶରୀର ଓ ଆମ୍ଭେମାନେ ତାହାର ଅଙ୍ଗପ୍ରତ୍ୟଙ୍ଗ ଅଟୁ । ଅର୍ଥାତ୍, ଆମେ ଯଦି ଶରୀର ବାହାରେ ରହିବୁ, ତେବେ ମଣ୍ଡଳୀ ରୂପ ଶରୀରକୁ ଈଶ୍ଵର ଯେତେବେଳେ ଗ୍ରହଣ କରିବେ, ତେବେ ଆମ ଅବସ୍ଥା କ'ଣ ହେବ? ଏଣୁ ଆମେ ନିଶ୍ଚିତ  ହେବା ଆବଶ୍ୟକ ଯେ, ଆମେ କୌଣସି ନା କୌଣସି ମଣ୍ଡଳୀ ସହ ସଂଯୁକ୍ତ ।