BN

ମଣ୍ଡଳୀର ସଭ୍ୟପଦ

ମଣ୍ଡଳୀର ସଭ୍ୟପଦ

୧ କରୀନ୍ତିୟ ୧୨: ୧୨-୨୭


ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର, ଆଉ ଏକ ଏକ ଜଣ ଏକ ଏକ ଅଙ୍ଗ ସ୍ଵରୂପ । (୧ କରୀନ୍ତିୟ ୧୨:୨୭)


ଥରେ ଏକ ଆଲୋଚନା ସମୟରେ ଗୋଟିଏ ଦମ୍ପତି ମନ୍ତବ୍ୟ  ଦେଲେ ଯେ, "ଆମେ କୌଣସି ମଣ୍ଡଳୀର ସଭ୍ୟ ହେବାକୁ ଚାହୁଁନୁ । ମଣ୍ଡଳୀର ସଭ୍ୟପଦ କ'ଣ ଆମକୁ ସ୍ବର୍ଗକୁ ନେବ?"


ଏହା ସତ ଯେ, ବାଇବଲ ଆମକୁ କୌଣସି ନିର୍ଦ୍ଦିଷ୍ଟ ଗୀର୍ଜାସ୍ଥିତ ମଣ୍ଡଳୀରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଏ ନାହିଁ, କାରଣ ସମବେତ ବିଶ୍ବାସୀମନେ ହିଁ ଖ୍ରୀଷ୍ଟଙ୍କ  ମଣ୍ଡଳୀ ଅଟନ୍ତି (ଏଫିସୀ ୧: ୨୨,୨୩), ସେମାନେ ଯେକୌଣସି ସ୍ଥାନରେ  ସମବେତ ହୁଅନ୍ତୁ ନା କାହିଁକି ବାଇବଲ ନିର୍ଦ୍ଦେଶ ଦିଏ ଯେ,  ପ୍ରତ୍ୟେକ ଖ୍ରୀଷ୍ଟିୟାନ ବ୍ୟକ୍ତି ବିଶ୍ବାସୀମାନଙ୍କର ଏକ ଦଳରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବା ଉଚିତ୍, ଯଦ୍ଦ୍ୱାରା ସେମାନେ ଏକତ୍ର ବାପ୍ତିସ୍ମ, ପ୍ରଭୁଭୋଜ, ଈଶ୍ଵରଙ୍କ ବାକ୍ୟ ପଠନ, ଉପାସନା ଓ ପ୍ରାର୍ଥନା କରିପାରିବେ ଏବଂ ପରସ୍ପରର ଆତ୍ମିକ ଦାନରେ ସହଭାଗୀ ହେବେ ତଥା ପରସ୍ପରର ଭାର ବହନ କରିପାରିବେ । ଏହା ଦ୍ୱାରା ସେମାନେ ଖ୍ରୀଷ୍ଟଙ୍କ ସହିତ ଏକୀଭୂତ ହୋଇ ପାରିବେ (ପ୍ରେରିତ ୨:୪୧-୪୭, ୧ କରିନ୍ତିୟ  ୧୧:୨୬)


ପ୍ରତ୍ୟେକ ସ୍ଥାନୀୟ ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀରର ଏକ କ୍ଷୁଦ୍ର ପ୍ରତିରୂପ ଅଟେ ଓ ତାହା ଖ୍ରୀଷ୍ଟଙ୍କୁ ଜଗତ ସମ୍ମୁଖରେ ଉପସ୍ଥାପିତ କରେ (୧ କରି ୨:୧୨-୩୧)। ସକ୍ରିୟ ସହଭାଗିତା ପ୍ରତି ସମର୍ପିତ ହେବା ବାଇବଲ ସମ୍ମତ ଅଟେ । ଖ୍ରୀଷ୍ଟଙ୍କ ଲୋକମାନଙ୍କ ସହଭାଗିତାରେ ଅଂଶ ଗ୍ରହଣ କରିବା ଦ୍ଵାରା ପ୍ରତ୍ୟେକ ବିଶ୍ବାସୀ ଖ୍ରୀଷ୍ଟଙ୍କ ଶରୀର ସହିତ ଏକୀଭୂତ ହୁଏ । ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଜୀବନ୍ତ ଶରୀର ଓ ଆମ୍ଭେମାନେ ତାହାର ଅଙ୍ଗପ୍ରତ୍ୟଙ୍ଗ ଅଟୁ । ଅର୍ଥାତ୍, ଆମେ ଯଦି ଶରୀର ବାହାରେ ରହିବୁ, ତେବେ ମଣ୍ଡଳୀ ରୂପ ଶରୀରକୁ ଈଶ୍ଵର ଯେତେବେଳେ ଗ୍ରହଣ କରିବେ, ତେବେ ଆମ ଅବସ୍ଥା କ'ଣ ହେବ? ଏଣୁ ଆମେ ନିଶ୍ଚିତ  ହେବା ଆବଶ୍ୟକ ଯେ, ଆମେ କୌଣସି ନା କୌଣସି ମଣ୍ଡଳୀ ସହ ସଂଯୁକ୍ତ ।

1 comment:

  1. Yes this is very much important thing.👍👍👍👍👍👍👍👍👍👍👍👍👍👍

    ReplyDelete

Kindly give your suggestions or appreciation!!!