BN

ଆବଶ୍ୟକୀୟ ଆଣ୍ଟିନା

 ଆବଶ୍ୟକୀୟ  ଆଣ୍ଟିନା

୧ ଯୋହନ ୧:୧-୪


       ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ, ସେହି ଅନନ୍ତ ଜୀବନ…ତୁମ୍ଭ ମାନକୁ ଜଣାଉଛୁ  । (୧ ଯୋହନ ୧:୨)


'ଜୀବନର ଅର୍ଥ କ'ଣ?' ଏହି ପ୍ରଶ୍ନର ଆପଣ କି ଉତ୍ତର ଦେବେ? ଇଂଲଣ୍ଡର ଯୋନାଥନ୍ ଗାବେ ଏହି ପ୍ରଶ୍ନର ଉତ୍ତରରେ ବିଭିନ୍ନ ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ଉକ୍ତି ସମ୍ବଳିତ ଏକ ପୁସ୍ତକ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏକ ମଣ୍ଡଳୀ ନେତା-ସେ ଏହାର ଉତ୍ତରରେ ଏକ ମନଛୁଆଁ ସାକ୍ଷ୍ୟ ପ୍ରଦାନ କରିଥିଲେ ସେ କହିଲେ, ସେ ସାନ ଥିଲାବେଳେ ତାଙ୍କ ପରିବାର ସହିତ କଳାଧଳା ଟେଲିଭଜନ ରେ କାର୍ଯ୍ୟକ୍ରମ ଦେଖୁଥିଲେ । ଆଉ ସେଥିରେ ଚିତ୍ର ସବୁ ଅନେକ ସମୟରେ ଝାପସା ଦେଖାଯାଉଥିଲା । ଦିନେ ସେମାନେ ଜାଣିବାକୁ ପାଇଲେ ଯେ, ଘର ବାହାରେ ଗୋଟିଏ ଅଣ୍ଟିନା ଲଗାଇଲେ, ଚିତ୍ର ସବୁ ପରିଷ୍କାର ଦେଖାଯିବ । ଏହା ଜାଣି ସେମାନଙ୍କର ଖୁସୀର ସୀମା ରହିଲା ନାହିଁ, କାରଣ ସେମାନେ ସ୍ପଷ୍ଟ ତଥା ପରିଷ୍କାର ଚିତ୍ର ସବୁ ଦେଖି ପାରିବେ ।  ଏହି ସମୟରେ ତାଙ୍କ ମନରେ ଏକ ତୁଳାତ୍ମକ ଭାବ ଜାତ ହେଲା । 'ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଈଶ୍ବରଙ୍କ ସହିତ ଏକ ସମ୍ପର୍କ ବିହୀନ ଜୀବନ ହେଉଛି ଆଣ୍ଟିନା ବିହୀନ ଟେଲିଭଜନ ସଦୃଶ ।' 

        ଯୀଶୁ ଖ୍ରୀଷ୍ଟଙ୍କଠାରେ ଓ ଶାସ୍ତ୍ରରେ ପ୍ରକାଶିତ ଈଶ୍ୱର ଏବଂ ତାଙ୍କ ଉଦ୍ଦେଶ୍ୟସମୂହର ଜ୍ଞାନର ଅଭାବରେ, ଆମେ ମରଣଶୀଳ ମନୁଷ୍ୟ ଆମର ପାପ ପୂର୍ଣ୍ଣ ମନରେ ଆମର ପବିତ୍ର ସୃଷ୍ଟିକର୍ତ୍ତା ଅଦୃଶ୍ୟ ପରମେଶ୍ବରଙ୍କର କେବଳ ଏକ ଅସ୍ପଷ୍ଟ ଛବି ଦେଖିପାରୁ । ମାତ୍ର ଆମେ ଯେତେବେଳେ ବାଇବଲ ପାଠ କରୁ ଓ ମନୁଷ୍ୟ ଶରୀର ଧାରଣ  କରିଥିବା ଈଶ୍ବରଙ୍କ ସମ୍ମୁଖକୁ ଆସୁ, ସେତେବେଳେ ସେହି ଅସ୍ପଷ୍ଟତା ଉଭେଇ ଯାଏ ଓ ସବୁ କିଛି ସ୍ପଷ୍ଟ ପରିଷ୍କାର ହୋଇଯାଏ । କାରଣ ପରିତ୍ରାଣକର୍ତ୍ତା ନିଜେ ଘୋଷଣା କରିଛନ୍ତି, 'ଯେ ମୋତେ ଦେଖିଛି, ସେ ମୋ' ସ୍ବର୍ଗସ୍ଥ ପିତାଙ୍କୁ ଦେଖିଛି' (ଯୋହନ ୧୪:୯) । ଆପଣ ଈଶ୍ବରଙ୍କ ବାକ୍ୟ ମଧ୍ୟରେ ଯୀଶୁଙ୍କୁ କ'ଣ ପରିଷ୍କାର ଦେଖିଛନ୍ତି ? ଯଦି ଦେଖିଛନ୍ତି, ତେବେ ଆପଣ କ'ଣ ତାଙ୍କୁ ଦେଖିବାକୁ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି ? (୧ଯୋହନ ୧:୧-୩, ପ୍ରେରିତ ୧:୮)।

1 comment:

  1. Yes it's very true.
    👍👍👍👍👍👍👍👍👍👍👍👍👍

    ReplyDelete

Kindly give your suggestions or appreciation!!!