BN

नई नियम की पत्रियों के प्रमुख विषयों में क्या शामिल हैं ?

 नई नियम की पत्रियों के प्रमुख विषयों में क्या शामिल हैं ?


  •  रोमियों: वह धार्मिकता जो परमेश्वर की ओर से आती है।

  • 1 कुरिन्थियों : सही जीवन सही विश्वास करने का परिणाम है।

  • 2 कुरिन्थियों : सेवकाई के तूफानों को सहना।

  • गलातियों : केवल यीशु मसीह में विश्वास के द्वारा दोषमुक्ति है।

  • इफिसियों: मसीह की दुल्हन का रहस्य, चर्च।

  • फिलिप्पियों : मसीह की समानता में होने का लक्ष्य।

  • कुलुस्सियों: मसीह की सर्वोच्चता।

  • 1 थिस्सलुनीकियों: एक स्वस्थ कलीसिया और देखभाल करने वाला पास्टर।

  • 2 थिस्सलुनीकियों : एक मजबूत, जीवंत कलीसिया को कैसे बनाए रखें I

  • 1 तीमुथियुस : एक पास्टर से दूसरे पास्टर के पास।

  • 2 तीमुथियुस : एक पीढ़ी से दूसरी पीढ़ी को उत्तरदायित्व सौंपना।

  • तीतुस : एक युवा पास्टर की बुद्धि।

  • फिलेमोन: मसीह की क्षमा।

  • इब्रानियों: मसीह की श्रेष्ठता।

  • याकूब : विश्वास कर्म के बिना मरा हुआ है।

  • 1 पतरस : मसीह के समान कष्ट सहना।

  • 2 पतरस : झूठे शिक्षकों का पर्दाफाश करना।

  • 1 यूहन्ना : कि तुम परमेश्वर के पुत्र पर विश्वास करो।

  • 2 यूहन्ना : मूल बातों पर वापस जाएं।

  • 3 यूहन्ना : उचित मसिही आतिथ्य की सराहना करना।

  • यहूदा : विश्वास के लिए संघर्ष करना। 

एक अतिरिक्त नोट के रूप में, प्रकाशितवाक्य 2 और 3 में सात विशिष्ट कलीसियाओं को यीशु मसीह द्वारा लिखे गए सात पत्र हैं। उन्होंने दो (स्मुरना और फिलेदिलफिया) की सराहना की; तीन (इफिसुस, पिरगमुन,और यूआतीरा) की प्रशंसा और निंदा की; और दो (सरदीस और लौदीकिया) की निंदा की। ये नई नियम में समापन पत्र हैं।


ଅବହେଳିତ ପୁସ୍ତକ

 ଅବହେଳିତ ପୁସ୍ତକ

ଗୀତ ୧୧୯:୧୨୯-୧୩୬

ମୁଁ ତୁମ୍ଭ ବିଧିସବୁରେ ଆନନ୍ଦ କରିବି, ମୁଁ ତୁମର ବାକ୍ୟ ପାସୋରିବି ନାହିଁ। (ଗୀତ ୧୧୯ :୧୬)


ଦିନେ ଜଣେ ବାଳକ ନିଜ ଗୃହରେ ଧୂଳି ଆଚ୍ଛାଦିତ ଏକ ବଡ ପୁସ୍ତକ ଗୋଟିଏ ଥାକରେ ରହିଥିବାର ଦେଖିଲା ।ଏହି ବହି ବିଷୟରେ ତାହାର ଉତ୍ସୁକତା ବୃଦ୍ଧି ପାଇବାରୁ ସେ ତାହାର ମାଆକୁ ଏହି ବିଷୟ ପଚାରିଲା । ଏଥିରେ ତାହାର ମାଆ ତାକୁ ବୁଝାଇ ଦେଲେ ଯେ,ଏହା ହେଉଛି ଈଶ୍ଵରଙ୍କ ପୁସ୍ତକ, ବାଇବଲ । ଏହା ଶୁଣି ସେହି ବାଳକ କିଛି ସମୟ ଚିନ୍ତା କଲା, ତା' ପରେ କହିଲା, "ତେବେ ମାଆ ଏହା ଯଦି ଈଶ୍ଵରଙ୍କ ପୁସ୍ତକ, ଏହାକୁ କାହିଁକି ତାହାଙ୍କୁ ଫେରାଇ ଦେଉ ନାହଁ ? ଏଠାରେ ତ କେହି ଏହାକୁ ବ୍ୟବହାର କରିବାକୁ ନାହାନ୍ତି?"


ଆଜି ଅନେକ ଗୃହରେ ବାଇବଲ କ୍ଵଚିତ ପାଠ କରାଯାଏ । ପ୍ରକୃତରେ କେହି ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ କି ଏହାକୁ ସ୍ମରଣରେ ମଧ୍ୟ ଆଣନ୍ତି ନାହିଁ । କେବଳ କେହି ଯଦି ଗୃହରେ ଅସୁସ୍ଥ ହୁଅନ୍ତି ବା କୌଣସି ଗୃହରେ ଯଦି କାହାର ମୃତ୍ୟୁ ହୁଏ, ସେହି ସମୟରେ ଏହା ପାଠ କରାଯାଏ । ଆଉ ଗୀତ ୨୩ ପର୍ବ ବ୍ୟତୀତ, ଆବଶ୍ୟକୀୟ ସାହାଯ୍ୟ ନିମନ୍ତେ ବାଇବଲର କେଉଁ ଅଂଶ ଉପଯୋଗୀ, ତାହା ମଧ୍ୟ କେହି ଜାଣନ୍ତି ନାହିଁ। ଆପଣ କେତେ ଦିନ ପୂର୍ବରୁ ବାଇବଲ ପାଠ କରିଥିଲେ, ତାହା ମନେ ପକାଇ ପାରିଛନ୍ତି କି? ଏହା ନିଶ୍ଚୟ ଈଶ୍ଵରଙ୍କ ପୁସ୍ତକ, ମାତ୍ର ଏହାକୁ ସେ ନେଇ ଯିବାକୁ ଚାହାନ୍ତି ନାହିଁ । ସେ ଚାହାନ୍ତି, ଆପଣ ଏହାକୁ ରଖନ୍ତୁ, ଏହାକୁ ପାଠ କରି ଏହାର ଗଭୀର ଅର୍ଥ ବୁଝନ୍ତୁ, ଏହାକୁ ବିଶ୍ଵାସ କରନ୍ତୁ ଏବଂ ଏହାର ବାଧ୍ୟ ହୁଅନ୍ତୁ।


ଆମର ଏହି "ସ୍ୱର୍ଗୀୟ ମାନ୍ନା" ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଆପଣ ଯେପରି ଈଶ୍ଵରଙ୍କ ବାକ୍ୟ 'ବାଇବଲ' ର ବାର୍ତ୍ତାକୁ ସଠିକ ରୁପେ ବୁଝି ପାରିବେ, ଏଥିପାଇଁ ଏହା ଆପଣଙ୍କୁ ସାହାଯ୍ୟ କରିବ। ଆଜି କ'ଣ ଆପଣ ବାଇବଲ ଅଧ୍ୟୟନ କରିଛନ୍ତି ? ଯଦି ପାଠ କରି ନାହାନ୍ତି,ତେବେ ବର୍ତ୍ତମାନ ତାହା ପାଠ କରନ୍ତୁ । ଆପଣଙ୍କୁ ଗୃହରେ ଥିବା ବାଇବଲକୁ  ଏକ ଅବହେଳିତ ପୁସ୍ତକରେ ପରିଣତ କରନ୍ତୁ ନାହିଁ।


ଈଶ୍ବର, ନିଜ ଓ ଅନ୍ୟମାନଙ୍କ ସହିତ ମଣିଷର ସମ୍ପର୍କ

Man's Relationship with God, Self and Others.

ଈଶ୍ବରଙ୍କ ସହ ମଣିଷର ସମ୍ପର୍କ

  • ତାଙ୍କର ନିର୍ଭର (ହିତୋପଦେଶ ୨୨:୧୯)

  • ତାଙ୍କର ନମ୍ରତା (ହିତୋପଦେଶ ୩:୩୪)

  • ତାଙ୍କର ଈଶ୍ବରଙ୍କ ପ୍ରତି ଭୟ (ହିତୋପଦେଶ ୧:୭)

  • ତାଙ୍କର ଧାର୍ମିକତା (ହିତୋପଦେଶ ୧୦:୨୫)

  • ତାଙ୍କ ପାପ/ଅଧର୍ମ (ହିତୋପଦେଶ ୨୮:୧୩)

  • ତାଙ୍କର ଆଜ୍ଞାପାଳନ (ହିତୋପଦେଶ ୬:୨୩)

  • ପୁରଷ୍କାରର ସମ୍ମୁଖୀନ (ହିତୋପଦେଶ ୧୨:୨୮)

  • ପରୀକ୍ଷାର ସମ୍ମୁଖୀନ (ହିତୋପଦେଶ ୧୭:୩)

  • ଆଶୀର୍ବାଦର ସମ୍ମୁଖୀନ (ହିତୋପଦେଶ ୧୦:୨୨)

  • ମୃତ୍ୟୁର ସମ୍ମୁଖୀନ (ହିତୋପଦେଶ ୧୫:୧୧)

ନିଜ ସହିତ ମଣିଷର ସମ୍ପର୍କ

  • ତାଙ୍କର ଚରିତ୍ର (ହିତୋପଦେଶ ୨୦:୧୧)

  • ତାଙ୍କର ଜ୍ଞାନ (ହିତୋପଦେଶ ୧:୫)

  • ତାଙ୍କର ମୂର୍ଖତା (ହିତୋପଦେଶ ୨୬:୧୦, ୧୧)

  • ତାଙ୍କର ଭାଷଣ (ହିତୋପଦେଶ ୧୮:୨୧)

  • ତାଙ୍କର ଆତ୍ମ-ନିୟନ୍ତ୍ରଣ (ହିତୋପଦେଶ ୬:୯-୧୧)

  • ତାଙ୍କର ଦୟା (ହିତୋପଦେଶ ୩:୩)

  • ତାଙ୍କର ସମ୍ପତ୍ତି (ହିତୋପଦେଶ ୧୧:୪)

  • ତାଙ୍କର ଗର୍ବ (ହିତୋପଦେଶ ୨୭:୧)

  • ତାଙ୍କର କ୍ରୋଧ (ହିତୋପଦେଶ ୨୯:୧୧)

  • ତାଙ୍କର ଆଳସ୍ୟ (ହିତୋପଦେଶ ୧୩:୪)

ଅନ୍ୟମାନଙ୍କ ସହିତ ମଣିଷର ସମ୍ପର୍କ

  • ତାଙ୍କର ପ୍ରେମ (ହିତୋପଦେଶ ୮:୧୭)

  • ତାଙ୍କ ବନ୍ଧୁମାନେ (ହିତୋପଦେଶ ୧୭:୧୭)

  • ତାଙ୍କର ଶତ୍ରୁ (ହିତୋପଦେଶ ୧୬:୭)

  • ତାଙ୍କର ସତ୍ୟତା (ହିତୋପଦେଶ ୨୩:୨୩)

  • ତାଙ୍କର ଗପସପ (ହିତୋପଦେଶ ୨୦:୧୯)

  • ଜଣେ ପିତା ଭାବରେ (ହିତୋପଦେଶ ୨୦:୭; ୩୧:୨-୯)

  • ଜଣେ ମା' ଭାବରେ (ହିତୋପଦେଶ ୩୧:୧୦-୩୧)

  • ଶିଶୁ ଭାବରେ (ହିତୋପଦେଶ ୩:୧-୩)

  • ପିଲାମାନଙ୍କୁ ଶିକ୍ଷିତ କରିବାରେ (ହିତୋପଦେଶ ୪:୧-୪)

  • ଅନୁଶାସନ କରୁଥିବା ଶିଶୁମାନଙ୍କ ମଧ୍ୟରେ (ହିତୋପଦେଶ ୨୨:୬)

 

मनुष्य का संबंध


  • मनुष्य का परमेश्वर से संबंध

उसका भरोसा (नीतिवचन 22:19)

उसकी नम्रता (3:34)

परमेश्वर का भय (1:7)

उसकी धार्मिकता (10:25)

उसका पाप (28:13)

उसकी आज्ञाकारिता (6:23)

इनाम का सामना करना (12:28)

परीक्षाओं का सामना करना (17:3)

आशीर्वाद का सामना करना (10:22)

मृत्यु का सामना करना (15:11)


  • मनुष्य का खुद से संबंध

उसका चरित्र (20:11)

उसकी बुद्धि (1:5)

उसकी मूर्खता (26 :10, 11)

उसकी भाषा (18:21)

उनका आत्म-नियंत्रण (6:9-11)

उनकी दयालुता (3:3)

उसका धन (11:4)

उनका गौरव (27:1)

उनका क्रोध (29:11) )

उसका आलस्य (13:4)


  • मनुष्य का दूसरों से संबंध

उसका प्रेम (8:17)

उसके मित्र (17:17)

उसके शत्रु (16:7)

उसकी सच्चाई (23:23)

उनकी गपशप (20:19)

एक पिता के रूप में (20:7; 31:2-9)

एक माँ के रूप में (31:10-31)

बच्चों के रूप में (3:1-3)

बच्चों को शिक्षित करने में (4:1-4)

बच्चों को अनुशासित करने में (22:6)

 
 


ଗଭୀର ଚେର

 ଗଭୀର ଚେର


ଗୀତ ୧ 

ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱ ସମୟରେ ଫଳ ଉତ୍ପନ୍ନ କରେ….ଏପରି ବୃକ୍ଷ ସଦୃଶ ସେ ହେବ। (ଗୀତ ୧:୩)


ମୋ' ର ବଗିଚାରେ ଦୁଇଟି ପିଜୁଳି ଗଛ ଅଛି । ଗତ ଗ୍ରୀଷ୍ମ ଋତୁ ଅତ୍ୟନ୍ତ ଶୁଷ୍କ ଥିଲା, ତଥାପି ଗୋଟିଏ ଗଛ ଏପ୍ରତ୍ୟାଶିତ ଭାବରେ ସବୁଜ ରହିଥିଲା ଓ ସେଥିରେ ସ୍ଵାଦିଷ୍ଟ ପିଜୁଳି ଫଳିଥିଲା । ଅନ୍ୟ ଗଛଟିରେ ଏତେ ଫଳ ଫଳି ନ ଥିଲା। ଏହାର ପତ୍ରଗୁଡ଼ିକ ହଲଦିଆ ହୋଇ ଯାଇଥିଲା ଓ ଫଳ ଗୁଡ଼ିକ ଶୁଖି ଯାଇଥିଲା । ପୁଣି ପତ୍ର ଓ ଫଳ ଉଭୟ ଭୂମିରେ ଖସି ପଡୁଥିଲା  । ଗଛଟି ମୃତ ଭଳି ମନେ ହେଉଥିଲା । 


ଏହାପରେ ବର୍ଷା ୠତୁ ଆସିଲା ଓ ଭୂମି ଓଦା ହୋଇଗଲା । ଯେଉଁ ଗଛଟି ମୃତ ମନେ ହେଉଥିଲା, ତାହା ପୁଣିଥରେ ଜୀବନ ଫେରି ପାଇଲା । ଅତିଶୀଘ୍ର ଏହା ପତ୍ରରେ ପରିପୂର୍ଣ ହେଲା ଓ ଅଗଷ୍ଟ ମାସର ଶେଷ ଭାଗରେ ଏହା ଫୁଲରେ ଭରିଗଲା । ଏଥିରେ ଛୋଟ ଛୋଟ ପିଜୁଳି ଦେଖାଗଲା, ମାତ୍ର ସେତେବେଳେ ତୁଷାରପାତ ହେଲା ଓ ଗୋଟିଏ ସୁଦ୍ଧା ଫଳ ପାଚିଲା ନାହିଁ । 

ଗୋଟିଏ ଗଛ ବଞ୍ଚି ରହି ଠିକ୍ ସମୟରେ ସୁସ୍ୱାଦୁ ଫଳ ଉତ୍ପନ୍ନ କରିଥିଲା । ଏହାର ଚେର ଗଭୀରତା ମଧ୍ୟକୁ ଯାଇଥିଲା, ଯେଉଁଠାରେ ସେଗୁଡିକ ପ୍ରଚୁର ଜଳ ପାଇଥିଲେ । ଅନ୍ୟଟିରେ ଅଗଭୀର ଚେର ଥିଲା ଓ ଏହା ଅନିଶ୍ଚିତ ବୃଷ୍ଟି ଉପରେ ନିର୍ଭର କରୁଥିଲା । ଗୋଟିଏ ଗଛ ଦାଉଦ ବର୍ଣ୍ଣନା କରିଥିବା ଗଛ ସଦୃଶ, "ଜଳସ୍ରୋତ ନିକଟରେ ରୋପିତ ହୋଇଥିଲା" (ଗୀତ ୧:୩) ଅନ୍ୟଟି ବିଳମ୍ବିତ ଫୁଲ ସହିତ କୌଣସି ଫଳ ଧାରଣ କରି ନ ଥିଲା । 

ଆପଣ କେଉଁ ପ୍ରକାରର ଗଛ ଅଟନ୍ତି? ଆପଣଙ୍କର ଚେରଗୁଡ଼ିକ ଈଶ୍ବରଙ୍କ ବାକ୍ୟରୂପକ ଗଭୀର ଭୁଗର୍ଭସ୍ଥ ଜଳସ୍ରୋତ ନିକଟକୁ ଯାଇଅଛି କିମ୍ବା ଆପଣଙ୍କ ଧାର୍ମିକ ଜୀବନ ଅଗଭୀର ଓ କେବଳ ସମୟିକ ଅଟେ? ପ୍ରିୟ ବନ୍ଧୁ, ଗଭୀର ଭାବେ ଖନନ କରନ୍ତୁ, ଧର୍ମଶାସ୍ତ୍ରର ଗଭୀରତା ମଧ୍ୟକୁ ଯାଆନ୍ତୁ ଓ ଆପଣଙ୍କ ଜୀବନ ପ୍ରଚୁର ଆତ୍ମିକ ଫଳ ଉତ୍ପନ୍ନ କରିବ।