BN

ଗଭୀର ଚେର

 ଗଭୀର ଚେର


ଗୀତ ୧ 

ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱ ସମୟରେ ଫଳ ଉତ୍ପନ୍ନ କରେ….ଏପରି ବୃକ୍ଷ ସଦୃଶ ସେ ହେବ। (ଗୀତ ୧:୩)


ମୋ' ର ବଗିଚାରେ ଦୁଇଟି ପିଜୁଳି ଗଛ ଅଛି । ଗତ ଗ୍ରୀଷ୍ମ ଋତୁ ଅତ୍ୟନ୍ତ ଶୁଷ୍କ ଥିଲା, ତଥାପି ଗୋଟିଏ ଗଛ ଏପ୍ରତ୍ୟାଶିତ ଭାବରେ ସବୁଜ ରହିଥିଲା ଓ ସେଥିରେ ସ୍ଵାଦିଷ୍ଟ ପିଜୁଳି ଫଳିଥିଲା । ଅନ୍ୟ ଗଛଟିରେ ଏତେ ଫଳ ଫଳି ନ ଥିଲା। ଏହାର ପତ୍ରଗୁଡ଼ିକ ହଲଦିଆ ହୋଇ ଯାଇଥିଲା ଓ ଫଳ ଗୁଡ଼ିକ ଶୁଖି ଯାଇଥିଲା । ପୁଣି ପତ୍ର ଓ ଫଳ ଉଭୟ ଭୂମିରେ ଖସି ପଡୁଥିଲା  । ଗଛଟି ମୃତ ଭଳି ମନେ ହେଉଥିଲା । 


ଏହାପରେ ବର୍ଷା ୠତୁ ଆସିଲା ଓ ଭୂମି ଓଦା ହୋଇଗଲା । ଯେଉଁ ଗଛଟି ମୃତ ମନେ ହେଉଥିଲା, ତାହା ପୁଣିଥରେ ଜୀବନ ଫେରି ପାଇଲା । ଅତିଶୀଘ୍ର ଏହା ପତ୍ରରେ ପରିପୂର୍ଣ ହେଲା ଓ ଅଗଷ୍ଟ ମାସର ଶେଷ ଭାଗରେ ଏହା ଫୁଲରେ ଭରିଗଲା । ଏଥିରେ ଛୋଟ ଛୋଟ ପିଜୁଳି ଦେଖାଗଲା, ମାତ୍ର ସେତେବେଳେ ତୁଷାରପାତ ହେଲା ଓ ଗୋଟିଏ ସୁଦ୍ଧା ଫଳ ପାଚିଲା ନାହିଁ । 

ଗୋଟିଏ ଗଛ ବଞ୍ଚି ରହି ଠିକ୍ ସମୟରେ ସୁସ୍ୱାଦୁ ଫଳ ଉତ୍ପନ୍ନ କରିଥିଲା । ଏହାର ଚେର ଗଭୀରତା ମଧ୍ୟକୁ ଯାଇଥିଲା, ଯେଉଁଠାରେ ସେଗୁଡିକ ପ୍ରଚୁର ଜଳ ପାଇଥିଲେ । ଅନ୍ୟଟିରେ ଅଗଭୀର ଚେର ଥିଲା ଓ ଏହା ଅନିଶ୍ଚିତ ବୃଷ୍ଟି ଉପରେ ନିର୍ଭର କରୁଥିଲା । ଗୋଟିଏ ଗଛ ଦାଉଦ ବର୍ଣ୍ଣନା କରିଥିବା ଗଛ ସଦୃଶ, "ଜଳସ୍ରୋତ ନିକଟରେ ରୋପିତ ହୋଇଥିଲା" (ଗୀତ ୧:୩) ଅନ୍ୟଟି ବିଳମ୍ବିତ ଫୁଲ ସହିତ କୌଣସି ଫଳ ଧାରଣ କରି ନ ଥିଲା । 

ଆପଣ କେଉଁ ପ୍ରକାରର ଗଛ ଅଟନ୍ତି? ଆପଣଙ୍କର ଚେରଗୁଡ଼ିକ ଈଶ୍ବରଙ୍କ ବାକ୍ୟରୂପକ ଗଭୀର ଭୁଗର୍ଭସ୍ଥ ଜଳସ୍ରୋତ ନିକଟକୁ ଯାଇଅଛି କିମ୍ବା ଆପଣଙ୍କ ଧାର୍ମିକ ଜୀବନ ଅଗଭୀର ଓ କେବଳ ସମୟିକ ଅଟେ? ପ୍ରିୟ ବନ୍ଧୁ, ଗଭୀର ଭାବେ ଖନନ କରନ୍ତୁ, ଧର୍ମଶାସ୍ତ୍ରର ଗଭୀରତା ମଧ୍ୟକୁ ଯାଆନ୍ତୁ ଓ ଆପଣଙ୍କ ଜୀବନ ପ୍ରଚୁର ଆତ୍ମିକ ଫଳ ଉତ୍ପନ୍ନ କରିବ। 

1 comment:

Kindly give your suggestions or appreciation!!!