BN

ଅବହେଳିତ ପୁସ୍ତକ

 ଅବହେଳିତ ପୁସ୍ତକ

ଗୀତ ୧୧୯:୧୨୯-୧୩୬

ମୁଁ ତୁମ୍ଭ ବିଧିସବୁରେ ଆନନ୍ଦ କରିବି, ମୁଁ ତୁମର ବାକ୍ୟ ପାସୋରିବି ନାହିଁ। (ଗୀତ ୧୧୯ :୧୬)


ଦିନେ ଜଣେ ବାଳକ ନିଜ ଗୃହରେ ଧୂଳି ଆଚ୍ଛାଦିତ ଏକ ବଡ ପୁସ୍ତକ ଗୋଟିଏ ଥାକରେ ରହିଥିବାର ଦେଖିଲା ।ଏହି ବହି ବିଷୟରେ ତାହାର ଉତ୍ସୁକତା ବୃଦ୍ଧି ପାଇବାରୁ ସେ ତାହାର ମାଆକୁ ଏହି ବିଷୟ ପଚାରିଲା । ଏଥିରେ ତାହାର ମାଆ ତାକୁ ବୁଝାଇ ଦେଲେ ଯେ,ଏହା ହେଉଛି ଈଶ୍ଵରଙ୍କ ପୁସ୍ତକ, ବାଇବଲ । ଏହା ଶୁଣି ସେହି ବାଳକ କିଛି ସମୟ ଚିନ୍ତା କଲା, ତା' ପରେ କହିଲା, "ତେବେ ମାଆ ଏହା ଯଦି ଈଶ୍ଵରଙ୍କ ପୁସ୍ତକ, ଏହାକୁ କାହିଁକି ତାହାଙ୍କୁ ଫେରାଇ ଦେଉ ନାହଁ ? ଏଠାରେ ତ କେହି ଏହାକୁ ବ୍ୟବହାର କରିବାକୁ ନାହାନ୍ତି?"


ଆଜି ଅନେକ ଗୃହରେ ବାଇବଲ କ୍ଵଚିତ ପାଠ କରାଯାଏ । ପ୍ରକୃତରେ କେହି ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ କି ଏହାକୁ ସ୍ମରଣରେ ମଧ୍ୟ ଆଣନ୍ତି ନାହିଁ । କେବଳ କେହି ଯଦି ଗୃହରେ ଅସୁସ୍ଥ ହୁଅନ୍ତି ବା କୌଣସି ଗୃହରେ ଯଦି କାହାର ମୃତ୍ୟୁ ହୁଏ, ସେହି ସମୟରେ ଏହା ପାଠ କରାଯାଏ । ଆଉ ଗୀତ ୨୩ ପର୍ବ ବ୍ୟତୀତ, ଆବଶ୍ୟକୀୟ ସାହାଯ୍ୟ ନିମନ୍ତେ ବାଇବଲର କେଉଁ ଅଂଶ ଉପଯୋଗୀ, ତାହା ମଧ୍ୟ କେହି ଜାଣନ୍ତି ନାହିଁ। ଆପଣ କେତେ ଦିନ ପୂର୍ବରୁ ବାଇବଲ ପାଠ କରିଥିଲେ, ତାହା ମନେ ପକାଇ ପାରିଛନ୍ତି କି? ଏହା ନିଶ୍ଚୟ ଈଶ୍ଵରଙ୍କ ପୁସ୍ତକ, ମାତ୍ର ଏହାକୁ ସେ ନେଇ ଯିବାକୁ ଚାହାନ୍ତି ନାହିଁ । ସେ ଚାହାନ୍ତି, ଆପଣ ଏହାକୁ ରଖନ୍ତୁ, ଏହାକୁ ପାଠ କରି ଏହାର ଗଭୀର ଅର୍ଥ ବୁଝନ୍ତୁ, ଏହାକୁ ବିଶ୍ଵାସ କରନ୍ତୁ ଏବଂ ଏହାର ବାଧ୍ୟ ହୁଅନ୍ତୁ।


ଆମର ଏହି "ସ୍ୱର୍ଗୀୟ ମାନ୍ନା" ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଆପଣ ଯେପରି ଈଶ୍ଵରଙ୍କ ବାକ୍ୟ 'ବାଇବଲ' ର ବାର୍ତ୍ତାକୁ ସଠିକ ରୁପେ ବୁଝି ପାରିବେ, ଏଥିପାଇଁ ଏହା ଆପଣଙ୍କୁ ସାହାଯ୍ୟ କରିବ। ଆଜି କ'ଣ ଆପଣ ବାଇବଲ ଅଧ୍ୟୟନ କରିଛନ୍ତି ? ଯଦି ପାଠ କରି ନାହାନ୍ତି,ତେବେ ବର୍ତ୍ତମାନ ତାହା ପାଠ କରନ୍ତୁ । ଆପଣଙ୍କୁ ଗୃହରେ ଥିବା ବାଇବଲକୁ  ଏକ ଅବହେଳିତ ପୁସ୍ତକରେ ପରିଣତ କରନ୍ତୁ ନାହିଁ।


1 comment:

  1. Thank you for this necessary message.🙏🙏🙏🙏
    👍👍👍👍👍👍👍👍👍👍

    ReplyDelete

Kindly give your suggestions or appreciation!!!