BN

କେଉଁ ସବୁ ବିଷୟ ପାଇଁ ଆମେ ପ୍ରଲୋଭିତ ହୋଇପାରୁ?

Things for Which We maybe Tempted. 

  • ଅବିଶ୍ଵାସ ଓ ଅସ୍ଵୀକାର କରିବା ପାଇଁ - "ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, ତୁମ୍ଭେ କି ଏଯାଏ ଆପଣାର ସରଳତା ଦୃଢ଼ କରି ଧରୁଅଛ? ପରମେଶ୍ଵରଙ୍କୁ ପରିତ୍ୟାଗ କରି ମର।" ଆୟୁବ ୨:୯ 


  • ଏ ଜଗତର ଅଧିପତି କୁ ପୂଜା କରିବା ପାଇଁ - ଶୟତାନ ଯୀଶୁଙ୍କୁ କହିଥିଲା "ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହିସମସ୍ତ ତୁମ୍ଭକୁ ଦେବା।" ମାଥିଉ ୪:୯


  • ଗର୍ବିତ ହେବା ପାଇଁ - ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ? ଦାନିୟେଲ ୪:୩୦


  • ସାଂସାରିକ ସୁଖ ପାଇଁ - କାରଣ ଦୀମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକୀକୁ ଯାଇଅଛି; କ୍ରେସ୍କେନ୍ସ୍ ଗାଲାତିଆକୁ ଓ ତୀତସ୍ ଦଲ୍ମତିଆକୁ ଯାଇଅଛନ୍ତି। ୨ ତୀମଥି ୪:୧୦


  • କ୍ଷମତା ଓ ଶକ୍ତି ଲାଭ ପାଇଁ - ସେତେବେଳେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ, ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ। ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ଵାରା ଆତ୍ମା ଦତ୍ତ ହେଉଅଛନ୍ତି, ଏହା ଦେଖି ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା, ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି, ସେ ପବିତ୍ର ଆତ୍ମା ପାଇବ। ପ୍ରେରିତ ୮:୧୭-୧୯


  • ପାର୍ଥିବ ବିଷୟଗୁଡ଼ିକ ଲାଭ କରିବା ପାଇଁ - ଯୀହୋଶୂୟ ୭:୧-୨୪ ରେ ବର୍ଣିତ ଆଖୟ ପରି - ସୁନା, ରୂପା, ଭୂମୀ, ପାଇଁ- ଓ ଲୋଟଙ୍କ ସ୍ତ୍ରୀଙ୍କ ପରି ପାର୍ଥିବ ବିଷୟରେ ଆସକ୍ତ ହେବ ପାଇଁ (ଆଦି ୧୯:୧-୬)


  • ଯୌନ ସମ୍ଭୋଗ ପାଇଁ - ତହୁଁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଶାପ ଦେଲି ଓ ସେମାନଙ୍କର କାହା କାହାକୁ ପ୍ରହାର କଲି ଓ ସେମାନଙ୍କର କେଶ ଉତ୍ପାଟନ କଲି, ଆଉ ପରମେଶ୍ଵରଙ୍କ ନାମରେ ଶପଥ କରାଇ କହିଲି, ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣା ଆପଣାର କନ୍ୟା ଦିଅ ନାହିଁ, ଅବା ଆପଣା ଆପଣା ପୁତ୍ର ନିମନ୍ତେ କି ଆପଣାମାନଙ୍କ ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ। ନିହିମୀୟା ୧୩:୨୫ ଓ ୨ ଶାମୁୟେଲ ୧୧ 

ପ୍ରାର୍ଥନାର ଶକ୍ତି

ପ୍ରାର୍ଥନାର ଶକ୍ତି

ଏଫିସୀୟ ୬:୧୦-୧୮

……. ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟସାଧନ କରିପାରେ ।  (ଯାକୁବ ୫:୧୬)

ଅନେକ ବର୍ଷ ପୂର୍ବେ ଗୋଟିଏ ଜାହାଜରେ ଆଟଲାଣ୍ଟିକ୍ ମହାସାଗର ଅତିକ୍ରମ କରୁଥିବା ସମୟରେ ବାଇବଲ ଶିକ୍ଷକ ଓ ଲେଖକ ଏଫ୍.ବି. ମେୟର ଙ୍କୁ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ କିଛି କହିବା ପାଇଁ କୁହାଗଲା । ଜଣେ ନାସ୍ତିକ ଉତ୍ତରପ୍ରାପ୍ତ ପ୍ରାର୍ଥନା ବିଷୟରେ ମେୟରଙ୍କର ବାର୍ତ୍ତା ଶୁଣି ଜଣେ ବନ୍ଧୁଙ୍କୁ କହିଥିଲେ "ମୁଁ ଏହି ବିଷୟର ଗୋଟିଏ ଶବ୍ଦ ସୁଦ୍ଧା ବିଶ୍ଵାସ କଲି ନାହିଁ ।" 

ପରେ ସେହିଦିନ ହିଁ, ସେହି ନାସ୍ତିକ ମେୟରଙ୍କୁ ଦଳେ ଅନ୍ୟଯାତ୍ରୀଙ୍କୁ ବକ୍ତୃତା ଦେଉଥିବାର ଶୁଣି ସେହିଁ ସ୍ଥାନକୁ ଗଲେ । ମାତ୍ର ସେ ସେହି ସଭାକୁ ଯିବା ପୂର୍ବରୁ, ନିଜ ପକେଟରେ ଦୁଇଟି କମଳା ଲେମ୍ବୁ ରଖିଲେ । ଯିବାପଥରେ ସେ ଡେକ୍ ଉପରେ ପଡ଼ିଥିବା ଚୌକି ଉପରେ ଜଣେ ବୃଦ୍ଧ ମହିଳାଙ୍କୁ ଗଭୀର ନିଦ୍ରାରେ ଶୋଇଥିବାର ଦେଖିଲେ । ତାଙ୍କର ବାହୁ ପ୍ରସାରିତ ହୋଇଥିଲା ଓ ହାତ ମୁଠା ଖୋଲା ହୋଇ ରହିଥିଲା । ମଜା କରିବା ପାଇଁ ସେ ସେହି ଦୁଇଟି କମଳା ଲେମ୍ବୁ ବୃଦ୍ଧାଙ୍କର ପାପୁଲି ଉପରେ ରଖିଦେଲେ । ସଭାପରେ, ସେ ଦେଖିଲେ, ସେହି ମହିଳା ସେହି ଫଳରୁ ଖଣ୍ଡେ ଅତି ଖୁସିରେ ଖାଉଥିଲେ । 

ସେ ସ୍ମିତ ହାସ୍ୟ ସହିତ କହିଲେ,  "ମନେ ହେଉଛି, ଆପଣ ସେହି ଫଳକୁ ଉପଭୋଗ କରୁଛନ୍ତି ।" ସେ ଉତ୍ତର ଦେଲେ, "ହଁ, ମହାଶୟ, ମୋର ପିତା ମୋ' ପ୍ରତି ଅତି ଉତ୍ତମ ଅଟନ୍ତି । "ସେହି ନାସ୍ତିକ ପ୍ରଶ୍ନ କଲେ, "ଆପଣଙ୍କ କଥାର ଅର୍ଥ କ'ଣ ?" ସେ ବୁଝାଇ ଦେଲେ, "ମୁଁ ଅନେକ ଦିନ ଧରି ଜାହାଜରେ ଯାତ୍ରା ଯୋଗୁ ଅସୁସ୍ଥ ଅଛି । କୌଣସି ପ୍ରକାର ମୋତେ ଗୋଟିଏ କମଳା ଲେମ୍ବୁ ଦେବାପାଇଁ ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲି । ମୁଁ ପ୍ରାର୍ଥନା କରୁ କରୁ ଶୋଇ ପଡ଼ିଥିଲି । ଯେତେବେଳେ ମୁଁ ଜାଗ୍ରତ ହେଲି, ସେତେବେଳେ ସେ କେବଳ ଗୋଟିଏ ନୁହେଁ, ମାତ୍ର ଦୁଇଟି କମଳା ଓ ଲେମ୍ବୁ ପଠାଇଥିବାର ମୁଁ ଦେଖିଲି !" ଉତ୍ତର ପ୍ରାପ୍ତ ପ୍ରାର୍ଥନା ଉପରେ ମେୟରଙ୍କ ବାର୍ତ୍ତାର ଅନପେକ୍ଷିତ ପ୍ରମାଣ ଦ୍ଵାରା ସେହି ନାସ୍ତିକ ଆଶ୍ଚର୍ଯ୍ୟ ହେଲେ । ପରେ, ସେ ଖ୍ରୀଷ୍ଟଙ୍କଠାରେ ନିଜର ବିଶ୍ଵାସ ସ୍ଥାପନ କରିଥିଲେ । 


ଈଶ୍ବରଙ୍କ ସଂପୂର୍ଣ୍ଣ ପୁନଃରୁଦ୍ଧାରର ଯୋଜନା ଚକ୍ର

God's Complete Restoration's Plan Cycle

ଈଶ୍ବରଙ୍କ ସଂପୂର୍ଣ୍ଣ ପୁନଃରୁଦ୍ଧାରର ଯୋଜନା ଚକ୍ର`

୧। ପ୍ରଥମ ଆକାଶ ଓ ପୃଥିବୀର ସୃଷ୍ଟି (ଆଦିପୁସ୍ତକ ୧:୧, ୨ ପିତର ୩:୬)

    ୨। ଶୟତାନର ପ୍ରଥମ ବିଦ୍ରୋହ (ଯିଶାଇୟ ୧୪:୧୨-୧୪, ଯିହିଜିକଲ ୨୮)

`      ୩। ମଣିଷ ପାଇଁ ପୃଥିବୀ (ଆଦିପୁସ୍ତକ ୧:୨-୨:୩)

           ୪। ପ୍ରଥମ ଆଦମର ପ୍ରଭୁତ୍ଵ (ଆଦିପୁସ୍ତକ ୨:୪-୨୫)

              ୫। ମଣିଷ ଶୟତାନର ଅଧୀନ ହେଲା (ଆଦିପୁସ୍ତକ ୩)

                 ୬। ସମସ୍ତ ମଣିଷ ଜାତି ବିଚାରିତ ହେଲେ (ଆଦିପୁସ୍ତକ ୪-୧୦)

                    ୭। ବାବିଲ ଗଡ ନିର୍ମିତ ହେଲା (ଆଦିପୁସ୍ତକ ୧୧)

                       ୮। ଇସ୍ରାଏଲ, ଗୋଟିଏ ଜାତିରୂପେ ଆହୁତ ହେଲା (ଆଦିପୁସ୍ତକ ୧୨)

                          ୯। ଯୀଶୁ ଖ୍ରୀଷ୍ଟଙ୍କ ପ୍ରଥମ ଆଗମନ (ସୁସମାଚାର ପୁସ୍ତକ ଗୁଡିକ)

                             ୧୦। ଯୀଶୁ ଖ୍ରୀଷ୍ଟଙ୍କ ସେବା କାର୍ଯ୍ୟ  (ସୁସମାଚାର ପୁସ୍ତକ ଗୁଡିକ)

                                  ୧୧। ମଣ୍ଡଳୀ ଆହୁତ ହେଲା (ପ୍ରେରିତ)

                                  ୧୧। ମଣ୍ଡଳୀ ଉର୍ଦ୍ଧ୍କୁ ଆହୁତ ହେବ (୧ ଥେସଲନିକୀୟ ୪:୧୩-୧୮, ୧ କରିନ୍ଥୀୟ ୧୫:୫୦-୫୮)

                              ୧୦। ଭଣ୍ଡ ଖ୍ରୀଷ୍ଟଙ୍କ ସେବା କାର୍ଯ୍ୟ (୨ ଥେସଲନିକୀୟ ୨:୧-୧୨, ପ୍ରକାଶିତ ୬-୧୬)

                           ୯। ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵିତୀୟ ଆଗମନ (ପ୍ରକାଶିତ ୧୯:୧୧-୧୯)

                        ୮। ଇସ୍ରାଏଲ ଗୋଟିଏ ଜାତିରୂପେ ପୁନଃ ସଂଗୃହିତ (ମାଥିଉ ୨୪:୨୯-୩୨)

                    ୭। ବାବିଲିୟ ସଂସ୍ଥାଗୁଡିକର ଧ୍ଵଂସ (ପ୍ରକାଶିତ ୧୭-୧୮)

                ୬। ସମସ୍ତ ମାନବ ଜାତି ବିଚାରିତ ହେବେ (ମାଥିଉ ୨୫:୩୧-୪୬)

             ୫। ଶୟତାନ, ଈଶ୍ବରଙ୍କ ଅଧୀନ ହେବ (ପ୍ରକାଶିତ ୨୦:୧-୩)

          ୪। ଶେଷ ଆଦମର ପ୍ରଭୁତ୍ଵ (ପ୍ରକାଶିତ ୨୦:୪)

      ୩। ପୃଥିବୀ, ମଣିଷ ନିମନ୍ତେ ପୁନଃ ସିଦ୍ଧ (ଯିଶାଇୟ ୬୦-୬୬)

   ୨। ଶୟତାନର ଶେଷ ବିଦ୍ରୋହ (ପ୍ରକାଶିତ ୨୦:୭-୧୦)

୧। ନୂତନ ଆକାଶ ଓ ପୃଥିବୀର ସୃଷ୍ଟି (ପ୍ରକାଶିତ ୨୧-୨୨)       





 
    

ଏକମାତ୍ର ପ୍ରତିକାର

 ଏକମାତ୍ର ପ୍ରତିକାର 

 ପ୍ରେରିତ ୧୬:୧୬-୩୪

…ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ କର, ତା' ହେଲେ ତୁମ୍ଭେ ସପରିବାରେ ପରିତ୍ରାଣ ପାଇବ। (ପ୍ରେରିତ ୧୬:୩୧) 


      ମନେକରନ୍ତୁ, ଆପଣ ଅସୁସ୍ଥ ଅଛନ୍ତି ଓ ଜଣେ ଡାକ୍ତରଙ୍କୁ ଦେଖା କରୁଛନ୍ତି। ତନ୍ନତନ୍ନ ପରୀକ୍ଷା ପରେ, ଆପଣ ଗୋଟିଏ ମାରାତ୍ମକ ରୋଗ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି ବୋଲି ଡାକ୍ତର କହନ୍ତି। ମାତ୍ର ସେହି ରୋଗ ପାଇଁ ଚିକିତ୍ସାବିଜ୍ଞାନ ଏକ ପ୍ରତିକାର ଆବିଷ୍କାର କରିଅଛି ବୋଲି ସେ ଜାଣନ୍ତି। ଆପଣଙ୍କ ମନରେ ଏହି ବିଶ୍ଵାସ ଜାତ ହୋଇ ପାରେ ଯେ ସେ ଜଣେ ସର୍ବୋତ୍ତମ ଚିକିତ୍ସକ, ତାଙ୍କର ନିର୍ଣ୍ଣୟ ସଠିକ୍ ଅଟେ ଓ ସେ ଲେଖିଥିବା ଚିକିତ୍ସା ପ୍ରଣାଳୀ ଓ ଔଷଧ ଆପଣଙ୍କର ଏକମାତ୍ର ଭରସା ଅଟେ। ମାତ୍ର ଆପଣଙ୍କୁ ସେହି ଔଷଧ ସେବନ କରିବାକୁ ହେବ। ଯଦି ଆପଣ କେବଳ ପଡି ରହିବେ ଓ ପ୍ରତିକାର ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଅସମ୍ମତ ହେବେ, ତେବେ ଆପଣ ମୃତ୍ୟୁବରଣ କରିବେ! 

      ଈଶ୍ଵରଙ୍କ ପରିତ୍ରାଣ ଯାଚିବା କ୍ଷେତ୍ରରେ ମଧ୍ୟ ସେହିପରି ଘଟେ। ଯୀଶୁଙ୍କ କାହାଣୀ ସତ୍ୟ ଅଟେ ବୋଲି ଆପଣ କହିପାରନ୍ତି, ମାତ୍ର ଯଦି ଆପଣ ବିଶ୍ୱାସର ହସ୍ତ ବଢାଇବେ ନାହିଁ, ତେବେ ଆପଣ ଅନନ୍ତକାଳ ପାଇଁ ବିନଷ୍ଟ ହେବେ । ଆପଣଙ୍କୁ ବ୍ୟକ୍ତିଗତ ଭାବେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବାକୁ ହେବ। ଆପଣଙ୍କ ପାପ ପାଇଁ ସେ ଏକମାତ୍ର ପ୍ରତିକାର ଅଟନ୍ତି। 

      ଜଣେ ବୃଦ୍ଧ ବ୍ୟକ୍ତି କହିଥିଲେ, "ଯେତେବେଳେ ମୁଁ ଅତି ଅସୁସ୍ଥ ହେଲି ଓ ମୋତେ ଜରୁରୀକାଳୀନ କକ୍ଷ ମଧ୍ଯକୁ ନିଆଗଲା, ସେତେବେଳେ ଜଣେ ଏପରି ଚିକିତ୍ସକ ମୋତେ ପରୀକ୍ଷା କଲେ, ଯାହାଙ୍କୁ ମୁଁ ପୂର୍ବରୁ ଆଦୌ ଦେଖି ନ ଥିଲି  ସେ ନିଜର କାର୍ଯ୍ୟକୁ ବାସ୍ତବରେ ଜାଣିଥିଲେ ତାଙ୍କ ଉପରେ ମୋର ଏତେ ବିଶ୍ଵାସ ଥିଲା ଯେ ମୁଁ କହିଥିଲି, "ଆପଣ ମୋର ଡ଼ାକ୍ତର ହୁଅନ୍ତୁ ବୋଲି ମୁଁ ଇଛା କରୁଛି।" 

      ଆମେ ସେହିପରି ପରିତ୍ରାଣ ପାଉ। ଯେତେବେଳେ ଆମେ ସୁସମାଚାର ବାର୍ତ୍ତା ଶୁଣୁ ଓ ପ୍ରଭୁ ଯୀଶୁଙ୍କର ପରିଚୟ ପାଉ, ସେତେବେଳ ଆମକୁ କହିବାକୁ ହେବ, "ଆପଣ ମୋର ତ୍ରାଣକର୍ତ୍ତା ହୁଅନ୍ତୁ ବୋଲି ମୁଁ ଚାହେଁ।"

ପ୍ରଶ୍ନ ସମୂହ

ପ୍ରଶ୍ନ ସମୂହ

ଯିହୋଶୂୟ ୪:୧-୧୮

...ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ରରୂପେ ମାନ୍ୟ କର।.. ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ (୧ ପିତ. ୩:୧୫)


ଗୋଟିଏ ଛୋଟ ପିଲା ତା'ର ପିତାମହଙ୍କ ସହିତ ଗୋଟିଏ ମଣ୍ଡଳୀ ଉପାସନାରେ ଯୋଗ ଦେଇଥିଲା। କୌତୁହଳରେ ପୂର୍ଣ୍ଣ ହୋଇ ପିଲାଟି ପଚାରିବାରେ ଲାଗିଥିଲା, 'ତା'ର ଅର୍ଥ କ'ଣ? ଜେଜେବାପା ଶାନ୍ତ ଭାବରେ ଘଟୁଥିବା ସମସ୍ତ ବିଷୟକୁ ବୁଝାଇ ଚାଲିଥିଲେ। ଯେତେବେଳେ ପ୍ରଚାରକ ତାଙ୍କର ଶିକ୍ଷାଦାନ ଆରମ୍ଭ କଲେ, ସେତେବେଳ ସେ ପ୍ରଥମେ ନିଜର ଘଡିକୁ ଖୋଲି ମେଜ ଉପରେ ରଖିଲେ। ପିଲାଟି ଧୀର ସ୍ଵରରେ ପଚାରିଲା, ‘ତା’ ର ଅର୍ଥ କ'ଣ? ଜେଜେବାପା, ଉତ୍ତର ଦେଲେ, "ତାହା କିଛି ନୁହେଁ, କିଛି ନୁହେଁ।"

     ପିଲାଟିର ପ୍ରଶ୍ନ ବାଣସବୁ ହୁଏତ କେତେକ ଲୋକଙ୍କୁ ବିରକ୍ତ କରି ଦେଉଥିବ, ମାତ୍ର ଜେଜେବାପା ଏହା ଜାଣିଥିଲେ ଯେ ପିଲାମାନଙ୍କର ଗୋଟିଏ ଜିଜ୍ଞାସୁ ମନୋଭାବ ରହୁଥାଏ ଓ ଏହା ସେମାନଙ୍କୁ ଆତ୍ମିକ ସତ୍ୟପ୍ରତି ଉନ୍ମୁକ୍ତ କରିଦିଏ।

   ଆଜିର ବାଇବଲ ଅନୁସାରେ, ଭବିଷ୍ୟତ୍ ଯୁଗର ପିଲାମାନେ ଯର୍ଦ୍ଦନ ନଦୀରେ ଜମା ହୋଇଥିବା ପ୍ରସ୍ତରଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରିବେ ବୋଲି ଯିହୋଶୂୟ ଜାଣିଥିଲେ l ସେଥିପାଇଁ ଈଶ୍ୱର କିପରି ଆଶ୍ଚର୍ଯ୍ୟଜନକ ଭାବରେ ଯର୍ଦ୍ଦନ ନଦୀର ଜଳକୁ ଦୁଇ ଭାଗ କରିଥଲେ, ତାହା କହିବା ପାଇଁ ସୁଯୋଗର ସଦବ୍ୟବହାର କରିବାକୁ ସେ ପିତାମାତାଙ୍କୁ କହିଥିଲେ (ଯିହୋଶୂୟ ୪:୬-୭)।

    ପ୍ରଶ୍ନଗୁଡ଼ିକ ଆମର ବିଶ୍ୱାସ ବିଷୟରେ ସାକ୍ଷ୍ୟ ଦେବା ପାଇଁ ଆମ ନିମନ୍ତେ ଦ୍ଵାର ଉନ୍ମୁକ୍ତ କରିପାରୁ ଥିବାରୁ ଆମେ ପିଲାମାନଙ୍କଠାରୁ କିମ୍ବା ବଡମାନଙ୍କଠାରୁ ସେଗୁଡିକୁ ଆମନ୍ତ୍ରଣ କରିବା ଉଚିତ୍। ଯଦି ଆମେ ବନ୍ଧୁତ୍ୱପୂର୍ଣ୍ଣ, ନୀତିବାନ୍, ଦୟାଳୁ ଓ ଚାପ ଅଧୀନରେ ଥାଇ ସୁଦ୍ଧା ଶାନ୍ତ ସ୍ୱଭାବର ଅଟୁ, ତେବେ ଲୋକମାନେ ଆମକୁ ଲକ୍ଷ୍ୟ କରିବେ। ପୁଣି ଆମେ ଏପରି ଭାବରେ କିପରି ବଞ୍ଚି ପାରିଛୁ, ତାହା ସୁଦ୍ଧା କେତେକ ପଚାରିବେ। ସେତେବେଳ ସୁସମାଚାରର ଜୀବନ ପରିବର୍ତ୍ତନକାରୀ ବାର୍ତ୍ତା ସେମାନଙ୍କୁ ଜଣାଇବା ପାଇଁ ଆମ ନିକଟରେ ସୁଯୋଗ ରହିବ।