BN

ପ୍ରାର୍ଥନାର ଶକ୍ତି

ପ୍ରାର୍ଥନାର ଶକ୍ତି

ଏଫିସୀୟ ୬:୧୦-୧୮

……. ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟସାଧନ କରିପାରେ ।  (ଯାକୁବ ୫:୧୬)

ଅନେକ ବର୍ଷ ପୂର୍ବେ ଗୋଟିଏ ଜାହାଜରେ ଆଟଲାଣ୍ଟିକ୍ ମହାସାଗର ଅତିକ୍ରମ କରୁଥିବା ସମୟରେ ବାଇବଲ ଶିକ୍ଷକ ଓ ଲେଖକ ଏଫ୍.ବି. ମେୟର ଙ୍କୁ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ କିଛି କହିବା ପାଇଁ କୁହାଗଲା । ଜଣେ ନାସ୍ତିକ ଉତ୍ତରପ୍ରାପ୍ତ ପ୍ରାର୍ଥନା ବିଷୟରେ ମେୟରଙ୍କର ବାର୍ତ୍ତା ଶୁଣି ଜଣେ ବନ୍ଧୁଙ୍କୁ କହିଥିଲେ "ମୁଁ ଏହି ବିଷୟର ଗୋଟିଏ ଶବ୍ଦ ସୁଦ୍ଧା ବିଶ୍ଵାସ କଲି ନାହିଁ ।" 

ପରେ ସେହିଦିନ ହିଁ, ସେହି ନାସ୍ତିକ ମେୟରଙ୍କୁ ଦଳେ ଅନ୍ୟଯାତ୍ରୀଙ୍କୁ ବକ୍ତୃତା ଦେଉଥିବାର ଶୁଣି ସେହିଁ ସ୍ଥାନକୁ ଗଲେ । ମାତ୍ର ସେ ସେହି ସଭାକୁ ଯିବା ପୂର୍ବରୁ, ନିଜ ପକେଟରେ ଦୁଇଟି କମଳା ଲେମ୍ବୁ ରଖିଲେ । ଯିବାପଥରେ ସେ ଡେକ୍ ଉପରେ ପଡ଼ିଥିବା ଚୌକି ଉପରେ ଜଣେ ବୃଦ୍ଧ ମହିଳାଙ୍କୁ ଗଭୀର ନିଦ୍ରାରେ ଶୋଇଥିବାର ଦେଖିଲେ । ତାଙ୍କର ବାହୁ ପ୍ରସାରିତ ହୋଇଥିଲା ଓ ହାତ ମୁଠା ଖୋଲା ହୋଇ ରହିଥିଲା । ମଜା କରିବା ପାଇଁ ସେ ସେହି ଦୁଇଟି କମଳା ଲେମ୍ବୁ ବୃଦ୍ଧାଙ୍କର ପାପୁଲି ଉପରେ ରଖିଦେଲେ । ସଭାପରେ, ସେ ଦେଖିଲେ, ସେହି ମହିଳା ସେହି ଫଳରୁ ଖଣ୍ଡେ ଅତି ଖୁସିରେ ଖାଉଥିଲେ । 

ସେ ସ୍ମିତ ହାସ୍ୟ ସହିତ କହିଲେ,  "ମନେ ହେଉଛି, ଆପଣ ସେହି ଫଳକୁ ଉପଭୋଗ କରୁଛନ୍ତି ।" ସେ ଉତ୍ତର ଦେଲେ, "ହଁ, ମହାଶୟ, ମୋର ପିତା ମୋ' ପ୍ରତି ଅତି ଉତ୍ତମ ଅଟନ୍ତି । "ସେହି ନାସ୍ତିକ ପ୍ରଶ୍ନ କଲେ, "ଆପଣଙ୍କ କଥାର ଅର୍ଥ କ'ଣ ?" ସେ ବୁଝାଇ ଦେଲେ, "ମୁଁ ଅନେକ ଦିନ ଧରି ଜାହାଜରେ ଯାତ୍ରା ଯୋଗୁ ଅସୁସ୍ଥ ଅଛି । କୌଣସି ପ୍ରକାର ମୋତେ ଗୋଟିଏ କମଳା ଲେମ୍ବୁ ଦେବାପାଇଁ ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲି । ମୁଁ ପ୍ରାର୍ଥନା କରୁ କରୁ ଶୋଇ ପଡ଼ିଥିଲି । ଯେତେବେଳେ ମୁଁ ଜାଗ୍ରତ ହେଲି, ସେତେବେଳେ ସେ କେବଳ ଗୋଟିଏ ନୁହେଁ, ମାତ୍ର ଦୁଇଟି କମଳା ଓ ଲେମ୍ବୁ ପଠାଇଥିବାର ମୁଁ ଦେଖିଲି !" ଉତ୍ତର ପ୍ରାପ୍ତ ପ୍ରାର୍ଥନା ଉପରେ ମେୟରଙ୍କ ବାର୍ତ୍ତାର ଅନପେକ୍ଷିତ ପ୍ରମାଣ ଦ୍ଵାରା ସେହି ନାସ୍ତିକ ଆଶ୍ଚର୍ଯ୍ୟ ହେଲେ । ପରେ, ସେ ଖ୍ରୀଷ୍ଟଙ୍କଠାରେ ନିଜର ବିଶ୍ଵାସ ସ୍ଥାପନ କରିଥିଲେ । 


1 comment:

Kindly give your suggestions or appreciation!!!